‘ଚାପୁଡ଼ା ମାରିନାହାନ୍ତି ନାନା, କରୁଥିଲେ ଶୁଟିଂ’

ବମ୍ବେ: ବଲିଉଡ ଅଭିନେତା ନାନା ପାଟେକର ନିଜର ଦମ୍‌ଦାର ଅଭିନୟ ଲାଗି ରହିଥାନ୍ତି ଚର୍ଚ୍ଚାରେ। ହେଲେ ଏବେ ଏକ ଭିଡିଓ ଯୋଗୁ ତାଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନ ଉଠାଯାଉଛି। ଦର୍ଶକଙ୍କ ଲାଗି ଅଭିନେତାଟିଏ ସଫଳ ହୋଇଥାଏ, ହେଲେ ନାନା ଫଟୋ ଉଠାଇବାକୁ କହୁଥିବା ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା। କଥାଟି ଅନେକଙ୍କୁ ଅଡୁଆ ଲାଗିଥିଲା। ସେଥିଲାଗି ନାନାଙ୍କୁ ଅନେକେ ଟ୍ରୋଲ ମଧ୍ୟ କରୁଥିଲେ। ହେଲେ ଏବେ ସତ ପଦାକୁ ଆସିଛି।

ନିର୍ଦ୍ଦେଶକ ଅନିଲ ଶର୍ମା ନାନାଙ୍କ ଭାଇରାଲ ଭିଡିଓ ପଛର ବାସ୍ତବତା ସମସ୍ତଙ୍କୁ କହିଛନ୍ତି। ଖବର ବିଷୟରେ ଜଣାପଡ଼ିବା ପରେ ସେ ସତ ସମସ୍ତଙ୍କୁ କହିବା ଉଚିତ ମଣିଥିଲେ। ତେବେ ନାନା ବନାରସର ରାସ୍ତାରେ ନିଜର ଆଗାମୀ ଫିଲ୍ମର ଶୁଟିଂ କରୁଥିଲେ। ଏଥିରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବାର ଥିଲା। ହେଲେ ଭିଡରେ ଥିବା କେହି ତାର ଭିଡିଓ ଭାଇରାଲ କରିଦେଇଛନ୍ତି। ଫଳରେ ନାନାଙ୍କୁ ନେଇ ଲୋକେ ଏଣୁତେଣୁ କହିବା ଆରମ୍ଭ କରିଛନ୍ତି। ନାନା କାହାକୁ ଚାପୁଡ଼ା ମାରି ନାହାନ୍ତି ବରଂ ତାହା ଏକ ଫିଲ୍ମର ଦୃଶ୍ୟ ବୋଲି ଅନିଲ ସ୍ପଷ୍ଟ କରିଛନ୍ତି।

କହିରଖୁଛୁ, ଭାଇରାଲ ଭିଡିଓରେ ଜଣେ ପ୍ରଶଂସକ ସହମତି ବିନା ତାଙ୍କ ସହ ସେଲଫି ନେବାକୁ ଚାହୁଁଛନ୍ତି। ଏହାକୁ ପସନ୍ଦ ନ କରି ଅଭିନେତା ଯୁବକଜଣଙ୍କୁ ଚାପୁଡ଼ାଟିଏ ମାରୁଛନ୍ତି। ଏହା ପରେ କ୍ରୁ ମେମ୍ବରରୁ ଜଣେ ଆସି ଉକ୍ତ ଯୁବକଙ୍କ ବେକକୁ ଧରି ନେଇଯାଉଥିବା ଦେଖାଯାଉଛି। ଏହି ଭିଡିଓରେ ବ୍ୟବହାରକାରୀ କଟୁ ପ୍ରତିକ୍ରିୟା ଦେଉଛନ୍ତି।

https://twitter.com/tolly_hub/status/1724694031555493987


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

୬ଥର ପାଇଁ ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ

ଭୁବନେଶ୍ୱର,୧୬ା୯(ସୁନିତ୍‌ ମିଶ୍ର): ଗ୍ରାହାମ୍‌ ଷ୍ଟେନ୍ସ ଏବଂ ତାଙ୍କ ୨ପୁଅ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଜେଲରୁ ମୁକ୍ତି ଦେବାକୁ କରାଯାଇଥିବା କ୍ଷମା ପ୍ରାର୍ଥନା ଉପରେ…

ଡିଜିପି ଚୟନ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର, ୧୬।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ଭି.ମୋହନଙ୍କ…

ଶୁକ୍ରର ଉପଗ୍ରହ ମାଡ଼ହୋଇ ଧ୍ୱଂସ ପାଇଯାଇଛି

ନୂଆଦିଲ୍ଲୀ, ୧୬ା୯: ପୃଥିବୀର ଦ୍ରୁତ ଘୂର୍ଣ୍ଣନ ଯୋଗୁ ଚନ୍ଦ୍ର ଆମଠାରୁ ଦୂରେଇ ଯାଉଥିବା ବେଳେ ଶୁକ୍ର ଗ୍ରହର ମନ୍ଥର ଗତି ହିଁ ତା’ର ଉପଗ୍ରହ ପାଇଁ କାଳ…

ବିତ୍ତୀୟ ନିଅଣ୍ଟ ୨୩,୬୫୦ କୋଟିରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର,୧୬।୯ (ରବିନାରାୟଣ ଜେନା): ରାଜ୍ୟର ଆର୍ଥିକ ପରିସ୍ଥିତିରେ ସୁଧାର ଆସୁନାହିଁ। କେନ୍ଦ୍ରୀୟ ଅନୁଦାନ ହାର ବର୍ଷକୁ ବର୍ଷ କମୁଥିବାବେଳେ ରାଜ୍ୟର ନିଜସ୍ବ ଉତ୍ସରୁ କମ୍‌ ପରିମାଣ ରାଜସ୍ବ…

ଆସାମ, ମିଜୋରାମ, ମହାରାଷ୍ଟ୍ର ଯିବ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୬।୯(ତ୍ରିନାଥ ମହାନ୍ତି): ୨୦୨୨ ମସିହାରେ ଆସାମର କାଚାର ଜିଲାରୁ ୨ଟି ଶାବକ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ୨୦୨୩ ଅକ୍ଟୋବରରେ ମିଜୋରାମର ଆଇଜଲ ଜିଲାରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର…

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?