ପୋଲିସ କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ବାରିପଦା,୨୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପୋଲିସର କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ଥାନା ଅଞ୍ଚଳରୁ ଚଢ଼ାଉ କରି ଅନ୍ୟ ଥାନା ଅଞ୍ଚଳରେ ଦର୍ଶାଇବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ସୋସିଆଲ ମିଡିଆରେ ପୋଷ୍ଟ କରି ପୋଲିସକୁ ତାତ୍ସଲ୍ୟ କରୁଛନ୍ତି। ତେବେ ଏଭଳି ଘଟଣାକୁ ପଚରାଉଚୁରା ପୂର୍ବକ ତଦନ୍ତ କରାଯାଇ ଗିରଫ କରାଯାଇଛି ବୋଲି ଜିଲା ଏସ୍‌ପି ଏସ. ସୁଶ୍ରୀ ପ୍ରକାଶ କରିଛନ୍ତି ା

ଅନୁଯାୟୀ, ଜିଲା ପୋଲିସର ଏକ ଟିମ୍‌ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚାଲାଣ ଖବରପାଇ ବୁଧବାର ଅପରାହ୍ନରେ ୪୯ ନଂ. ଜାତୀୟ ରାଜପଥର ବିଶୋଇ ଛକରେ ଜଗିଥିଲା। ଟିମ୍‌ ଓଡି ୦୨ ବିଡବ୍ଳ୍ୟୁ ୭୭୪୮ ନମ୍ବର ବିଶିଷ୍ଟ ଏକ ସୁଇଫ୍ଟ ଡିଜାୟାର କାରକୁ ଅଟକ ରଖି ଯାଞ୍ଚ କରିଥିଲା। କାରର ସିଟ୍‌ ମଝି ଓ ଗାଡ଼ିର ଡିକିରେ ବିପୁଳ ପରିମାଣ ଗଞ୍ଜେଇକୁ ଜବତ କରିଥିଲା। ଗଞ୍ଜେଇ ଚାଲାଣରେ ଜଡ଼ିତ ଅଭିଯୁକ୍ତର ହାତକୁ ବାନ୍ଧି ପୋଲିସ ନିଜ ଭ୍ୟାନରେ ବସାଇଥିଲା।

ତେବେ ପ୍ରତ୍ୟକ୍ଷଦର୍ଶୀମାନେ ଅଭିଯୁକ୍ତ ସହ ଗଞ୍ଜେଇ ଓ କାରର ଫଟୋ ଉତ୍ତୋଳନ କରିଥିଲେ। ମାତ୍ର ଏହି ଘଟଣାକୁ ରୂପ ଦେଇ ବାରିପଦାର ପାଲବଣୀଠାରେ ବାରିପଦା ଟାଉନ ପୋଲିସ ପାଟ୍ରୋଲିଂ ସମୟରେ ଧରିଥିଲା ବୋଲି ଖବରଦାତା ସମ୍ମିଳନୀରେ ଏସ୍‌ପି ଏସ.ସୁଶ୍ରୀ ପ୍ରକାଶ କରିଥିଲେ। ତେବେ ତହିଁ ପରଦିନ ଦେଶୀ ବନ୍ଧୁକ ଜବତ ଘଟଣାକୁ ନେଇ ସମ୍ମିଳନୀରେ ଖବରଦାତାମାନେ ଏସ୍‌ପିଙ୍କୁ ଜବତ ଗଞ୍ଜେଇ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।

ବିଶୋଇ ବଜାରରୁ ଦିନ ବେଳା ଜବତ ହୋଇଥିବା ଗଞ୍ଜେଇ ଓ ଅଭିଯୁକ୍ତମାନଙ୍କୁ କାହିଁକି ବାରିପଦାରୁ ଧରାହୋଇଛି ବୋଲି ପଚାରିଥିଲେ। ଏ ସମ୍ପର୍କରେ ଚାଲାଣକାରୀଙ୍କୁ ଟ୍ରାକ୍‌ କରାଯାଇ ବାରିପଦାରୁ ଧରା ହୋଇଛି ବୋଲି କହି କଥାକୁ ଏଡ଼ାଇ ଯାଇଥିଲେ। ପୋଲିସର ଉତ୍ତର ଓ ଘଟଣାକୁ ରୂପ ଦେବା ବାବଦରେ ଜିଲା ପୋଲିସର କାର୍ଯ୍ୟକଳାପ ପ୍ରତି ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ଆଲୋଚନା ହେଉଛି। ସେହିପରି ଜିଲା ଦେଇ ପ୍ରତିଦିନ ଗଞ୍ଜେଇ, ଗୋରୁ ଗାଡ଼ି ଓ ବ୍ରାଉନ୍‌ସୁଗର ଚାଲାଣ ହେଉଛି। ରାସଗୋବିନ୍ଦୁପର ନଳଗଜା ଓ ରୁପ୍ସା ବୈଶିଙ୍ଗା ରାଜ୍ୟ ରାଜପଥ ଦେଇ ଜଳେଶ୍ୱର ଓ ବାଲେଶ୍ୱର ଜିଲାରୁ ବ୍ରାଉନ୍‌ସୁଗର ଚାଲାଣ ହୋଇ ବାରିପଦାରେ ବିକ୍ରି ହେଉଛି। ୪୯ ନଂ. ଓ ୧୮ ନଂ. ଜାତୀୟ ରାଜପଥ ଦେଇ ଗଞ୍ଜେଇ ଓ ଗୋରୁ ଗାଡି ଚାଲାଣ ହେଉଛି। ଏଥିସହ ଜିଲାରେ ଚୋରି, ଛିନ୍‌ତାଇ ଓ ଡକାୟତି ଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି ା ଉଭୟ ବିଭାଗ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଗଲେ ନିଶାଦ୍ରବ୍ୟ କାରବାରରେ ଅଙ୍କୁଶ ଆସିପାରିବ ବୋଲି ସହରବାସୀ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?