ଜିଲା ଚିକିତ୍ସାଳୟରେ ଚିକିତ୍ସା ଢିଲା

ଢେଙ୍କାନାଳ ଅଫିସ,୫।୮: ସାତ ମହଲା କୋଠା। ତଳେ ଛିଡ଼ାହେଲେ ନଭଶ୍ଚୁମ୍ଭୀ ଅଟ୍ଟାଳିକାକୁ ଆଖିପାଉନି। ରୋଗୀ ଯେପରି ହାତପାଆନ୍ତାରେ ଗୁଣାତ୍ମକ ସେବା ପାଇପାରିବେ, ସେଥିଲାଗି କିଣାଯାଇଛି ଅତ୍ୟାଧୁନିକ ଉପକରଣ। ଏସବୁରେ ଖର୍ଚ୍ଚ ହୋଇଛି ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା। କୋଠା ଅଛି, ସରଞ୍ଜାମ ବି ଅଛି। ହେଲେ ଚିକିତ୍ସା କରିବାକୁ ନାହାନ୍ତି ଡାକ୍ତର। ଢେଙ୍କାନାଳ ଜିଲା ଚିକିତ୍ସାଳୟରେ ଏଭଳି ଢିଲା ଅବସ୍ଥା ରୋଗୀଙ୍କ ଭରସା ଭାଙ୍ଗୁଥିବାବେଳେ ବଦନାମ ମୁଣ୍ଡାଉଛି ସ୍ବାସ୍ଥ୍ୟ ବିଭାଗ।
ଶିଳ୍ପ ସମୃଦ୍ଧ ଢେଙ୍କାନାଳର ସ୍ବାସ୍ଥ୍ୟସେବାର ମୁଖ୍ୟ ଅନୁଷ୍ଠାନ ଜିଲା ଚିକିତ୍ସାଳୟର ସ୍ବାସ୍ଥ୍ୟ ବିଗିଡ଼ିଯାଇଛି। ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି ରୋଗୀସେବା। ଡାକ୍ତରଙ୍କ ପାଇଁ ଗଣ୍ଡାଗଣ୍ଡା ପ୍ରକୋଷ୍ଠ ଉପଲବ୍ଧ ଥିବାବେଳେ ଅଧିକାଂଶ ବନ୍ଦ। କାରଣ ମୋଟ୍‌ ୫୮ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ୩୪ଟି ଖାଲି ପଡ଼ିଛି। ଷ୍ଟାଫ୍‌ନର୍ସ, ସ୍ବାସ୍ଥ୍ୟକର୍ମୀ ଏବଂ ଅନ୍ୟ ପଦପଦବୀରେ ସମାନ ସମସ୍ୟା ଲାଗି ରହିଛି। ଫଳରେ ଜିଲାବାସୀ ନିର୍ଭର କରୁଥିବା ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନାକୁ ଗୁରୁତର ଅବସ୍ଥାରେ ରୋଗୀ ଆସିଲେ କଟକ ରେଫର କରିଦିଆଯାଉଛି। ତେଣୁ ଜିଲା ଚିକିତ୍ସାଳୟ ଏବେ ରେଫେରାଲ ହସ୍ପିଟାଲ ପାଲଟିଛି ବୋଲି ବୁଦ୍ଧିଜୀବୀମାନେ କଟାକ୍ଷ କରୁଛନ୍ତି। ଅନ୍ୟପଟେ ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ହୋଇ ନ ପାରି ଅନେକ ମେଶିନ ଖରାପ ହୋଇଗଲାଣି। ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିବା ଆଶଙ୍କା ଦେଖାଦେଇଛି।
ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ବଡ଼ ସମସ୍ୟା ପାଲଟିଥିବାବେଳେ ସେବା ନ ପାଇ ଅନେକ ସମୟରେ ଆଖି ବୁଜୁଛନ୍ତି ରୋଗୀ। ଏହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ପୋଲିସ, ଜିଲା ପ୍ରଶାସନର ପଦସ୍ଥ ଅଧିକାରୀ ହସ୍ତକ୍ଷେପ କରିବା ଯାଏ କଥା ଯାଉଛି। ସମୀକ୍ଷା ବୈଠକରେ ଜିଲାର କୌଣସି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ଯେପରି ନିରାଶ ନ ହୋଇ ଫେରନ୍ତି, ସେଥିଲାଗି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଉଛି। ଉନ୍ନତ ରୋଗୀସେବାର ନୀଳନକ୍ସା ପ୍ରଦର୍ଶନ କରାଯାଉଛି। ରିପୋର୍ଟ କାର୍ଡ ଦେଖାଇ ବାହାବା ନେଉଛନ୍ତି ବିଭାଗୀୟ ଅଧିକାରୀ। ହେଲେ ରୋଗୀ ଜୀବନ ସଙ୍କଟରେ ପଡ଼ିଥିବାବେଳେ ଦାୟିତ୍ୱବାନ ହେବା ବଦଳରେ ଅତି ହାଲୁକାରେ ନେଉଛନ୍ତି ଡାକ୍ତର, ଯାହା ରୋଗୀ ମୃତ୍ୟୁର କାରଣ ପାଲଟୁଛି। ବିଶେଷ କରି ଜିଲା ଚିକିତ୍ସାଳୟରେ ବାରମ୍ବାର ଏଭଳି ଅବ୍ୟବସ୍ଥାର ଚିତ୍ର ପଦାକୁ ଆସୁଛି, ଯାହାକୁ ନେଇ ରୋଗୀ, ସମ୍ପର୍କୀୟ ଏବଂ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏହାକୁ ଗୁରୁତ୍ୱର ସହ ନେଇ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି।
ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରାଯାଉଛି। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ନର୍ସିଂହୋମ୍‌ ସେବାରେ ଡାକ୍ତର
ଢେଙ୍କାନାଳ ଜିଲା ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଖାଲି ୭ମହଲା କୋଠା କରିଦେଲେ କ’ଣ ହେବ, ବିଶେଷଜ୍ଞ ନାହାନ୍ତି। ଯେଉଁ କେତେଜଣ ଡାକ୍ତର ଅଛନ୍ତି ସେମାନେ ନର୍ସିଂହୋମ୍‌ ସେବାରେ ଲାଗିପଡ଼ିଛନ୍ତି। ଜନସାଧାରଣ ସେବା ନ ପାଇ କଟକ, ଭୁବନେଶ୍ୱର ଯାଉଛନ୍ତି। ଏଭଳି ଅବ୍ୟବସ୍ଥା ପାଇଁ ସରକାର ଦାୟୀ।
-ପଙ୍କଜ କୁମାର ନାୟକ, ସାମାଜିକ କର୍ମୀ

ଅଚଳ ହୋଇପଡ଼ିଛି ଉପକରଣ
ଜିଲା ଚିକିତ୍ସାଳୟ ଉପରେ ଜିଲାବାସୀ ନିର୍ଭର କରୁଥିବାବେଳେ ଉନ୍ନତମାନର ସ୍ବାସ୍ଥ୍ୟ ପରୀକ୍ଷା ଉପକରଣ ସବୁ ଅଚଳ ହୋଇପଡ଼ିଛି। ଡାକ୍ତର ଅଭାବ ଏବଂ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟୁଛି। ସ୍ବାସ୍ଥ୍ୟ ଅନୁଷ୍ଠାନ ପ୍ରତି ଲୋକଙ୍କ ଭରସା ରହୁନି। ଏଥିପ୍ରତି ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଯତ୍ନବାନ ହେବା ଉଚିତ।
-ବିଶ୍ୱନାଥ ବେହେରା, ମିଳିତବଜାର ପୂଜା କମିଟି ସଭାପତି

ଶିଶୁ ମୃତ୍ୟୁ ଘଟଣା ଦୁର୍ଭାଗ୍ୟଜନକ
ଜିଲା ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଦୁଃଖଦ ଓ ଦୁର୍ଭାଗ୍ୟଜନକ ଘଟଣା। ଦାୟିତ୍ୱରେ ଥିବା ଡାକ୍ତରଙ୍କ ଦାୟିତ୍ୱହୀନତା ନିନ୍ଦନୀୟ। ଜିଲା ମୁଖ୍ୟ ଚିକିତ୍ସାଳୟ ରୋଗୀଙ୍କ ବିଶ୍ୱାସ ହରାଇଛି। ଡାକ୍ତର ନ ଥିବାରୁ ଡାକ୍ତରଖାନା ମୃତ୍ୟୁର ଦ୍ୱାର ପାଲଟିବାରେ ଲାଗିଛି। ଶିଶୁ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
-ରାଜକିଶୋର ବେହେରା, ମାନବାଧିକାର କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri