୪୦ ଆଲୋକ ବର୍ଷ ଦୂରରେ ଦ୍ୱିତୀୟ ସୌର ଜଗତର ସନ୍ଧାନ…

ଓ୍ବାଶିଂଟନ,୨୮।୧୧: ଆମ ସୌର ଜଗତ ଆକାଶଗଙ୍ଗାରେ ରହିଛି। ଏହାଠାରୁ ୪୦ ଆଲୋକବର୍ଷ ଦୂରରେ ଏକ ଦ୍ୱିତୀୟ ସୌର ଜଗତର ସନ୍ଧାନ ମିଳିଛି। ଏହାକୁ ହୋଲି ଗ୍ରେଲ୍‌ ଭାବେ ନାମିତ କରାଯାଇଛି। ଏଠାରେ ଥିବା ଗ୍ରହମାନଙ୍କ ଉପରେ ମହାକାଶବିଜ୍ଞାନୀମାନେ ଏବେ ନାନା ତଥ୍ୟ ସଂଗ୍ରହ କରିବାରେ ଲାଗିଛନ୍ତି। ଏହି ସୌର ଜଗତରେ ଥିବା କେତେକ ଗ୍ରହରେ ଜୀବନ ଥିବାର ଆଶା ରହିଛି ବୋଲି ନାସା ପକ୍ଷରୁ କୁହାଯାଇଛି।

ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ସୌର ଜଗତରେ ପୃଥିବୀଠାରୁ ସମ୍ପୂର୍ଣ୍ଣ ଭିନ୍ନ ସାତୋଟି ଗ୍ରହ ନିଜ ନିଜ କକ୍ଷପଥରେ ରହିଛନ୍ତି। ଏହି ଗ୍ରହଗୁଡିକ ସଂଗୀତର ନୋଟସ୍‌ ପରି ସଜାଇ ହୋଇ ରହିଛନ୍ତି। ତେଣୁ ମହାକାଶ ବିଜ୍ଞାନୀମାନେ ଏହି ଗ୍ରହଗୁଡ଼ିକୁ ‘ହାରମୋନି’ ବୋଲି କହୁଛନ୍ତି।

ଗ୍ରହଗୁଡିକ କିପରି ସୃଷ୍ଟି ହେଲା ସେ ନେଇ ଗବେଷଣା ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଆକଳନ ଅନୁଯାୟୀ ଏହି ଗ୍ରହଗୁଡ଼ିକ ପୃଥିବୀଠାରୁ ୧୦ ଗୁଣ ଅଧିକ ଦ୍ରୁତ ଗତିରେ ସୃଷ୍ଟି ହୋଇଥିବେ। ବିଶେଷଜ୍ଞମାନେ ଅନୁସନ୍ଧାନ ପାଇଁ ଜଟିଳ ପ୍ରକ୍ରିୟା ଉପରେ ନିର୍ଭର କରୁଛନ୍ତି।

କାରଣ ୪୦ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡ଼ିକ ନିକଟରେ ପହଞ୍ଚିବା ଅସମ୍ଭବ। ବୋର୍ଡୋ ୟୁନିଭରସିଟିର ଜ୍ୟୋତିର୍ବିଜ୍ଞାନୀ ସିନ ରେମଣ୍ଡ ଏକ କହିଛନ୍ତି ଯେ ଗ୍ରହରେ ପଥର ଗଠନ ପରେ ଏଥିରେ ବିଭିନ୍ନ ପଦାର୍ଥ ପରସ୍ପର ମଧ୍ୟରେ ଧକ୍କା ହୋଇଥାନ୍ତି। ଏହାକୁ ବିସ୍ଫୋରଣ କିମ୍ବା ଲେଟ୍‌ ଆକ୍ରେଟେଶନ କୁହାଯାଏ।
ଏସବୁ ଗ୍ରହଗୁଡ଼ିକରେ ଜଳ ଏବଂ ଜୀବନ ବିଦ୍ୟମାନ ଥାଇପାରେ ବୋଲି ଅନୁମାନ କରାଯାଉଛି। ସମ୍ପ୍ରତି ଆମେରିକାର ସ୍ପେସ ଏଜେନ୍ସି ନାସା ମଙ୍ଗଳ ଗ୍ରହରେ ଜୀବନର ପ୍ରମାଣ ଖୋଜୁଛି। ନାସାର ରୋଭର୍ସ ମଙ୍ଗଳ ଗ୍ରହର ଅନୁସନ୍ଧାନ କରୁଛି ଏବଂ କ୍ରମାଗତ ଭାବରେ ଚିତ୍ର ପଠାଉଛି। ଏହି ଚିତ୍ର ଅନୁସାରେ ଅନୁମାନ କରାଯାଉଛି ଯେ ଲକ୍ଷଲକ୍ଷ ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ସମୁଦ୍ର ଓ ନଦୀ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି ।…

ଗର୍ଜିଲେ ରାହୁଲ; ଅମିତ ଶାହାଙ୍କୁ ପଦବୀରୁ ହଟାନ୍ତୁ, ଭାଜପାକୁ କ୍ଷମା ମାଗିବି….

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଭାଜପା ତାଙ୍କୁ ଗୃହରେ କହିବାକୁ ଦେଲାନାହିଁ । ବାରମ୍ବାର ବାଚସ୍ପତିଙ୍କୁ ଅନୁରୋଧ…

ଭୟଙ୍କର ବାଇକ୍ ଦୁର୍ଘଟଣା, ଚାଲିଗଲା ୨ଜଣଙ୍କ ଜୀବନ

ବଞ୍ଚୋ,୨୯।୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସିଙ୍ଗଡୋଭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ବାଇକ୍‌ ଦୁର୍ଘଟଣାରେ…

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ବାଂଲାଦେଶ ଫେରିବା ନେଇ ଶେଖ୍ ହାସିନାଙ୍କ ବଡ଼ ବୟାନ, ମୃତ୍ୟୁ ମଧ୍ୟ ଗ୍ରହଣୀୟ କିନ୍ତୁ….

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କ୍ଷମତା ଯିବା ପରଠାରୁ ଅର୍ଥାତ୍ ଅଗଷ୍ଟ ୨୦୨୪ରୁ ଭାରତରେ ରହି ଆସୁଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ…

ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

ଭବାନୀପାଟଣା,୨୯ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ ବର୍ଷର କୁନି ଝିଅ କଶିସ୍‌ ଅଗ୍ରଓ୍ବାଲ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗତ ଏପ୍ରିଲ ମାସରେ ୨…

ଟ୍ରେନ୍‌ ଟ୍ରାକ୍‌କୁ ହଠାତ୍‌ ଚାଲିଆସିଲା ଏକ ସିଂହ, ଲୋକୋ ପାଇଲଟ୍‌ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଗୁଜରାଟର ଜୁନାଗଡ଼ ଶାସନଗିରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। ଭେରାଭଲ-ଜୁନାଗଡ଼ ପାସେଞ୍ଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri