ଲୋକଙ୍କ ପାଖରେ ପହଞ୍ଚିଲେ ଜିଲାପାଳ: ଶୁଣିଲେ ୧୩୩ ଅଭିଯୋଗ, ପ୍ରତିଶ୍ରୁତି ଦେଇ କହିଲେ…

ଦାରିଙ୍ଗବାଡ଼ି,୧୯ା୫(ଅରୁଣ ସାହୁ): କନ୍ଧମାଳ ଗିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ସୋମବାର ଲୋକଙ୍କ ବିଭିନ୍ନ ଅଭିଯୋଗକୁ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଏବଂ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣି ହରିଶ ବି.ଶି ଶୁଣିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ସାମୁହିକ ଏବଂ ବ୍ୟକ୍ତିଗତ ଶତାଧିକ ଅଭିଯୋଗର ଶୁଣାଣି କରାଯାଇଥିଲା। ବୁଡ଼ାଗଡ଼ାଠାରେ ଶୀଘ୍ର ଫାଣ୍ଡିକୁ କାର୍ଯ୍ୟକ୍ଷମ କରାଯିବା ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯିବାକୁ ସରପଞ୍ଚ ତାତୁରା ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ବୁଲୁ ସାହୁ, କୁଳମଣି ପାତ୍ର ପ୍ରମୁଖ ଲିଖିତ ଅଭିଯୋଗ କରିଥିଲେ ଜୁନ୍‌ ସୁଦ୍ଧା ଏହାର ଶୁଭାରମ୍ଭ କରାଯିବାକୁ ଯୋଜନା କରାଯାଇଥିବା ଏସ୍‌ପି ବୁଡ଼ାଗୁଡ଼ାବାସୀଙ୍କୁ କହିଥିଲେ।

ସେହିପରି ଦାରିଙ୍ଗବାଡ଼ିରେ ମୋବାଇଲ ସେବା ବାରମ୍ବାର ଅଚଳ ହେଉଛି। ତେଣୁ ଘରୋଇ ୪-ଜି କିମ୍ବା ୫-ଜି ସେବା ଯୋଗାଇଦେବା ସହ ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା କୁହାଯାଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇପାରୁ ନ ଥିବା ନେଇ ଦାସିଙ୍ଗବାଡ଼ିର ରାଜୀବ ମଲିକ ଅଭିଯୋଗ କରିଛନ୍ତି। ସେହିପରି ସିର୍କାବର୍ଗ ପଞ୍ଚାୟତର ଏକାଧିକ ଗ୍ରାମରେ ଜଳ ସଙ୍କଟ ସହ ମୋବାଇଲ ସେବା ବିପର୍ଯ୍ୟୟ ରହିଥିବା ଅଭିଯୋଗ ହୋଇଥିଲ। ସେହିପରି ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଲୋକଙ୍କ କାର୍ଯ୍ୟ ବିଶେଷ କରି ବିଭିନ୍ନ ପ୍ରମାଣ ପତ୍ର ପାଇଁ ତହସିଲ କାର୍ଯ୍ୟାଳୟ ଯାଇ ହଇରାଣ ଭୋଗୁଥିବା ଅଭିଯୋଗ କରିଛନ୍ତି ନାରୀନେତ୍ରୀ ବିଳାସିନୀ ନାୟକଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଥିଲେ। ସେହିପରି ପାଡାନକେତା ଗ୍ରାମର ରଞ୍ଜିତ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ପ୍ରକଳ୍ପ କରିବା ପାଇଁ ଅନୁମତି ମିଳିଥିବାବେଳେ ସେ କାର୍ଯ୍ୟ ଶେଷ କରିଥିଲେ ମଧ୍ୟ ତାଙ୍କ ପ୍ରାପ୍ୟ ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି। ମୋଟ୍‌ ୧୧ ଲକ୍ଷ ୬୬ ହଜାର ଗୃହ ନିର୍ମାଣ ଓ ଗୋପାଳନ ପାଇଁ ରହିଛି କିନ୍ତୁ ପ୍ରାପ୍ୟ ଦିଆଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଦାରିଙ୍ଗବାଡ଼ିକୁ ପ୍ଲାଷ୍ଟିକ ଫ୍ରି ପାଇଁ ପଦକ୍ଷେପ ନେବା ସହ ଦାରିଙ୍ଗବାଡ଼ିକୁ ଏନ୍‌ଏସି ଘୋଷଣା ପାଇଁ ପଦକ୍ଷେପ ନେବା ଆଦି ଦାବି ରହିଛି। ସେହିପରି ସରାମୁଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ମୁଠାମାଝି ବାରମ୍ବାର ପୂର୍ବ ସରକାର ଏବଂ ଏବେ ନୂତନ ସରକାର ଆସିବା ପରେ ମଧ୍ୟ ଅଭିଯୋଗ କରିଆସୁଥିଲେ ମଧ୍ୟ ତାଙ୍କ ଅଭିଯୋଗର କୌଣସି ପ୍ରଭାବ ନ ପଡ଼ିବା ନେଇ ଉଦବେଗ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ସରାମୁଳିରେ ଏକ ବସ୍‌ଷ୍ଟାଣ୍ଡ ଏବଂ ସାପ୍ତାହିକ ହାଟ ପାଇଁ ଜମି ଚି଼ହ୍ନଟ କରିବାକୁ ବାରମ୍ବାର ଦୌଡୁଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦେବାକୁ କହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ବସୁନ୍ଧରା ଯୋଜନାରେ ତାମାଙ୍ଗି ଅଞ୍ଚଳବାସୀଙ୍କୁ ମୋଟ ୩୭ଜଣଙ୍କୁ ଘରବାରୀ ପଟ୍ଟାକୁ ଜିଲାପାଳ ଅମ୍ରିତ ଋତୁରାଜ ବଣ୍ଟନ କରିଥିଲେ। ଏହି ଅଭିଯୋଗ ଶୁଣାଣିକୁ ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ ପରିଚାଳନା କରିଥିବା ବେଳେ ଜିଲାପାଳ ଏବଂ ଏସ୍‌ପିଙ୍କ ସମେତ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରାଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ପଦାଧିକାରୀ, ଉପଖଣ୍ଡ ଅଧିକାରୀ ଓ ବ୍ଲକ ଅଧିକାରୀମାନେ ଯୋଗଦେଇଥିଲେ। ମୋଟ୍‌ ୧୩୩ଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ବ୍ୟକ୍ତିଗତ ୭୧ଟି ଏବଂ ସାମୁହିକ ୬୨ଟି ଅଭିଯୋଗ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?