କାଉନସିଲର ବୈଠକ ବାତିଲ ନେଇ ଅସନ୍ତୋଷ

ଗଞ୍ଜାମ,୧୨ା୧୨(ଡି.ଏନ୍‌.ଏ.): ସୋମବାର ଗଞ୍ଜାମ ଏନ୍‌ଏସି କାଉନସିଲର ବୈଠକ ହେବା ନେଇ ପୂର୍ବରୁ ସ୍ଥିର ହୋଇଥିଲା। ତାହା ହଠାତ୍‌ ବାତିଲ ହୋଇ ଯାଇଥିଲା। ଯାହାକୁ ନେଇ କାଉନସିଲରମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ବିଧାୟକଙ୍କ ସମେତ ସମସ୍ତ ଓ୍ବାର୍ଡ କାଉନସିଲର୍‌ମାନଙ୍କୁ ଅବଗତ କରାଯାଇଥିଲା। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମଧ୍ୟ ବୈଠକରେ ଯୋଗ ଦେବା ପାଇଁ ଏନ୍‌ଏସି କାର୍ଯ୍ୟାଳୟରେ ପହଞ୍ଚି ଥିଲେ। କିନ୍ତୁ ହଠାତ୍‌ ବିଧାୟକ କୌଣସି କଥାକୁ ନେଇ ବିରକ୍ତ ପ୍ରକାଶ କରିବା ସହ ବୈଠକ ପୂର୍ବରୁ ଚାଲିଯାଇଥିଲେ। ଏଥିସହ ବିଧାୟକ ବେହେରା ନିଜ ଗାଡି ପାଖରେ ନିଜ ଦଳୀୟ କାଉନସିଲରମାନଙ୍କ ସହ ସହରର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ କଥାବାର୍ତ୍ତା କରୁଥିବା ବେଳେ ସେହି ସମୟରେ ଏନ୍‌ଏସି କର୍ମଚାରୀ ଦସ୍ତଖତ ନିମନ୍ତେ ଖାତା ବଢ଼ାଇଥିଲେ। ଫଳରେ ବିଧାୟକ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିବା ସହ ଏନ୍‌ଏସି କାର୍ଯ୍ୟାଳୟରୁ ଚାଲିଯାଇଥିଲେ। ଅନ୍ୟପଟେ ସହରରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ବିଲ୍‌ ଉଦ୍ଦେଶ୍ୟମୂଳକ ଭାବେ କରାଯାଉ ନ ଥିବା ଉପନଗରପାଳ ସୁରେନ୍ଦ୍ର ବାରିକିଙ୍କ ସମେତ କାଉନସିଲରମାନେ ଗଣମାଧ୍ୟମକୁ କହିଛନ୍ତି। ସହରରେ ନୂତନ ଭାବେ ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପ ବିଲ୍‌ ପ୍ରଦାନ କରାଯାଉନାହିଁ। ଯାହା ଫଳରେ ଠିକାଦାରମାନେ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ାଇବା ପାଇଁ ମୁହଁ ଫେରାଉ ଥିବା ଉପନଗରପାଳ ଗଣମାଧ୍ୟମକୁ କହିଛନ୍ତି। ଯେ ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ନ ହୋଇଛି ସେପର୍ଯ୍ୟନ୍ତ ବୈଠକରେ ଯୋଗ ଦେବୁ ନାହିଁ ବୋଲି କାଉନସିଲରମାନେ କଡ଼ା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?