ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଅକ୍ଷମତା: ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ମରାମତି କଲେ ଦିବ୍ୟାଙ୍ଗ, ଭିଡିଓ ଭାଇରାଲ

ଭବାନୀପାଟଣା,୨୩।୯(ସ୍ବ.ପ୍ର): ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଦୁଇଟି ଯାକ ଗୋଡ଼ ପୋଲିଓରେ ଆକ୍ରାନ୍ତ ହୋଇ ଅଚଳ, ତଥାପି ଗୁରୁଣ୍ଡି ଗୁରୁଣ୍ଡି ହାତରେ ଫାଉଡା ଧରି ରାସ୍ତା ମରାମତି କରୁଛନ୍ତି ଦିବ୍ୟାଙ୍ଗ। ଯେଉଁଠି ସୁସ୍ଥ ସବଳ ଲୋକ ରାସ୍ତାର ଖାଲକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି,ସେଠି ଗାଁର ସମସ୍ୟାକୁ ଅଣଦେଖା କରି ପାରିନାହାନ୍ତି ଦିବ୍ୟାଙ୍ଗ ଜଣକ। ନିଜ ଟ୍ରାଇ ସାଇକେଲକୁ ସାଇଡ କରି କେତେବେଳେ ଫାଉଡାରେ ମାଟି କାଢୁଛନ୍ତି ତ ଆଉ କେତେବେଳେ ହାତରେ ମାଟି ସାଉଁଟି ରାସ୍ତାର ଗାତ ପୋତୁଛନ୍ତି । ଏମିତି ଏକ ଭଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଦିବ୍ୟାଙ୍ଗ ଯେତିକି ପ୍ରଶଂସା ସାଉଣ୍ଟୁଛନ୍ତି ତାହାଠୁ ଅଧିକା ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ପାଇଁ ଭର୍ତ୍ସନା ଶୁଣିବାକୁ ମିଳିଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଡୁମେରଗୁଡ଼ା ପଞ୍ଚାୟତ ଜୋରପଡା ଗାଁରେ। ଗାଁର ଗଣେଶ ନାଏକ ଜନ୍ମରୁ ପୋଲିଓ ଆକ୍ରାନ୍ତ। ତାଙ୍କ ଦୁଇଟି ଗୋଡ଼ ଅଚଳ, ଠିଆ ହେବା ବି ତାଙ୍କ ପାଇଁ ସମ୍ଭବ ନୁହେଁ । କିନ୍ତୁ ସେ ଅନ୍ୟ ଉପରେ ନିର୍ଭର ନ କରି ସ୍ବାଭିମାନ ସହ ନିଜେ ପରିବା ବ୍ୟବସାୟ କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ଅନ୍ୟ ଠାରୁ ଅର୍ଡର ନେଇ ତାଙ୍କ ତିନିଚକିଆ ଟ୍ରାଇ ସାଇକେଲରେରେ ଘରକୁ ଘର ଯାଇ ପନିପରିବା ହୋମ୍‌ ଡେଲିଭରି କରୁଛନ୍ତି । ହେଲେ ଯାତାୟତ ବେଳେ ବିଭିନ୍ନ ସମୟରେ ତାଙ୍କ ପାଇଁ ବାଟ ହୁଡ଼ି ଥାଏ ଗାଁର ଶୋଚନୀୟ ରାସ୍ତା। ଖାଲ ଖମାରେ ଭରା ଜୋରପଡ଼ାଠାରୁ କେରମୁଣ୍ଡା ରାସ୍ତାରେ ଯିବା ଆସିବା ବେଳେ ଅନେକ ଥର ଟାଇସାଇକେଲରୁ ପଡ଼ି ଖଣ୍ଡିଆଖାବର ହୋଇଛନ୍ତି।
ଏହି ସମୟରେ ତାଙ୍କ ପନିପରିବା ବି ରାସ୍ତାରେ ପଡି ନଷ୍ଟ ହୋଇଥାଏ। ଏହି ସମସ୍ୟା ନେଇ ଅନେକ ଥର ପ୍ରଶାସନଠୁ ଆରମ୍ଭ କରି ସ୍ଥାନୀୟ ନେତାଙ୍କୁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ଗୁରୁବାର ଉକ୍ତ ରାସ୍ତାରେ ସେ ଯାଉଥିବାବେଳେ ପୁଣି ଟ୍ରାଇସାଇକେଲରୁ ପଡି ଖଣ୍ଡିଆଖାବରା ହୋଇଥିଲେ। ପରେ ସେ କାହାକୁ ଅପେକ୍ଷା ନ କରି ନିଜ ଟ୍ରାଇସାଇକେଲକୁ ରାସ୍ତା କଡ଼ ର ରଖି ନିଜେ ରାସ୍ତା ମରାମତି କରୁଥିବା ଭଡିଓ ଭାଇରଲ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri