ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ ‘ସମ୍ପୂର୍ଣ୍ଣତା ଅଭିଯାନ ୨.୦’ର ବ୍ଲକ ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମାତ୍ର ଅଞ୍ଚଳର ମୌଳିକ ସମସ୍ୟା ଓ ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟସ୍ତ ଅବସ୍ଥା ନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ନଦେଇ ମୁହଁ ମୋଡ଼ି ଚାଲିଯିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଚେତନତା ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟରୁ ବାହାରି ମା’ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଯାଇ ଜନସାଧାରଣଙ୍କୁ ଅଭିଯାନ ସମ୍ପର୍କରେ ଅବଗତ କରାଇଥିଲା।

ବୁଧବାର ଅନୁଷ୍ଠିତ ହୋଇଥିବା ପ୍ରି-ଲଞ୍ଚ ପ୍ରତିଯୋଗିତା (ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ)ରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସ୍ଥାନୀୟ କଲେଜ ଓ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିସରରେ ସମନ୍ବିତ ଶିଶୁ ବିକାଶ ସେବା (ICDS), ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପଶୁ ସମ୍ପଦ, କୃଷି, ଶିକ୍ଷା ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ବତନ୍ତ୍ର ଷ୍ଟଲ୍ମାନ ଖୋଲାଯାଇ ସରକାରୀ ଯୋଜନା ସମ୍ପର୍କରେ ପ୍ରଦର୍ଶନୀ କରାଯାଇଥିଲା। ବିଶେଷ କରି ଗର୍ଭବତୀ ମହିଳା ଓ ଶିଶୁଙ୍କ ପୁଷ୍ଟିହୀନତା ଦୂରୀକରଣ ପାଇଁ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ଜିଲା ଯୋଜନା ଅଧିକାରୀ (District Planning Officer) ଶ୍ରୀକାନ୍ତ ଦଳେଇଙ୍କ ସୂଚନା ଅନୁଯାୟୀ, ୨୦୨୩ ମସିହାରୁ ଏହି ବ୍ଲକ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ଆକାଂକ୍ଷା ବ୍ଲକ’ ଭାବେ ମାନ୍ୟତା ପାଇଛି।

ଆସନ୍ତା ଏପ୍ରିଲ ୧୪ ତାରିଖ ସୁଦ୍ଧା ୬ଟି ପ୍ରମୁଖ ସୂଚକାଙ୍କ (Indicators) ରେ ଶତ ପ୍ରତିଶତ ସଫଳତା (Saturation) ହାସଲ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ସେହିପରି ଆକାଂକ୍ଷା ଜିଲା ପ୍ରୋଗ୍ରାମରେ ୫୦୦ଟି ସୂଚକାଙ୍କରେ ସନ୍ତୁଳନ ରକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି। ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଭିନ୍ନ ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ବଣ ପାହାଡ଼ ଘେରା ଏହି ଦୁର୍ଗମ ଅଞ୍ଚଳରେ ଆଜି ବି ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ ଭଳି ମୌଳିକ ସମସ୍ୟା ଜଟିଳ ହୋଇ ରହିଛି। ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁ କେବଳ ରାଜକୋଷରୁ ଅର୍ଥ ଖର୍ଚ୍ଚ ହେଉଛି। କିନ୍ତୁ ପ୍ରକୃତ ବିକାଶ ହେଉନାହିଁ ବୋଲି ସ୍ଥାନୀୟ ଆଇନଜୀବୀ ଓ ଜନସାଧାରଣ ମତ ପ୍ରକାଶ କରିଛନ୍ତି।
ଏହି ସଭାରେ ବିଜେପି ବରିଷ୍ଠ ନେତା ପବିତ୍ର ନାଏକ, ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ବିଡିଓ ଧ୍ରୁବ ଚରଣ ମୁଦୁଲି, ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ଅତିରିକ୍ତ ତହସିଲଦାର ତପନ କୁମାର ପତି ପ୍ରମୁଖ ମଞ୍ଚାସୀନ ଥିଲେ। ‘ଆକାଂକ୍ଷା ବ୍ଲକ ଅଫିସର’ ପ୍ରଦ୍ୟୁମ୍ନ କୁମାର ସାହା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଆଶା ଓ ଅଙ୍ଗନୱାଡ଼ି କର୍ମୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?