ତାରିଣୀ ପୀଠରେ ଜିଲାପାଳ, ଏସ୍‌ପି

କେନ୍ଦୁଝର/ଘଟଗାଁ, ୮।୪ (ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶୀଷ ଠାକରେ ଓ ଏସ୍‌ପି ମିତ୍ରଭାନୁ ମହାପାତ୍ର ବୁଧବାର ଘଟଗାଁ ମା’ ତାରିଣୀ ପୀଠକୁ ଯାଇ ସେଠାରେ ମା ଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ପାଳନ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ା ବିଶେଷ କରି କରୋନା ସଂକ୍ରମଣ କିପରି ନ ବ୍ୟାପିବ ସେ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିବା ସହ ବାରିକେଡ ବ୍ୟବସ୍ଥା କରିବାକୁ କହିଥିଲେ।
ଆସନ୍ତା ୯ରୁ ୧୫ତାରିଖ ପର୍ଯ୍ୟନ୍ତ ଘଟଗାଁ ତାରିଣୀଙ୍କ ପ୍ରସିଦ୍ଧ ଚଇତି ଯାତ୍ରା ଅନୁଷ୍ଠିତ ହେବ। ଗତ ବର୍ଷ କରୋନା କଟକଣା ପାଇଁ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଜିଲା ପ୍ରଶାସନ ସ୍ବତନ୍ତ୍ର ଗାଇଡ ଲାଇନ ପ୍ରସ୍ତୁତି କରିଛନ୍ତି ା ପଣା ସଂକ୍ରାନ୍ତି ଓ ମା’ଙ୍କ ବାର ମଙ୍ଗଳବାର ଅର୍ଥାତ ୧୩ ଓ ୧୪ ତାରିଖ ପ୍ରବଳ ଭକ୍ତ ସମାଗମ ହେବା ଆଶଙ୍କା କରି ଉକ୍ତ ଦୁଇ ଦିନ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ୟ ଦିନ ମାନଙ୍କରେ ସାମାଜିକ ଦୂରତ୍ୱ ଓ କୋଭିଡ ଆଇନ ପାଳନ ମୁତାବକ କେବଳ ମା’ଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି। ଦର୍ଶନ ପାଇଁ ଧାଡି ବ୍ୟବସ୍ଥା କରାଯାଇଛି। ଧାଡ଼ିରେ ଠିଆ ନ ହୋଇ ଦର୍ଶନ କରି ଭକ୍ତ ତୁରନ୍ତ ଚାଲିଯିବା ପାଇଁ ବ୍ୟବସ୍ଥା ହେବ। ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ବଳ ମୁତୟନ କରିବା ସହ ପରିସରରେ ବାରିକେଡ ବ୍ୟବସ୍ଥା କରିବାକୁ କୁହାଯାଇଛି। ପ୍ରତ୍ୟେକ ୧୦ ମିଟରରେ ଜଣେ ଲେଖାଏ ସିକ୍ୟୁରିଟି ଗାର୍ଡ ମୁତୟନ ହେବେ। ମନ୍ଦିରକୁ ଠିକ ଭାବରେ ବିଶୋଧନ କରିବା ଉପରେ ଗୁରୁତ୍ୱରୋପ କରାଯାଇଛି ା ନିକଟବର୍ତ୍ତୀ ହୋଟେଲ ଗୁଡ଼ିକରେ ଉପରେ କଡା ନଜର ରଖିବା ପାଇଁ ସ୍ଥାନୀୟ ପ୍ରଶାସନଙ୍କୁ ଆଦେଶ କରାଯାଇଛି। ବୈଦ୍ୟୁତିକ ଗଣମାଧ୍ୟମ, ମା’ଙ୍କ େଓବ ସାଇଟ ତଥା ଏଲଇଡି ଟିଭି ମାଧ୍ୟମରେ ଉକ୍ତ ଦୁଇ ଦିନ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଛି ା
ଜିଲାପାଳ ଓ ଏସପି ପ୍ରଥମେ ଟ୍ରଷ୍ଟ ବୋର୍ଡ ସହିତ ଆଲୋଚନା କରି ମନ୍ଦିର ପରିସର ବୁଲି ପ୍ରସ୍ତୁତି ଦେଖିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ବରିଷ୍ଠ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ବଳଭଦ୍ର ନନ୍ଦ, ନିର୍ମଳ କୁମାର ମହାନ୍ତି, ଆନନ୍ଦ ଚନ୍ଦ୍ର ସିଂହ, କାର୍ଯ୍ୟନିର୍ବାହୀ ସଞ୍ଜୀବ ମହାପାତ୍ର, ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ତହସିଲଦାର ଜନକ ନାୟକ, ଏସଡିପିଓ ରବିନ୍ଦ୍ର ମଲ୍ଲିକ, ଥାନା ଅଧିକାରୀ ଶ୍ୟାମଘନ ବେହେରା, ବିଡିଓ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର-ଭଦ୍ରକ ଜିଲା ସୀମାରେ ବଢ଼ିଲା ସୁରକ୍ଷା: ପହରା ଦେଉଛି ପୋଲିସ

କେନ୍ଦୁଝର,୨୫।୪(ସ୍ବ.ପ୍ର.): ରାଜ୍ୟରେ ଭଦ୍ରକ ଜିଲା କରୋନା ସଂକ୍ରମଣରେ ଦ୍ୱିତୀୟ ସମସ୍ୟା ବହୁଳ ଜିଲା ଭାବରେ ପରିଗଣିତ ହେଉଛି। ତେବେ ଭୟରେ ବହୁଲୋକ ରାତି ଅଧରେ ବିଭିନ୍ନ...

ଲକ୍‌ଡାଉନ ଗାଇଡ୍‌ଲାଇନ୍‌ କହିଲେ ଜିଲାପାଳ

କେନ୍ଦୁଝର,୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ ଥାକରେ ମଙ୍ଗଳବାର ଖବରଦାତା ସମ୍ମିଳନୀରେ ଆସନ୍ତାକାଲି ଅର୍ଥାତ୍‌ ୫ ତାରିଖରୁ ରାଜ୍ୟ ସରକାର ଘୋଷଣା କରିଥିବା ଲକ୍‌ଡାଉନ୍‌ ପାଇଁ ଜିଲା...

ବଳାତ୍କାର ମାମଲାରେ ନାବାଳକଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର,୧୯।୪(ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ମାମଲାରେ ସ୍ଥାନୀୟ ଅତିରିକ୍ତ ଜିଲା ଓ ସ୍ପେଶାଲ ଜଜ୍‌ ଲୋକନାଥ ସାହୁ...

ଲୁହା ପଥର ପରିବହନକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟଣା: ଜଣେ ଅଭିଯୁକ୍ତ ଗିରଫ

ଯୋଡ଼ା, ୭।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ାଠାରେ ଲୁହା ପଥର ପରିବହନକୁ କେନ୍ଦ୍ରକରି ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଯୋଡା ଥାନା ପୋଲିସ ଗୁରୁବାର ଜଣେ ଅଭିଯୁକ୍ତଙ୍କୁ...

ନାବାଳକଙ୍କ ମୃତଦେହ ଜବତ ମାମଲା: ଦୁଇ ଜଣଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

କେନ୍ଦୁଝର,୩୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ କରଙ୍ଗାଡିହି ଗ୍ରାମର ରଙ୍ଗାଧର ମହାକୁଡଙ୍କ ପୁଅ ଫକିର ମହାକୁଡ(୮) ମୃତ୍ୟୁର କାରଣ ଅଦ୍ୟାବଧି ଜଣାପଡିନାହିଁ। ଏଭଳିସ୍ଥିତିରେ ପୋଲିସ...

ବିଜୁ ଜୟନ୍ତୀ ପାଳିତ

କେନ୍ଦୁଝର, ୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟଠାରେ ଗୁରୁବାର ଦିନ ଜିଲା ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଜୁ ଛକଠାରେ ଥିବା...

ଖଣି ଖାଦାନ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟର ସମ୍ଭାର

ନରେଶ ଚନ୍ଦ୍ର ପଟ୍ଟନାୟକ କେନ୍ଦୁଝର,୧୦ା୧: ବଣପାହାଡ଼ ଘେରା କେନ୍ଦୁଝର ଜିଲାରେ ଅଗଣିତ ଜଳପ୍ରପାତ ରହିଛି। ପ୍ରାକୃତିକ ପରିବେଶ ମଧ୍ୟରେ ଏହା ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ...

କେନ୍ଦୁଝରରେ କରୋନା ସନ୍ଦିଗ୍ଧ ନେଇ ଚର୍ଚ୍ଚା

କେନ୍ଦୁଝର,୪।୩(ସ୍ବ.ପ୍ର.): ଆଣ୍ଡାମାନରୁ ଫେରିଥିବା ଜଣେ କରୋନା ସନ୍ଦିଗ୍ଧଙ୍କୁ ବୁଧବାର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ହରିଚନ୍ଦନପୁର ଡାକ୍ତରଖାନାର ଜଣେ ଡାକ୍ତର ତାଙ୍କୁ...

Advertisement
Archives

Model This Week