Posted inଜାତୀୟ

କଳଙ୍କିତ ସୁଶାସନ

ପାଟନା,୧୪ା୧: ବିହାରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ମୁଜାଫରପୁର ସହରରେ ଅପରାଧୀମାନେ ବୁଧବାର ଜଣେ ନାବାଳିକାଙ୍କୁ ଗଶବଳାତ୍କାର କରିବା ପରେ ଘରେ ପଶି ଜିଅନ୍ତା ଜାଳି ଦେଇଛନ୍ତି। ମୃତ ପୀଡ଼ିତାଙ୍କ ବାପା ୪ ଅଭିଯୁକ୍ତଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ କେବଳ ତଦନ୍ତରେ ସୀମିତ ରହିଛି। ରିପୋର୍ଟ ଅନୁସାରେ ଗୁଲଶନ କୁମାର ଓ ଚଞ୍ଚଲ କୁମାର ନାବାଳିକାଙ୍କୁ ଫୁସୁଲାଇ ଏକ ସ୍ଥାନକୁ ଡକାଇବା ପରେ ତାଙ୍କୁ ବଳାତ୍କାର କରିଥିଲେ। ବଳାତ୍କାର ବେଳର ଦୃଶ୍ୟକୁ ସେମାନେ ଭିଡିଓ ରେକର୍ଡିଂ କରିଥିଲେ। ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ହତ୍ୟା କରିବାକୁ ସେମାନେ ଧମକ ଦେଇଥିଲେ। ପୀଡ଼ିତା ଘରେ ପହଞ୍ଚତ୍ ପରିବାର ଲୋକଙ୍କୁ ସବୁକଥା କହିଥିଲେ। ଏହା ଜାଣିବା ପରେ ଅପରାଧୀମାନେ ଧରାପଡ଼ିବା ଭୟରେ ତାଙ୍କ ଘରକୁ ଯାଇ ନାବାଳିକାଙ୍କୁ ନିଆଁରେ ଜାଳି ଦେଇଥିଲେ। ୩ ଦିନ ତଳେ ସେହି ମୁଜାଫରପୁର ଜିଲାର ସକରା ଥାନା ଅଧୀନ ଏକ ଗ୍ରାମରେ ଜଣେ ଛାତ୍ରୀ କୋଚିଂ ଯାଉଥିବାବେଳେ ୫ ଯୁବକ ତାଙ୍କୁ ଅପହରଣ କରିଥିଲେ। ସେମାନେ ତାଙ୍କୁ ଏକ ଜଙ୍ଗଲକୁ ନେଇ ଗଣବଳାକତ୍ାର କରିଥିଲେ। ପୀଡ଼ିତା କୌଣସି ମତେ ଜୀବନ ବଞ୍ଚାଇ ଘରକୁ ଫେରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛି।
ମଧୁବନୀ ଜିଲାରେ ମଧ୍ୟ ଏକ ଅନୁରୂପ ଘଟଣା ଘଟିଛି। ଅପରାଧୀମାନେ ଜଣେ ୧୫ ବର୍ଷୀୟା ମୂକ ଓ ବଧିର ଝିଅଙ୍କୁ ଗଣବଳାତ୍କାର କରିଛନ୍ତି। ପୀଡ଼ିତା ସେମାନଙ୍କୁ ଚିହ୍ନି ପାରିଲେ ଧରାପଡ଼ିଯିବେ ବୋଲି ଭୟରେ ଅପରାଧୀମାନେ ତାଙ୍କ ଆଖି ତାଡ଼ିନେଇଛନ୍ତି। ଧାରୁଆ ଅସ୍ତ୍ରରେ ଦୁଇଆଖି ନଷ୍ଟ ହୋଇଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି ମଧୁବନୀ ସଦର ହସ୍ପିଟାଲରେ ପୀଡ଼ିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ହରଲାଖି ଥାନା ଅଧୀନ କଉଓ୍ବାହା ବାରି ଗ୍ରାମର ନାବାଳିକା ଜଣକ ମଙ୍ଗଳବାର ଗାଁ ବାହାର ଏକ ପଡ଼ିଆକୁ ଛେଳି ଚରାଇବାକୁ ଯାଇଥିବାବେଳେ ଯୌନପିପାସୁମାନେ ଏହି କାଣ୍ଡ ଭିଆଇଛନ୍ତି। ଏହି ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଏସ୍‌ଏଚ୍‌ଓ ପ୍ରେମଲାଲ ପାଶ୍ୱାନ ସୂଚନା ଦେଇଛନ୍ତି।

