Posted inଜାତୀୟ

ବୈବାହିକ ଜୀବନରେ ସ୍ତ୍ରୀଙ୍କୁ ବଳାତ୍କାର ନେଇ ବିଚାରପତିଙ୍କ ମଧ୍ୟରେ ମତଭେଦ…

ନୂଆଦିଲ୍ଲୀ, ୧୧।୫ : ଦିଲ୍ଲୀ ହାଇକୋର୍ଟଙ୍କ ପତ୍ନୀଙ୍କ ସହ ବଳାତ୍କାରର ଅପରାଧୀକରଣ ପାଇଁ ଆବେଦନ ଉପରେ ଦୁଇ ଜଣିଆ ଖଣ୍ଡପୀଠ ପୃଥକ ପୃଥକ ରାୟ ଦେଇଛନ୍ତି। ଭାରତୀୟ ବଳାତ୍କାର ଆଇନରେ ସ୍ବାମୀଙ୍କୁ ଦିଆଯାଇଥିବା ଛାଡକୁ ଅସାମ୍ବିଧାନିକ ବୋଲି ଜଷ୍ଟିସ ରାଜୀବ ଶକଧର କହିଛନ୍ତି। ଏହାକୁ ସମାପ୍ତ କରିବାର ଆବଶ୍ୟକତା ରହିଥିବା ସେ ମତପୋଷଣ କରିଛନ୍ତି। ଅପରପକ୍ଷରେ ଅନ୍ୟ ଜଣେ ବିଚାରପତି ଜଷ୍ଟିସ ସି ହରିଶଙ୍କର ଏହି ଛାଡକୁ ସାମ୍ବିଧାନିକ ବୋଲି କହିଛନ୍ତି।

ତେବେ ଏହି ମାମଲା ଗୁରୁତ୍ୱପୂର୍ଣ୍ଣ ଆଇନ ସହ ଜଡିତ ଥିବାରୁ ସୁପ୍ରିମକୋର୍ଟରେ ଏହାର ଆବେଦନ କରାଯିବା ଉଚିତ ବୋଲି ଉଭୟ ବିଚାରପତି ସହମତ ହୋଇଛନ୍ତି। ଭାରତରେ ବଳାତ୍କାର ଆଇନ ଅନୁଯାୟୀ ସ୍ବାମୀଙ୍କୁ ଦିଆଯାଇଥିବା ଛାଡକୁ ହଟାଇବାକୁ ଚାହୁଁଥିବା ଆବେଦନ ଉପରେ ବିସ୍ତୃତ ଶୁଣାଣି ପରେ ଫେବୃଆରୀ ୨୧ରେ କୋର୍ଟ ଏହାର ରାୟ ସଂରକ୍ଷିତ ରଖିଥିଲେ। ଦିଲ୍ଲୀ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଭିନ୍ନ ଭିନ୍ନ ରାୟ ଦେଇଛନ୍ତି।

ବୈବାହିକ ଜୀବନରେ ବଳାତ୍କାରର ଅପରାଧୀକରଣ ପାଇଁ ଆବେଦନ ଉପରେ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କୋର୍ଟ ଫେବୃଆରୀ୧୭ରେ କେନ୍ଦ୍ରକୁ ଦୁଇ ସପ୍ତାହ ସମୟ ଦେଇଥିଲେ। ତେବେ କେନ୍ଦ୍ର ସରକାର ଅଧିକ ସମୟ ପାଇଁ କୋର୍ଟକୁ ଅନୁରୋଧ କରିଥିଲେ। ଏହା ବର୍ତ୍ତମାନର ମାମଲାକୁ ସ୍ଥଗିତ ରଖିବା ସମ୍ଭବ ନୁହେଁ ଆଧାରରେ ଖଣ୍ଡପୀଠ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହି ପ୍ରସଙ୍ଗରେ ମତାମତ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ପଠାଯାଇଛି ବୋଲି କେନ୍ଦ୍ର ସରକାର କହିଥବଲେ। ମତାମତ ନ ପାଇବା ପର୍ଯ୍ୟନ୍ତ ପ୍ରକ୍ରିୟା ସ୍ଥଗିତ ରଖିବାକୁ କେନ୍ଦ୍ର କୋର୍ଟଙ୍କୁ ଅନୁରୋଧ କରିଥିଲେ।

ଅଲ ଇଣ୍ଡିଆ ଡେମୋକ୍ରାଟିକ ମହିଳା ଆସୋସିଏଶନ ଏନଜିଓ ଆରଆଇଟି ଫାଉଣ୍ଡେଶନର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାରେ ଶୁଣାଣି ଚାଲିଛି। ୨୦୧୭ରେ, କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରି କହିଥିଲେ ଯେ ସ୍ତ୍ରୀଙ୍କୁ ବଳାତ୍କାର କରିବା ଅପରାଧ ହୋଇପାରିବ ନାହିଁ କାରଣ ଏହା ବିବାହ ପ୍ରତିଷ୍ଠାନ ଉପରେ ପ୍ରଭାବ ପକାଇବ। ଏହା ମଧ୍ୟ ସ୍ବାମୀଙ୍କୁ ହଇରାଣ କରିବ ବୋଲି କେନ୍ଦ୍ର ଯୁକ୍ତି ଦର୍ଶାଇଥିଲେ।
ସ୍ତ୍ରୀଙ୍କ ସହ ବଳାତ୍କାରକୁ ଅପରାଧ ବୋଲି ଘୋଷଣା କରିବା ପାଇଁ ଏନଜିଓ ପୁରୁଷ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଏହି ଆବେଦନକୁ ବିରୋଧ କରାଯାଇଥିଲା।

ଘଟଣାକ୍ରମ

୧୮୬୦: ଆଇପିସି କାର୍ଯ୍ୟକାରୀ ହେବାବେଳେ ୧୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ମହିଳାଙ୍କ କ୍ଷେତ୍ରରେ ବୈବାହିକ ବଳାତ୍କାର ବ୍ୟତିକ୍ରମ ଲାଗୁ ହେବ ବୋଲି ଉଲ୍ଲେଖ କରାଗଲା।
୧୯୪୦: ଆଇପିସିରେ ସଂଶୋଧନ ଆଣି ବୈବାହିକ ବଳାତ୍କାରରେ ଥିବା ବ୍ୟତିକ୍ରମ ପାଇଁ ବୟସକୁ ୧୫ ପର୍ଯ୍ୟନ୍ତ ବଢ଼ାଗଲା।
୨୦୧୬ ଜାନୁୟାରୀ ୧୧: ଆଇପିସିର ଏହି ବ୍ୟତିକ୍ରମକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନଗୁଡ଼ିକ ଉପରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଲେ।
୨୦୧୭ ଅଗଷ୍ଟ ୨୯: ବୈବାହିକ ବଳାତ୍କାରକୁ ଏକ ଅପରାଧ ଭାବେ ପରିଗଣିତ କରାଯାଇପାରିବ ନାହିଁ। କାରଣ ଏହା ବିବାହ ଅନୁଷ୍ଠାନକୁ ଅସ୍ଥିର କରିପାରେ ବୋଲି କେନ୍ଦ୍ର ସରକାର ହାଇକୋର୍ଟଙ୍କୁ ଅବଗତ କରାଇଲେ।
୨୦୨୨ ଜାନୁୟାରୀ ୭: ହାଇକୋର୍ଟ ଦୈନିକ ଶୁଣାଣି ଆରମ୍ଭ କଲେ।
୨୦୨୨ ଫେବୃୟାରୀ ୨୧: ହାଇକୋର୍ଟ ପିଟିଶନଗୁଡ଼ିକର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?