ପୁଣି ଗୋଳିଆ ପାଣି ଯୋଗାଣ

ଯାଜପୁର ରୋଡ,୧୯ା୮(ଡି.ଏନ.ଏ.): ଯାଜପୁର ଜିଲାର ଖାଲି ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳରେ ବି ପାନୀୟ ଜଳ ସମସ୍ୟା ଲାଗି ରହିଛି। ବିଶେଷକରି କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରବାସୀଙ୍କୁ ନିୟମିତ ଭାବେ ଗୋଳିଆ ପାଣି ଯୋଗାଣ ହେଉଛି। ଜଳଯୋଗାଣ ଦାୟିତ୍ୱରେ ଥିବା ୱାଟକୋ (ୱାଟର କାର୍ପୋରେଶନ ଅଫ୍‌ ଓଡ଼ିଶା) କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟ ଲୋକଙ୍କ ଜୀବନକୁ ବିପଦରେ ପକାଉଛି ବୋଲି ମତପ୍ରକାଶ ପାଇଛି। ଗରିବ ସାଧାରଣ ଲୋକ ସେହି ପାଣି ପିଇ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡିବା ଆଶଙ୍କା ସୃଷ୍ଟି କରିଛି। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଯେତେ ଅଭିଯୋଗ ହେଉଥିଲେ ହେଁ ୱାଟକୋ କର୍ତ୍ତୃପକ୍ଷଙ୍କ ମାନବିକତାରେ କୌଣସି ପରିବର୍ତ୍ତନ ହେଉନାହିଁ ବୋଲି ଅଭିଯୋଗ ହୋଇଛି।
ଅଗଷ୍ଟ ମାସର ଏଇ ୧୮ ଦିନ ମଧ୍ୟରେ ପ୍ରାୟ ୧୦ ଦିନ ଗୋଳିଆ ପାଣି ଯୋଗାଣ ହେଉଥିବା ସହରବାସୀ ପ୍ରକାଶ କରିଛନ୍ତି। ଗୁରୁବାର ସକାଳୁ ସହରର କୋପଣ୍ଡ, ମୁଣ୍ଡୋମାଳ ମହତାବନଗର ଆଦି ଅଞ୍ଚଳରେ ଧୂସର ରଙ୍ଗର ପାଣି ବାହାରୁଥିବା ଦେଖିବାକୁ ମିଳିଥିଲା। ଏ ସଂକ୍ରାନ୍ତରେ ୱାଟ୍‌କୋର ବ୍ୟାସନଗର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଗତାନୁଗତିକ ଭାବେ ସମସ୍ୟାର ସମାଧାନ ହେବ ବୋଲି ତାଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା। ଏପରିକି ହ୍ବାଟ୍ସଆପ ଯୋଗେ ୱାଟ୍‌କୋର ଜେନେରାଲ ମ୍ୟାନେଜର ଦେବବ୍ରତ ମହାନ୍ତିଙ୍କୁ କାଦୁଅ ମିଶା ପାଣିର ଫଟୋ ଚିତ୍ର ପଠାଇ ତୁରନ୍ତ ସ୍ଥାୟୀ ସମାଧାନ କରିବାକୁ ଅନୁରୋଧ କରାଯାଇଥିଲା। ନିମ୍ନମାନର ପାଇପ ଏବଂ ନିର୍ମାଣ ସାମଗ୍ରୀ ବ୍ୟବହାର କରି ୱାଟ୍‌କୋ କର୍ତ୍ତୃପକ୍ଷ ମରାମତି ଓ ରକ୍ଷଣାବେକ୍ଷଣ ନାମରେ ଆସୁଥିବା ଅନୁଦାନର ସିଂହଭାଗ ଅର୍ଥ ଆତ୍ମସାତ୍‌ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ବ୍ୟାସନଗର ପୌରାଞ୍ଚଳରେ ଅର୍ବାନ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫର ସ୍ମଲ ଆଣ୍ଡ ମିଡିୟମ ଟାଉନ (ୟୁଆଇଡିଏସଏମଟି) ଯୋଜନାରେ ୧୪.୫୧କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଖରସ୍ରୋତା-ମୁଣ୍ଡମାଳା ଟ୍ରିଟମେଣ୍ଟ ପ୍ଲାଣ୍ଟ ହୋଇଛି। ଏହି ପ୍ଲାଣ୍ଟ ଜରିଆରେ ପୌାଞ୍ଚଳର ୨୬ଟି ଜଳଯୋଗାଣ ହେଉଥିବା ବିଭାଗ ପକ୍ଷରୁ ଦାବି କରାଯାଉଛି। ହେଲେ ବାସ୍ତବରେ କହ୍ନେଇପୁର, ଚାନ୍ଦମା, କାଚହୁଡିସାହି, ଡାହିସାହି, ରମ୍ପାସ, ସାତକାଣିଆଁ, ସୋବରା, ଡିଗିସାହି, ଧବଳଗିରି ଆଦି ୱାର୍ଡବାସୀ ଏହି ଯୋଜନାରୁ ଏବେ ବି ପାଣି ଅପେକ୍ଷାରେ ରହିଛନ୍ତି। ଅନ୍ୟପକ୍ଷେ ଜଳଯୋଗାଣ ହେଉଥିଲେ ହେଁ କାଦୁଅ ପାଣି ଯୋଗାଣ ସହରବାସୀଙ୍କ ଅତିଷ୍ଠ କରିଛି। ଏ ସଂକ୍ରାନ୍ତରେ ୱାଟ୍‌କୋର ବ୍ୟାସନଗର କନିଷ୍ଠ ଯନ୍ତ୍ରୀ ପୁହାଣ ବାବୁଙ୍କୁ ପଚାରିବାରୁ ସେ କହିଛନ୍ତି, କୋପଣ୍ଡ ଓ ଗୋଶାଳା ନିକଟରେ କୋଉଁଠି ତ୍ରୁଟି ରହିଛି। ଏହାର ସ୍ଥାୟୀ ସମାଧାନ କରିବାକୁ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?