ଏସ୍‌ସିବିରେ ଅବ୍ୟବସ୍ଥା, ରୋଗୀ ଅସନ୍ତୁଷ୍ଟ

କଟକ,୨୯ା୫(ଶିଳ୍ପା ପ୍ରିୟଦର୍ଶିନୀ):କଟକ ଏସ୍‌ସିବି ମେଡିକାଲରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମେଡିକାଲର କେତେକ ସ୍ଥାନରେ ଫ୍ୟାନ୍‌ ବ୍ୟବସ୍ଥା ନ ଥିବାବେଳ ଆଉ କେତେକ ସ୍ଥାନରେ ଲାଗିଥିବା ଏସିରୁ ଗରମ ପବନ ବାହାରୁଛି। ମେଡିକାଲ ପରିସରରେ ଥିବା ଥାଲାସେମିଆ ବିଭାଗ, ନେଫ୍ରାଲୋଜି, କାର୍ଡିଓଲୋଜି ବିଭାଗ, କାଜୁଆଲ୍‌ଟି ସମେତ ଅନ୍ୟ ବିଭାଗର ଟିକେଟ କାଉଣ୍ଟର ଓ ନିରାମୟ କେନ୍ଦ୍ରଗୁଡ଼ିକରେ ଗରମକୁ ନଜରରେ ରଖି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ସେମାନେ ମେଡିକାଲ ପରିସରରେ ଅସହ୍ୟ ଗୁଳୁଗୁଳିରେ ଛଟପଟ ହେଉଛନ୍ତି। ଏପରି କି ଗରମରେ ଟିକେଟ ପାଇଁ ଘଣ୍ଟା ଘଣ୍ଟା ଧରି ରୋଗୀ ସମ୍ପର୍କୀୟଙ୍କୁ ଧାଡିରେ ଛିଡା ହେବାକୁ ପଡୁଛି। ଏହାକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ମେଡିକାଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ରୋଗୀମାନେ ଏସ୍‌ସିବି ମେଡିକାଲକୁ ଚିକିତ୍ସା ପାଇଁ ଆସିଥାନ୍ତି। ହେଲେ ଏଠାରେ ରୋଗୀଙ୍କୁ ଠିକ୍‌ ଭାବେ ଚିକିତ୍ସା ସୁବିଧା ମିଳୁ ନ ଥିବାବେଳେ ଅନେକ ବ୍ୟବସ୍ଥା ରହିଛି। ବିଶେଷକରି ବିଭିନ୍ନ ପରୀକ୍ଷା ଓ ଔଷଧ ଆଣିବା ପାଇଁ ଟିକେଟ୍‌ କରିବାକୁ ଅସହ୍ୟ ଗରମରେ ଦୀର୍ଘ ସମୟ ଧରି ଲମ୍ବାଧାଡିରେ ଛିଡାହେବାକୁ ପଡୁଛି। ବାରିପଦା ବାଲିଡିହା ଅଞ୍ଚଳର ପାର୍ବତୀ ବେହେରା କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ସୋମବାର ଏସ୍‌ସିବି ମେଡିକାଲର ନେଫ୍ରୋଲୋଜି ବିଭାଗକୁ ଆସିଥିଲେ। ତାଙ୍କର ପରୀକ୍ଷା ପାଇଁ ନେଫ୍ରୋଲୋଜି ବିଭାଗରୁ ରଞ୍ଜନରଶ୍ମି ବିଭାଗକୁ ଆସିବାକୁ ବ୍ୟାଟେରି ଗାଡି କିମ୍ବା ଷ୍ଟ୍ରେଚରର ଆବଶ୍ୟକତା ଥିଲା। ହେଲେ ତାହା ନ ମିଳିବାରୁ ପାର୍ବତୀଙ୍କୁ ତାଙ୍କ ସ୍ବାମୀ, ପୁଅ ଓ ଜ୍ୱାଇଁ ଟେକିନେଇ ପରୀକ୍ଷା କରାଇଥିଲେ। ଏପରି ଗରମରେ ମଙ୍ଗଳବାର ୩ ଘଣ୍ଟାରୁ ଅଧିକ ସମୟ ଧରି ପାର୍ବତୀ ତଳେ ପଡି ରହିଥିଲେ। ଏନେଇ ପାର୍ବତୀଙ୍କ ସ୍ବାମୀ ପ୍ରେମ୍‌ଚାନ୍ଦ ବେହେରା କହିଛନ୍ତି, ଏସ୍‌ସିବିରେ ଷ୍ଟେଚର କିମ୍ବା ବ୍ୟାଟେରି ଗାଡି ଥାଇ ମଧ୍ୟ ଠିକ୍‌ ସମୟରେ ତାହା ରୋଗୀ ସେବାରେ ଲାଗିପାରୁନାହିଁ। ଏଠାରେ ଦୁଇଦିନ ହେବ ରହିଛୁ। ପାଣି ଟିକିଏ ମିଳୁ ନ ଥିବାବେଳେ ଫ୍ୟାନ୍‌ ବ୍ୟବସ୍ଥା ନ ଥିବା ସେ କହିଛନ୍ତି।
ସେହିପରି ନିଆଳିରୁ ଏସ୍‌ସିବି ମେଡିକାଲକୁ ଆସିଥିବା ରୋଗୀ ସମ୍ପର୍କୀୟ ପିଣ୍ଟୁ ବାରିକ କହିଛନ୍ତି, ନିଶୁଳ୍କ ଚିକିତ୍ସା ଓ ଔଷଧ ପାଇଁ ବାପାଙ୍କୁ ନେଇ ଏସ୍‌ସିବି ଆସିଛି। ନିରାମୟ କେନ୍ଦ୍ରରୁ ଔଷଧ ନେବା ପାଇଁ ଏକ ଘଣ୍ଟାରୁ ଅଧିକ ସମୟ ଧରି ଧାଡିରେ ଛିଡ଼ା ହୋଇଛି। ଏଠାରେ ଫ୍ୟାନ୍‌ ବ୍ୟବସ୍ଥା ନ ଥିବାବେଳେ ଏସିର ଗରମ ପବନ ମାଡ଼ ହେଉଛି। ସାଲେପୁର ଅଞ୍ଚଳରୁ ଏସ୍‌ସିବିକୁ ଆସିଥିବା ରୋଗୀ ସମ୍ପର୍କୀୟ ସଞ୍ଜୟ ଦାସ କହିଛନ୍ତି, ଏସ୍‌ସିବି ମେଡିକାଲରେ ବହୁ ବିଳମ୍ବରେ ଡାକ୍ତର ଦେଖାଇବା ପରେ ଔଷଧ ପାଇଁ ନିରାମୟ କେନ୍ଦ୍ରରେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡା ହୋଇଛି। ମେଡ଼ିକାଲ କର୍ତ୍ତୃପକ୍ଷ ଏସିରେ ବସି ଏଭଳି ଅବ୍ୟବସ୍ଥାକୁ ଅଣଦେଖା କରିବା ନିନ୍ଦନୀୟ ବୋଲି ସେ କହିଛନ୍ତି। ଅପରପକ୍ଷରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମେଡିକାଲ ପରିସରରେ ପାନୀୟ ଜଳ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ମେଡିକାଲର ଯେଉଁସ୍ଥାନରେ ଫ୍ୟାନ୍‌ ନାହିଁ ତୁରନ୍ତ ସେଠାରେ ଲଗାଯିବା ପାଇଁ ବ୍ୟବସ୍ଥା କରାଯିବ। ରଞ୍ଜନରଶ୍ମୀ ବିଭାଗ ପରିସରରେ ଥିବା ରୋଗୀ ପାର୍ବତୀ ସମ୍ପର୍କରେ ଗଣମାଧ୍ୟମରୁ ଖବର ଜାଣିବାକୁ ପାଇଲି। ପରେ ତାଙ୍କୁ ବ୍ୟାଟେରି ଗାଡି ଯୋଗେ ଅନ୍ୟ ବିଭାଗକୁ ନିଆଯାଇଥିବା ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି…

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri