Posted inଜାତୀୟ

ବୈବାହିକ ଜୀବନରେ ସ୍ତ୍ରୀଙ୍କୁ ବଳାତ୍କାର ନେଇ ବିଚାରପତିଙ୍କ ମଧ୍ୟରେ ମତଭେଦ…

ନୂଆଦିଲ୍ଲୀ, ୧୧।୫ : ଦିଲ୍ଲୀ ହାଇକୋର୍ଟଙ୍କ ପତ୍ନୀଙ୍କ ସହ ବଳାତ୍କାରର ଅପରାଧୀକରଣ ପାଇଁ ଆବେଦନ ଉପରେ ଦୁଇ ଜଣିଆ ଖଣ୍ଡପୀଠ ପୃଥକ ପୃଥକ ରାୟ ଦେଇଛନ୍ତି। ଭାରତୀୟ ବଳାତ୍କାର ଆଇନରେ ସ୍ବାମୀଙ୍କୁ ଦିଆଯାଇଥିବା ଛାଡକୁ ଅସାମ୍ବିଧାନିକ ବୋଲି ଜଷ୍ଟିସ ରାଜୀବ ଶକଧର କହିଛନ୍ତି। ଏହାକୁ ସମାପ୍ତ କରିବାର ଆବଶ୍ୟକତା ରହିଥିବା ସେ ମତପୋଷଣ କରିଛନ୍ତି। ଅପରପକ୍ଷରେ ଅନ୍ୟ ଜଣେ ବିଚାରପତି ଜଷ୍ଟିସ ସି ହରିଶଙ୍କର ଏହି ଛାଡକୁ ସାମ୍ବିଧାନିକ ବୋଲି କହିଛନ୍ତି।

ତେବେ ଏହି ମାମଲା ଗୁରୁତ୍ୱପୂର୍ଣ୍ଣ ଆଇନ ସହ ଜଡିତ ଥିବାରୁ ସୁପ୍ରିମକୋର୍ଟରେ ଏହାର ଆବେଦନ କରାଯିବା ଉଚିତ ବୋଲି ଉଭୟ ବିଚାରପତି ସହମତ ହୋଇଛନ୍ତି। ଭାରତରେ ବଳାତ୍କାର ଆଇନ ଅନୁଯାୟୀ ସ୍ବାମୀଙ୍କୁ ଦିଆଯାଇଥିବା ଛାଡକୁ ହଟାଇବାକୁ ଚାହୁଁଥିବା ଆବେଦନ ଉପରେ ବିସ୍ତୃତ ଶୁଣାଣି ପରେ ଫେବୃଆରୀ ୨୧ରେ କୋର୍ଟ ଏହାର ରାୟ ସଂରକ୍ଷିତ ରଖିଥିଲେ। ଦିଲ୍ଲୀ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଭିନ୍ନ ଭିନ୍ନ ରାୟ ଦେଇଛନ୍ତି।

ବୈବାହିକ ଜୀବନରେ ବଳାତ୍କାରର ଅପରାଧୀକରଣ ପାଇଁ ଆବେଦନ ଉପରେ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କୋର୍ଟ ଫେବୃଆରୀ୧୭ରେ କେନ୍ଦ୍ରକୁ ଦୁଇ ସପ୍ତାହ ସମୟ ଦେଇଥିଲେ। ତେବେ କେନ୍ଦ୍ର ସରକାର ଅଧିକ ସମୟ ପାଇଁ କୋର୍ଟକୁ ଅନୁରୋଧ କରିଥିଲେ। ଏହା ବର୍ତ୍ତମାନର ମାମଲାକୁ ସ୍ଥଗିତ ରଖିବା ସମ୍ଭବ ନୁହେଁ ଆଧାରରେ ଖଣ୍ଡପୀଠ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହି ପ୍ରସଙ୍ଗରେ ମତାମତ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ପଠାଯାଇଛି ବୋଲି କେନ୍ଦ୍ର ସରକାର କହିଥବଲେ। ମତାମତ ନ ପାଇବା ପର୍ଯ୍ୟନ୍ତ ପ୍ରକ୍ରିୟା ସ୍ଥଗିତ ରଖିବାକୁ କେନ୍ଦ୍ର କୋର୍ଟଙ୍କୁ ଅନୁରୋଧ କରିଥିଲେ।

ଅଲ ଇଣ୍ଡିଆ ଡେମୋକ୍ରାଟିକ ମହିଳା ଆସୋସିଏଶନ ଏନଜିଓ ଆରଆଇଟି ଫାଉଣ୍ଡେଶନର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାରେ ଶୁଣାଣି ଚାଲିଛି। ୨୦୧୭ରେ, କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରି କହିଥିଲେ ଯେ ସ୍ତ୍ରୀଙ୍କୁ ବଳାତ୍କାର କରିବା ଅପରାଧ ହୋଇପାରିବ ନାହିଁ କାରଣ ଏହା ବିବାହ ପ୍ରତିଷ୍ଠାନ ଉପରେ ପ୍ରଭାବ ପକାଇବ। ଏହା ମଧ୍ୟ ସ୍ବାମୀଙ୍କୁ ହଇରାଣ କରିବ ବୋଲି କେନ୍ଦ୍ର ଯୁକ୍ତି ଦର୍ଶାଇଥିଲେ।
ସ୍ତ୍ରୀଙ୍କ ସହ ବଳାତ୍କାରକୁ ଅପରାଧ ବୋଲି ଘୋଷଣା କରିବା ପାଇଁ ଏନଜିଓ ପୁରୁଷ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଏହି ଆବେଦନକୁ ବିରୋଧ କରାଯାଇଥିଲା।

