ଉଚ୍ଛେଦ ନେଇ ଅସନ୍ତୁଷ୍ଟ ଉଠାଦୋକାନୀ

ବଇଣ୍ଡା,୯ା୩(ଡି.ଏନ୍‌.ଏ.) – ରାଜପଥ ସମ୍ପ୍ରସାରଣ ପାଇଁ ୩ ବର୍ଷ ତଳେ ବଜାରରୁ ୫ ଶହ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ସେମାନଙ୍କୁ ଥଇଥାନ କି କ୍ଷତିକପୂରଣ ଦିଆଯାଇ ନ ଥିଲା। ରାସ୍ତା କାର୍ଯ୍ୟ ମଧ୍ୟ ଆରମ୍ଭ ହେଉ ନ ଥିଲା। ଦୀର୍ଘଦିନ ଧରି ରୋଜଗାର ହରାଇ ଘରେ ବସିବା ପରେ ସମ୍ପୃକ୍ତ ଉଠାଦୋକାନୀଙ୍କ ମଧ୍ୟରୁ ଶତାଧିକ ଜଣ ବଜାରରେ ପୁନଃ ଦୋକାନ ଦେଇଥିଲେ। ହେଲେ ପରିବାର ପାଇଁ କିଛି ଉପାର୍ଜନ କରିବା ପୂର୍ବରୁ ସେମାନଙ୍କୁ ପୁଣି ଉଚ୍ଛେଦ କରାଯାଉଛି। କରୋନା ସମୟରେ ଲୋକଙ୍କୁ ରୋଜଗାର ଦେବାକୁ ସରକାର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ନେଇ ବଇଣ୍ଡା ବଜାର ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
କିଶୋରନଗର ବ୍ଲକର ବଇଣ୍ଡା ବଜାର ଆଠମଲ୍ଲିକ ଉପଖଣ୍ଡର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ। କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ୪ ଲେନ୍‌ କାର୍ଯ୍ୟ ପାଇଁ ୨୦୧୭-୧୮ରେ ବଇଣ୍ଡା ବଜାରରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ହେଲେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ସମ୍ପ୍ରସାରଣ ଆରମ୍ଭ ହୋଇ ନ ଥିଲା। ଏଥିସହ ବଜାରରୁ ଉଠାଯାଇଥିବା ବ୍ୟବସାୟୀମାନଙ୍କୁ ଥଇଥାନ କି କ୍ଷତିପୂରଣ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏହା ବିରୋଧରେ ଉଠା ଦୋକାନୀ ସଂଘ ପକ୍ଷରୁ କୋର୍ଟର ଆଶ୍ରୟ ନିଆଯାଇଥିଲା। ଜିଲାପାଳ, ସମ୍ବଲପୁର ଆର୍‌ଡିସି ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗପତ୍ର ପଠାଯାଇଥିଲା। କିନ୍ତୁ କିଛି ସୁଫଳ ମିଳି ନ ଥିଲା। ବଜାର ନିକଟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରା ନ ଯାଇ ୩ ବର୍ଷ ତଳୁ ଦୋକାନୀଙ୍କୁ ଉଚ୍ଛେଦ କରିବା ନେଇ ବହୁବାର ସଂଘ ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଥଇଥାନ ଓ କ୍ଷତିପୂରଣ ଦାବି କରାଯାଇଥିଲା। ତେବେ ଦୀର୍ଘଦିନ ଧରି ବ୍ୟବସାୟ ହରାଇଥିବା ବହୁ ଉଠାଦୋକାନୀ ବଜାରରେ ପୁଣି ଦୋକାନ ଦେଉଥିବା ବେଳେ ଗତ ଜାନୁୟାରୀ ୩୦ ତାରିଖରୁ ସର୍ଭିସ ରୋଡ୍‌ କରୁଥିବା ଠିକା ସଂସ୍ଥା ମାର୍ଚ୍ଚ ୭ ତାରିଖଠାରୁ ସେଥିରେ ଭାରିଯାନ ଚଳାଚଳ ଆରମ୍ଭ ସହ ଓରଭ ବ୍ରିଜ୍‌ ନିର୍ମାଣ ପାଇଁ ଗାତ ଖୋଳାଉଛି। ଏଥିପାଇଁ ଉଠାଦୋକାନୀମାନଙ୍କୁ ବିନା ଥଇଥାନ ଓ କ୍ଷତିପୂରଣରେ ଉଚ୍ଛେଦ କରୁଥିବାରୁ ଅସନ୍ତୋଷ ଦେଖାଦେଇଛି। ସେହିପରି ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ସେଠାରେ ବ୍ୟବସାୟୀମାନେ ସ୍ଥାୟୀ ଭାବେ ଦୋକାନ ଦେଇପାରୁ ନାହାନ୍ତି। ପ୍ରଶାସନର ତଦାରଖ ଅଭାବରୁ ନିର୍ମାଣ ତ୍ୱରାନ୍ବିତ କରୁ ନ ଥିବା ଠିକା ସଂସ୍ଥା ବର୍ଷ ବର୍ଷ ଧରି ବିଳମ୍ବ କରିବା ସହ ବ୍ୟବସାୟରେ ବାଧା ପହଞ୍ଚାଉଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଉଠାଦୋକାନୀଙ୍କୁ କ୍ଷତିପୂରଣ ଦେବା ସହ ଥଇଥାନ କରିବାକୁ ବଇଣ୍ଡା ଛକ ବିକାଶ ପରିଷଦ ଓ ବଜାର କମିଟି ପକ୍ଷରୁ ଦାବି ହୋଇଛି।

ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ
ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଥିଲେ ମଧ୍ୟ କ୍ଷତିପୂରଣ ଯୋଗାଇ ଦିଆଯାଉ ନାହିଁ। ଏ ନେଇ ଜିଲା ପ୍ରଶାସନକୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଛି। କିନ୍ତୁ ପଦକ୍ଷେପ ନିଆଯାଉ ନ ଥିବାରୁ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ରମେଶ କୁମାର ବେହେରା, କଦଳୀମୁଣ୍ଡା
ରାସ୍ତା କାମ ବିଳମ୍ବ ଯୋଗୁ ହଇରାଣ
ବଜାର ଉଚ୍ଛେଦର ୩ ବର୍ଷ ପରେ ମଧ୍ୟ ଏଠାରେ ରାସ୍ତା ନିର୍ମାଣ ସମ୍ପର୍ଣ୍ଣ ହୋଇପାରୁନି। ମାତ୍ର ୧ ମାସ ହେବ କିଛିଟା କାର୍ଯ୍ୟ କରାଯାଉଛି। ଠିକା ସଂସ୍ଥା ବହୁ ବିଳମ୍ବ କରୁଥିବାବେଳେ ପ୍ରଶାସନ ଦୃଷ୍ଟି ଦେଉ ନ ଥିବାରୁ ବ୍ୟବସାୟୀମାନଙ୍କୁ ହଇରାଣ ହେବାକୁ ପଡ଼ୁଛି।
-ଜଳଧର ସାହୁ, ସରପଞ୍ଚ, ନୁନୁକାପଶି
ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ ସରୁନି
ବଇଣ୍ଡା ବଜରରେ ବସ୍‌ଷ୍ଟାଣ୍ଡ ସହ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଶେଷ ହେଉନାହିଁ। ଏହା ସମ୍ପୂର୍ଣ୍ଣ ହୋଇଥିଲେ ହୁଏତ କିଛି ସମସ୍ୟା ସମାଧାନ ହୁଅନ୍ତା। କେଉଁଠି ଉଠାଦୋକାନୀମାନେ ଭଲରେ ବ୍ୟବସାୟ କରିପାରିବେ ସେ ନେଇ ପ୍ରଶାସନ ଦୃଷ୍ଟି ଦେଉ।
-ଗିରୀଶ ଚନ୍ଦ୍ର ବେହେରା, ବଜାର କମିଟି ସମ୍ପାଦକ
ଲକ୍ଷେ ଟଙ୍କା ଲେଖାଏ କ୍ଷତିପୂରଣ ମିଳୁ
ସମସ୍ତ ଉଠାଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ଏକ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଯୋଗାଇ ଦିଆଯାଉ। ଏଥିସହ ସରକାରୀ ଦୋକାନ ଗୃହ ପ୍ରଦାନ କରାଗଲେ ବ୍ୟବସାୟୀମାନେ ଦୀର୍ଘଦିନ ଧରି ସହିଥିବା କ୍ଷତି ଭରଣ କରିପାରିବେ।
-ଅରବିନ୍ଦ ସାହୁ, ବ୍ୟବସାୟୀ
ସରକାରଙ୍କୁ ଅବଗତ କରାଯିବ
ଉଠାଦୋକାନୀଙ୍କ ସମସ୍ୟା ଓ ଥଇଥାନ ସମ୍ପର୍କରେ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ସେମାନେ କିଭଳି ରୋଜଗାର ସହ ଜୀବିକା ବଞ୍ଚାଇପାରିବେ ସେ ନେଇ ପଦକ୍ଷେପ ନିଆଯିବ।
-ଡ. ଲକ୍ଷ୍ମୀପ୍ରସାଦ ସାହୁ, ତହସିଲଦାର, କିଶୋରନଗର


Enter your email to get our daily news in your inbox.

All Right Reserved By Dharitri.Com

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?