ବିହାରରେ ବଢ଼ୁଛି ବଳାତ୍କାର

ବିହାର ପୋଲିସ ତଥ୍ୟାନୁସାରେ ୨୦୨୦ରେ ରାଜ୍ୟରେ ୧୨୪୪ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା। ୨୦୦୧ରେ ଏହି ସଂଖ୍ୟା ୭୪୬ ଥିଲା। ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ (ଏସ୍‌ସିଆର୍‌ବି)ର ୨୦୧୯ ରିପୋର୍ଟ କହୁଛି, ବିହାରରେ ପ୍ରତି ୬ ଘଣ୍ଟାରେ ଜଣେ ବଳାତ୍କାରର ଶିକାର ହେଉଛନ୍ତି। ପୀଡ଼ିତାଙ୍କ ମଧ୍ୟରୁ ୨୫%ଙ୍କ ହାରାହାରି ବୟସ ୨୦ ବର୍ଷ। ୪୦-୪୫ ପ୍ରତିଶତ ବଳାତ୍କାରୀଙ୍କ ବୟସ ୧୮ରୁ ୩୦ ବର୍ଷ। ରାଜଧାନୀ ପାଟନା ମଧ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।

ଇଣ୍ଡିଗୋ ମ୍ୟାନେଜରଙ୍କୁ ହତ୍ୟା

 

ବିହାର ରାଜଧାନୀ ପାଟନାରେ ମଙ୍ଗଳବାର ରାତିରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ୍‌ଜିକ୍ୟୁଟିଭ୍‌ଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ମାତ୍ର ୨ କି.ମି. ଦୂରରେ ଏହି ହତ୍ୟାକାଣ୍ଡ ଘଟିଥିବାରୁ ରାଜନୀତି ଜୋର୍‌ ଧରିଛି। ନିଜ ପାଖରେ ଗୃହ ବିଭାଗ ରଖିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଛନ୍ତି।
ଏୟାରପୋର୍ଟର ମ୍ୟାନେଜର ରୂପେଶ କୁମାର ସିଂ(୪୪) ଏସ୍‌ୟୁଭିରେ ଘରକୁ ଫେରି ଗେଟ୍‌ ବାହାରେ ଅପେକ୍ଷା କରିଥିଲେ। କର୍ମଚାରୀମାନେ ଗେଟ୍‌ ଖୋଲିଥିଲେ ସେ ଭିତରକୁ ଯାଇଥାନ୍ତେ। ଏତିକି ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ପାଟନା ବିମାନବିନ୍ଦରରେ କୋଭିଡ୍‌ ଭାକ୍ସିନ ପହଞ୍ଚତ୍ବାବେଳେ ରୂପେଶଙ୍କୁ ଦେଖିବାକୁ ମିଳିଥିଲା। ୩ କି.ମି. ଦୂରରେ ଥିବା ବିମାନବନ୍ଦରରୁ ଅପରାଧୀମାନେ ତାଙ୍କୁ ପିଛା କରିଥିବା ପୋଲିସ ସନ୍ଦେହ କରୁଛି। ୨ ସନ୍ତାନର ଜନକ ରୂପେଶଙ୍କର ଅନେକ ରାଜନେତା ଓ ଅଧିକାରୀଙ୍କ ସହ ସମ୍ପର୍କ ରହିଥିଲା। ଭାଜପା ଏମ୍‌ପି ବିବେକ ଠାକୁର ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ପୋଲିସ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରି ତନାଘନା ଚଳାଇଛି।

‘ସମ୍ଭାଳିପାରୁ ନାହାନ୍ତି ନୀତୀଶ’

ବିହାରରେ କ୍ରମବର୍ଦ୍ଧିଷ୍ଣୁ ଆପରାଧିକ ଘଟଣାକୁ ନେଇ ଆର୍‌ଜେଡି ନେତା ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳ ନେତା ତେଜସ୍ବୀ କହିଛନ୍ତି, ନୀତୀଶ ଥକିଯାଇଛନ୍ତି। ସେ ବିହାରକୁ ସମ୍ଭାଳିପାରୁ ନାହାନ୍ତି। ଳଗାତର ଅପରାଧ ବଢ଼ିଚାଲିଛି। ଯଦି ସେ ଗୃହ ବିଭାଗ ସମ୍ଭାଳିପାରୁ ନାହାନ୍ତି ତେବେ ଅନ୍ୟ କାହାକୁ ଦେଇଦିଅନ୍ତୁ। ତାଙ୍କୁ ଜବରଦସ୍ତି ମୁଖ୍ୟମନ୍ତ୍ରୀ କରାଯାଇଛି।
ଜେଜସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପ୍ରଶ୍ନବାଣରେ ଘେରିଛନ୍ତି। କହିଛନ୍ତି, ଲଗାତର ଭାବେ ଅପରାଧ ବଢ଼ିଚାଲିଛି। ଅପରାଧୀମାନେ ସରକାର ଚଳାଉଥିବାରୁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କୁ ‘ଜଙ୍ଗଲରାଜର ଯୁବରାଜ’ ବୋଲି ଆଖ୍ୟା ଦେଇଥିଲେ। ଏବେ ବିହାରରେ କ’ଣ ଚାଲିଛି ସେ ଉତ୍ତର ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?