ସିନେମାରେ ବର୍ଣ୍ଣବୈଷମ୍ୟ

କୋଲକାତା/ମୁମ୍ବାଇ,୫।୭: ୨୦୨୧ ଜାନୁୟାରୀ ୪ରୁ ଚାଲିଥିବା ବଙ୍ଗଳା ୱେବ୍‌ ସିରିଜ୍‌ ‘ଦେଶେର ମାଟି’ର ୧୫୫ ଏପିସୋଡ୍‌ ଦେଖାଯାଇ ସାରିଲାଣି। ଏହି ଶୋ’ରେ ନୋଆ ବୋଷ ମୁଖାଜର୍ର୍ୀ ଚରିତ୍ରରେ ନଜର ଆସୁଛନ୍ତି ଟଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ଶ୍ରୁତି ଦାସ। ଏଥିରେ ସେ ମୁଖ୍ୟ (ଶିକ୍ଷୟିତ୍ରୀ) ଭୂମିକାରେ ଅଭିନୟର ଯାଦୁକରୀ ଦେଖାଇଛନ୍ତି। ଉକ୍ତ ସିରିଜ ଯେତେ ଲୋକପ୍ରିୟ ହେବାରେ ଲାଗିଛି, ତାଙ୍କୁ ସେତେ ଅଧିକ ଅନ୍‌ଲାଇନ୍‌ ଅତ୍ୟାଚାର ସହିବାକୁ ପଡ଼ୁଛି। ପ୍ରଥମେ କଟାକ୍ଷ କରି ଖରାପ ଭାଷା ବ୍ୟବହାର କରୁଥିବା ଲୋକଙ୍କୁ ନେଇ ସେ ନୀରବ ଥିଲେ। କିନ୍ତୁ ଶ୍ରୁତି ଏହି ଚରିତ୍ରରେ ଅଭିନୟ ସୁଯୋଗ ହାତେଇବା ପାଇଁ ସିରିଜ୍‌ର ନିର୍ଦ୍ଦେଶକ ତଥା ନିଜ ପାର୍ଟନର ସ୍ବର୍ଣ୍ଣେନ୍ଦୁ ସମଦ୍ଦାରଙ୍କ ସହ ସମ୍ବନ୍ଧ ରଖିଛନ୍ତି। ନ ହେଲେ ତାଙ୍କ ଭଳି ଶ୍ୟାମଳୀ ଝିଅଙ୍କୁ ଏହି ରୋଲ୍‌ ମିଳି ନ ଥାଆନ୍ତା ବୋଲି କମେଣ୍ଟ ଆସିବା ପରେ ସେ ବ୍ୟଥିତ ହୋଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅଭିନେତ୍ରୀ ଗୁରୁବାର ଅନ୍‌ଲାଇନ୍‌ରେ ଦୁଇଟି ଏତଲା ଦେଇଛନ୍ତି। ପ୍ରଥମଟି ଏଭଳି ମନ୍ତବ୍ୟ ଦେଇଥିବା ଜଣେ ବ୍ୟକ୍ତିଙ୍କ ବିପକ୍ଷରେ ଓ ଦ୍ୱିତୀୟଟି ହେଲା ୨୦୧୯ରୁ ସେ ସାମ୍ନା କରିଆସୁଥିବା ଅନ୍‌ଲାଇନ୍‌ ଟ୍ରୋଲ୍ସଙ୍କ ବିରୋଧରେ। ଶ୍ରୁତି ସୋସିଆଲ ମିଡିଆରେ ଏନେଇ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ କୋଲକାତା ପୋଲିସକୁ ଟ୍ୟାଗ୍‌ କରିଛନ୍ତି। ସାଇବର ସେଲ୍‌ ଥାନାକୁ ମେଲ୍‌ କରି ଏତଲା ଦେବା ପାଇଁ ତାଙ୍କୁ କୁହାଯାଇଥିବା ସେ ଏଥିରେ ଉଲ୍ଲେଖ କରିଛନ୍ତି। ଅଭିନେତ୍ରୀ ଜଣକ ଏବେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛନ୍ତି।
ନିକଟରେ କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଥିବା ଟେଲିଭିଜନ ଆକ୍ଟ୍ରେସ୍‌ ଶ୍ରୁତିଙ୍କ କହିବା ହେଲା, ୨୦୧୯ରେ ତାଙ୍କୁ ବଙ୍ଗଳା ସିରିଏଲରେ ବ୍ରେକ୍‌ ମିଳିବା ପରଠୁ ନିଜ ବର୍ଣ୍ଣକୁ ନେଇ ଅନେକ ଟାହିଟାପରା ଶୁଣିବାକୁ ମିଳୁଥିଲା। ଶ୍ୟାମଳୀ ତ୍ୱଚା ପାଇଁ ହେଟ୍‌ କମେଣ୍ଟ ମିଳୁଥିଲା। ତାଙ୍କୁ ଉପହାସ କରି ଜଣେ ବ୍ୟକ୍ତି ବାରମ୍ବାର ଟ୍ରୋଲ ମେସେଜ୍‌ ଦେଉଥିଲେ। ଏହାକୁ ନେଇ ସେ ଖୁବ୍‌ ଚିନ୍ତିତ ଥିଲେ। ଶେଷରେ ସେ ଇ-ମେଲ୍‌ ଜରିଆରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ୟୁଜରଙ୍କୁ ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଯେଉଁ ଝିଅ ତାଙ୍କୁ ଟ୍ରୋଲ କରୁଥିଲେ, ସେ ତାଙ୍କ ନିଜ ଗାଁ ପୂବର୍ର୍ ବର୍ଦ୍ଧମାନର କଟୱା ବାସିନ୍ଦା। ନାଁ ତାଙ୍କର ସୁପର୍ଣ୍ଣା ବୋଷ ସରକାର। ପୋଲିସରେ ଅଭିଯୋଗ ହୋଇଥିବା ନେଇ ଜାଣିବା ପରେ ସୁପର୍ଣ୍ଣା ଓ ତାଙ୍କ ଭାଇ କ୍ଷମା ମାଗିଛନ୍ତି। ଶ୍ରୁତିଙ୍କ ପରିବାର ଲୋକଙ୍କ କହିବା ହେଲା, ସେ ବି ଜଣେ ଝିଅ ହୋଇଥିବାରୁ ତାଙ୍କୁ କ୍ଷମା କରିଦେବା ଉଚିତ। ତେବେ ଶ୍ରୁତି ତାଙ୍କୁ କ୍ଷମା କରିବେ ନା ଉଚିତ ଶିକ୍ଷା ଦେବେ ତା’ ଉପରେ କିଛି ନିଷ୍ପତ୍ତି ନେଇନାହାନ୍ତି। କୋଲକାତା ପୋଲିସ କହିଛି, ଶ୍ରୁତି ଅନ୍‌ଲାଇନ୍‌ରେ ଏତଲା ଦେବାବେଳେ ନିଜ କୋଲକାତା ଘରର ଠିକଣା, ମୋବାଇଲ୍‌ ନମ୍ବର ସହ ସମ୍ପୂର୍ଣ୍ଣ ବିବରଣୀ ଦେଇ ନାହାନ୍ତି। ଇ-ମେଲ୍‌ ଓ ସୋସିଆଲ ମିଡିଆ ଜରିଆରେ ପୋଲିସ ଅଭିନେତ୍ରୀଙ୍କ ସହ ଯୋଗାଯୋଗ କରୁଛି, ଯାହା ଫଳରେ ଅଧିକ ତଥ୍ୟ ମିଳିପାରିବ ଏବଂ ଏଫ୍‌ଆଇଆର୍‌ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇପାରିବ। ଅସମ୍ପୂର୍ଣ୍ଣ ସୂଚନାକୁ ନେଇ ମାମଲା ରୁଜୁ କରିବାକୁ ପୋଲିସ ଅକ୍ଷମ। ତେଣୁ ତଦନ୍ତକାରୀ ଟିମ୍‌ ଅଭିଯୁକ୍ତଙ୍କ ବିରୋଧରେ ତାଙ୍କୁ ଅନ୍ୟ କେତେକ ବିବରଣୀ ମାଗିଛି।
ଶ୍ରୁତି ଦାସ ଏକ ସାକ୍ଷାତ୍‌କାରରେ କହିଛନ୍ତି, ଅନେକ ସମୟରେ ତ୍ୱଚାର ଶ୍ୟାମଳ ବର୍ଣ୍ଣ ଯୋଗୁ ଅଭିନେତ୍ରୀମାନଙ୍କୁ ଅଣଦେଖା କରାଯାଇଥାଏ। ଏହି କାରଣରୁ ସେମାନଙ୍କ ପ୍ରତିଭା ଥିଲେ ମଧ୍ୟ ନିଜ ଟ୍ୟାଲେଣ୍ଟକୁ ଲୋକଲୋଚନକୁ ଆଣିପାରି ନ ଥାଆନ୍ତି। ସେ ଏଭଳି ଚିନ୍ତାଧାରାର ଲୋକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଚାହାନ୍ତି। ଏହାସହ ଶ୍ରୁତି ନିଜ ସଂଘର୍ଷ ଏବଂ ବୟଫ୍ରେଣ୍ଡଙ୍କ ସହ ସମ୍ବନ୍ଧ ନେଇ ମଧ୍ୟ କହିଛନ୍ତି। ଇଣ୍ଡଷ୍ଟ୍ରିରେ ପାଦ ଥାପିବା ପାଇଁ ବହୁ ପରିଶ୍ରମ କରିଛନ୍ତିି। ବୟଫ୍ରେଣ୍ଡଙ୍କ ସହ ୧୬ ବର୍ଷ ହେଲା ସମ୍ପର୍କ ରହିଛି। କିନ୍ତୁ ବୟଫ୍ରେଣ୍ଡଙ୍କ ଯୋଗୁ ଆଜି ଏହି ସଫଳତା ମିଳିଛି ବୋଲି କହିବା ଭୁଲ୍‌। ଲୋକେ ଭାବନ୍ତି ଶ୍ୟାମଳୀ ଝିଅ କିଛି ହାସଲ କରିପାରନ୍ତି ନାହିଁ। ଏପରି ବିଚାର ଓ ଅନ୍‌ଲାଇନ୍‌ ଉପତ୍ୀଡ଼ନ ଅଭିନେତ୍ରୀମାନଙ୍କ ବ୍ୟକ୍ତିଗତ ଜୀବନରେ ଖରାପ ପ୍ରଭାବ ପକାଇଥାଏ। ଅଭିନେତ୍ରୀ ପାଓଲି ଦାମ୍‌ ଓ ପର୍ଣ୍ଣୋ ମିତ୍ରଙ୍କ ଭଳି ଆଉ କେତେଜଣ ସିନିୟରଙ୍କୁ ମଧ୍ୟ ଅତୀତରେ ଏଭଳି ଦଶା ଭୋଗିବାକୁ ପଡ଼ିଥିଲା। ଅନ୍ୟ କୌଣସି ଝିଅ ଶ୍ୟାମଳ ବର୍ଣ୍ଣକୁ ନେଇ ଟ୍ରୋଲର ଶିକାର ହୁଅନ୍ତୁ ବୋଲି ସେ ଚାହାନ୍ତିନାହିଁ। ‘ଦେଶେର ମାଟି’ ଲେଖିକା ତଥା ପଶ୍ଚିମବଙ୍ଗ ମହିଳା କମିଶନ ଅଧ୍ୟକ୍ଷା ଲୀନା ଗଙ୍ଗୋପାଧ୍ୟାୟ ମଧ୍ୟ ଶ୍ରୁତିଙ୍କୁ ସମର୍ଥନ କରିଛନ୍ତି।

ଅଭିନେତ୍ରୀଙ୍କୁ ଅନ୍‌ଲାଇନ୍‌ ଅତ୍ୟାଚାର

ପୂର୍ବରୁ ମଧ୍ୟ ବହୁ ଅଭିନେତ୍ରୀ ନିଜ ଶ୍ୟାମଳ ବର୍ଣ୍ଣକୁ ନେଇ କେତେବେଳେ ଶୁଟିଂ ସେଟ୍‌ରେ ତ
ପୁଣି କେବେ ଇଣ୍ଟରନେଟ୍‌ରେ ଉପତ୍ୀଡ଼ନର ଶିକାର ହୋଇଛନ୍ତି। ‘ଦି ଫାମିଲି ମ୍ୟାନ୍‌-୨’ ଅଭିନେତ୍ରୀ ପ୍ରିୟାମଣିଙ୍କୁ ନିଜ ଶରୀରକୁ ନେଇ ଲଜ୍ଜିତ ହେବାକୁ ପଡ଼ିଥିଲା। ଏହି ସାଉଥ୍‌ ଆକ୍ଟ୍ରେସ୍‌ଙ୍କ ତ୍ୱଚା କୃଷ୍ଣବର୍ଣ୍ଣର ହୋଇଥିବାରୁ ଅନ୍‌ଲାଇନ୍‌ରେ ୟୁଜର୍ସ ତାଙ୍କୁ ‘କାଳୀ’ ସମ୍ବୋଧନ କରୁଥିଲେ। ତୁମ ମୁହଁ ଗୋରା କିନ୍ତୁ ଗୋଡ଼ ଦୁଇଟି କାହିଁକି ଶ୍ୟାମଳ ବୋଲି ପ୍ରଶ୍ନ କରୁଥିଲେ। ଗତ ଜୁନ୍‌ ୧୩ରେ ସେ ଏନେଇ ମୁହଁ ଖୋଲିଥିଲେ। ୨୦୨୦ ମେ’ରେ ଭୂମି ସେଟ୍ଟିଙ୍କୁ ବିଗ୍‌ବସ୍‌ କନ୍ନଡ଼ ସିଜନ୍‌
୭ରେ ପ୍ରଶ୍ନ କରାଯାଇଥିଲା,
ତୁମ ତ୍ୱଚାର ସେକ୍ସି କଲର ପାଇଁ ଇଣ୍ଡଷ୍ଟ୍ରିରେ ଭଲ ରୋଲ୍‌ ପାଉଛ କି? ଏତିକି ନୁହେଁ, ଅନୁଷ୍କା ଶର୍ମା ଓ ଦୀପିକା ପାଦୁକୋନ୍‌ଙ୍କ ଭଳି ବଲିଉଡ୍‌ ଅଭିନେତ୍ରୀଙ୍କ ରଙ୍ଗ ହଠାତ୍‌ କେମିତି ବଦଳିଯାଇଛି ବୋଲି ମଧ୍ୟ ୟୁଜର୍ସ ଟ୍ରୋଲ କରିଥିଲେ। ‘ଜିଶ୍ମ’ ଅଭିନେତ୍ରୀ ବିପାଶା ବସୁ ଅତୀତରେ ଏପରି ଅନେକ ଉପତ୍ୀଡ଼ନର ଶିକାର ହୋଇଛନ୍ତି। ପୂର୍ବରୁ ବର୍ଣ୍ଣଭେଦର ଶିକାର ହୋଇଥିବା ଅଭିନେତ୍ରୀ ନନ୍ଦିତା ଦାସ ୨୦୧୩ରୁ ‘ଇଣ୍ଡିଆଜ୍‌ ଗଟ୍‌ କଲର’ ଅଭିଯାନରେ ସାମିଲ ହୋଇ ଶୈକ୍ଷିକ କର୍ମଶାଳା ଓ କାଉନ୍‌ସେଲିଂ ଜରିଆରେ ସଚେତନତା ସୃଷ୍ଟି କରୁଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ଅନ୍‌ଲାଇନ୍‌ରେ ‘ଏଣ୍ଡ୍‌ କଲରିଜମ୍‌’ ନାମରେ ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ଶରୀରର ରଙ୍ଗକୁ ନେଇ ମିଳିଥିବା କେତେକ ନକାରାମତ୍କ କମେଣ୍ଟକୁ ସେ ଶେୟାର କରିଥିଲେ। ନିକଟରେ ଅଜୟ ଦେବଗନଙ୍କ ଝିଅ ନ୍ୟାସା ଟ୍ରୋଲ ହେବା ପରେ ଅଭିନେତ୍ରୀ ସ୍ତ୍ରୀ କାଜୋଲ ରାଗିଯାଇଥିଲେ। ଆମ ସମାଜରୁ ବର୍ଣ୍ଣଭେଦ ଦୂର ନ ହେବା ପର୍ଯ୍ୟନ୍ତ ଏହି କଳଙ୍କିତ ଦୃଷ୍ଟିଭଙ୍ଗୀ ହଟିବ ନାହିଁ ବୋଲି ସମାଜ ବିଜ୍ଞାନୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri