୨ ଗାଁ ମଧ୍ୟରେ ବିବାଦ, ଥାନାରେ ଅଭିଯୋଗ

ଯାଜପୁର ସଦର,୨୦।୧୨(ସମର ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ଶ୍ୟାମଦାସପୁର ପଞ୍ଚାୟତ କଳସପୁରଠାରେ ଥିବା ଖରସ୍ରୋତା ନଦୀର ବାଲିଘାଟ ସୀମା ନିର୍ଦ୍ଧାରଣକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କି ମାପ ଚୁପ ପରେ ବାଲିଘାଟ ରାସ୍ତାକୁ ନେଇ ମାଧପୁର ଓ କଳସପୁର ମଧ୍ୟରେ ବିବାଦ ଉପୁଜିଛି। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି।
ଏହି ବାଲିଘାଟକୁ ଯିବା ପାଇଁ ସରକାରୀ ରାସ୍ତା ନ ଥିବାରୁ ବ୍ୟକ୍ତିଗତ ଜାଗାରେ ଦୈନନ୍ଦିନ ଶତାଧିକ ହାଇୱା ଓ ଟ୍ରାକ୍ଟର ଯାତାୟାତ କରୁଛି। ଫଳରେ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରୀଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। କର୍ଣ୍ଣକଟୁ ଶବ୍ଦ ସାଂଗକୁ ପ୍ରବଳ ଧୂଳି ବାଲି ଉଡ଼ିବାରୁ ଛାତ୍ରୀଛାତ୍ର ଅତିଷ୍ଠ ହୋଇ ପଡୁଛନ୍ତି। ଏଠାରେ ଥିବା ଏକ ପାନୀୟ ଜଳ ପ୍ରକଳ୍ପର ପାଣି ଟlଙ୍କିକୁ ହାଇୱl ଧକ୍କା ଦେବା ଫଳରେ ଟାଙ୍କିର କିଛି ଅଂଶ ଭାଙ୍ଗି ରୁଜିଯାଇଥିବା ଦେଖିବାକୁ ମିଳିଛି। ଜଳସେଚନ ବିଭାଗର ଅଣଓସାରିଆ ନଦୀବନ୍ଧରେ ହାଇୱା ଯିବା ଦ୍ୱାରା ସେହି ରାସ୍ତା ଉପରେ ନିର୍ଭର କରୁଥିବା ମାଧପୁର, କଳସପୁର, ଭୁବନପୁର, ସାନସୁଜନପୁର ଓ ହାସିନପୁରର ସାଧାରଣ ଜନତା ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କୌଣସି ଅଘଟଣ ଘଟିଲେ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ଯିବା ଅସମ୍ଭବ ହୋଇପଡିଛି। ଛାତ୍ରୀଛାତ୍ର ଏହି ରାସ୍ତାରେ ଯିବା ବନ୍ଦ କରି ଦେଇଛନ୍ତି। ଏସବୁ ଅସୁବିଧା ହେବାରୁ ଜିଲାପାଳ ଓ ତହସିଲଦାରଙ୍କ ନିକଟରେ ଗ୍ରାମବାସୀଙ୍କ ତରଫରୁ ଲିଖିତ ଅଭିଯୋଗ ହୋଇଥିଲା। ହେଲେ ବିଷୟ ଜିଲା ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲା। ଫଳରେ ୨୦ ଦିନ ପୂର୍ବେ ଗ୍ରାମର ସାଧାରଣ ଜନତା, ମହିଳା ଓ ଛାତ୍ରୀଛାତ୍ର ବାଲିଘାଟ ବନ୍ଦ କରିଥିଲେ। ପରେ ୦୬ା୧୨ା୨୦୨୩ରେ ଯାଜପୁର ତହସିଲଦାର ଏକ ସର୍ବସାଧାରଣ ନୋଟିସ ଜାରିକରି ୧୯ା୧୨ା୨୦୨୩ ପୂର୍ବାହ୍ନ ୧୦ଟା ସମୟରେ ସୀମା ନିର୍ଦ୍ଧାରଣ ପାଇଁ ଜଣାଇଥିଲେ। ସୀମା ନିର୍ଦ୍ଧାରଣ ସମୟରେ ଗ୍ରାମବାସୀ ଜାଣିବାକୁ ପାଇଲେ ଯେ ବାଲିଘାଟକୁ ଯାଇଥିବା ରାସ୍ତା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଓ କିଛି ଅଂଶ ଗୋଚର ଜମି। ଯାଜପୁର ସହକାରୀ ଜିଲାପାଳ ଅଜୟ ପଣ୍ଡା, କଳସପୁର ରାଜସ୍ବ ଅଧିକାରୀ, ଖଣିବିଭାଗ ଅଧିକାରୀ ଓ ସଦର ଥାନା ଅଧିକାରୀ ଅନିରୁଧ ନାୟକ, ଏସ୍‌ଆଇ ମନୋଜ ପଣ୍ଡା ଘଟଣାସ୍ଥଳରେ ଉପସ୍ଥିତ ରହି ମାପଚୁପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?