Posted inଖେଳ

ଏହି ମିଷ୍ଟ୍ରିଗର୍ଲଙ୍କ ପାଇଁ ଚହଲ-ଧନଶ୍ରୀ ମଧ୍ୟରେ ହେବାକୁ ଯାଉଛି ଛାଡପତ୍ର!

ମୁମ୍ବାଇ,୬।୧:ଦୀର୍ଘ ଦିନ ଧରି ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିଥିବା ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବ୍ୟକ୍ତିଗତ ଜୀବନରେ ସବୁକିଛି ଠିକ ଚାଲିନାହିଁ। ତାଙ୍କ ସ୍ତ୍ରୀ ଧନଶ୍ରୀ ଧର୍ମେନ୍ଦ୍ରଙ୍କ ସହ ଚହଲଙ୍କ ସମ୍ପର୍କରେ ମତଭେଦ ଥିବା ଚର୍ଚ୍ଚା ହେଉଛି। ଉଭୟ ସୋସିଆଲ ମିଡିଆରେ ପରସ୍ପରକୁ ଅନ୍‌ଫଲୋ କରିଛନ୍ତି। କେବଳ ଏତିକି ନୁହେଁ, ଚହଲ ସୋସିଆଲ ମିଡିଆରୁ ଧନଶ୍ରୀଙ୍କ ସହ ଜଡିତ ଫଟୋଗୁଡ଼ିକୁ ମଧ୍ୟ ହଟାଇ ଦେଇଛନ୍ତି। ସେବେଠାରୁ ସେମାନଙ୍କ ଛାଡପତ୍ରକୁ ନେଇ ଅନେକ ଆଲୋଚନା ହେଉଛି। ତେବେ ସେମାନଙ୍କ ମଧ୍ୟରୁ କେହି ଏ ବିଷୟରେ କିଛି କହି ନାହାଁନ୍ତି। ଏହି ସମୟରେ ଚହଲଙ୍କୁ ମିଷ୍ଟ୍ରି ଗର୍ଲ ସହିତ ଦେଖିବାକୁ ମିଳିଛି। ଚହଲ କ୍ୟାମେରା ଦେଖିବା ମାତ୍ରେ ମୁହଁ ଲୁଚାଇ ରଖିଥିଲେ।
ଚହାଲ ମୁମ୍ବାଇର ଜୁହୁରେ ମିଷ୍ଟ୍ରି ଗର୍ଲ ସହିତ ନଜର ଆସିଥିଲେ। ମିଷ୍ଟ୍ରିଗର୍ଲଙ୍କ ସହିତ କାରରେ ଚହଲଙ୍କୁ ଦେଖିବାକୁ ମିଳିଥିଲା। କ୍ୟାମେରା ଉଭୟଙ୍କୁ କଏଦ କରିବାକୁ ଚେଷ୍ଟା କରିଥିଲେ। ସେତେବେଳେ ଭାରତୀୟ କ୍ରିକେଟର ତାଙ୍କ ମୁହଁ ଲୁଚାଇ ରଖିଥିଲେ। ସେବେଠାରୁ ଏହି ମିଷ୍ଟ୍ରି ଗର୍ଲ ଧନଶ୍ରୀ ଏବଂ ଚହଲଙ୍କ ଛାଡପତ୍ର ଖବରର କାରଣ ବୋଲି ଆଲୋଚନା ହେଉଛି।

ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ଧର୍ମର ପ୍ରଥମ ସାକ୍ଷାତ ଲକ ଡାଉନ ସମୟରେ ହୋଇଥିଲା। ଧନଶ୍ରୀ ଏକ ରିଆଲିଟି ଶୋ’ରେ କହିଥିଲେ ଯେ, ନୃତ୍ୟ ଶିଖିବା ପାଇଁ ଚହଲ ତାଙ୍କ ସହ ଯୋଗାଯୋଗ କରିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଏବଂ ପରେ ସମ୍ପର୍କ ପ୍ରେମରେ ପରିଣତ ହେଲା। ଡିସେମ୍ବର ୨୦୨୦ରେ ଚହଲ ଏବଂ ଧନଶ୍ରୀ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବିରାଟ’ଙ୍କ ଜର୍ସି ପିନ୍ଧିବେ ରବିନ୍ଦ୍ର ଜାଡେଜା !

ନୂଆଦିଲ୍ଲୀ,୨୨।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି। ଫେବୃଆରୀ-ମାର୍ଚ୍ଚରେ ପାକିସ୍ତାନ ଏବଂ...

ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି କ୍ରିକେଟର,୧୪ ବର୍ଷ କ୍ୟାରିୟରରେ…

ନୂଆଦିଲ୍ଲୀ,୨୨।୧: ଗୋଟିଏ ପଟେ ଇଂଲଣ୍ଡ ଦଳ ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳୁଥିବା ବେଳେ ଜଣେ ଇଂଲଣ୍ଡ କ୍ରିକେଟର ଅବସର ଘୋଷଣା କରି ଚମକାଇଛନ୍ତି। ସେ...

ଇଡେନ୍‌ ଗାର୍ଡେନରେ ଅଭିଷେକ ଶର୍ମା ଝଡ଼: ୭ ଉଇକେଟରେ ଜିତିଲା ଟିମ୍‌ ଇଣ୍ଡିଆ

କୋଲକାତା,୨୨।୧: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌କୁ ଜିତି ନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ମାତ୍ର ୧୩୨ ରନ୍‌ରେ ଅଲଆଉଟ୍‌...

ଷଡଯନ୍ତ୍ର କରି କ୍ୟାରିୟର ଶେଷ କରିଦେଲେ, ଟିମ୍ ମ୍ୟାନେଜମେଣ୍ଟ ଉପରେ ଲାଗିଲା ବଡ଼ ଅଭିଯୋଗ

କୋଲକାତା,୨୨।୧: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ଚୟନକୁ ନେଇ ଚର୍ଚ୍ଚା ଜାରି ରହିଥିଲା ବେଳେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରସଙ୍ଗ ଉଠାଇଛନ୍ତି ପୂର୍ବତନ...

ଇତିହାସ ରଚିଲେ ଅର୍ଶଦୀପ ସିଂ, ରେକର୍ଡ ଭାଙ୍ଗି ପାଲଟିଲେ ନମ୍ବର-୧ ବୋଲର୍‌…

କୋଲକାତା,୨୨।୧: ଟି-୨୦ କ୍ରିକେଟରେ ଇତିହାସ ରଚିଲେ ଭାରତର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ। କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି-୨୦...

ଅର୍ଶଦୀପ-ବରୁଣଙ୍କ ଚକ୍ରବ୍ୟୁହରେ ଫସିଗଲା ଇଂଲଣ୍ଡ, ଭାରତକୁ ମିଳିଲା ୧୩୩ ରନ୍‌ର ଟାର୍ଗେଟ

କୋଲକାତା,୨୨।୧: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ଭାରତକୁ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଦଳ ପକ୍ଷରୁ ବରୁଣ...

IND vs ENG: ଟସ୍‌ ଜିତି ବୋଲିଂ କରୁଛି ଟିମ୍‌ ଇଣ୍ଡିଆ, କାହିଁକି ବାଦ୍‌ ପଡ଼ିଲେ ଶାମି?

କୋଲକାତା,୨୨।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଉଛି। କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯାଉଥିବା ଏହି...

ବିସିସିଆଇର ବଡ଼ ନିଷ୍ପତ୍ତି: ଟିମ୍‌ ଇଣ୍ଡିଆ ଜର୍ସିରେ ରହିବ ପାକିସ୍ତାନର ନାମ…

ନୂଆଦିଲ୍ଲୀ,୨୨।୧: ଫେବୃଆରୀ ୧୯ରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି। ପାକିସ୍ତାନ ଆୟୋଜକ ଅଧୀନରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟ ହାଇବ୍ରିଡ ମଡେଲରେ ହେବ। ଏହାର ଅର୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri