କପିଳାସ ଅଭୟାରଣ୍ୟରେ ଲାଗିବ ୬୦ କ୍ୟାମେରା

ଢେଙ୍କାନାଳ ଅଫିସ,୫।୮: ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରେ ଲାଗିବ ୬୦ ଟ୍ରାପ୍‌ କ୍ୟାମେରା। ପ୍ରତି ୨ ବର୍ଗ କିଲୋମିଟର ପରିଧିରେ ଗୋଟିଏ ଲେଖାଏ କ୍ୟାମେରା ଖଞ୍ଜାଯିବ। ପୂର୍ବରୁ ଲାଗିଥିବା କ୍ୟାମେରାର ବିପରୀତ ପାର୍ଶ୍ୱରେ ନୂତନ କ୍ୟାମେରା ଲଗାଯିବ। ଫଳରେ ଉଭୟ ପାର୍ଶ୍ୱରୁ ଜୀବଜନ୍ତୁଙ୍କ ଫଟୋଚିତ୍ର କଏଦ ହୋଇପାରିବ। ତ୍ରୁଟିଶୂନ୍ୟ ବାଘ ଗଣନା ପାଇଁ ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ ଏଭଳି ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କପିଳାସ ଅଭୟାରଣ୍ୟରେ କ୍ୟାମେରା ଲାଗିବା ପରେ ପର୍ଯ୍ୟାୟକ୍ରମେ କାମାକ୍ଷାନଗର ଉପଖଣ୍ଡ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲ ଏବଂ ହିନ୍ଦୋଳ ରେଞ୍ଜ୍‌ର କନ୍ଧରା ସଂରକ୍ଷିତ ଜଙ୍ଗଲରେ ୬୦ ଲେଖାଏ ଟ୍ରାପ୍‌ କ୍ୟାମେରା ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି। କ୍ୟାମେରା ଲାଗିବା ପରେ ଜିଲାରେ କେତେ ବାଘ ଅଛନ୍ତି, ତାହାର ସ୍ପଷ୍ଟ ଚିତ୍ର ମିଳିପାରିବ।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶ ଚାନ୍ଦ ଗୋଗିନେନି କୁହନ୍ତି, ବାଘ ଗଣନା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏକାକାଳୀନ ବାଘର ଉଭୟ ପାର୍ଶ୍ୱର ଫଟୋ ନେବା ନିମନ୍ତେ କପିଳାସ ଅଭୟାରଣ୍ୟରେ ଅତିରିକ୍ତ ୬୦ଟି ଟ୍ରାପ୍‌ କ୍ୟାମେରା ଲାଗିବ। ଏହାପରେ ଜିଲାର ଅନ୍ୟ ସଂରକ୍ଷିତ ଜଙ୍ଗଲରେ କ୍ୟାମେରା ଲଗାଯିବ। ସମସ୍ତ ତଥ୍ୟ ହସ୍ତଗତ ହେବା ପରେ ସରକାରଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବରିଷ୍ଠ  ଆଇପିଏସ୍‌ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ଅଗ୍ନିଶମ ଡିଜି ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଅଗ୍ନିଶମ ଡିଜି ବିନୟତୋଷ ମିଶ୍ରଙ୍କଠାରୁ...

‘୫-ଟି’କୁ କଟାକ୍ଷ କଲେ ସୁର: କହିଲେ ‘ଟି ନା ଚା’

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟବାସୀଙ୍କୁ ସୁଶାସନ ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘୫-ଟି’ କାର୍ଯ୍ୟକ୍ରମକୁ ବିଭିନ୍ନ ସମୟରେ ବିରୋଧୀ ଦଳ ପକ୍ଷରୁ ସମାଲୋଚନା...

ବିପ୍ଳବଜିତ୍‌ ଭଦ୍ରକ ଜିଲାରେ ମାଟ୍ରିକ ଟପ୍ପର

ପଦ୍ମପୁର,୩୦ା୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଢୁଆଁ କୁମାରପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ବିପ୍ଳବଜିତ୍‌ ମିଶ୍ର ଚଳିତ ମାଟ୍ରିକ ପରୀକ୍ଷାରେ ୫୭୧ ମାର୍କ ରଖି ଜିଲାରେ...

ପଥରଖାଦାନ ବ୍ଲାଷ୍ଟିଙ୍ଗ: ନଷ୍ଟ ହେଉଛି ଫସଲ

ସମ୍ବଲପୁର, ୧୪।୮ (ଶୁଭାଶିଷ ପାଢ଼ୀ): ରାଜସ୍ବ ଆଦାୟ କରିବା ପାଇଁ ସରକାରୀ ସ୍ତରରେ ପଥରଖାଦାନଗୁଡିକ ଲିଜ୍‌ ସୂତ୍ରରେ ଦିଆଯାଉଛି। ହେଲେ ଲିଜ୍‌ ଦେବା ପରେ ପଥରଖାଦାନ...

କୋଭିଡ୍‌ ଯୋଦ୍ଧାଙ୍କ ମୃତ୍ୟୁ ପରେ ପୁଅ ହେଲେ ସରପଞ୍ଚ

ଜୁନାଗଡ଼,୨୫।୨: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରୀଗୁଡ଼ା ପଞ୍ଚାୟତ ଉପନିର୍ବାଚନର ଗୁରୁବାର ଫଳାଫଳ ଘୋଷଣା ହୋଇଛି। ଭଇଁରୀଗୁଡ଼ାର ନୂତନ ସରପଞ୍ଚ ଭାବେ ମୃତ କୋଭିଡ୍‌ ଯୋଦ୍ଧା...

ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ, ଜଣେ ଗୁରୁତର

ପବିତ୍ରନଗର,୯ା୪(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ତାଳଚେର ବନାଞ୍ଚଳ କଣିହାଁ ବ୍ଲକ ବିରୁ ଗ୍ରାମର ଭାଗବତ ଦେହୁରୀଙ୍କୁ ଗୁରୁବାର ହାତୀ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭଳି ଓଏସ୍‌ଏସ୍‌ସି ପରୀକ୍ଷା ପ୍ରଶ୍ନପତ୍ର: ଭାଜପା

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ଓଡ଼ିଶା ମୁଖ୍ୟମନ୍ତ୍ରୀ ଯେମିତି ଓଡ଼ିଆ କୁହନ୍ତି, ଠିକ୍‌ ସେମିତି ଓଏସ୍‌ଏସ୍‌ସି ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାର ଓଡ଼ିଶାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ...

‘ଖେଲୋ ଇଣ୍ଡିଆ’ ଅଧୀନକୁ ଯିବ ସାଇ କ୍ରୀଡ଼ା ଛାତ୍ରାବାସ

ଢେଙ୍କାନାଳ ଅଫିସ, ୧୦।୧୦ ଢେଙ୍କାନାଳରେ ଥିବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଛାତ୍ରାବାସ ‘ଖେଲୋ ଇଣ୍ଡିଆ’ ଅଧୀନକୁ ଯିବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ...

Advertisement
Archives

Model This Week