ଘଟଣାକ୍ରମ

୧୮୬୦: ଆଇପିସି କାର୍ଯ୍ୟକାରୀ ହେବାବେଳେ ୧୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ମହିଳାଙ୍କ କ୍ଷେତ୍ରରେ ବୈବାହିକ ବଳାତ୍କାର ବ୍ୟତିକ୍ରମ ଲାଗୁ ହେବ ବୋଲି ଉଲ୍ଲେଖ କରାଗଲା।
୧୯୪୦: ଆଇପିସିରେ ସଂଶୋଧନ ଆଣି ବୈବାହିକ ବଳାତ୍କାରରେ ଥିବା ବ୍ୟତିକ୍ରମ ପାଇଁ ବୟସକୁ ୧୫ ପର୍ଯ୍ୟନ୍ତ ବଢ଼ାଗଲା।
୨୦୧୬ ଜାନୁୟାରୀ ୧୧: ଆଇପିସିର ଏହି ବ୍ୟତିକ୍ରମକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନଗୁଡ଼ିକ ଉପରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଲେ।
୨୦୧୭ ଅଗଷ୍ଟ ୨୯: ବୈବାହିକ ବଳାତ୍କାରକୁ ଏକ ଅପରାଧ ଭାବେ ପରିଗଣିତ କରାଯାଇପାରିବ ନାହିଁ। କାରଣ ଏହା ବିବାହ ଅନୁଷ୍ଠାନକୁ ଅସ୍ଥିର କରିପାରେ ବୋଲି କେନ୍ଦ୍ର ସରକାର ହାଇକୋର୍ଟଙ୍କୁ ଅବଗତ କରାଇଲେ।
୨୦୨୨ ଜାନୁୟାରୀ ୭: ହାଇକୋର୍ଟ ଦୈନିକ ଶୁଣାଣି ଆରମ୍ଭ କଲେ।
୨୦୨୨ ଫେବୃୟାରୀ ୨୧: ହାଇକୋର୍ଟ ପିଟିଶନଗୁଡ଼ିକର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

ସମସ୍ତ ମୁସଲମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ନେଇ କର୍ନାଟକ ସରକାରଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ ଏନସିବିସି

ବେଙ୍ଗାଲୁରୁ,୨୫।୪: ନ୍ୟାସନାଲ କମିଶନ ଫର ବ୍ୟାକଓ୍ବାର୍ଡ କ୍ଲାସେସ (ଏନସିବିସି) ସଂରକ୍ଷଣ ସୁବିଧା ଯୋଗାଇବା ପାଇଁ କର୍ନାଟକର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ...

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ଏହି ଲୋକ ସଭା ଆସନରେ ସ୍ବାମୀଙ୍କୁ ଟକ୍କର ଦେବେ ସ୍ତ୍ରୀ

ଲକ୍ଷ୍ନୌ,୨୫।୩୪: ଉତ୍ତରପ୍ରଦେଶର ଇଟାୱା ଲୋକ ସଭା ଆସନରେ ପ୍ରତିଯୋଗିତା ରୋଚକ ହୋଇଛି। ବର୍ତ୍ତମାନର ଏମ୍‌ପି ରାମ ଶଙ୍କର କ୍ୟାଥେରିଆଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଭାଜପା...

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ କଂଗ୍ରେସ ମନିଫେଷ୍ଟୋ ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଦିନ ପୂର୍ବେ...

‘୨୦୨୫ ସୁଦ୍ଧା ଭାଜପା ସଂରକ୍ଷଣ ଉଚ୍ଛେଦ କରିବ’: ରେବନ୍ଥ ରେଡ୍ଡୀଙ୍କ ବଡ଼ ଦାବି

ହାଇଦ୍ରାବାଦ,୨୫।୪: ମୁସଲମାନମାନଙ୍କ ପାଇଁ କୋଟାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ଵାକଯୁଦ୍ଧ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଅଭିଯୋଗ କରିଛନ୍ତି...

ପ୍ରଥମେ ଖବରଦାତା ସମ୍ମିଳନୀ-ପରେ ରାଲି, ଏବେ ରୋଡ ଶୋ’…ଏଏପିର ପ୍ରଚାର ସମ୍ଭାଳିବେ ସୁନୀତା କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗିରଫ ହୋଇ ଜେଲ୍‌ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri