Posted inଜାତୀୟ

ଜେଡିୟୁରେ ଫାଟ, ଏବେ କ’ଣ କରିବେ ନୀତିଶ? ମୋଦିଙ୍କୁ କରିବେ ସମର୍ଥନ ନା…

ନୂଆଦିଲ୍ଲୀ,୯।୮: କେନ୍ଦ୍ର ସରକାର ଲୋକ ସଭାରେ ୱାକଫ ସଂଶୋଧନ ବିଲ ଆଣିଛନ୍ତି। ଏନଡିଏର ସହଯୋଗୀ ଦଳ ଏହାକୁ ଖୋଲାଖୋଲି ସମର୍ଥନ କରୁଥିବାବେଳେ ଇଣ୍ଡିଆ ଆଲାଇନ୍ସ ଏହାକୁ ବିରୋଧ କରୁଛନ୍ତି। ଲୋକ ସଭାରେ ୱାକଫ ବିଲ ଉପରେ ଜେଡିୟୁ ସମର୍ଥନ ଜଣାଇଛି କିନ୍ତୁ ବର୍ତ୍ତମାନ ଦଳ ମଧ୍ୟରେ ମତଭେଦ ଦେଖାଯାଇଛି। ଗୋଟିଏ ପଟେ ଲଲନ ସିଂ ବିଲ ମାଧ୍ୟମରେ କରାଯାଉଥିବା ସଂଶୋଧନକୁ ଆବଶ୍ୟକ ତଥା ଲାଭଦାୟକ ବୋଲି କହିଥିବାବେଳେ ଜେଡିୟୁ ଏମଏଲସି ଗୁଲାମ ଗୌସ ଏହାକୁ ତୀବ୍ର ବିରୋଧ କରିଛନ୍ତି।

ୱାକଫରେ ଅଣାଯାଇଥିବା ସଂଶୋଧନ ବିଲ ବିରୋଧରେ ଜେଡିୟୁ ଏମ.ଏଲ.ସି ଗୁଲାମ ଗୌସ ଏହାକୁ ଦୃଢ ବିରୋଧ କରିଛନ୍ତି। ଏହି ବିଲ ୱାକଫ ଜମି ଛଡ଼ାଇ ନେବାକୁ ଏକ ପ୍ରୟାସ। ୱାକଫ ମାଲିକାନାରେ ଥିବା ଜମିରୁ ମୁସଲମାନମାନଙ୍କ କଲ୍ୟାଣ ପାଇଁ ଅନେକ କାର୍ଯ୍ୟକ୍ରମ ଚାଲିଥାଏ। ଆଜି ବିହାରର ୱାକଫ ଜମିରେ ଅନେକ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯାଇଛି, ଯେଉଁଠାରେ ଛାତ୍ରଛାତ୍ରମାନେ ଅଧ୍ୟୟନ କରନ୍ତି। କେନ୍ଦ୍ର ସରକାର ପ୍ରଥମେ ମୌଲାନା ଆଜାଦ ଫାଉଣ୍ଡେସନ ଛାତ୍ରବୃତ୍ତି ବନ୍ଦ କରି ତା’ପରେ ସଂଖ୍ୟାଲଘୁମାନଙ୍କ ପାଇଁ ବଜେଟ କାଟ କରିଥିଲେ। ମୁସଲମାନମାନଙ୍କ ପାଇଁ କେନ୍ଦ୍ର ସରକାର ପ୍ରଥମେ ଟ୍ରିପଲ ତାଲାକ ଇତ୍ୟାଦି ନିୟମ ତିଆରି କରିଥିଲେ। ସାରା ଦେଶରେ ୭ ଲକ୍ଷ ଏକର ୱାକଫ ଜମି ଉପରେ ଏକ ଶାଗୁଣା ନଜର ରଖିଛି ବୋଲି ପ୍ରତ୍ୟୟ ହେଉଛି।

ଜେଡିୟୁ ଏମଏଲସି ଗୌସ ଏହି ବିଲକୁ ବିରୋଧ କରିଛନ୍ତି ଏବଂ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଗୌସ କହିଛନ୍ତି ଯେ ବିହାରର ମୁସଲମାନମାନଙ୍କ ପାଇଁ ନୀତୀଶ କୁମାର ଅନେକ ବଡ଼ କାମ କରିଛନ୍ତି। ମୁଁ ଆଶା କରୁଛି ନୀତୀଶ କୁମାର ଏହି କଥା ଶୁଣିବେ।

ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ପ୍ରସଙ୍ଗରେ ମୁସଲମାନ ନେତାଙ୍କ ସହ ସେମାନଙ୍କ ରାୟ ଜାଣିବା ପାଇଁ ଏକ ଆଲୋଚନା କରିପାରନ୍ତି। ମନ୍ତ୍ରୀ ଜାମା ଖାନ ଏବଂ ଜେଡିୟୁର ଅନ୍ୟ ମୁସଲମାନ ନେତାମାନେ ଏହି ବୈଠକରେ ଯୋଗଦେବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?