Posted inଜାତୀୟ

ଟ୍ରେନିଂ ସମୟରେ ଆଘାତ ବା ଅକ୍ଷମ ହେଉଥିବା ଯବାନଙ୍କୁ ବୀମା ସୁରକ୍ଷା ଦିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୮: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେନା ପ୍ରଶିକ୍ଷଣ ସମୟରେ ଆଘାତ ବା ଅକ୍ଷମତା ହେଉଥିବା କ୍ୟାଡେଟମାନଙ୍କୁ ବୀମା ସୁରକ୍ଷା ଯୋଗାଇ ଦିଆଯାଉ। ଜଷ୍ଟିସ ବି. ଭି. ନାଗରତ୍ନା ଓ ଆର. ମହାଦେବନଙ୍କ ବେଞ୍ଚ କହିଛନ୍ତି, “ଆମେ ଚାହୁଁଛୁ ଏହି ସାହସୀ କ୍ୟାଡେଟମାନେ ସେନାରେ ଯୋଗଦେଉ। ଆଘାତ ବା ଅକ୍ଷମତା ସେମାନଙ୍କ ପାଇଁ ବାଧକ ହେବା ଉଚିତ ନୁହେ।”

ଏହି ମାମଲାରେ ସୁପ୍ରିମକୋର୍ଟ ନିଜ ଆଡୁ ସଂଜ୍ଞାନ ନେଇ କେନ୍ଦ୍ର ଓ ପ୍ରତିରକ୍ଷା ବିଭାଗଙ୍କ ନିକଟରୁ ସେପ୍ଟେମ୍ବର ୪ ସୁଦ୍ଧା ଉତ୍ତର ମାଗିଛନ୍ତି। କୋର୍ଟ ପ୍ରଶିକ୍ଷଣରେ ଅକ୍ଷମ ହୋଇଥିବା କ୍ୟାଡେଟମାନଙ୍କ ପାଇଁ ଗ୍ରୁପ ବୀମା ଯୋଜନା, ବର୍ତ୍ତମାନର ୪୦,୦୦୦ ଟଙ୍କାର ଏକକାଳୀନ ଅନୁକମ୍ପା ରାଶି ବୃଦ୍ଧି ଏବଂ ପୁନର୍ବାସନ ଯୋଜନା ଅନୁସନ୍ଧାନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟକୁ ଜଣାପଡ଼ିଛି ଯେ, ଏହି କ୍ୟାଡେଟମାନଙ୍କୁ ଏକ୍ସ-ସର୍ଭିସମେନ କଣ୍ଟ୍ରିବ୍ୟୁଟୋରୀ ହେଲଥ ସ୍କିମ (ଇସିଏଚଏସ) ସୁବିଧା ପାଇଁ ମନ୍ତ୍ରଣାଳୟ ଅନୁମୋଦନ ଦେଇଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇ ନାହିଁ। କୋର୍ଟ ପରାମର୍ଶ ଦେଇଛନ୍ତି ଯେ, ଚିକିତ୍ସା ପରେ ଏହି କ୍ୟାଡେଟମାନଙ୍କୁ ଡେସ୍କ ଜବ୍‌ ବା ପ୍ରତିରକ୍ଷା ସେବା ସହ ଜଡ଼ିତ ଅନ୍ୟ କାର୍ଯ୍ୟରେ ପୁନର୍ବାସନ କରାଯାଇ ପାରେ।

ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ୧୯୮୫ ପରେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ) ଓ ଇଣ୍ଡିଆନ ମିଲିଟାରୀ ଏକାଡେମୀ (ଆଇଏମଏ) ଭଳି ପ୍ରତିଷ୍ଠାନରୁ ପ୍ରାୟ ୫୦୦ ଅଫିସର କ୍ୟାଡେଟ ପ୍ରଶିକ୍ଷଣ ସମୟରେ ଅକ୍ଷମତା ଯୋଗୁଁ ମେଡିକାଲ ଡିସଚାର୍ଜ ହୋଇଛନ୍ତି। ଏନଡିଏରେ ୨୦୨୧ରୁ ୨୦୨୫ ଜୁଲାଇ ମଧ୍ୟରେ ୨୦ ଜଣ ଏଭଳି କ୍ୟାଡେଟ ଡିସଚାର୍ଜ ହୋଇଛନ୍ତି। ଏମାନେ ଏକ୍ସ-ସର୍ଭିସମେନ ମାନ୍ୟତା ପାଇ ନ ଥିବାରୁ ମିଳୁଥିବା ୪୦,୦୦୦ ଟଙ୍କାର ଏକକାଳୀନ ଅନୁକମ୍ପା ରାଶି ସେମାନଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ଅପହଞ୍ଚ ହେଉଛି।

କୋର୍ଟ ଏହାକୁ ସାମାଜିକ ନ୍ୟାୟର ମାମଲା ଭାବେ ଗ୍ରହଣ କରି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟୀଙ୍କୁ ସେପ୍ଟେମ୍ବର ୪ ସୁଦ୍ଧା ନିର୍ଦ୍ଦେଶ ଗ୍ରହଣ କରି ଜଣାଇବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri