ତାତିଲେ ଚାଷୀ

ଢେଙ୍କାନାଳ ଅଫିସ, ୧୪।୨: ବଳକା ଧାନକୁ ନେଇ ଢେଙ୍କାନାଳ ଜିଲାର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଟୋକନ ଅନୁଯାୟୀ ବିକ୍ରି କରିବା ସତ୍ତ୍ୱେ ଚାଷୀଙ୍କ ପାଖରେ ପର୍ଯ୍ୟାପ୍ତ ଧାନ ବଳିପଡ଼ିଛି। ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମଣ୍ଡି ତୁଳନାରେ ସମବାୟ ସମିତିଗୁଡ଼ିକରେ ଅପେକ୍ଷାକୃତ କମ୍‌ ଧାନ ସଂଗ୍ରହ ହୋଇଛି। ତେଣୁ ଏଥିରେ ପାତରଅନ୍ତର କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସୋମବାର ସଦର ବ୍ଲକର ଗୋବିନ୍ଦପୁର, ତାଳବରକୋଟ, ମାଣିପୁର, ନଡିଆଳୀ, ବଳଦିଆବନ୍ଧ ଆଦି ପଞ୍ଚାୟତର ବହୁ ଚାଷୀ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଘେରାଉ କରିଥିଲେ।
ଚଳିତ ବର୍ଷ ଢେଙ୍କାନାଳ ଜିଲାରେ ଭଲ ଧାନ ଅମଳ ହୋଇଛି। ହେଲେ ପ୍ରଥମ ପର୍ଯ୍ୟାୟ ଟାର୍ଗେଟ୍‌ ଶେଷ ହେବାକୁ ବସିଥିବାବେଳେ ଚାଷୀଙ୍କଠାରୁ ସମ୍ପୂର୍ଣ୍ଣ ଧାନ କିଣା ହୋଇପାରିନାହିଁ। ଏ ନେଇ ‘ଧରିତ୍ରୀ’ରେ ସୋମବାର ଖବର ପ୍ରକାଶ ପାଇଥିଲା। ତେବେ ଯୋଗାଣ ଅଧିକାରୀଙ୍କୁ ୫ ପଞ୍ଚାୟତର ଚାଷୀ ଦୀର୍ଘ ସମୟ ଘେରାଉ କରିବା ପରେ ସ୍ଥିତି କେତେ ଜଟିଳ ତାହା ସ୍ପଷ୍ଟ ହୋଇଛି। ଏଭଳି ଚାଷୀ ମାରଣ ନୀତିକୁ ନେଇ ରାଜ୍ୟ ସରକାର, ଜିଲା ପ୍ରଶାସନ, ଜିଲା ଯୋଗାଣ ବିଭାଗ ଏବଂ ଜିଲା କୃଷି ବିଭାଗ ଉପରେ ପ୍ରବଳ ବର୍ଷିଛନ୍ତି ତାଳବରକୋଟର ପୂର୍ବତନ ସରପଞ୍ଚ ଜୁଲଫତ୍‌ ଅଲ୍ଲୀ ଖଁା। ସେ କହିଛନ୍ତି, ଧାନ ଅମଳ ସର୍ଭେ ଠିକ୍‌ ଭାବେ କରାଯାଇନାହିଁ। କୃଷି ବିଭାଗ ଅଧିକାରୀ କ୍ଷେତ୍ର ପରିଦର୍ଶନ ନ କରି ମନଇଚ୍ଛା ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହାର ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଜିଲା ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ ଅସନ୍ତୁଷ୍ଟ ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରି ପ୍ରଥମେ ବିଫଳ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୩ଲକ୍ଷ ୪୪ ହଜାର ୮୬୬ କୁଇଣ୍ଟାଲ ଧାନ କିଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଚାଷୀଙ୍କ ବଳକା ଧାନ କିପରି ଉଠିବ ସେଥିଲାଗି ପଦକ୍ଷେପ ନିଆଯିବ କହିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଚାଷୀ ଅସନ୍ତୋଷ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ କୁହନ୍ତି, ସଦର ବ୍ଲକର କେତେଜଣ ଚାଷୀଙ୍କ ଧାନ ବିକ୍ରି ହୋଇପାରି ନ ଥିବାରୁ ସେମାନେ ଆସି ଆଲୋଚନା କରିଛନ୍ତି। ସରକାରଙ୍କଠାରୁ ନିର୍ଦ୍ଦେଶନାମା ଆସିଲେ ଧାନ ଉଠାଇବା ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ଗ୍ରୁପ୍‌କୁ ଅଧିକ ଧାନ କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଚାଷୀମାନେ ଯେଉଁ ଅଭିଯୋଗ କରୁଛନ୍ତି, ତାହା ଭୁଲ୍‌। ଏଥିରେ ଜିଲା ପ୍ରଶାସନର କୌଣସି ଭୂମିକା ନାହିଁ। ଜିଲା ସମାଜ ମଙ୍ଗଳ ଅଧିକାରୀ ଏବଂ ସମବାୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ଉଭୟ ଏସ୍‌ଏଚ୍‌ଜି ଏବଂ ସୋସାଇଟି ପାଇଁ କେତେ ଆଲୋକେଶନ ହେଲେ ଧାନ ସବୁ ଉଠିପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ ଯୋଗାଣ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୂରହେବ ପାନୀୟ ଜଳସଙ୍କଟ

ଢେଙ୍କାନାଳ ଅଫିସ, ୭।୩: ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଏବଂ ଏକାଧିକ ଡ୍ୟାମ ଥାଇ ଜଳସଙ୍କଟରେ ଘାଣ୍ଟି ହେଉଥିବା ଢେଙ୍କାନାଳ ଜିଲାବାସୀକୁ ଆଶ୍ୱସ୍ତ କରିଛନ୍ତି ରାଜ୍ୟ...

ପ୍ରାର୍ଥିପତ୍ର ଫେରାଇ ନେବାକୁ ମିଳୁଛି ଧମକ

ଝାରସୁଗୁଡ଼ା ଅଫିସ,୨୫।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ପ୍ରାର୍ଥୀମାନେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ କିଭଳି ପରାସ୍ତ କରିବେ ସେ ନେଇ...

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ କଠୋରଦଣ୍ଡ ଦେଲେ

ମାଲକାନଗିରି,୨୫ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀମାନେ ଜଣଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ପୂର୍ବରୁ ଆତ୍ମସମର୍ପଣ କରିଥିବା ମାଓବାଦୀ ତଥା ନଡକେଲ ଗ୍ରାମ ନିବାସୀ...

ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର: ମୃତ ବାର୍‌ହା ଜବତ, ଶିକାରୀ ଗିରଫ

ବୁଗୁଡ଼ା,୪ା୯(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳ ପଞ୍ଚଭୂତି ସଂରକ୍ଷିତ ଜଙ୍ଗଲ ନିକଟ ଗୋଳିଆବନ୍ଧରେ ବିଦ୍ୟୁତ୍‌ ତାର ବିଛାଇ ବାର୍‌ହା ଶିକାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବୁଗୁଡ଼ା ବନ...

ଶଗଡ଼ରେ ପହଞ୍ଚିଲେ ଡାକ୍ତରୀ ଦଳ

ରାୟଗଡ଼ା ଅଫିସ,୨୨ା୧୦-ରାୟଗଡ଼ା ଜିଲାକୁ କରୋନାମୁକ୍ତ କରିବାକୁ ପ୍ରଶାସନର ଉଦ୍ୟମ ଜାରି ରହିଛି। ଆର୍‌ଆର୍‌ଟି ଟିମ୍‌ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ କରୋନା ପରୀକ୍ଷା କରୁଛନ୍ତି। ତେବେ ରାୟଗଡ଼ା...

ଜଳିଗଲା ୫ ବଖରା: ୪ ଗୋରୁ, ଛେଳି ଜୀବନ୍ତ ଦଗ୍ଧ

ଭଦ୍ରକ ଅଫିସ,୩୦ା୧୦: ଅଗ୍ନିକାଣ୍ଡରେ ୩ଟି ପରିବାରର ୫ ବଖରା ଘର ଜଳିଯାଇଛି। ଏଥିସହ ୪ ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଭଦ୍ରକ...

୨୬ ବର୍ଷ ପରେ ଜାତୀୟସ୍ତରୀୟ ମ୍ୟାଚ

ଅନୁଗୋଳ ଅଫିସ, ୫ା୧୧: ଦୀର୍ଘ ୨୬ ବର୍ଷ ପରେ ଅନୁଗୋଳ ଦେଖିଛି ଜାତୀୟସ୍ତରୀୟ ମ୍ୟାଚ। ସହରର କଦମ ପଡ଼ିଆରେ ବାଜି ରାଉତ କପ୍‌ ଜାତୀୟ ଫୁଟ୍‌ବଲ...

ଶିଶୁକନ୍ୟାଙ୍କୁ ଉଠାଇନେଇ ବଳାତ୍କାର

ପୁରୀ ଅଫିସ,୨୪ା୧: ପୁରୀ ଟାଉନ ଥାନା ଅଞ୍ଚଳରେ ରବିବାର ଜଣେ ଶିଶୁକନ୍ୟା(୫)ଙ୍କୁ ବଳାତ୍କାର କରାଯାଇଛି। ଏହି ଲଜ୍ଜାଜନକ ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଏନେଇ...

Advertisement
Archives

Model This Week