ଅର୍ଥନୀତିରେ ବିବିଧତା ସମସ୍ୟା

ଡ୍ୟାନି ରୋର୍ଡିକ

ଯୋଶେଫ ଇ.ଷ୍ଟିଗ୍‌ଲାଇଜ୍‌ ଜଣେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ। ତାଙ୍କ କ୍ୟାରିୟର୍‌ ଆରମ୍ଭରେ ସେ କେନିଆରେ ଅଧିକ ଦିନ ରହିଥିଲେ। ସେଠାରେ ସ୍ଥାନୀୟ ଅର୍ଥ ବ୍ୟବସ୍ଥାର ପରିଚାଳନାରେ ରହିଥିବା ଅନେକ ବିଚିତ୍ର ବ୍ୟବସ୍ଥା ତାଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିଥିଲା। ସହଭାଗିତାରେ କରାଯାଉଥିତ୍ବା କୃଷି ଅବ୍ୟବସ୍ଥିତ ରହିଥିଲା। କୃଷକମାନେ ସେମାନଙ୍କ ଉପତ୍ାଦିତ ଶସ୍ୟର ଅଧା ଜମିଦାରଙ୍କୁ ଦେଉଥିଲେ। ଏହି ବ୍ୟବସ୍ଥା ଷ୍ଟିଗ୍‌ଲାଇଜ୍‌ଙ୍କୁ ବିସ୍ମିତ କରିଥିଲା। ଯଦି ଏଭଳି ବ୍ୟବସ୍ଥା ରହେ, ତାହା ଯୋଗୁ କୃଷକଙ୍କ କ୍ଷମତା ହ୍ରାସ ପାଇବନି କି? କାହିଁକି ସେଠାରେ ଏଭଳି ବ୍ୟବସ୍ଥା ରହିଥିତ୍ଲା କେଜାଣି? ଏଭଳି ପରିସ୍ଥିତିର ସମାଧାନ କରିବା ଲାଗି ଷ୍ଟିଗ୍‌ଲାଇଜ କେନିଆରେ ଅନୁଧ୍ୟାନ ଚଳାଇଥିଲେ। ଅସମନ୍ବିତ ସୂଚନାକୁ ଆଧାର କରି ମୌଳିକ ସିଦ୍ଧାନ୍ତ ବିକାଶ କରିବାକୁ ଏହା ତାଙ୍କୁ ବାଟ ଦେଖାଇଥିଲା। ପରେ ଏଥିତ୍ପାଇଁ ତାଙ୍କୁ ଇକୋନୋମିକ୍‌ ସାଇନ୍ସ ବା ଅର୍ଥନୀତି ବିଜ୍ଞାନରେ ନୋବେଲ ମେମୋରିଆଲ ପ୍ରାଇଜରେ ସମ୍ମାନିତ କରାଯାଇଥିଲା। ସେ କେନିଆରେ ରହଣି ସମୟର କଥା ସ୍ମରଣ କରି କହନ୍ତି, ସୂଚନାଭିତ୍ତିକ ଅର୍ଥନୀତିଗୁଡ଼ିକ ଉପରେ ତାଙ୍କ ସିଦ୍ଧାନ୍ତର ବିକାଶ କରିବାକୁ ସେ ବେଶି ଗୁରୁତ୍ୱ ଦେଇଥିଲେ। ସେହିପରି ଅର୍ଥନୀତିଜ୍ଞ ଆଲବର୍ଟ ହିର୍ର୍ଶ୍ଚିିମ୍ୟାନ ନାଇଜେରିଆରେ ରହିଥିଲେ। ସେଠାରେ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବା ପରେ ଏକ ଦ୍ୱନ୍ଦ୍ୱାମତ୍କ ସ୍ଥିତି ଦେଖିବାକୁ ପାଇଥିଲେ। ଦୀର୍ଘଦିନ ଧରି ସରକାରଙ୍କ ଇଚ୍ଛା ମୁତାବକ ରେଲ୍‌ କମ୍ପାନୀ ଚାଲୁଥିଲା ଓ ଏହା ଘରୋଇ ପରିବହନ ବ୍ୟବସ୍ଥାର ପ୍ରତିଯୋଗିତାମୂଳକ ସ୍ଥିତିର ସମ୍ମୁଖୀନ ହୋଇଥିଲା। କିନ୍ତୁ ଉକ୍ତ ଚାପ ଦୂର କରିବାକୁ ପଦକ୍ଷେପ ନ ନେବାରୁ କମ୍ପାନୀ ଅଧିକ କ୍ଷତିର ସମ୍ମୁଖୀନ ହୋଇଥିଲା। ସେଠାରେ ଉପଭୋକ୍ତାଙ୍କ କ୍ଷତିକୁ ପ୍ରକାଶ ନ କରିବା ପାଇଁ ଏହି ସରକାରୀ କମ୍ପାନୀ ତା’ମୂଲ୍ୟାୟନ ପ୍ରକ୍ରିୟାକୁ ଅଣଦେଖା କରୁଥିଲା। ନାଇଜେରିଆରେ ରେଳ ପରିବହନ ସମ୍ପର୍କରେ ତାଙ୍କ ଅନୁଧ୍ୟାନ ହିଁ ତାଙ୍କ ପ୍ରଭାବଶାଳୀ ବହି ‘ଏକ୍ଜିଟ୍‌, ଭଏସ୍‌ ଆଣ୍ଡ୍‌ ଲୟାଲଟି’ର ମୂଳ ଆଧାର ହୋଇଥିତ୍ଲା। ହିର୍ଶ୍ଚିମ୍ୟାନ ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟଥିତ୍ଲେ,କିନ୍ତୁ ତାହା ସେ ପାଇପାରି ନ ଥିଲେ।
ସମସ୍ତ ବିବିଧତା ପରିସ୍ଥିତି ମଧ୍ୟରେ ପୃଥିବୀକୁ ପରଖିବା ବା ଅନୁଧ୍ୟାନ କରିବାକୁ ସକ୍ଷମ ହେବା ଏହି ଦୃଷ୍ଟାନ୍ତମୂଳକ କଥାଗୁଡ଼ିକରୁ ପ୍ରମାଣ ମିଳେ। ଅସାମାନ୍ୟ ପରିବେଶରେ ଅସଙ୍ଗତ କାର୍ଯ୍ୟକଳାପର ସୂଚନା କିମ୍ବା ପରିଣାମକୁ ସାମ୍ନା କରି ସ୍ଥାନୀୟ ବିବିଧତାକୁ ବିଚାରକୁ ନେବା ଯୋଗୁ ସାମାଜିକ ବିଜ୍ଞାନ ସମୃଦ୍ଧ ହୋଇପାରିଛି। କିନ୍ତୁ ଅନୁଧ୍ୟାନ ନିର୍ବିବାଦୀୟ ହେବା ଉଚିତ। ତେବେ ଯେଉଁ ବାଟରେ ଅର୍ଥନୀତି ଶିକ୍ଷା ବ୍ୟବସ୍ଥା ଚାଲୁଛି, ସେଥିରୁ ଜଣେ ଏ ସମ୍ପର୍କରେ କିଛି ଜାଣିିପାରିବ ନାହିଁ। ବିଶ୍ୱର ଆଗଧାଡିର ଅର୍ଥନୀତି ଜର୍ନାଲଗୁଡ଼ିକ ମୁଖ୍ୟତଃ ଧନୀ ଦେଶଗୁଡ଼ିକର ହାତଗଣତି ଲୋକଙ୍କ ଅଧୀନରେ ରହିିଛି। ସେହିପରି ଏହି କାର୍ଯ୍ୟରେ ନୀତିନିର୍ଦ୍ଧାରକ ବା ରକ୍ଷକ ଭାବେ ଯେଉଁମାନେ ରହିଛନ୍ତି, ସେମାନଙ୍କୁ ମଧ୍ୟ ଏହି ସବୁ ଧନୀ ଦେଶଗୁଡ଼ିକର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗବେଷଣା ସଂସ୍ଥାଗୁଡ଼ିକରୁ ଅଣାଯାଇଛି। ଏହା ଦ୍ୱାରା ଅର୍ଥନୀତି କ୍ଷେତ୍ରରେ ଅବଶିଷ୍ଟ ବିଶ୍ୱର ସ୍ବର ନିଷ୍ପ୍ରଭ ହୋଇଯାଇଛି। ଏହା କେବଳ ଏକ ଅସମାନତା ନୁହେର୍ଁ, ବରଂ ଏହା ଅର୍ଥନୀତି ଶିକ୍ଷାକୁ ଦୁର୍ବଳ କରିଦେଉଛି।
ନିକଟରେ ମୁଁ ଇଣ୍ଟର୍‌ନ୍ୟାଶନାଲ ଇକୋନୋମିକ୍‌ ଆସୋସିଏଶନ୍‌ ବା ଅନ୍ତର୍ଜାତୀୟ ଅର୍ଥନୀତି ସଂଘର ସଭାପତି ଭାବେ ଦାୟିତ୍ୱ ନେଇଛି। ପରେ ଅର୍ଥନୀତି ସମ୍ପର୍କିତ ପ୍ରକାଶନଗୁଡ଼ିକରେ ଅନ୍ୟମାନଙ୍କ ଯୋଗଦାନ କ’ଣ ରହିଛି ଓ ତା’ର ଭୌଗୋଳିକ ବିବିଧତା ଉପରେ ତଥ୍ୟ ଜାଣିବାକୁ ଚାହଁିଥିଲି। ସେଥିତ୍ରେ ଏ ସମ୍ପର୍କିତ ବ୍ୟାପକ ଓ ସୁନିୟୋଜିତ ପ୍ରମାଣ ପାଇଥିଲି ଓ ମୁଁ ଆଶ୍ଚଯ୍ୟ ହୋଇଯାଇଥିଲି। ଏହା ମୋତେ ବିବ୍ରତ ବି କରିଦେଇଥିଲା। ସୌଭାଗ୍ୟର କଥା, ଏବେ ଟୁରିନ୍‌ ୟୁନିଭର୍ସିଟିର ମାଗ୍‌ଡା ଫୋଣ୍ଟନା ଏବଂ ପାଓଲୋ ରାକ୍କା ଓ ମିଲାନର ୟୁନିଭର୍ସିଟା କାଟୋଲିକା ଡେଲ୍‌ ସାର୍କୋ କ୍ୟୁରେର ଫାବିଓ ମୋଣ୍ଟୋବିଓ କିଛି ବିଚିତ୍ର ତଥ୍ୟ ସଂଗ୍ରହ କରି ପ୍ରଦାନ କରିଛନ୍ତି। ସେମାନଙ୍କ ତଥ୍ୟକୁ ଦେଖି ମୁଁ ବିଶ୍ୱାସ କରିପାରି ନ ଥିତ୍ତ୍ଲି। ଅଗ୍ରଣୀ ଇକୋନୋମିକ ଜର୍ନାଲଗୁଡ଼ିକର ଲେଖକମାନଙ୍କୁ ଲକ୍ଷ୍ୟ କରିବାରୁ ଏହା ଅତ୍ୟଧିତ୍କ ଭୌଗୋଳିକ କୈନ୍ଦ୍ରିକ ବା କେତେକ ନିର୍ଦ୍ଦିଷ୍ଟ ଦେଶର ବୋଲି ଜଣାପଡ଼ିଥିଲା। ବିଶ୍ୱର ଶୀର୍ଷ ୮ଟି ଜର୍ନାଲର ଲେଖକମାନଙ୍କ ମଧ୍ୟରୁ ପାଖାପାଖି ୯୦% ଥିଲେ ଆମେରିକା ଓ ୟୁରୋପର। ଉକ୍ତ ପ୍ରକାଶନଗୁଡ଼ିକରେ ଥିବା ଏଡିଟୋରିଆାଲ ବୋର୍ଡ ସଦସ୍ୟମାନଙ୍କ କ୍ଷେତ୍ରରେ ବି ସମାନ ପରିସ୍ଥିତି ରହିଥିବା ଜଣାପଡ଼ିଛି। ଏହିସବୁ ଧନୀ ଦେଶ ବିଶ୍ୱର ମୋଟ ଘରୋଇ ଉପତ୍ାଦ(ଜିଡିପି)ର ଏକ ତୃତୀୟାଂଶର ଅଧିକାରୀ। ତେବେ ଜର୍ନାଲଗୁଡ଼ିକର ବିଭିନ୍ନ ବିଭାଗରେ ଏମାନେ ଅଧିକ ସଂଖ୍ୟାରେ ରହିବା ଯୋଗୁ ବିଶ୍ୱର ଅବଶିଷ୍ଟ ଦେଶଗୁଡ଼ିକରେ ଶିକ୍ଷା, ପ୍ରଶିକ୍ଷଣ କ୍ଷେତ୍ରରେ ସଂସାଧନ ଉପଲବ୍ଧତାର ଅଭାବ ଓ ନିବେଶରେ ହ୍ରାସ ଭଳି ପରିସ୍ଥିତିକୁ ଠିକ୍‌ ଭାବେ ବୁଝିହେଉନାହିଁ କି ଏ ସମ୍ପର୍କିତ ତଥ୍ୟ ହ୍ରାସ କରାଯାଇପାରୁନାହିଁ।
ବାସ୍ତବରେ କିଛି ବର୍ଷ ହେବ କେତେକ ଦେଶର ଆର୍ଥିକ ଯୋଗଦାନ ଅତ୍ୟଧିତ୍କ ରହିଥିଲେ ବି ଶ୍ରେଷ୍ଠ ଅର୍ଥନୀତି ଜର୍ନାଲଗୁଡ଼ିକରେ ସେମାନଙ୍କ ପ୍ରତିନିଧିତ୍ତ୍ୱ ବହୁତ କମ୍‌ ରହିଆସିଛି। ବୈଶ୍ୱିକ ଆର୍ଥିକ ପରିଣାମର ପାଖାପାଖି ଏକ ତୃତୀୟାଂଶର ଅଧିକାରୀ ରହିଆସିଥିବା ପୂର୍ବ ଏସିଆର ଅର୍ଥନୀତିଜ୍ଞମାନଙ୍କର ପ୍ରମୁଖ ଜର୍ନାଲଗୁଡ଼ିକର ପ୍ରବନ୍ଧ କ୍ଷେତ୍ରକୁ ୫% ରୁ କମ୍‌ ଯୋଗଦାନ ରହିଛି। ସେହିପରି ଦକ୍ଷିଣ ଏସିଆ ଏବଂ ଉପ-ସାହାରା ଆଫ୍ରିକାରୁ ଅର୍ଥନୀତିଜ୍ଞମାନଙ୍କ ଭାଗୀଦାରି ବହୁତ କମ୍‌ । ଉଲ୍ଲେଖନୀୟ , ବିଶ୍ୱ ଅର୍ଥନୀତିରେ ଏମାନଙ୍କ ଗୁରୁତ୍ୱ ଯେତିକି କମ୍‌ ରହିଛି ତା’ଠାରୁ ଜର୍ନାଲରେ ଏମାନଙ୍କ ସ୍ଥିତି ଆହୁରି ନୂ୍ୟନ ହୋଇଗଲାଣି। ପ୍ରଶିକ୍ଷଣ ଓ ସଂସାଧନ ବାଦ୍‌ ତଥ୍ୟ ବା ସୂଚନା ଓ ଗବେଷଣାଭିତ୍ତିିକ ରିପୋର୍ଟ ପ୍ରସ୍ତୁତ କରି ତାହାକୁ ପ୍ରସାର କରିବାରେ ନେଟଓ୍ବର୍କ ଉପଲବ୍ଧତାର ଗୁରୁତ୍ୱ ରହିଛି। କିନ୍ତୁ ଅର୍ଥନୀତିରେ ଏଭଳି ନେଟଓ୍ବର୍କର ସୁବିଧା ମୁଖ୍ୟତଃ ଉତ୍ତର ଆମେରିକା ଏବଂ ପଶ୍ଚିମ ୟୁରୋପରେ ଅଧିକ ରହିଛି। ବିକାଶଶୀଳ ଦେଶଗୁଡ଼ିକରେ ଏବେ ଅନେକ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ରହିଥିବାରୁ ଏହା ବିରୋଧରେ ସ୍ବର ଉଠିବାର ସମ୍ଭାବନା ରହିଛି। ଏହା ସତ୍ୟ ଯେ, କୌଣସି ପ୍ରକାରେ ଅର୍ଥନୀତିର ବୈଶ୍ୱୀକରଣ ହୋଇପାରିଛିି। ଉତ୍ତର ଆମେରିକା ଓ ପାଶ୍ଚାତ୍ୟ ୟୁରୋପୀୟ ଅର୍ଥନୀତି ବିଭାଗ ଓ ଗବେଷଣା ନେଟ୍‌ଓ୍ବର୍କଗୁଡ଼ିକରେ ବିଦେଶୀ ଗବେଷକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମାତ୍ର ୧୮ ବର୍ଷ ବୟସରେ ଜଣେ ଛାତ୍ର ଭାବେ ମୁଁ ଟର୍କିରୁ ଆମେରିକା ଯାଇଥିଲି ଏବଂ ଏହି ସବୁ ନେଟ୍‌ଓ୍ବର୍କରୁ ଲାଭ ପାଇଥଲି। ଅଗ୍ରଣୀ ଅର୍ଥନୀତିରେ ଗବେଷକମାନେ ମଧ୍ୟ ବିକାଶଶୀଳ ଦେଶଗୁଡ଼ିକ ଉପରେ ଅଧିତ୍କ ଧ୍ୟାନ ଦେଇ ଆସୁଛନ୍ତି। ଅର୍ଥନୀତି ଶିକ୍ଷା କ୍ଷେତ୍ରରେ ବିକାଶଭିତ୍ତିକ ଅର୍ଥନୀତିର ବହୁତ ଗୁରୁତ୍ୱ ରହିଛି ବୋଲି ସେମାନେ ପ୍ରକାଶ କରୁଛନ୍ତି। ବିକାଶଭିତ୍ତିକ ଅର୍ଥନୀତିରେ ଏକ ସ୍ନାତକ ପ୍ରୋଗ୍ରାମ ମୁଁ ହାର୍ଭାର୍ଡ ୟୁନିଭର୍ସିଟିରେ ଚଳାଉଛି। ଏଥିରେ ଆମେରିକାର ଶିକ୍ଷକ ବହୁତ କମ୍‌ ରହିଛନ୍ତି। ଅଧିକ ଶିକ୍ଷକ ରହିଛନ୍ତି ପେରୁ, ଭେନେଜୁଆଲା, ପାକିସ୍ତାନ, ଭାରତ, ଟର୍କି, ଦକ୍ଷିଣ ଆଫ୍ରିକା ଏବଂ କାମେରୁନରୁ। କିନ୍ତୁ ଏହି ସବୁ ସକାରାମତ୍କ ବିକାଶଗୁଡ଼ିକ ସ୍ଥାନୀୟ ତଥ୍ୟ ଏବଂ ଭିତିରି ରହସ୍ୟ ଜାଣିବାର ବିକଳ୍ପ ହୋଇପାରିବ ନାହିଁ। ପାଶ୍ଚାତ୍ୟରେ ଥିତ୍ବା ବିଦେଶୀ ଅର୍ଥନୀତିଜ୍ଞମାନେ ବିଶେଷକରି ଧନୀ ଦେଶଗୁଡ଼ିକର ପ୍ରଭାବଶାଳୀ ବୌଦ୍ଧିକ ପରିବେଶରେ ନିଯୁକ୍ତ ହୋଇଯିବା ବାସ୍ତବରେ ସମସ୍ୟା ସୃଷ୍ଟି କରୁଛି ଓ ଏହା ମଧ୍ୟ ଚିନ୍ତାଜନକ। ଅର୍ଥନୀତି ଉପରେ ଭଲ ଫଳାଫଳ ପାଇବା ଭଳି ସ୍ଥାନୀୟ ପରିସ୍ଥିତି ବା ଘଟଣାର ବାସ୍ତବତା ପ୍ରକାଶ କରିବା ଅତିଥି ଅର୍ଥନୀତିଜ୍ଞମାନଙ୍କ ପକ୍ଷେ କମ୍‌ ସୁଯୋଗ ରହିଛିି, ଯାହା ଷ୍ଟିଗଲିଜ୍‌ ଏବଂ ହିର୍ଶ୍ଚିମ୍ୟାନଙ୍କ କ୍ଷେତ୍ରରେ ହୋଇଛି। ବିଭିନ୍ନ ଶୈକ୍ଷିକ ପରିବେଶରେ ରହିଥିବା ଗବେଷକମାନଙ୍କୁ ଉଚିତ ସ୍ବୀକୃତି ମିଳି ନ ଥିବାରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଏବେ ସୁଦ୍ଧା ଅପ୍ରକାଶ୍ୟ ରହିଯାଇଛି।
ଅର୍ଥନୀତିରେ ଥିବା ଲିଙ୍ଗଗତ ଓ ଜାତିଗତ ବିଷମତାକୁ ଲକ୍ଷ୍ୟ କରି ଏହା ଏବେ ନିଜର ଆମତ୍ପରିଚୟ ଖୋଜିବାରେ ଲାଗିଛି। ଏହି ସବୁ ସମସ୍ୟାକୁ ସମାଧାନ କରିବା ଲାଗି ଉତ୍ତର ଆମେରିକା ଓ ପାଶ୍ଚାତ୍ୟ ୟୁରୋପରେ ଅନେକ ପଦକ୍ଷେପ ନିଆଯିବାର ଯୋଜନା କରାଯାଇଛି। କିନ୍ତୁ ଭୌଗୋଳିକ ବିବିଧତା ପ୍ରସଙ୍ଗଟି ଆଲୋଚନାରୁ ସମ୍ପୂର୍ଣ୍ଣ ବାହାରେ ରହିଯାଇଛି। ଯେ ପର୍ଯ୍ୟନ୍ତ ଆମେ ଏହିସବୁ ସମସ୍ୟାକୁ ସମାଧାନ ନ କରିଛେ, ସେ ଯାଏ ଅର୍ଥନୀତି ଶିକ୍ଷା ବାସ୍ତବରେ ବିଶ୍ୱସ୍ତରୀୟ ହୋଇପାରିବ ନାହିଁ।

ପ୍ରଫେସର, ଇଣ୍ଟର୍‌ନ୍ୟାଶ୍‌ନାଲ ପଲିଟିକାଲ ଇକୋନୋମୀ, ହାର୍ଭାର୍ଡ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଲକ୍‌ଡାଉନ ସମୟରେ ପିଲାମାନେ ଅନ୍‌ଲାଇନ କ୍ଲାସ୍‌ କରୁଥିବା ସମୟରେ ପୁଣେର ଛାତ୍ରମାନେ କିନ୍ତୁ ସେଠାକାର ବରିଷ୍ଟ ନାଗରିକମାନଙ୍କୁ ଏକୁଟିଆ ଅନୁଭବ କରିବାକୁ ଦେଉନାହାନ୍ତି। ଛାତ୍ରମାନେ ସେମାନଙ୍କ...

କାରାଗାର

ନିମାଇଁ ଚରଣ ଲେଙ୍କା ସଂସାରରେ ଦୁଃଖୀଲୋକ ସୁଖୀଲୋକଠାରୁ ଅଧିକ ଭାଗ୍ୟବାନ। କାରଣ ସୁଖଭୋଗ ପୁଣ୍ୟଫଳରୁ ଖର୍ଚ୍ଚହୁଏ, କିନ୍ତୁ ଦୁଃଖଭୋଗ ପାପଫଳରୁ ଖର୍ଚ୍ଚହୁଏ। ଜଣେ ଦୁଃଖଭୋଗ କରୁଥିଲେ...

ଅପାରଦର୍ଶୀ ନିଲାମି ପ୍ରକ୍ରିୟା

ଶ୍ରୀଗିରୀଶ ଜଲିହଲ   ଗରିବ ଓ ସଶସ୍ତ୍ର ବଳକୁ ଡାଲି ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ ୪,୬୦୦ କୋଟି ଟଙ୍କା ମୂଲ୍ୟର ନିଲାମି ପ୍ରକ୍ରିୟା...

ଏଇ ଭାରତରେ

ବୃତ୍ତିରେ ଜଣେ ସାମ୍ବାଦିକ, ହେଲେ ଘରେ ଚାଷ କରି ବର୍ଷକୁ ୭୦ ଲକ୍ଷ ଟଙ୍କା ରୋଜଗାର କରିବା କିଛି କମ୍‌ କଥା ନୁହେଁ। ଏଭଳି ପ୍ରେରଣାଦାୟୀ...

ଏଇ ଭାରତରେ

ମାନବ ସେବା ହିଁ ଈଶ୍ୱର ସେବା। ଏହା ଉପଲବ୍ଧି କରିଛନ୍ତି ଲଦାଖର ଜଣେ ବୌଦ୍ଧ ସନ୍ନ୍ୟାସୀ ଲୋବଜାଙ୍ଗ ଜୋଟ୍‌ପା। ସେ ସେନାର ଅଦରକାରୀ ପାରାଶୁଟ୍‌ ବ୍ୟବହାର...

ମଦବିରୋଧୀ ଆନ୍ଦୋଳନ ତେଜିବା ଦରକାର

ରଘୁନାଥ ମହାପାତ୍ର ଏକ ନିଶାମୁକ୍ତ ସମାଜ ଓ ରାଷ୍ଟ୍ର ଗଠନ ପାଇଁ ସରକାରୀ ଓ ବେସରକାରୀ ସ୍ତରରୁ ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।...

ଶିକ୍ଷକ ନିଯୁକ୍ତି ଓ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ

ଅମରେନ୍ଦ୍ର ଦାସ   ରାଜ୍ୟ କ୍ୟାବିନେଟର ଅନୁମୋଦନ ପରେ ସେପ୍ଟେମ୍ବର ୪, ୨୦୨୦ରେ ରାଜ୍ୟପାଳ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ ଅନୁମୋଦନ କରିଛନ୍ତି। ଅଧ୍ୟାଦେଶର ପ୍ରଥମ...

ତଥାପି ଅନ୍ଧାର ହଟିନାହିଁ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଏବେ ଆଧୁନିକତାର ଉତ୍ତାଳ ପ୍ରୀତି ପ୍ରଳୟ ରୂପ ଧାରଣ କରିଛି ପ୍ରତିଟି ଜନମାନସରେ। ବସ୍ତୁବାଦୀ ସଭ୍ୟତାର ଶିଖର ଆରୋହଣ କରି...

Advertisement
Archives

Model This Week