ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଅକ୍ଷମତା: ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ମରାମତି କଲେ ଦିବ୍ୟାଙ୍ଗ, ଭିଡିଓ ଭାଇରାଲ

ଭବାନୀପାଟଣା,୨୩।୯(ସ୍ବ.ପ୍ର): ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଦୁଇଟି ଯାକ ଗୋଡ଼ ପୋଲିଓରେ ଆକ୍ରାନ୍ତ ହୋଇ ଅଚଳ, ତଥାପି ଗୁରୁଣ୍ଡି ଗୁରୁଣ୍ଡି ହାତରେ ଫାଉଡା ଧରି ରାସ୍ତା ମରାମତି କରୁଛନ୍ତି ଦିବ୍ୟାଙ୍ଗ। ଯେଉଁଠି ସୁସ୍ଥ ସବଳ ଲୋକ ରାସ୍ତାର ଖାଲକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି,ସେଠି ଗାଁର ସମସ୍ୟାକୁ ଅଣଦେଖା କରି ପାରିନାହାନ୍ତି ଦିବ୍ୟାଙ୍ଗ ଜଣକ। ନିଜ ଟ୍ରାଇ ସାଇକେଲକୁ ସାଇଡ କରି କେତେବେଳେ ଫାଉଡାରେ ମାଟି କାଢୁଛନ୍ତି ତ ଆଉ କେତେବେଳେ ହାତରେ ମାଟି ସାଉଁଟି ରାସ୍ତାର ଗାତ ପୋତୁଛନ୍ତି । ଏମିତି ଏକ ଭଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଦିବ୍ୟାଙ୍ଗ ଯେତିକି ପ୍ରଶଂସା ସାଉଣ୍ଟୁଛନ୍ତି ତାହାଠୁ ଅଧିକା ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ପାଇଁ ଭର୍ତ୍ସନା ଶୁଣିବାକୁ ମିଳିଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଡୁମେରଗୁଡ଼ା ପଞ୍ଚାୟତ ଜୋରପଡା ଗାଁରେ। ଗାଁର ଗଣେଶ ନାଏକ ଜନ୍ମରୁ ପୋଲିଓ ଆକ୍ରାନ୍ତ। ତାଙ୍କ ଦୁଇଟି ଗୋଡ଼ ଅଚଳ, ଠିଆ ହେବା ବି ତାଙ୍କ ପାଇଁ ସମ୍ଭବ ନୁହେଁ । କିନ୍ତୁ ସେ ଅନ୍ୟ ଉପରେ ନିର୍ଭର ନ କରି ସ୍ବାଭିମାନ ସହ ନିଜେ ପରିବା ବ୍ୟବସାୟ କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ଅନ୍ୟ ଠାରୁ ଅର୍ଡର ନେଇ ତାଙ୍କ ତିନିଚକିଆ ଟ୍ରାଇ ସାଇକେଲରେରେ ଘରକୁ ଘର ଯାଇ ପନିପରିବା ହୋମ୍‌ ଡେଲିଭରି କରୁଛନ୍ତି । ହେଲେ ଯାତାୟତ ବେଳେ ବିଭିନ୍ନ ସମୟରେ ତାଙ୍କ ପାଇଁ ବାଟ ହୁଡ଼ି ଥାଏ ଗାଁର ଶୋଚନୀୟ ରାସ୍ତା। ଖାଲ ଖମାରେ ଭରା ଜୋରପଡ଼ାଠାରୁ କେରମୁଣ୍ଡା ରାସ୍ତାରେ ଯିବା ଆସିବା ବେଳେ ଅନେକ ଥର ଟାଇସାଇକେଲରୁ ପଡ଼ି ଖଣ୍ଡିଆଖାବର ହୋଇଛନ୍ତି।
ଏହି ସମୟରେ ତାଙ୍କ ପନିପରିବା ବି ରାସ୍ତାରେ ପଡି ନଷ୍ଟ ହୋଇଥାଏ। ଏହି ସମସ୍ୟା ନେଇ ଅନେକ ଥର ପ୍ରଶାସନଠୁ ଆରମ୍ଭ କରି ସ୍ଥାନୀୟ ନେତାଙ୍କୁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ଗୁରୁବାର ଉକ୍ତ ରାସ୍ତାରେ ସେ ଯାଉଥିବାବେଳେ ପୁଣି ଟ୍ରାଇସାଇକେଲରୁ ପଡି ଖଣ୍ଡିଆଖାବରା ହୋଇଥିଲେ। ପରେ ସେ କାହାକୁ ଅପେକ୍ଷା ନ କରି ନିଜ ଟ୍ରାଇସାଇକେଲକୁ ରାସ୍ତା କଡ଼ ର ରଖି ନିଜେ ରାସ୍ତା ମରାମତି କରୁଥିବା ଭଡିଓ ଭାଇରଲ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

ବିକାଶ ଧାରା ଓଡ଼ିଶା କାର୍ଯ୍ୟକ୍ରମ: ସମ୍ମାନୀତ ହେଲେ କଳାକାର, ସମାଜସେବୀ

ରିଷିଡା,୧୮।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଓ ଜିଲାର ବିଭିନ୍ନ ଅଞ୍ଚଳରେ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri