ସଞ୍ଚାର ଭବନରେ ନିରାଶା

Dillip Cherian

ସଞ୍ଚାର ଭବନରେ ଜଟିଳ ପରିସ୍ଥିତିରେ କାର୍ଯ୍ୟ ସମ୍ପାଦନ କରିବାକୁ କେହି ରାଜି ନ ଥିତ୍ବା ଭଳି ଜଣାପଡ଼ୁଛି। ଏବେ ସେଠାରେ ବିଭିନ୍ନ ବିଭାଗରେ ବାବୁମାନଙ୍କ ସଂଖ୍ୟା ପୂର୍ବଭଳି ରହିଛି। କିନ୍ତୁ ଭିତିରିଆ ଭାବେ ନୀତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ଲାଗି କାର୍ଯ୍ୟ ଜାରି ରହିଥିଲା ବୋଲି ସଞ୍ଚାର ଭବନରେ ଏ ସମ୍ପର୍କରେ ଅବଗତ ଥିବା ବ୍ୟକ୍ତିମାନେ କହୁଛନ୍ତି। ୨୦୧୯ରେ ସରକାର ଯେତେବେଳେ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ର ହଜାର ହଜାର କର୍ମଚାରୀଙ୍କୁ ଭିଆର୍‌ଏସ୍‌ ବା ସ୍ବେଚ୍ଛାକୃତ ଅବସର ଦେବାକୁ କାହିଁକିି ତରବରିଆ ଭାବେ କାର୍ଯ୍ୟ କଲେ ସେ ସମ୍ପର୍କରେ ଏଯାବତ କେହି ବି ପ୍ରଶ୍ନ ଉତ୍‌ଥାପନ କରୁନାହାନ୍ତି। ଏହାର ଦୁଇ ବର୍ଷ ପରେ ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍ୟୁନିକେଶନସ୍‌ (ଡିଓଟି) ବାବୁମାନଙ୍କୁ ଅସୁବିଧାରେ ପକାଇବାକୁ ପୁଣି ସେଭଳି ଏକ ନିଷ୍ପତ୍ତି ଲାଗୁ କରିଛି। ଆର୍ଥିକ ସମସ୍ୟାରେ ବୁଡି ରହିଥିବା ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ୍ୟୁନିକେଶନ କମ୍ପାନୀ ଚାଲୁ ରହିବା ଲାଗି ସଂଗ୍ରାମ କରୁଛନ୍ତି। ତେବେ ବ୍ୟାପକ କର୍ମଚାରୀ ଭିଆର୍‌ଏସ୍‌ ନେବା ସତ୍ତ୍ୱେ ବି ଏହା ଠିକ୍‌ ଭାବେ କାର୍ଯ୍ୟ କରିପାରିଲା ନାହିଁ। ସଞ୍ଚାର ଭବନରେ ନିରାଶା ଭାବ ବଢୁଛି। ଏହା ଏବେ କାର୍ଯ୍ୟରତ ଗୋଟିଏ ଗୋଷ୍ଠୀର ବାବୁମାନଙ୍କ ଯୋଗୁ ହେଉଛି ବୋଲି ଶୁଣିବାକୁ ମିଳୁଛି। ଯେଉଁ ବାବୁମାନେ ସେତେବେଳେ ଚାକିରିରୁ ଅବସର ନେଇ ପ୍ରଚୁର ଟଙ୍କା ପାଇଥିତ୍ଲେ ସେହି ବାବୁମାନଙ୍କୁ ପୁଣି ନିଯୁକ୍ତି ଦେବାକୁ ଚେଷ୍ଟା କରାଯାଉଛି। ଏହା ଏବେ ସବୁ କାମକୁ ଠିକ୍‌ ଭାବେ ନେଇଆଣି ତୁଲାଇପାରୁଥିତ୍ବା ଓ ସବୁ କାର୍ଯ୍ୟ ଉପରେ ଧ୍ୟାନ ଦେଉଥିତ୍ବା ଟେଲିକମ୍‌ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ନିର୍ଭର କରେ। ଏଭଳି ଭିନ୍ନ ଧରଣର ଆମନ୍ତ୍ରଣ ପାଇଁି ତାଙ୍କୁ ନଜର ରଖିବାକୁ ପଡିବ। ତେବେ ଏଭଳି ଦୋହରା କାମ ଉପରେ ସତର୍କତା ଅବଲମ୍ବନ କରିବାକୁ ବର୍ତ୍ତମାନ ପାଇଁ କେତେକ ସୂତ୍ରରୁ ପରାମର୍ଶ ଦିଆଯାଇଛି। ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି ଯେ, ସବୁ ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ନ କରାଯିବା ଯାଏ କୌଣସି ପୂର୍ବତନ କର୍ମଚାରୀଙ୍କୁ ପୁନଃ ନିଯୁକ୍ତ କରାଯାଇପାରିବ ନାହିଁ। କିନ୍ତୁ ଯଦି ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌କୁ ବଞ୍ଚାଇବାକୁ ହେବ ତେବେ ତାଙ୍କ ପାଖରେ ଆଉ ଅଧିତ୍କ ସମୟ ନାହିଁ। ଅବଶ୍ୟ, ଏହି ପରିସ୍ଥିତିରେ କେମିତି ଏକ ସରକାରଙ୍କୁ ଏହି ଦୁଇ ବିଶାଳ ଟେଲିକମ କମ୍ପାନୀରୁ ତାଙ୍କର ମୂଲ୍ୟବାନ ଅଂଶଧନ ଫେରାଇ ଆଣିବାକୁ ପ୍ରେରିତ କରୁଛି ଏବଂ ଏହାକୁ ଯୁକ୍ତିଯୁକ୍ତ ବୋଲି ସାବ୍ୟସ୍ତ କରଛନ୍ତି ସେ ସମ୍ପର୍କରେ କିଛି ଗୁଞ୍ଜରଣ ଶୁଣିବାକୁ ମିଳିଛି। ଏହା ଏବେ ଆଉ ଏକ ଉଗ୍ର ବିତର୍କ ହେବ। ସ୍ମରଣଯୋଗ୍ୟ ଯେ, ସରକାର ନିକଟରେ ରାଷ୍ଟ୍ରାୟତ୍ତ ସଂଗଠନ ଅଡର୍ର୍ନାନ୍ସ ଫ୍ୟାକ୍ଟ୍ରି ବୋର୍ଡର ପୁନର୍ଗଠନ କରିବାକୁ ଘୋଷଣା କରିଛନ୍ତି। ଦୀର୍ଘଦିନ ଧରି ରଣନୈତିକ କାର୍ଯ୍ୟପନ୍ଥା ଗ୍ରହଣ କରି ସମ୍ମାନଜନକ ସ୍ଥିତିରେ ଆସିଥିବା ଏହି ସଂସ୍ଥାକୁ ସରକାର ୭ଟି କର୍ପୋରେଟ୍‌ ସଂସ୍ଥାରେ ବିଭକ୍ତ କରୁଛନ୍ତି। ତେବେ ସରକାର ନେଉଥିବା ପଦକ୍ଷେପ ସଶସ୍ତ୍ର ବଳର ଏହା ଏକ ପୁରୁଣା ଦାବି ଥିଲା ଓ ଏହାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ସଞ୍ଚାର ଭବନର ସମସ୍ୟା ଭିନ୍ନ। ସର୍ବୋପରି ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ର ଘଟଣା ମଧ୍ୟ ନିଶ୍ଚିତ ଭାବେ ଭିନ୍ନ। ତେବେ ଟେଲକମ୍‌ ମନ୍ତ୍ରଣାଳୟ ଏହି ବିଷୟରେ କାହିଁକି ହାତେ ମାପି ଚାଖଣ୍ଡେ ଚାଲୁଛି ତାହା ଏଥିରୁ ବି ଆଂଶିକ ବୁଝାପଡ଼ୁଛି।
ଚାପରେ ମନ୍ତ୍ରଣାଳୟ
ଗତ ବର୍ଷ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଦେଶର ସବୁଆଡ଼େ ତାଙ୍କ ମନ୍ତ୍ରଣାଳୟର ୧୯ଟି ସମନ୍ବିତ ଆଞ୍ଚଳିିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବାକୁ ସବୁଜ ସଙ୍କେତ ଦେଇଥିତ୍ଲେ। ସେତେବେଳେ ସେ ଏଭଳି କହିବାର ଉଦ୍ଦେଶ୍ୟ ଥିଲା ଯେ, ମନ୍ତ୍ରଣାଳୟର କର୍ମଚାରୀ ସଂଖ୍ୟା ନ ବଢ଼ାଇ ଏହି ସମ୍ପ୍ରସାରଣ ଦ୍ୱାରା କାର୍ଯ୍ୟରେ ଉତ୍ତମ ସମନ୍ବୟ ଏବଂ ସଞ୍ଚାଳନ ରକ୍ଷା କରାଯାଇପାରିବ। କିନ୍ତୁ କମ୍‌ କର୍ମଚାରୀରେ ଅଧିକ କାମ କରୁଥିବା ତାଙ୍କ ମନ୍ତ୍ରଣାଳୟର ବାବୁମାନେ ଅଭିଯୋଗ କରିଆସୁଥିଲେ। ତେବେ ଏଭଳି ସମ୍ପ୍ରସାରଣ ପାଇଁ ବାବୁମାନଙ୍କ ଯୁକ୍ତି ନିଶ୍ଚତ ଭାବେ ଭିନ୍ନ ଥିଲା। ବହୁ ମାସ ପରେ ମନ୍ତ୍ରଣାଳୟର ଯୋଜନା ଲାଗୁ କରାଯାଇଛି, ତାହା ପୁଣି ପୂରା ମନ୍ଥର ଗତିରେ ଓ ଏହା ଦକ୍ଷତା ବଢାଇ ପାରିନାହିଁ। ଏହି ଯୋଜନାରେ ବାସ୍ତବରେ ପ୍ରମୁଖ ପ୍ରସ୍ତାବ ସଂଖ୍ୟା ବଢିଚାଲିଛି ଓ ସେଥିରୁ ଅନେକ ଏବେ ସୁଦ୍ଧା ସ୍ଥଗିତ ରହିଥିତ୍ବା ଦେଖିବାକୁ ମିଳିଛି। ସୂତ୍ରରୁ ପ୍ରକାଶ ଯେ, ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା କାର୍ଯ୍ୟାଳୟଗୁଡ଼ିକରେ ମନ୍ତ୍ରଣାଳୟ କର୍ମଚାରୀ ପୂରଣ କରିପାରିନାହିଁ। ଜୟପୁର,ଶିମଲା,ଜମ୍ମୁ, କୋଲକାତା ଏବଂ ଗାନ୍ଧିନଗରର ନୂଆ କାର୍ଯ୍ୟାଳୟଗୁଡ଼ିକରେ ଏଯାବତ ଜଣେ ହେଲେ ବି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇନାହିଁ, କିନ୍ତୁ ପ୍ରାଥମିକ ସ୍ତରରେ ଦୃଷ୍ଟି ଆକର୍ଷଣ କରିବା ଲାଗି ସକ୍ରିୟତା ପ୍ରକାଶ କରାଯାଇଛିି। ବିଶେଷ କରି ଏହି ଯୋଜନା ନେଇ ଆଗଉଥିବାରୁ ମନ୍ତ୍ରଣାଳୟ ଉପରେ କାର୍ଯ୍ୟ ଚାପ ବାସ୍ତବରେ ବଢିଯାଇଛି। ନିଯୁକ୍ତିରେ ବିଳମ୍ବ ଯୋଗୁ କାର୍ଯ୍ୟରତ ପୁରୁଣା ଅଧିତ୍କାରୀଙ୍କୁ ଅଧିକ କାମ କରିବାକୁ ପଡୁଛି। ଯେଉଁ ନୂଆ ଅଧିକାରୀମାନଙ୍କୁ ନିଯୁକ୍ତି ଦେବାର ଥିଲା ସେମାନଙ୍କ କାମ ବି ଏବେ ପୁରୁଣା ଅଧିକାରୀମାନେ ତୁଲାଉଛନ୍ତି। ଗତବର୍ଷ ଜମା କରାଯାଇଥିବା ପାଖାପାଖିତ୍ ୫୦୦ ପ୍ରସ୍ତାବରୁ କେବଳ ଅଧା ଜଙ୍ଗଲ ଜମିର ପ୍ରୋଜେକ୍ଟ ପାଇଁ ମନ୍ତ୍ରଣାଳୟର ଅନୁମୋଦନ ପାଇନାହିଁ। ଏସବୁ ଏଯାବତ ସ୍ଥଗିତ ରଖାଯାଇଛି। ଜଙ୍ଗଲ ଜମିରେ ପ୍ରୋଜେକ୍ଟ କରିବା ଏକ ଭଲ ବିଷୟ ହୋଇପାରେ, କିନ୍ତୁ ଏଥିରେ ବିପଦ ଲୁଚିିରହିଛି। କିନ୍ତୁ ଦେଶ ମହାମାରୀର ସଙ୍କଟରେ ଥିତ୍ତ୍ବାବେଳେ ଓ ଅର୍ଥବ୍ୟସ୍ଥାକୁ ଆଗକୁ ବଢାଇବାର ଆବଶ୍ୟକତା ରହିଥିବାବେଳେ ଏହି ସମୟରେ କ’ଣ ଏହି ସବୁ ପୁନର୍ବ୍ୟବସ୍ଥା ବାସ୍ତବରେ ଦରକାର ଥିଲା କି?
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri