Posted inଜାତୀୟ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି

କୋଲକାତା,୧୧ା୯: ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗଦେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗର ଆନ୍ଦୋଳନରତ ଜୁନିୟର ଡାକ୍ତରମାନେ ଏହାକୁ ମାନିନାହାନ୍ତି। ଆର୍‌.ଜି. କର ହସ୍ପିଟାଲର ମହିଳା ଟ୍ରେନି ଡାକ୍ତର ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।
ଜୁନିୟର ଡାକ୍ତରମାନେ ସପ୍ତାହେ ହେଲା କୋଲକାତା ପୋଲିସ ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ମଙ୍ଗଳବାର ସ୍ବାସ୍ଥ୍ୟ ଭବନ ଅଭିମୁଖେ ଶୋଭାଯାତ୍ରାରେ ଯାଇଛନ୍ତି। ବଳାତ୍କାର ଓ ହତ୍ୟା ମାମଲାରେ ସେମାନେ କୋଲକାତା ପୋଲିସ କମିଶନର ଏବଂ ବହୁ ସ୍ବାସ୍ଥ୍ୟ ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ସଲ୍ଟ ଲେକ୍‌ର ସେକ୍ଟର-୫ ସ୍ଥିତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମୁଖ୍ୟାଳୟକୁ ଶୋଭାଯାତ୍ରାରେ ଯାଉଥିବାବେଳେ ଜୁନିୟର ଡାକ୍ତରମାନେ ଝାଡ଼ୁ ଏବଂ ମଡେଲ ବ୍ରେନ୍‌ ପ୍ରଦର୍ଶନ କରିଥିଲେ। ସ୍ବାସ୍ଥ୍ୟ ବିଭାଗକୁ ପରିଷ୍କାର କରିବା ଏବଂ ଡାକ୍ତରମାନଙ୍କ ଅସୁବିଧା ସମ୍ପର୍କରେ ଶୀର୍ଷ ଅଧିକାରୀମାନେ ଚିନ୍ତା କରନ୍ତୁ ବୋଲି ଜଣାଇଦେବା ପାଇଁ ଆନ୍ଦୋଳନକାରୀ ଡାକ୍ତରମାନେ ପ୍ରତୀକ ସ୍ବରୂପ ଝାଡ଼ୁ ଓ ବ୍ରେନ୍‌ ମଡେଲ ନେଇଛନ୍ତି। ସ୍ବାସ୍ଥ୍ୟ ଭବନ ଗେଟ୍‌ ନିକଟରେ ସେମାନଙ୍କୁ ଅଟକାଇବା ପାଇଁ ବ୍ୟାପକ ପୋଲିସ ମୁତୟନ ହେବା ସହ ବ୍ୟାରିକେଡ୍‌ ଲଗାଯାଇଥିଲା। ସେମାନଙ୍କ ୫ ଦଫା ଦାବି ପୂରଣ ପାଇଁ ଜୁନିୟର ଡାକ୍ତରମାନେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ। ଦାବିଗୁଡ଼ିକ ମଧ୍ୟରେ ରହିଛି କୋଲକାତା ପୋଲିସ କମିଶନର, ରାଜ୍ୟ ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକ ଏବଂ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ଇସ୍ତଫା। ତାହା ପୂରଣ ନ ହେଲେ ସେମାନେ ସ୍ବାସ୍ଥ୍ୟ ଭବନ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି।
ଅପରପକ୍ଷରେ ଆର୍‌.ଜି. କର ହସ୍ପିଟାଲ ପ୍ରସଙ୍ଗରେ ଲାଗିରହିଥିବା ଅଚଳାବସ୍ଥାର ସମାଧାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ରାଜ୍ୟ ସଚିବାଳୟକୁ ଡାକିଥିଲେ। ଜୁନିୟର ଡାକ୍ତରମାନେ ତାଙ୍କ ଆମନ୍ତ୍ରଣକୁ ଅଗ୍ରାହ୍ୟ କରିଦେଇଛନ୍ତି। ଡାକ୍ତରମାନଙ୍କର ଏକ ୧୦ ଜଣିଆ ପ୍ରତିନିଧି ଦଳଙ୍କୁ ନବାନ୍ନ ଆସି ସରକାରଙ୍କ ସହ ଆଲୋଚନା କରିବା ପାଇଁ ସ୍ବାସ୍ଥ୍ୟ ସଚିବ ଏନ୍‌.ଏସ୍‌. ନିଗମ ଇମେଲ୍‌ ଯୋଗେ ଡାକିଥିଲେ। ଇମେଲ୍‌ରେ ବ୍ୟବହୃତ ଭାଷା କେବଳ ଡାକ୍ତରମାନଙ୍କ ପାଇଁ ଅପମାନଜନକ ନୁହେଁ, ବରଂ ଅସମ୍ବେଦନଶୀଳ। ଇମେଲ୍‌ର ଉତ୍ତର ଦେବାର କୌଣସି କାରଣ ନାହିଁ ବୋଲି ଅନ୍ଦୋଳନରତ ଡାକ୍ତରମାନଙ୍କ ନେତା ଡ. ଦେବାଶିଷ ହାଲ୍‌ଦାର କହିଛନ୍ତି।
ଆର୍‌.ଜି. କର ହସ୍ପିଟାଲ ବଳାତ୍କାର ଓ ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ଦାବିକରି ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନେ ମାସେ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ରୋଗୀସେବା ବ୍ୟାହତ ହେଉଥିବାରୁ ସେମାନଙ୍କୁ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗଦେବା ପାଇଁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟରେ ଯୋଗଦେଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହଁି ବୋଲି ପଶ୍ଚିମବଙ୍ଗ ସରକାର ପ୍ରତିଶ୍ରୁତି ଦେଇଥିଲେ। ଏହା ସତ୍ତ୍ୱେ ଜୁନିୟର ଡାକ୍ତରମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହି କାର୍ଯରେ ଯୋଗଦେଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗେଲ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri