Posted inଖେଳ

ଆଫ୍ରିଦୀଙ୍କ ବିବାଦୀୟ ବୟାନ: ହାରିବା ପରେ ପାକିସ୍ତାନ ନିକଟରେ କ୍ଷମା ମାଗୁଥିଲା ଭାରତ

କରାଚୀ, ୫।୭- ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇସାରିଥିବା ପାକିସ୍ତାନର ଷ୍ଟାର୍‌ ଅଲ୍‌ରାଉଣ୍ଡର ଶାହିଦ୍‌ ଆଫ୍ରିଦୀ ନିଜର ବିବାଦୀୟ ବୟାନ ଲାଗି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଭାରତ ବିପକ୍ଷରେ ବୟାନ ଦେବାକୁ ମଧ୍ୟ ସେ ସବୁବେଳେ ଭଲ ପାଇଥାନ୍ତି। ନିକଟରେ କରୋନା ସଂକ୍ରମଣରୁ ସୁସ୍ଥ ଆରୋଗ୍ୟ ଲାଭ କରିଥିବା ଆଫ୍ରିଦୀ ଭାରତୀୟ ଖେଳାଳିଙ୍କୁ ନେଇ ଏଭଳି ଏକ ବୟାନ ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର ଖବର ପାଲଟିଛି। ଏକ ସାକ୍ଷାତ୍‌କାର ଅବସରରେ ଆଫ୍ରିଦୀ କହିଛନ୍ତି, ‘ଭାରତ ବିପକ୍ଷରେ ଖେଳିବାକୁ ସର୍ବଦା ଭଲ ପାଇଥାଏ। ଆମେ ବହୁଥର ଶୋଚନୀୟ ଭାବେ ଭାରତୀୟ ଦଳକୁ ପରାସ୍ତ କରିଛୁ। ଆମେ ତାଙ୍କ ବୋଲରଙ୍କୁ ଏମିତି ପ୍ରହାର କରିଥାଉ ଯେ ମ୍ୟାଚ୍‌ ପରେ ସେମାନେ ଆମକୁ କ୍ଷମା ମାଗିଥାନ୍ତି।’ ତେବେ ଆପ୍ରିଦୀ ଏହି ବୟାନରେ ଯେଉଁ ଦାବି କରିଛନ୍ତି ସେଥିରେ କେତେ ସତ୍ୟତା ରହିଛି ତାହା ଜଣାପଡ଼ିନାହିଁ। ଏଥିପୂର୍ବରୁ ୪୦ ବର୍ଷୀୟ ଏହି ପାକିସ୍ତାନ ପୂର୍ବତନ ଖେଳାଳି ଆହୁରି ମଧ୍ୟ କହିଥିଲେ, ମୋତେ ଭାରତ ଓ ଅଷ୍ଟ୍ରେଲିଆରେ ଖେଳିବାକୁ ପସନ୍ଦ ଲାଗିଥାଏ। କିନ୍ତୁ ଭାରତ ଭଲ ଦଳ। ଘରୋଇ ମାଟିରେ ଭାରତ ବିପକ୍ଷରେ ଖେଳି ରନ୍‌ ସଂଗ୍ରହ କରିବା କଷ୍ଟସାଧ୍ୟ ବ୍ୟାପାର। ୧୯୯୯ ରେ ଚେନ୍ନାଇରେ ଭାରତ ବିପକ୍ଷରେ ଖେଳିଥିବା ୧୪୧ ରନର ଇନିଂସ ମୋ ପାଇଁ ସବୁଠାରୁ ସ୍ମରଣୀୟ। ସେ ସମୟରେ ପାକିସ୍ତାନ ଟିମ୍‌ ମ୍ୟାନେଜର ମୋତେ ଦଳରେ ନେବାକୁ ଚାହିଁ ନ ଥିଲେ। କିସ୍ତୁ ଓ୍ବାସିମ ଭାଇ ଓ ମୁଖ୍ୟ ଚୟନକର୍ତ୍ତାଙ୍କ ଯୋଗୁ ମୁଁ ଭାରତ ଗସ୍ତରେ ଯାଇପାରିଥିଲି।’ ଏଠାରେ ଉଲ୍ଲେଖଯୋଗ୍ୟ ନିକଟରେ ଆଫ୍ରିଦୀ ଏବଂ ତାଙ୍କ ସ୍ତ୍ରୀ ଓ ଝିଅ କରୋନା ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଏବେ ଆରୋଗ୍ୟ ଲାଭ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri