ଅରୁଚିକର ରାଣେ

କେନ୍ଦ୍ର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରୀ ନାରାୟଣ ରାଣେଙ୍କୁ ମହାରାଷ୍ଟ୍ର ପୋଲିସ ୨୪ ଅଗଷ୍ଟରେ ଗିରଫ କରିଛି। ୨୩ ଅଗଷ୍ଟରେ ଜନଆଶୀର୍ବାଦ ଯାତ୍ରାରେ ଯୋଗଦେବା ଅବସରରେ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସମାଲୋଚନା କରିଥିଲେ। ସ୍ବାଧୀନତା ଦିବସରେ ଭାଷଣ ଦେବା ବେଳେ ଠାକ୍‌ରେ ଦେଶ କେବେ ସ୍ବାଧୀନତା ପାଇଥିଲା ମନେ ପକାଇପାରି ନ ଥିଲେ। ତାହାକୁ ଲକ୍ଷ୍ୟକରି ରାଣେ କହିଥିଲେ ଯେ, ଏଭଳି ସ୍ଥଳେ ଦେଶର ସ୍ବାଧୀନତା ଦିବସକୁ ଭୁଲି ଯାଇଥିବା ଠାକ୍‌ରେଙ୍କୁ ସେ ଚାପୁଡ଼ା ମାରିଥାଆନ୍ତେ। ତେବେ ରାଣେଙ୍କୁ ଗିରଫ କରାଯିବା ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।
ଏକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଏଭଳି ଅଶାଳୀନ ମନ୍ତବ୍ୟ ଦେବା ନିଶ୍ଚିତ ଭାବେ ସାମ୍ବିଧାନିକ ମର୍ଯ୍ୟାଦା ଉଲ୍ଲଂଘନ କରୁଛି। ଉଲ୍ଲେଖଯୋଗ୍ୟ ଯେ, ରାଣେ ଶିବସେନାର ସଦସ୍ୟ ଥିଲେ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। ସେତେବେଳେ ଠାକ୍‌ରେ ପରିବାରକୁ ମୁଣ୍ଡିଆମାରି ମନ୍ତ୍ରୀ ହୋଇଥିଲେ। ଦଳ ଭିତରେ ନିଜର ବାହୁବଳ ଦେଖାଇବାରୁ ୩ ଜୁଲାଇ ୨୦୦୫ରେ ସେ ଶିବସେନାରୁ ବିତାଡ଼ିତ ହୋଇଥିଲେ। ସ୍ବାଭାବିକ ଭାବେ ଶିବସେନାର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଦ୍ୱାରା ସହ୍ୟ ହେଲେ ନାହିଁ। ବିଭିନ୍ନ ସମୟରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ୱେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କ ପୁତ୍ର ନିଲେଶ ରାଣେ ରତ୍ନଗିରି-ସିନ୍ଧୁଦୁର୍ଗରୁ ସାଂସଦ ମଧ୍ୟ ହୋଇଥିଲେ। ବାପ ପୁଅ କଂଗ୍ରେସ ଛାଡ଼ିବା ପରେ ‘ମହାରାଷ୍ଟ୍ର ସ୍ବାଭିମାନ ପକ୍ଷ’ ନାମକ ଏକ ସାମ୍ମୁଖ୍ୟ ଗଠନ କରିଥିଲେ। ପରେ ୨୦୧୯ରେ ଉଭୟ ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଥିଲେ। ଏଭଳି ଦଳବଦ୍‌ଲୁ ଓ ଆଦର୍ଶବିହୀନ ବ୍ୟକ୍ତିଙ୍କ ମୌଳିକ ଚିନ୍ତାଧାରା ସବୁବେଳେ ସନ୍ଦେହରେ ରହିଥାଏ।
ଭାଜପାରେ ଯୋଗଦେବା ପରଠାରୁ ବିଭିନ୍ନ ପ୍ରସଙ୍ଗରେ ଉଦ୍ଧବ ଠାକ୍‌ରେଙ୍କୁ ରାଣେ ସମାଲୋଚନା କରିଆସୁଛନ୍ତି। ଏହା ଏକ ସ୍ବାଭାବିକ ଚରିତ୍ର, ଯାହାକି ରାଜନୈତିକ ବ୍ୟକ୍ତିମାନେ ସର୍ବଦା ପ୍ରଦର୍ଶନ କରିଥାଆନ୍ତି। ଜଣେ ଯେଉଁ ଦଳ ବା ନେତାଙ୍କଠାରୁ ସର୍ବାଧିକ ଅନୁଗ୍ରହ ହାସଲ କରି ପରିଚୟ ସୃଷ୍ଟି କରିଥାଅନ୍ତି, ସେହି ଦଳ ଓ ନେତାଙ୍କୁ ଅତ୍ୟଧିକ ମାତ୍ରାରେ ଏବଂ ସୁଯୋଗ ମିଳିଲେ ଅଭଦ୍ର ଭାଷାରେ ସମାଲୋଚନା କରିଥାଆନ୍ତି। ଏହା ପଛରେ ଏକ ରୋଗାକ୍ରାନ୍ତ ମାନସିକତାର ପରିଚୟ ମିଳିଥାଏ। ଏଭଳି ବ୍ୟକ୍ତି ପୂର୍ବର ଦଳ ଓ ନେତାଙ୍କୁ ସାଧାରଣରେ ଅଧିକ ଆକ୍ରୋଶମୂଳକ ମନ୍ତବ୍ୟ ଦିଅନ୍ତି। ଏହାଦ୍ୱାରା ପୂର୍ବରୁ ହାସଲ କରିଥିବା ସୁବିଧା ଓ ସୁଯୋଗ ପ୍ରତି କୃତଜ୍ଞ ହେବାକୁ ଅଟକାଇଥାନ୍ତି। ରାଜନୀତିରେ ବିଭିନ୍ନ ଦଳ ମଧ୍ୟରେ ନେତାମାନେ ପରସ୍ପରକୁ ସମାଲୋଚନା କରିଥାଆନ୍ତି। ସେଥିରେ କୌଣସି ଭୁଲ ନ ଥାଏ। କିନ୍ତୁ ଜଣେ ଯେତେବେଳେ ପଦମର୍ଯ୍ୟାଦା ଭୁଲି ଅନ୍ୟ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥାଆନ୍ତି, ତାହା ଦ୍ୱାରା ମତ ରଖୁଥିବା ବ୍ୟକ୍ତିଙ୍କ ଚରିତ୍ର ସାଧାରଣରେ ନୂ୍ୟନ ଦୃଷ୍ଟିରେ ଦେଖାଯାଇଥାଏ। ଅନ୍ୟପକ୍ଷରେ ଠାକ୍‌ରେ ଯଦି ସ୍ବାଧୀନତା ଦିବସ କେବେ ତାହା ମନେପକାଇପାରି ନ ଥିବେ ତେବେ ବିରୋଧୀଙ୍କ ସମାଲୋଚନାକୁ ଖୁଣି ହେବ ନାହିଁ। ମାତ୍ର ସମାଲୋଚନା ଅଣସଂସଦୀୟ ଶବ୍ଦ ପ୍ରୟୋଗ ଦ୍ୱାରା କରାଯାଇଥିବାରୁ ରାଣେଙ୍କୁ ଗିରଫ କରାଯିବାରେ ଅସ୍ବାଭାବିକତା ନାହିଁ ବୋଲି କୁହାଯାଇପାରେ। ଏ ଦେଶରେ ଠାକ୍‌ରେ ଯେ କେବଳ ଦେଶର ଇତିହାସକୁ ମନେପକାଇପାରି ନାହାନ୍ତି ତାହା ନୁହେଁ, ଏହା ପୂର୍ବରୁ କେନ୍ଦ୍ର ଶାସନରେ ଥିବା ଶୀର୍ଷ ରାଜନେତାଙ୍କଠାରୁ ଆରମ୍ଭକରି ବହୁ ନେତା ଭାଷଣ ଦେବା ବେଳେ ଭୁଲ ତଥ୍ୟ ଦେଇଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପୂର୍ବରୁ ୨୦୧୩ ନଭେମ୍ବରରେ ଏକ ରାଲିରେ ମହାତ୍ମା ଗାନ୍ଧୀଙ୍କୁ ମୋହନଲାଲ କରମଚାନ୍ଦ ଗାନ୍ଧୀ ବୋଲି କହିଥିଲେ। ନିଜ ରାଜ୍ୟ ଗୁଜରାଟ ତଥା ଭାରତର ଏହି ମହାନ୍‌ ବ୍ୟକ୍ତିଙ୍କ ନାମକୁ ଭୁଲ ଉଚ୍ଚାରଣ କରିବା ଦ୍ୱାରା ସେ ସମାଲୋଚିତ ହୋଇଥିଲେ। ତେବେ ରାଣେ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ଯେଉଁଭଳି ଠାକ୍‌ରେଙ୍କୁ ଚାପୁଡ଼ା ମାରିବା କଥା କହିଲେ ତାହାଦ୍ୱାରା ଏକ ଖରାପ ପରମ୍ପରା ସୃଷ୍ଟି ହୋଇଯାଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍‌ ପ୍ରକାଶ ନଡ୍ଡା କେନ୍ଦ୍ରମନ୍ତ୍ରୀ ରାଣେଙ୍କୁ ଗିରଫ କରାଯିବା ଅସାମ୍ବିଧାନିକ ବୋଲି କହିଛନ୍ତି। ତେବେ ଭାଜପା ରାଣେଙ୍କ ମନ୍ତବ୍ୟଠାରୁ ଦୂରେଇ ରହିଛି।
ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ଜଣେ ବ୍ୟକ୍ତି ଯେଉଁ ପଦପଦବୀରେ ଥାଆନ୍ତୁ ନା କାହିଁକି ସେ ଯଦି କୌଣସି ଅରୁଚିକର ମନ୍ତବ୍ୟ ବା ଅପ୍ରୀତିକର ସ୍ଥିତି ସୃଷ୍ଟି କରିବା ଭଳି ମନ୍ତବ୍ୟ ଦେଉଛନ୍ତି, ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବା ଦରକାର। ତାହା ହେଲେ ଅନ୍ୟମାନେ ଏହାକୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଭାବେ ଲକ୍ଷ୍ୟକରି ସଂଯମ ଆଚରଣ ଅବଲମ୍ବନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri