ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା

ବରୀ,୩୦ା୬(ଡି.ଏନ.ଏ.): ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଛନ୍ତି ସରକାର। ହେଲେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି । ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ବାଲିଆ, ରତ୍ନଗିରି, କୃଷ୍ଣନଗର, କଳାମାଟିଆ, ଅଙ୍ଗାଳୋ ଆଦି ୫ ପ୍ରାଥମିକ ଚିକିତ୍ସା କେନ୍ଦ୍ର ରହିଛି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଥିବା ୬ ଜଣ ଡାକ୍ତର ଜଣକ ପରେ ଜଣେ ଇସ୍ତଫା ଦେବା ପରେ ଏଠାରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଡାକ୍ତରମାନଙ୍କ ଇସ୍ତଫା ସମ୍ପର୍କିତ ସୂଚନା ଜିଲା ସ୍ବାସ୍ଥ୍ୟ ବିଭାଗ ନିକଟରେ ଅଛି । ସ୍ଥାନୀୟ ଲୋକମାନେ ଜିଲା ସ୍ବାସ୍ଥ୍ୟ ବିଭାଗକୁ ଏ ସଂକ୍ରାନ୍ତରେ ଜଣାଇ ଆସୁଥିଲେ ମଧ୍ୟ ଜିଲା ସ୍ବାସ୍ଥ୍ୟ ବିଭାଗ ଚେଇଁ ଶୋଇଥିବା ଅଭିଯୋଗ ହେଉଛି।

ଗୋଟିଏ ସ୍ବାସ୍ଥ୍ୟ କେନ୍ଦ୍ରରେ ସର୍ବନିମ୍ନ ୫ ଜଣ ବିଶେଷଜ୍ଞ ଡାକ୍ତର ଯଥା ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତୀ, ମେଡିସିନ୍‌, ସର୍ଜରୀ, ନିଶ୍ଚେତକ ବିଶେଷଜ୍ଞ ସହିତ ୧୩ ଜଣ ଡାକ୍ତର ରହିବା କଥା। ମାତ୍ର ଏଠାରେ ବିଶେଷଜ୍ଞ ଡାକ୍ତର ଆଦୌ ନ ଥିବା ବେଳେ ମାତ୍ର ୩ ଜଣ ଡାକ୍ତର ନିୟୋଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଦୀର୍ଘ ଦିନ ଛୁଟିରେ ଅଛନ୍ତି। ବର୍ତ୍ତମାନ ଆଉ ୨ ଜଣ ଠିକା ଡାକ୍ତରଙ୍କୁ ସେଠାକୁ ପଠାଯାଇଛି। ସେହିପରି ୨ ଜଣ ଫାର୍ମାସିଷ୍ଟ ପଦବୀ ଖାଲି ପଡିଛି। ୨ ଲାବ୍ରୋଟୋରୀ ଟେକ୍ନିସିଆନଙ୍କ ବଦଳରେ ଜଣେ, ୬ ଷ୍ଟାଫ୍‌ ନର୍ସଙ୍କ ସ୍ଥାନରେ ଦୁଇ ଜଣ, ୪ ଏଏନ୍‌ଏମ୍‌ ଓ ୪ ରୋଗୀ ସହାୟକଙ୍କ ସ୍ଥାନରେ ଆଦୌ କେହି ନାହାନ୍ତି । ୩ଜଣ ଡ୍ରେସରଙ୍କ ସ୍ଥାନରେ ଜଣେ ମାତ୍ର ଅଛନ୍ତି । ସମ୍ପୃକ୍ତ ଡ୍ରେସର ଆସନ୍ତା ମାସରେ ଚାକିରୀରୁ ଅବସର ନେବାର ଅଛି । ଏପରି ସ୍ଥିତିରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କେବଳ କାଗଜ କଲମରେ ଚାଲିଥିବା ଅଭିଯୋଗ ହୋଇଛି। ରୋଗୀ ସେବାରେ ଏଠାରେ ଦୀର୍ଘ ଦିନ ଧରି ବ୍ୟାହତ ଘଟୁଥିବାରୁ ଅଞ୍ଚଳବାସୀ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଉପରୁ ବିଶ୍ୱାସ ହରାଇ ସାରିଛନ୍ତି । କେତେଜଣ ଔଷଧ ଦୋକାନୀ ଡାକ୍ତରମାନଙ୍କୁ ଢାଲ କରି ସେମାନଙ୍କ ବେପାର ବଢାଇବାକୁ ଅସାଧୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri