ଭୋଗରାଇ,୨୦।୪(ଡି.ଏନ.ଏ.)-ବିହାରର ଦାଗୀ ମଦ ବେପାରୀ ଓ ମାଫିଆମାନେ ସେଠାରେ କଳା ତାଲିକାଭୁକ୍ତ ହେବା ପରେ ଏବେ ଓଡ଼ିଶା ମୁହଁା ହୋଇଛନ୍ତି। ନିକଟରେ ଓଡ଼ିଶା ସରକାର ପ୍ରଥମଥର ପାଇଁ ମଦ ଦୋକାନ ଆବେଦନ ବେଳେ ବିନା ସର୍ଭେଲାନ୍ସରେ ଆବେଦନପତ୍ର ଗ୍ରହଣ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ବିହାରର ବହୁ ମଦ ବେପାରୀ ଓ ମାଫିଆ ଓଡ଼ିଶାରେ ସରକାରୀ ମଦ ଦୋକାନ ଲଟେରୀ ଉଠାଣରେ ଲାଇସେନ୍ସ ପାଇଛନ୍ତି। ଏଭଳି ସ୍ଥିତିରେ ବାଲେଶ୍ୱର ଜିଲାର ସରକାରୀ ଲାଇସେନ୍ସପ୍ରାପ୍ତ ୧୦ରୁ ଊର୍ଦ୍ଧ୍ୱ ମଦ ଦୋକାନରେ ଅଣଓଡ଼ିଆ ବ୍ୟକ୍ତି ଲାଇସେନ୍ସ ପାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ବିହାରୀ ରହିଛନ୍ତି। ଭୋଗରାଇ ବ୍ଲକରେ ତାଳସାରୀ, ଦେଉଳାହାଟ, ଥାନାଛକ ସ୍ଥିତ ବାଟଗ୍ରାମ ଓ କମର୍ଦ୍ଦାରେ ଠିପିବନ୍ଦ ସରକାରୀ ବିଦେଶୀ ମଦ ଦୋକାନଏ ଜଳେଶ୍ୱରରେ ୭ଟି ଓ ବାଲିଆପାଳରେ ୨ଟି ବିଦେଶୀ ମଦ ଦୋକାନ ରହିଛି। ଏ ସମସ୍ତ ସ୍ଥାନରେ ଅଧିକାଂଶ ଦାଗୀ କଳାତାଲିକାଭୁକ୍ତ ମଦ ବେପାରୀ ଲାଇସେନ୍ସ ପାଇଥିବାରୁ ବୁଦ୍ଧିଜୀବୀ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଲାଇସେନ୍ସ ପାଇଥିବା ଭିନ୍ନ ରାଜ୍ୟର ମଦ ମାଫିଆମାନେ ସେଠାରେ ବହୁ ଅପରାଧରେ ଜଡ଼ିତ ଥିବା ଅଭିଯୋଗ ଥିବା ବେଳେ ଅପମିଶ୍ରିତ ମଦ ବିକ୍ରି କରି ସେମାନେ କଳାତାଲିକାଭୁକ୍ତ ହୋଇଥିବା ସୂଚନା ମିଳିଛି। ଅପମିଶ୍ରିତ ମଦ୍ୟ ପାନ କରି ବିହାରରେ ବହୁ ଲୋକଙ୍କ ଜୀବନହାନୀ ଘଟିଛି। ଓଡ଼ିଶାରେ ଅନୁରୂପ ଭାବେ ଆଇନଶୃଙ୍ଖଳା ବିଗିଡ଼ିବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ କଳାତାଲିକାଭୁକ୍ତ ହୋଇ ଲାଇସେନ୍ସ ପାଇଥିବା ମଦ ବେପାରୀଙ୍କ ଲାଇସେନ୍ସ ପ୍ରତ୍ୟାହାର ଲାଗି ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଜିଲା ଅବକାରୀ ଅଧୀକ୍ଷକ ଶେଖ୍ ଆସଫ୍ ଅଲ୍ଲୀ କୁହନ୍ତି, ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ପୂର୍ବରୁ କଳାତାଲିକାଭୁକ୍ତ ହୋଇଥିଲେ କିମ୍ବା କୌଣସି ଅପରାଧ ମାମଲାରେ ଛନ୍ଦି ହୋଇଥିବା ଜଣାପଡ଼ିଲେ ଅଭିଯୋଗ ଓ ପ୍ରମାଣକୁ ଭିତ୍ତି କରି ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହିତ ସେମାନେ ଦେଇଥିବା ଅର୍ଥକୁ ଫେରସ୍ତ କରାଯିବ। ସାମାଜିକ କର୍ମୀ ହର ନାରାୟଣ ରାଉତ କୁହନ୍ତି ଭାରତବର୍ଷର କୌଣସି ରାଜ୍ୟ ଲଟେରୀ ମାଧ୍ୟମରେ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଦେଉ ନ ଥିବା ବେଳେ ଓଡ଼ିଶା ସରକାର ବ୍ୟତିକ୍ରମ କରିଛନ୍ତି। ଯାହାଦ୍ୱାରା ବିଭିନ୍ନ ରାଜ୍ୟର ଦୁର୍ଦ୍ଦାନ୍ତ ଅପରାଧୀ ଓ କଳାତାଲିକାଭୁକ୍ତ ବ୍ୟବସାୟୀଙ୍କୁ ଲାଇସେନ୍ସ ଦେବା ଦ୍ୱାରା ଭବିଷ୍ୟତରେ ମଦ ମୃତ୍ୟୁ ଆଶଙ୍କା ରହିଛି।
ଚୋରାରେ ଚାଲିଛି ଗ୍ୟାସ୍ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ
ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…
ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର
ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍ଘାଟିତ…
୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ
କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍ଏଚ୍-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…
ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…
ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…
ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…
ଭୁବନେଶ୍ୱର, ୨।୪(ସୁନିତ୍ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…
ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…
ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
Archives

