Posted inଜାତୀୟ

ଟ୍ରେନିଂ ସମୟରେ ଆଘାତ ବା ଅକ୍ଷମ ହେଉଥିବା ଯବାନଙ୍କୁ ବୀମା ସୁରକ୍ଷା ଦିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୮: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେନା ପ୍ରଶିକ୍ଷଣ ସମୟରେ ଆଘାତ ବା ଅକ୍ଷମତା ହେଉଥିବା କ୍ୟାଡେଟମାନଙ୍କୁ ବୀମା ସୁରକ୍ଷା ଯୋଗାଇ ଦିଆଯାଉ। ଜଷ୍ଟିସ ବି. ଭି. ନାଗରତ୍ନା ଓ ଆର. ମହାଦେବନଙ୍କ ବେଞ୍ଚ କହିଛନ୍ତି, “ଆମେ ଚାହୁଁଛୁ ଏହି ସାହସୀ କ୍ୟାଡେଟମାନେ ସେନାରେ ଯୋଗଦେଉ। ଆଘାତ ବା ଅକ୍ଷମତା ସେମାନଙ୍କ ପାଇଁ ବାଧକ ହେବା ଉଚିତ ନୁହେ।”

ଏହି ମାମଲାରେ ସୁପ୍ରିମକୋର୍ଟ ନିଜ ଆଡୁ ସଂଜ୍ଞାନ ନେଇ କେନ୍ଦ୍ର ଓ ପ୍ରତିରକ୍ଷା ବିଭାଗଙ୍କ ନିକଟରୁ ସେପ୍ଟେମ୍ବର ୪ ସୁଦ୍ଧା ଉତ୍ତର ମାଗିଛନ୍ତି। କୋର୍ଟ ପ୍ରଶିକ୍ଷଣରେ ଅକ୍ଷମ ହୋଇଥିବା କ୍ୟାଡେଟମାନଙ୍କ ପାଇଁ ଗ୍ରୁପ ବୀମା ଯୋଜନା, ବର୍ତ୍ତମାନର ୪୦,୦୦୦ ଟଙ୍କାର ଏକକାଳୀନ ଅନୁକମ୍ପା ରାଶି ବୃଦ୍ଧି ଏବଂ ପୁନର୍ବାସନ ଯୋଜନା ଅନୁସନ୍ଧାନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟକୁ ଜଣାପଡ଼ିଛି ଯେ, ଏହି କ୍ୟାଡେଟମାନଙ୍କୁ ଏକ୍ସ-ସର୍ଭିସମେନ କଣ୍ଟ୍ରିବ୍ୟୁଟୋରୀ ହେଲଥ ସ୍କିମ (ଇସିଏଚଏସ) ସୁବିଧା ପାଇଁ ମନ୍ତ୍ରଣାଳୟ ଅନୁମୋଦନ ଦେଇଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇ ନାହିଁ। କୋର୍ଟ ପରାମର୍ଶ ଦେଇଛନ୍ତି ଯେ, ଚିକିତ୍ସା ପରେ ଏହି କ୍ୟାଡେଟମାନଙ୍କୁ ଡେସ୍କ ଜବ୍‌ ବା ପ୍ରତିରକ୍ଷା ସେବା ସହ ଜଡ଼ିତ ଅନ୍ୟ କାର୍ଯ୍ୟରେ ପୁନର୍ବାସନ କରାଯାଇ ପାରେ।

ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ୧୯୮୫ ପରେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ) ଓ ଇଣ୍ଡିଆନ ମିଲିଟାରୀ ଏକାଡେମୀ (ଆଇଏମଏ) ଭଳି ପ୍ରତିଷ୍ଠାନରୁ ପ୍ରାୟ ୫୦୦ ଅଫିସର କ୍ୟାଡେଟ ପ୍ରଶିକ୍ଷଣ ସମୟରେ ଅକ୍ଷମତା ଯୋଗୁଁ ମେଡିକାଲ ଡିସଚାର୍ଜ ହୋଇଛନ୍ତି। ଏନଡିଏରେ ୨୦୨୧ରୁ ୨୦୨୫ ଜୁଲାଇ ମଧ୍ୟରେ ୨୦ ଜଣ ଏଭଳି କ୍ୟାଡେଟ ଡିସଚାର୍ଜ ହୋଇଛନ୍ତି। ଏମାନେ ଏକ୍ସ-ସର୍ଭିସମେନ ମାନ୍ୟତା ପାଇ ନ ଥିବାରୁ ମିଳୁଥିବା ୪୦,୦୦୦ ଟଙ୍କାର ଏକକାଳୀନ ଅନୁକମ୍ପା ରାଶି ସେମାନଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ଅପହଞ୍ଚ ହେଉଛି।

କୋର୍ଟ ଏହାକୁ ସାମାଜିକ ନ୍ୟାୟର ମାମଲା ଭାବେ ଗ୍ରହଣ କରି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟୀଙ୍କୁ ସେପ୍ଟେମ୍ବର ୪ ସୁଦ୍ଧା ନିର୍ଦ୍ଦେଶ ଗ୍ରହଣ କରି ଜଣାଇବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

ସଂସଦର ସବୁଠାରୁ ଧନୀ ଏମ୍ପି କିଏ? ଜାଣନ୍ତୁ କେଉଁ ଦଳ ସବୁଠାରୁ ଅଧିକ ମାଲାମାଲ୍!

ନୂଆଦିଲ୍ଲୀ,୩୦।୬: ଦେଶର ସଂସଦରେ ରାଜନୀତି ସହିତ ସମ୍ପତ୍ତିର ପରିମାଣ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୋଟିଏ ପଟେ ଲୋକ ସଭାରେ କୋଟିପତି ଏମ୍ପିଙ୍କ ସଂଖ୍ୟା କ୍ରମାଗତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri