ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ: ୪୫ ଲକ୍ଷ ମଞ୍ଜୁର ପରେ…

କେସିଙ୍ଗା,୧୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଜାତୀୟ ରାଜପଥର ଆମ୍ବେଦକର ଛକଠାରୁ କଲେଜ ରୋଡ଼ ଦେଇ ଡୁମେର ମୁଣ୍ଡା ସାହୁ ପଡା ଏବଂ ରୁପ୍ରା ଗ୍ରାମ ଦେଇ ଜୁରାଡ଼ବ୍ରା ଜାତୀୟ ରାଜପଥ ୫୯କୁ ସଂଯୋଗ ହୋଇଥିବା ରାସ୍ତାର ଅଂଶ ହେଉଛି ସାହୁପଡାର ଶୋଚନୀୟ ରାସ୍ତା। ସାହୁ ପଡା ଓ କେନ୍ଦୁଲିପ ଦୁଇ ଜାଗାରେ ଥିବା ସାଢେ ଛ ଶହ ମିଟର ରାସ୍ତାଟି ଆଜକୁ ବର୍ଷ ବର୍ଷ ବିତି ଯାଉଥିଲା ପିଚୁ ରାସ୍ତା ହୋଇ ନ ଥିଲା। ଏହି ରାସ୍ତାରେ ଅଧିକାଂଶ ବର୍ଷା ଋତୁରେ କାଦୁଅ ହୋଇ ଯାନବାହନ, କଲେଜ ଛାତ୍ରୀଛାତ୍ର, ବୁଢାବୁଢ଼ୀ ଗମନାଗମନ ବେଳେ କାଦୁଅରେ ପଡିଯାଇ ଖଣ୍ଡିଆ ଖାବରା ହେଉଥିଲେ। ଅଞ୍ଚଳବାସୀ ବହୁ ବାର ଜିଲାପାଳ ଜନଶୁଣାଣି ଶିବିର, ବିଭାଗୀୟ ପି.ଡବ୍ଲୁ, ଡ଼ିର ଏସି, ଏସ.ଡ଼ି.ଓରେ ପିଚୁ ରାସ୍ତା ନିର୍ମାଣ ପାଇଁ ଲିଖିତ ଅଭିଯୋଗ କରିଥିଲେ।

ଆଜିକୁ ପ୍ରାୟ ୫୦ ବର୍ଷ ବିତିଯାଇଥିଲା । ଜମି ବିବାଦକୁ ନେଇ ଅନେକ ସମସ୍ୟା ଦେଖା ଯାଇଥିଲା। କିନ୍ତୁ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଏବଂ ପି.ଡବ୍ଲୁ.ଡ଼ି.ବିଭାଗ ଓ ସାହୁ ପଡାର ଜମି ମାଲିକଙ୍କ ସହ ବୁଝାମଣା ପରେ ଜିଲାପାଳ ସାଢେ ଛ ଶହ ମିଟର ରାସ୍ତା ନିର୍ମାଣ ପାଇଁ ୪୫ ଲକ୍ଷ ମଞ୍ଜୁର କରି ପି.ଡବ୍ଲୁ.ଡ଼ି ବିଭାଗକୁ ପିଚୁ ରାସ୍ତା ନିର୍ମାଣର ଦାୟିତ୍ୱ ଦେଇଥିଲେ। ଉକ୍ତ ବିଭାଗର ଉଚ୍ଚ ଅଧିକାରୀ ଏସି ଏବଂ କନିଷ୍ଠ ଯନ୍ତ୍ରୀଙ୍କ ନେତୃତ୍ୱରେ ଟେଣ୍ଡର ଡାକି କେସିଙ୍ଗାର ଜଣେ ଠିକାଦାରଙ୍କୁ ଏହି ରାସ୍ତା ନିର୍ମାଣ ପାଇଁ ଦାୟିତ୍ୱ ଦିଆଗଲା। ଗୋଟିଏ ସପ୍ତାହ ମଧ୍ୟରେ ରାସ୍ତା ଉପରେ ପଥର ଗୁଣ୍ଡ ଚିପିସ ପକାଇ ରାସ୍ତାକୁ ସମତୁଲ କରିଥିଲେ। ଗତ ଦୁଇ ଦିନ ମଧ୍ୟରେ ପିଚୁ ପକାଇ ରାସ୍ତାଟି ନିର୍ମାଣ କରିଥିଲେ। ବର୍ତ୍ତମାନ ନିର୍ଭୟରେ ଲୋକମାନେ ସୁବିଧାରେ ଗମନାଗମନ କରି ପାରୁଥିବାରୁ ଅଞ୍ଚଳବାସୀ ଜିଲାପାଳଙ୍କୁ ଧନ୍ୟବାଦ ଜଣାଇ ଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ କରଙ୍କୁ ପଚାରିବାରୁ ଲୋକଙ୍କ ସୁବିଧା ପାଇଁ ଗୋଟିଏ ସପ୍ତାହ ମଧ୍ୟରେ ପିଚୁ କାମ ଶେଷ କାରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା

ହାଟଡିହୀ/ଛେନାପଦୀ,୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ସ୍ଥାୟୀ ବସ ଷ୍ଟାଣ୍ଡ ନାହିଁ କି ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯାହାଫଳରେ ବାଧ୍ୟ ହୋଇ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri