ବିଦ୍ୟୁତ କମ୍ପାନୀ ଉପରେ ସରକାରଙ୍କ ବଡ଼ ବାକି, ଫେରିବାର ସମ୍ଭାବନା ଶୂନ

ଭୁବନେଶ୍ୱର,୪।୧୨: ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ୍) ଉପରେ ଓଡ଼ିଶା ସରକାରଙ୍କ ୬,୫୮୭ କୋଟି ଟଙ୍କା ବକେୟା ରହିଛି। ବୁଧବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ଶକ୍ତି ବିଭାଗର ମନ୍ତ୍ରୀ ଭାବେ ସିଂ ଦେଓ ସୂଚନା ଦେଇଛନ୍ତି ଯେ, ଏହି ଚାରୋଟି କମ୍ପାନୀ ମଧ୍ୟରେ ସିଇଏସୟୁ(ସେସୁ) ସର୍ବାଧିକ ୨,୬୫୧ କୋଟି ଟଙ୍କା ବକେୟା ରଖିଛି। ଯେତେବେଳେ କି ନେସ୍କୋ ଉପରେ ୯୫୧ କୋଟି, ୱେସ୍କୋ ଉପରେ ୧,୬୭୭ କୋଟି ଏବଂ ସାଉଥକୋ ଉପରେ ୧,୩୦୦ କୋଟି ଟଙ୍କା ବକେୟା ରହିଛି।

ଏ ସମସ୍ତ ଚାରୋଟି କମ୍ପାନୀ ଟାଟା ପାୱାର ଅଧୀନରେ ଆସୁଛନ୍ତି। ଯାହା ବର୍ତମାନ ସେସୁ ପରିବର୍ତନ ହୋଇ ଟିପିସିଓଡିଏଲ ଭାବେ, ନେସ୍କୋ ପରିବର୍ତନ ହୋଇ ଟିପିଏନଓଡିଏଲ, ୱେସ୍କୋ ପରିବର୍ତନ ହୋଇ ଟିପିଡବ୍ଲୁଓଡିଏଲ ଏବଂ ସାଉଥକୋ ପରିବର୍ତନ ହୋଇ ଟିପିଏସଓଡିଏଲ ଭାବେ କାର୍ୟ୍ୟ କରୁଛି।

ତେବେ ଏ ସମସ୍ତ ବକେୟା ପ୍ରଦାନ କରିବା ଲାଗି ଗ୍ରୀଡକୋ ଟାଟା ପାୱାରର ନୂତନ ମ୍ୟାନେଜମେଣ୍ଟ ସହିତ କାର୍ଯ୍ୟ କରୁଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ତଥ୍ୟ ଏଭଳି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ ବକେୟା ପ୍ରଦାନ ନକରିବା ଫଳରେ କମ୍ପାନୀ ଦ୍ୱାରା ଲାଇନ୍ କାଟିବା ପରେ ଲୋକମାନେ ଆନ୍ଦୋଳନ କରୁଛନ୍ତି।

ସୂଚନାଯୋଗ୍ୟ ଟାଟା ପାୱାର ଓଡ଼ିଶାରେ ଚାରି ବର୍ଷ ହେବ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ମଧ୍ୟ ଏହା ପୂର୍ବରୁ ଏହି ବକେୟା ଟଙ୍କା ରହିଥିଲା। ଯାହା ପ୍ରାୟତଃ ବଢିଚାଲିଛି। ଆଗକୁ ଏପରି ସ୍ଥିତି ଲାଗି ରହିଲେ ଟଙ୍କା ଫେରିବା ଆଶା ଶୁନ।


Enter your email to get our daily news in your inbox.

All Right Reserved By Dharitri.Com

ଜୟନ୍ତୀରେ ବି ମନେ ପଡ଼ିଲେ ନି ବହ୍ନିକନ୍ୟା: ଧୂଳିମୟ ପ୍ରତିମୂର୍ତ୍ତି

ବରଗଡ଼,୧୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅନେକ ମହାପୁରୁଷ, ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ରହିଛି। କିନ୍ତୁ ପ୍ରତିମୂର୍ତ୍ତିଗୁଡ଼ିକର ଯତ୍ନ କିମ୍ବା ରକ୍ଷଣାବେକ୍ଷଣ ଠିକ୍‌ଭାବେ କରାଯାଉ ନାହିଁ। ରବିବାର ସ୍ବାଧୀନତା...

ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ଏସ୍‌ପି ଅଫିସରେ ଆଇଜି ହିମାଂଶୁ ଲାଲ କଲେ ସମୀକ୍ଷା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣାକୁ ୭ ଦିନ ବିତିଯାଇ ଥିଲେ ମଧ୍ୟ ପୋଲିସ...

ଟ୍ରକ ଚକା ତଳେ ପଡ଼ି ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ

ପଟ୍ଟାଙ୍ଗି,୧୯।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନ ୨୬ ନଂ ଜାତୀୟ ରାଜପଥ ରାଲେଗଡ଼ା ପଞ୍ଚାୟତ ବୋଡାପାଡୁ ଛକରେ ରବିବାର ଟ୍ରକ ଚକା...

ଧରାପଡ଼ିଲେ ୬ ମାଓବାଦୀ: ହିଂସାକାଣ୍ଡ ପାଇଁ ଯୋଗାଉଥିଲେ ବିସ୍ଫୋରକ

ମାଲକାନଗିରି,୧୯ା୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍‌ମା ଜିଲା ପୋଲିସ ୨ ପୁରସ୍କାର ଘୋଷିତ ମାଓବାଦୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ମାଓବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା...

ମାଟି ଖୋଲିଲେ ବିଡିଓ, ବୋହିଲେ ମହିଳା ସରପଞ୍ଚ

କୁଚିଣ୍ଡା,୧୯ା୧(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅଞ୍ଚଳରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ବିଭିନ୍ନ ପ୍ରକଳ୍ପ କାମ ହେଉଛି। କୁଚିଣ୍ଡା ବ୍ଲକ ଖଣ୍ଡୋକଟା ପଞ୍ଚାୟତର ଜୁନାନୀ ଗ୍ରାମର ଚାଷଜମିକୁ...

ଚାକିରି କରାଇ ଦେବି କହି ମହିଳାଙ୍କୁ ଠକେଇ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୯ା୧(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ତହସିଲ କିମ୍ବା ବ୍ଲକ କାର୍ଯ୍ୟାଳୟରେ ସରକାରୀ ଚାକିରି କରାଇ ଦେବି କହି ଜଣେ ମହିଳାଙ୍କ ନିକଟରୁ ବିଭିନ୍ନ ପର୍ଯ୍ୟାୟରେ...

ସାରକୁ ଲୁଣ ଭାବି ଲେମ୍ବୁରେ ମିଶାଇ ଖାଇଦେଲେ ୫ ଛାତ୍ର: ଆଉ ତାପରେ

ବାରକୋଟ,୧୯।୧: ଦେବଗଡ଼ ଜିଲା ବାରକୋଟ ଥାନା ସରୁଆଳି ଗାଁରେ ରବିବାର ଏକ ଅଘଟଣ ଘଟିଛି। ସାର ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସମସ୍ତଙ୍କୁ...

ରାଜଧାନୀ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ମ୍ୟାନେଜମେଣ୍ଟକୁ ନ୍ୟାକ୍‌ ବି++ ମାନ୍ୟତା

ଭୁବନେଶ୍ୱର,୧୮ା୧: ରାଜଧାନୀ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ୍‌ (ଆର୍‌.ସି.ଇ.ଏମ)କୁ ନ୍ୟାକ୍‌ ‘ବି++’ ମାନ୍ୟତା ପ୍ରଦାନ କରାଯାଇଛି। ଗତ ୩ ଓ ୪ ତାରିଖ ଦୁଇଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri