ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ ଏଣ୍ଟରପ୍ରିନରସିପ୍‌ ଏଣ୍ଡ୍‌ ସ୍କିଲ୍‌ ଅଫ୍‌ ଏସ୍‌ଏଚ୍‌ଜି) ପକ୍ଷରୁ ବ୍ଲକ ସଂଯୋଜକ ଏବଂ ଜୀବିକା ସଖୀ ନିଯୁକ୍ତି ପାଇଁ ସୋମବାର ଅନୁଷ୍ଠିତ ପରୀକ୍ଷା ପୂର୍ବରୁ ଆବେଦନକାରୀଙ୍କ ପାଖକୁ ଆଡ୍‌ମିଟ୍‌ କାର୍ଡ଼ ନ ମିଳିବା ଅଭିଯୋଗ ଘଟଣାକୁ ନେଇ ରବିବାର ରାତିଅଧରେ ସମ୍ପୃକ୍ତ ସ୍ପଷ୍ଟୀକରଣ ରଖିଛି। ଯେଉଁ ଆବେଦନକାରୀମାନେ ଆଡ଼ମିଟ୍‌ କାର୍ଡ଼ ତଥା ହଲ୍‌ ଟିକେଟ୍‌ ପାଇ ନାହାନ୍ତି, ସେମାନେ ପ୍ରକୃତରେ ସିଆର୍‌ଆଇଏସ୍‌ପିର ପ୍ରକୃତ ୱେବସାଇଟ୍‌ରେ ଆବେଦନ କରି ନାହାନ୍ତି। ସେମାନେ ଯେଉଁ ୱେବସାଇଟ୍‌ରେ ଆବେଦନ କରିଛନ୍ତି, ତାହା ନକଲୀ ଏବଂ କେହିଜଣେ ହ୍ବାଟ୍ସଆପ୍‌ରେ ସେଭଳି ନକଲି ଏଚ୍‌ଟିଏମଏଲ୍‌ ଫାଇଲ୍‌ ବାଣ୍ଟିଥିବା ସମ୍ପୃକ୍ତ ବିଭାଗ ସ୍ପଷ୍ଟୀକରଣ ଦେଇଛି। ଅନ୍ୟପଟେ ଆବେଦନକାରୀମାନେ କହିଛନ୍ତି, ସ୍ଥାନୀୟ ସିଆର୍‌ପିମାନେ ସେମାନଙ୍କୁ ସେହି ୱେବସାଇଟ୍‌ର ଲିଙ୍କ୍‌ ଦେଇଥିଲେ ଏବଂ ସମ୍ପୃକ୍ତ ଲିଙ୍କ୍‌ ଖୋଲି ସେଥିରେ ଆବେଦନ କରିଥିଲେ। ସେହିପରି ସମ୍ପୃକ୍ତ ବିଭାଗ(ସିଆର୍‌ଆଇଏସ୍‌ପି) ଆହୁରି ସୂଚନା ଦେଇଛି, ବ୍ଲକ ସଂଯୋଜକ ଏବଂ ଜୀବିକା ସଖୀ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ କରିବା ପାଇଁ ଏକ ଅତ୍ୟାଧୁନିକ ୱେବ୍‌ ଆପ୍ଲିକେଶନ ତିଆରି କରିଛି। ଆବେଦନଠାରୁ ଆରମ୍ଭ କରି ପରୀକ୍ଷା ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ ଭାବେ କରାଯାଇଛି, କୌଣସି ପ୍ରିଣ୍ଟକପି ତଥା ହାର୍ଡକପି ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର(ବିପିଏମ)ଙ୍କଠାରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ନାହିଁ। ଅନ୍ୟପଟେ ବିପିଏମ୍‌ମାନେ ଆବେଦନକାରୀଙ୍କଠାରୁ କିଭଳି ପ୍ରିଣ୍ଟକପି ତଥା ହାର୍ଡକପି ଗ୍ରହଣ କଲେ ଏବଂ ତାହା ଗ୍ରହଣ କରିବା ସମୟରେ କାହିଁକି ତାହା ନକଲି ୱେବସାଇଟ୍‌ ତଥା ନକଲି ୟୁଆରଏଲ୍‌ରୁ ସେଭଳି ସମସ୍ୟା ଦେଖାଯାଇଛି ବୋଲି କହିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏଭଳି ସ୍ଥିତିରେ ବ୍ଲକ ସଂଯୋଜକ ଏବଂ ଜୀବିକା ସଖୀ ପଦବୀ ପାଇଁ ପୁଣିଥରେ ପରୀକ୍ଷା କରାଯାଇ ପୁନଃ ସେମାନଙ୍କୁ ଆବେଦନର ସୁଯୋଗ ଦେବା ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ଆଶାୟୀମାନେ ଦାବି କରିଛନ୍ତି। ଏହି ଦାବି ନେଇ ସୋମବାର ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଞ୍ଚଳର ଅନେକ ଆଶାୟୀ ପରୀକ୍ଷା କେନ୍ଦ୍ରରୁ ନିରାଶରେ ଫେରି ସିଧାସଳଖ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କ ଅଜ୍ଞତା, ଅବହେଳାରୁ ସେମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ପୁନଃ ପରୀକ୍ଷା କରି ପୁଣିଥରେ ଆବେଦନର ସୁଯୋଗ ଦେବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଆଶାୟୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ସେହିପରି ଅତାବିରା ବହୁମୁଖୀ ସଭାଗୃହରେ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ମଧ୍ୟ ଅନେକ ଆଶାୟୀ ତଥା ଆବେଦନକାରୀ ପରୀକ୍ଷା ଦେବାକୁ ପହଞ୍ଚିଥିଲେ। ତେବେ ସେମାନଙ୍କ ମଧ୍ୟରୁ ହଲ୍‌ ଟିକେଟ୍‌ ପାଇଥିବା କେବଳ ୧୨୩ ଜଣ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରି ପାରିଥିଲେ ଏବଂ ହଲ୍‌ ଟିକେଟ୍‌ ପାଇ ନଥିବା ଆଶାୟୀମାନେ ନିଜର ଅସନ୍ତୋଷ ପ୍ରକାଶ କରି ନିରାଶରେ ଘରକୁ ଫେରିଥିଲେ। ନକଲି ୱେବସାଇଟ୍‌ରେ ଆବେଦନ କରିଥିବାରୁ ସେମାନଙ୍କ ପାଖକୁ ହଲ୍‌ ଟିକେଟ୍‌ ପହଞ୍ଚି ପାରି ନଥିବା ଅତାବିରା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର(ବିପିଏମ) ମନୋଜ କେର୍କେଟା କହିଥିଲେ। ଅନ୍ୟପଟେ ଭେଡ଼େନ ବ୍ଲକର ଜଣେ ଆବେଦନକାରୀ ଲଲିତା ବାଗ କହିଛନ୍ତି, ସିଆର୍‌ପିମାନେ ଯେଉଁ ଲିଙ୍କ୍‌ ଦେଇଥିଲେ, ସେହି ଲିଙ୍କ୍‌ରେ ତାଙ୍କ ସମେତ ଅନେକ ଆଶାୟୀ ଆବେଦନ କରିଥିଲେ। ସେହିପରି ଗତ ୫ତାରିଖ ଯେତେବେଳେ ସେମାନେ ବ୍ଲକ କାର୍ଯ୍ୟାଳୟରେ ପ୍ରିଣ୍ଟକପି ଏବଂ ହାର୍ଡ଼କପି ଦାଖଲ କଲେ, ସେତେବେଳେ ସେମାନଙ୍କୁ ସେଭଳି ନକଲି ୱେବସାଇଟ୍‌ କଥା ଆଦୌ କହି ନଥିଲେ। ବରଂ ସୋମବାର ପରୀକ୍ଷା ଦେବା ପାଇଁ ଆସିବାକୁ କହିଥିଲେ ବୋଲି ଲଲିତା କହିଛନ୍ତି। ଏହା ସହିତ ସେହି ଲିଙ୍କ୍‌ ଯଦି ନକଲି ଥିଲା, ତେବେ ସମ୍ପୃକ୍ତ ଲିଙ୍କ୍‌ରେ ଆବେଦନ କରିଥିବା ଅଧେ ଆବେଦନକାରୀଙ୍କ ପାଖକୁ ହଲ୍‌ ଟିକେଟ୍‌ ମିଳିଲା ଏବଂ ଅଧେ ଆବେଦନକାରୀଙ୍କୁ କାହିଁକି ହଲ୍‌ ଟିକେଟ୍‌ ମିଳିଲା ନାହିଁ ବୋଲି ପ୍ରଶ୍ନ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବା ଏବଂ ପୁଣିଥରେ ଆବେଦନର ସୁଯୋଗ ଦେଇ ପୁନଃ ପରୀକ୍ଷା କରାଯାଉ ବୋଲି ଲଲିତାଙ୍କ ସମେତ ଅନେକ ଆଶାୟୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri