Posted inଜାତୀୟ

ଭିନ୍ନମତ ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ,୪ା୩(ପି.ଟି.): ସରକାରଙ୍କ ଆଭିମୁଖ୍ୟଠାରୁ ଭିନ୍ନମତ ପୋଷଣ କରିବା ଦେଶଦ୍ରୋହ ପଦବାଚ୍ୟ ହେବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ବିରୋଧରେ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଖାରଜ କରି ସର୍ବୋଚ୍ଚ ଅଦାଲତ ଏହି ଐତିହାସିକ ରାୟ ଦେଇଛନ୍ତି। ଏହାସହ ଆବେଦନକାରୀମାନଙ୍କୁ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଦେଶରେ ଅଭିବ୍ୟକ୍ତି ସ୍ବାଧୀନତା କ୍ରମଶଃ ସଙ୍କୁଚିତ ହେବାରେ ଲାଗିଥିବାବେଳେ ଭିନ୍ନମତ ପୋଷଣ କରୁଥିବା ବୁଦ୍ଧିଜୀବୀ ଓ ଅଧିକାର କର୍ମୀମାନଙ୍କ ବିରୋଧରେ ନାନା ସଙ୍ଗିନ ଅଭିଯୋଗ ଅଣାଯାଇ ସେମାନଙ୍କୁ କେନ୍ଦ୍ରୀୟ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଜରିଆରେ ଆଇନର ଜାଲରେ ଛନ୍ଦାଯାଉଥିବା ଅଭିଯୋଗ ହେଉଛି। ଏଭଳି ସମୟରେ ଶୀର୍ଷ ଅଦାଲତଙ୍କ ଏହି ରାୟ କେନ୍ଦ୍ର ସରକାରଙ୍କୁ ଶକ୍ତ ଝଟ୍‌କା ଦେଇଛି।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ରେ ହଟାଇଦେଇଥିଲେ। ୮୩ ବର୍ଷୀୟ ଶ୍ରୀନଗର ଏମ୍‌ପି ଫାରୁକ୍‌ ଅବ୍‌ଦୁଲ୍ଲା ଓ ତାଙ୍କ ପୁଅ ତଥା ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲାଙ୍କ ସମେତ ଅନେକ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଫାରୁକ୍‌ ମୁକ୍ତ ହେବା ପରେ କେନ୍ଦ୍ରର ଏହି ପଦକ୍ଷେପ ବିରୋଧରେ ଚାଇନା ଓ ପାକିସ୍ତାନର ସହାୟତା ଲୋଡ଼ିଥିଲେ। ଫାରୁକ୍‌ଙ୍କ ମନ୍ତବ୍ୟକୁ ନେଇ ‘ବିଶ୍ୱ ଗୁରୁ ଇଣ୍ଡିଆ ଭିଜନ୍‌ ଅଫ୍‌ ସର୍ଦ୍ଦାର ପଟେଲ’ ସଙ୍ଗଠନ ସହ ଜଡ଼ିତ ରଜତ ଶର୍ମା ଓ ଡକ୍ଟର ନେହ ଶ୍ରୀବାସ୍ତବା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀ ଦ୍ୱୟ ନିଜ ଆବେଦନରେ ଉଲ୍ଲେଖ କରିଥିଲେ ଯେ ଫାରୁକ୍‌ ଜଣେ ଦେଶବିରୋଧୀ। ସେ କଶ୍ମୀରକୁ ଚାଇନା ହାତରେ ଟେକି ଦେବା ପାଇଁ ଉଦ୍ୟମ କରୁଥିବାରୁ ଦେଶଦ୍ରୋହ ମାମଲା ରୁଜୁ କରି ଭାରତୀୟ ଦଣ୍ଡ ସଂହିତା ଦଫା ୧୨୪-ଏରେ ଦଣ୍ଡିତ କରାଯାଉ। ଫାରୁକ୍‌ଙ୍କୁ ଯଦି ଜଣେ ଏମ୍‌ପି ଭାବେ ରହିବାକୁ ଦିଆଯାଏ ତେବେ ଭାରତରେ ଯେକୌଣସି ଦେଶବିରୋଧୀଙ୍କୁ ସ୍ବୀକୃତି ମିଳିବା ସହ ସମାନ। ଏପରି ହେଲେ ଦେଶର ଏକତା ପ୍ରତି ବିପଦ ସୃଷ୍ଟି ହେବ। ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ ଓ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି ଶେଷ କରି ଆବେଦନକାରୀଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ଏହାସହ ଅନାବଶ୍ୟକ ଦାବି କରିଥିବାରୁ ୫୦, ୦୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?