Posted inଭଦ୍ରକ

ଦିବ୍ୟାଙ୍ଗଙ୍କ ଭ୍ରାମ୍ୟମାଣ ଦୋକାନ

ଭଦ୍ରକ ଅଫିସ,୧୮ା୧୦: ୨୦ ବର୍ଷ ତଳେ ଏକ ଦୁର୍ଘଟଣାରେ ଡାହାଣ ଗୋଡ଼ ହରାଇ ବସିଥିଲେ। ଆଉ ସେହି ଦୁର୍ଘଟଣା ପରଠାରୁ ବଦଳିଗଲା ତାଙ୍କ ଜୀବନର ମୋଡ଼। ତଥାପି ସେ ହାର୍‌ ମାନି ନାହାନ୍ତି। ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏକ ଭ୍ରାମ୍ୟମାଣ ଦୋକାନ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଭଦ୍ରକ ପୌରପାଳିକା ଅଧୀନ ବଡ଼ଶଙ୍କରପୁର ଗଁାର ଚନ୍ଦନ ସିଂ (୪୦)। ଦୃଢ଼ ମନୋବଳ, ଆତ୍ମବିଶ୍ୱାସ ଓ ସରଳ ବ୍ୟବହାର ଯୋଗୁ ସେ ସମସ୍ତଙ୍କର ପ୍ରିୟ ହୋଇଥିବା ବେଳେ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି।
ଚନ୍ଦନଙ୍କ ଦୋକାନ କହିଲେ କେବଳ ଖଣ୍ଡିଏ କାଠବକ୍ସ। ସାଇକେଲରେ ଏହି ବାକ୍ସକୁ ରଖି ଗୋଟିଏ ଗୋଡ଼ରେ ଚଲାଇ ଭ୍ରାମ୍ୟମାଣ ଦୋକାନ ଚଳାଇଛନ୍ତି।
ସେ ଭଦ୍ରକ ପୁରୁଣା ଜିଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଦୋକାନରେ ବସିବା ସହ ବଜାରର ବିଭିନ୍ନ ସ୍ଥାନ ବୁଲି ପାନ ବିକ୍ରି କରନ୍ତି। ପୂର୍ବାହ୍ନ ୧୦ଟା ପୂର୍ବରୁ ଦୋକାନ ଖୋଲି ଅପରାହ୍ନ ୪ଟାରେ ବନ୍ଦ କରି ଦିଅନ୍ତି। ଭଦ୍ରକର ମୁଖ୍ୟ ବଜାର, ମାଛମାର୍କେଟ, ଓଟି ମାର୍କେଟରେ ବୁଲି ବୁଲି ପାନ ଭାଙ୍ଗି ଗ୍ରାହକଙ୍କୁ ଯୋଗାଇ ଦିଅନ୍ତି। ଆଉ ତାଙ୍କ ହାତଭଙ୍ଗା ପାନର ସ୍ବାଦ ନିଆରା। ଏଥିଲାଗି ଅନ୍ୟ ଦୋକାନୀମାନେ ମଧ୍ୟ ତାଙ୍କଠାରୁ ପାନ କିଣି ଖାଇବାକୁ ଅପେକ୍ଷା କରିଥାନ୍ତି। ଚନ୍ଦନ କହନ୍ତି, ଏହି ଦୋକାନ ହିଁ ତାଙ୍କ ପରିବାର ଚଳାଇବାର ମୁଖ୍ୟ ମାଧ୍ୟମ। ସରକାରୀ ସ୍ତରରେ ସେ ଦିବ୍ୟାଙ୍ଗ ଭତ୍ତା ପାଉଛନ୍ତି। ଏହି ଭତ୍ତା ବ୍ୟତୀତ ପାନ ଦୋକାନରୁ ହେଉଥିବା ରୋଜଗାରରେ ସେ ଦୁଇଝିଅ ଓ ଗୋଟିଏ ପୁଅଙ୍କୁ ପାଠ ପଢ଼ାଇ ମଣିଷ କରିବାକୁ ଉଦ୍ୟମ ଚଳାଇଛନ୍ତି। ଦିବ୍ୟାଙ୍ଗମାନେ ନିଜକୁ ଅକ୍ଷମ ନ ଭାବି ସକ୍ଷମ ଭାବିବା ଉଚିତ୍‌। ଅସହାୟତା ପାଖରେ ହାର୍‌ ନ ମାନି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସେମାନେ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

ଅଧିକାରୀଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ…

ଥୁଆମୂଳ ରାମପୁର, ୧୮ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଓ…

ଏବେ ଶେଷ ହୋଇଯିବ ଯୁଦ୍ଧ! ଇରାନ ଆମେରିକାକୁ ପଠାଇଲା ଏଭଳି ଏକ ଜିନିଷ, ଦେଖିଲେ କ’ଣ ରାଜି ହୋଇଯିବେ ଟ୍ରମ୍ପ?

ନୂଆଦିଲ୍ଲୀ,୧୮।୫: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆମେରିକା ସହିତ ଏକ ସଂଶୋଧିତ ଶାନ୍ତି ପ୍ରସ୍ତାବ ଶେୟାର କରିଛି। ସୋମବାର ଏକ ପାକିସ୍ତାନୀ…

ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କଲେ ଜିଲାପାଳ, ଏସପି: କହିଲେ ଜିଲାରେ ଆହୁରି ଏତେ ଲିଟର ତେଲ ଗଚ୍ଛିତ

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ସୋମବାର ଜିଲାପାଳ ପାୱାର ସଚିନ ପ୍ରକାଶ,ଏସପି ନାଗରାଜ ଦେବରକୋଣ୍ଡା…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ମୃତ୍ୟୁର ୯ ଦିନ ପରେ ମାଟି ତଳୁ ଖୋଳି ବାହାର କରାଗଲା ଅଢ଼େଇ ବର୍ଷର ଶିଶୁର ଶବ, କାରଣ ଜାଣିଲେ ହୋଇଯିବେ ତାଜୁବ

ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର…

କୋର୍ଟଙ୍କ ଦ୍ୱାରସ୍ତ ହେଲେ ଭିନେଶ

ନୂଆଦିଲ୍ଲୀ,୧୮ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହିତ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ରେସଲିଂ ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାକୁ ନେଇ ଭାରତୀୟ ରେସଲର ଭିନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri