ଧୋଇଗଲା ଡାଇଭର୍ସନ ରାସ୍ତା, ସ୍କୁଲରୁ ଘରକୁ ଫେରି ପାରିଲେନି ଛାତ୍ରୀ, କହିଲେ କେମିତି କଟାଇଲେ ରାତି…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀରେ ଡାଇଭର୍ସନ ରାସ୍ତା ଧୋଇବା ଘଟଣାରେ ଅନେକ ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଜଣେ ଛାତ୍ରୀ କେତେ ଭୟଭୀତରେ ଅଜଣା ଲୋକଙ୍କ ସହାୟତାରେ ରାତିଟି ବିତାଇଛନ୍ତି ସେ କଥା ବଖାଣିଛନ୍ତି। ଆଉ ତାଙ୍କୁ ସାହାଯ୍ୟ କରିଥିବା ମହିଳାମାନଙ୍କୁ ସେ ବହୁତ ସାଧୁବାଦ ଜଣାଇଛନ୍ତି।

ପ୍ରକାଶ ଯେ, ପ୍ରତିଦିନ ଭଳି ତିଲୋରୀ ପଞ୍ଚାୟତର ଛାତ୍ରୀ ଦାମିନୀ ନାୟକ ତାଙ୍କ ଗ୍ରାମଠାରୁ ପ୍ରାୟ ୧୦ କିମି ଦୂର ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଘରୁ ବାହାରି ବିଦ୍ୟାଳୟରେ ପହଞ୍ଚିଥିଲେ। ଅପରାହ୍ନ ୪ଟାରେ ବିଦ୍ୟାଳୟ ଛୁଟି ପରେ ଘରମୁହାଁ ହୋଇଥିଲେ ଦାମିନୀ।  ସେ ଆଉ ଗୋଟିଏ କିମି ଦୂରତା ହେଲେ ଘରେ ପହଞ୍ଚିଥାନ୍ତେ କିନ୍ତୁ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇହୋଇ ଯାଇଥିବାରୁ ସେ ସେଠାରେ ନିରାଶ ହୋଇଯାଇଥିଲେ। ଘରକୁ କିଭଳି ଯୋଗାଯୋଗ କରିବେ ଚିନ୍ତାରେ ପଡ଼ିଯାଇଥିଲେ। ସେପଟେ ଲଘୁଚାପ ଜନିତ ବର୍ଷା ପ୍ରବଳ ମାତ୍ରାରେ ହେଉଛି ସନ୍ଧ୍ୟା ନଇଁ ଆସୁଛି କଅଁଳ ବୟସ ଛାତ୍ରୀ ଜଣକ ସେଠାରେ ଭୟଭୀତ ହୋଇପଡ଼ିଥିଲେ। ଏହି ସମୟରେ ନିକଟସ୍ଥ ଗ୍ରାମର ୩ ଜଣ ମହିଳା ଦାମିନୀଙ୍କୁ ଦେଖି ପଚାରି ବୁଝିଥିଲେ ଓ ତାଙ୍କୁ ମହିଳାମାନେ ତାଙ୍କ ଘରକୁ ଡାକିଥିଲେ। ଦାମିନୀ ତାଙ୍କୁ ଜାଣି ନ ଥିବାରୁ ପ୍ରଥମେ ଭୟ କରିଥିଲେ ଓ ପରେ ବାଧ୍ୟ ହୋଇ ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ସେଠାରେ ମହିଳାମାନେ ତାଙ୍କୁ ଖାଇବାକୁ ଦେଲେ ଏବଂ ତାଙ୍କ ଘର ଲୋକଙ୍କ ସହ ଫୋନ୍‌ରେ କଥା କରାଇ ଦେଇଥିଲେ ଏବଂ ସକାଳୁ ଦାମିନୀଙ୍କ ବାପା ଅନ୍ୟ ରାସ୍ତା ଦେଇ ବୁଲିବୁଲି ଆସି ଝିଅଙ୍କୁ ସାଥୀରେ ନେଇ ଯାଇଥିଲେ। କେବଳ ଦାମିନୀ ନୁହନ୍ତି, ଏଭଳି ଅନେକ ଛାତ୍ରୀଛାତ୍ର ଏଭଳି ହଇରାଣ ଭୋଗିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?