ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କୁ ଲାପଟପ ବଣ୍ଟନ: ଶିକ୍ଷାକୁ ସହଜ କରିବାକୁ ଉଦ୍ୟମ

କର୍ଲାମୁଣ୍ଡା,୩।୯(ପ୍ରଦୀପ କୁମାର ସାହୁ):ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ଶିକ୍ଷାକୁ ସହଜ ଓ ଡିଜିଟାଲ ମାଧ୍ୟମରେ ଆହୁରି ସୁଗମ କରିବା ଉଦ୍ଦେଶ୍ୟରେ ଜିଲାପାଳଙ୍କ ପକ୍ଷରୁ ଲାପଟପ ବଣ୍ଟନ କରାଯାଇଛି। ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ୍ୟ ଦୃଷ୍ଟିବାଧିତ ୬ ଜଣ ବେଦାନ୍ତ ସାହୁ, ସୁଷମା ସାହୁ,ମନକାନ୍ତି କୁମାର, ସାହିଲ କୁମାର ମହଲା, ମନ୍ଦାକିନୀ ଗହୀର, ଗଜେନ୍ଦ୍ର ବଗର୍ତ୍ତୀ ପ୍ରମୁଖ ଛାତ୍ରୀଛାତ୍ରଙ୍କୁ ଲାପଟପ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଜିଲ୍ଲାପାଳ ସଚିନ ପାୱାର, ଜିଲ୍ଲା ସାମାଜିକସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର, ଡିଡିଆରଓ ନିବାସ କୁମାର ସାହୁ, କର୍ଲାମୁଣ୍ଡା ଜୋନ (ଖ)ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀଙ୍କ ଉପସ୍ଥିତ ଥିଲେ ଛାତ୍ରଛାତ୍ରୀଙ୍କୁ ଲାପଟପର ସୁବିନିଯୋଗ କରି ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ଡିଜିଟାଲ ଶିକ୍ଷା ମାଧ୍ୟମରେ ଦୃଷ୍ଟିବାଧିତ ଛାତ୍ରୀଛାତ୍ରମାନେ ନିଜର ଜ୍ଞାନ ଓ ଦକ୍ଷତା ବିକାଶ କରିପାରିବେ ବୋଲି ସେ କହିଥିଲେ। ଏହି ପଦକ୍ଷେପକୁ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷାବିତ୍‌ମାନେ ସ୍ବାଗତ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ।…

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

ଶ୍ରାଦ୍ଧକାର୍ଯ୍ୟକୁ ଯିବାବେଳେ ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ ଅନ୍ୟ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

୩ ଦିନ ବିତିଗଲାଣି, ମିଳୁନି ରବୀନ୍ଦ୍ରଙ୍କ ପତ୍ତା: କଲେଜ ଯାଉଛି କହି…

ଭଞ୍ଜନଗର,୩।୯(ବାବୁଲା ପ୍ରଧାନ): ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରେ ପାଠ ପଢ଼ିଲେ। ସକାଳୁ କଲେଜ ଯାଉଛି କହି ମୋବାଇଲ ଫୋନ ଘରେ ଛାଡ଼ି ଘରୁ ବାହାରିଥିଲେ। ଏହାପରେ ଛାତ୍ର…

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ

ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା…

ଆକ୍ସନ ମୋଡ୍‌ରେ ବିଇଓ: ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ

ଉଦଳା,୩ା୯(ସନ୍ତୋଷ ବାଛିନୀ): ଆକ୍ସନ ମୋଡ୍‌ରେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା…

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri