ବିଦ୍ୟୁତ୍‌ କାଟ୍‌କୁ ନେଇ ତେଜୁଛି ଅସନ୍ତୋଷ

ବାରିପଦା ଅଫିସ,୨୧ା୪; ମୟୂରଭଞ୍ଜ ଜିଲା ବାରିପଦା ସହରରେ ତାପମାତ୍ରା ୪୪ଡିଗ୍ରୀ ଉପରେ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପ୍ରବଳ ଗୁଳୁଗୁଳି ଗରମ ଓ ତାତି ଅସହ୍ୟ ହୋଇପଡୁଛି। ବାହାରକୁ ବାହାରିବା ଅସମ୍ଭବ ହୋଇପଡୁଛି। ଝାଞ୍ଜି ପବନ ଯୋଗୁ ଲୋକେ ଡହଳବିକଳ ହେଉଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ୍‌ ଯୋଗୁ ଅସନ୍ତୋଷ ତେଜିବାରେ ଲାଗିଛି। ବିଦ୍ୟୁତ୍‌ ବିଭାଗର ଅବହେଳା ଓ ମନୋମୁଖି କାର୍ଯ୍ୟ ପାଇଁ ବାରମ୍ବାର ବିଦ୍ୟୁତ କାଟ୍‌ ଯୋଗୁ ସହରବାସୀ ଗ୍ରୀଷ୍ମ କଷ୍ଟ ଭୋଗୁଛନ୍ତି। ସହରରେ ଥିବା ୨୮ଟି ୱାର୍ଡ ମଧ୍ୟରୁ ୧୭ନଂ.ୱାର୍ଡ ବିଜୟରାମଚନ୍ଦ୍ରପୁରବାସୀ ବିଦ୍ୟୁତ୍‌ କାଟକୁ ନେଇ ଅଭିଯୋଗ କରିଛନ୍ତି। ବାରମ୍ବାର ବିଦ୍ୟୁତ୍‌ କାଟ୍‌ ଯୋଗୁ ଶିଶୁ ଓ ବୃଦ୍ଧାବୃଦ୍ଧମାନେ ପ୍ରବଳ ଗରମରେ ବେଶୀ ପ୍ରଭାବିତ ହେଉଛନ୍ତି। ଉପଭୋକ୍ତାମାନଙ୍କ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀମାନେ ଠିକ୍‌ ଜବାବ ଦେଇପାରୁ ନ ଥିବା ବେଳେ ଓଭରଲୋଡ୍‌ ଯୋଗୁ ବିଦ୍ୟୁତ୍‌ କାଟ କରାଯାଉଛି ବୋଲି ସଫେଇ ଦେଉଛନ୍ତି। ସେହିପରି ଆବଶ୍ୟକ କର୍ମଚାରୀ ଅଭାବରୁ ରକ୍ଷଣାବେକ୍ଷଣ ନିମନ୍ତେ ପାୱାର କାଟ୍‌ କରାଯାଉଛି ବୋଲି କର୍ମଚାରୀମାନେ ପ୍ରକାଶ କରୁଥିବା ନେଇ ୱାର୍ଡବାସୀ ପ୍ରକାଶ କରିଛନ୍ତି ା ତେବେ ବର୍ଷ ତମାମ ରକ୍ଷଣାବେକ୍ଷଣ ପାଇଁ ପ୍ରତି ସପ୍ତାହରେ ଦିନେ କିମ୍ବା ଦୁଇ ଦିନ ବିଦ୍ୟୁତ୍‌ କାଟ କରାଯାଉଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ୍‌ କାଟ କରିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସୁଜିତ କୁମାର ରଥ କୁହନ୍ତି, ବିଦ୍ୟୁତ୍‌ କାଟ କରାଯାଉ ନ ଥିବା ବେଳେ ଓଭର ଲୋଡ୍‌ ପାଇଁ ବିଭିନ୍ନ ସମସ୍ୟା ଉପୁଜିବାରେ ଲାଗିଛି। ଫ୍ୟୁଜ୍‌ କଟିବା ଫଳରେ ବାରମ୍ବାର ବିଦ୍ୟୁତ୍‌ ଟ୍ରିପ୍‌ କରୁଛି। ୨୪ଘଣ୍ଟିିଆ ଅନବରତ ସେବା ଯୋଗାଇବା ନିମନ୍ତେ ୨/୩ଟି ଗାଡ଼ିରେ କର୍ମଚାରୀମାନେ ବୁଲି ରକ୍ଷଣାବେକ୍ଷଣ କରିବା ସହ ବିଦ୍ୟୁତ୍‌ ସେବା ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri