Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ବାଲାସିନୋରର ଡାଇନୋସର ପାର୍କ

ଗୁଜରାଟର ମହିସାଗର ଜିଲା ଅନ୍ତର୍ଗତ ଏକ ସହର ହେଉଛି ବାଲାସିନୋର। ଉକ୍ତ ସହରରେ ରହିଛି ଏକ ଡାଇନୋସର ପାର୍କ ଓ ମ୍ୟୁଜିୟମ୍‌; ଯେଉଁଠାରେ ପର୍ଯ୍ୟଟକ ଡାଇନୋସରଙ୍କ ଅସ୍ଥିକଙ୍କାଳ ଓ ଜୀବାଶ୍ମ ଦେଖିବା ସହ ଅନେକ କିଛି ତଥ୍ୟ ଜାଣିପାରିବେ…

ଗୁଜରାଟ ନିଜ ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ତଥା ଆତିଥେୟତା ପାଇଁ ଦେଶ ବିଦେଶରେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଖାସ୍‌ ଏହି କାରଣ ସକାଶେ ପ୍ରତିବର୍ଷ ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ବୁଲିବା ପାଇଁ ଆସିଥା’ନ୍ତି। ତେବେ ଗୁଜରାଟର ମହିସାଗର ଜିଲା ଅନ୍ତର୍ଗତ ବାଲାସିନୋର ହେଉଛି ଏପରି ଏକ ସହର, ଯେଉଁଠାକୁ ଗଲେ ଭ୍ରମଣର ଭରପୂର ମଜା ନେବା ସହ ପର୍ଯ୍ୟଟକ ବହୁ ତଥ୍ୟ ଜାଣିପାରିବେ। କାରଣ ଏଠାରେ ରହିଛି ଏକ ଡାଇନୋସର ଫସିଲ୍‌ (ଜୀବାଶ୍ମ) ପାର୍କ ଓ ମ୍ୟୁଜିୟମ୍‌। ସୂଚନାନୁଯାୟୀ, ଏହା ହେଉଛି ବିଶ୍ୱର ତୃତୀୟ ତଥା ଭାରତର ପ୍ରଥମ ଡାଇନୋସର ଫସିଲ୍‌ ପାର୍କ ଓ ମ୍ୟୁଜିୟମ୍‌।

ପାର୍କର ଇତିହାସ
ଇତିହାସରୁ ଯାହା ଜଣାଯାଏ, ୧୯୮୦-୮୧ ମସିହାରେ ବାଲାସିନୋରଠାରେ ଆକସ୍ମିକ ଭାବେ ଡାଇନୋସରର କିଛି ଅସ୍ଥି ଏବଂ ଜୀବାଶ୍ମ ମିଳିଥିଲା। ବାସ୍‌ ତା’ପରଠାରୁ ଏଠାରେ ବିଭିନ୍ନ ପ୍ରକାରର ପରୀକ୍ଷାନିରୀକ୍ଷା ପାଇଁ ବହୁ ଭୂତତ୍ତ୍ୱବିତ୍‌ଙ୍କ ଭିଡ଼ ଲାଗିବା ସହ ଅନେକ ଥର ଉକ୍ତ ସ୍ଥାନକୁ ଖୋଳା ମଧ୍ୟ ଯାଇଥିଲା। ଆଉ ସେହିଥିରୁ ଜଣାଗଲା ଯେ, ଅନେକ ବର୍ଷ ପୂର୍ବେ ଏଠାରେ କୁଆଡ଼େ ପ୍ରାୟ ୧୩ରୁ ଊର୍ଦ୍ଧ୍ୱ ପ୍ରଜାତିର ଡାଇନୋସର ସେମାନଙ୍କ ବଂଶ ବିସ୍ତାର କରି ରହୁଥିଲେ। ଆଉ ଯେତେବେଳେ ସେମାନେ ପରିବର୍ତ୍ତିତ ଜଳବାୟୁ ସହ ନିଜକୁ ଖାପ ଖୁଆଇ ଚଳିପାରିଲେ ନାହିଁ, ସେତେବେଳେ ସେମାନଙ୍କ ବଂଶ ଲୋପ ପାଇବାକୁ ଲାଗିଲା। କେବଳ ରହିଗଲା ଯାହା ସେମାନଙ୍କର ଅସ୍ଥିକଙ୍କାଳ ଆଉ ଜୀବାଶ୍ମ। ପରବର୍ତ୍ତୀ ସମୟରେ ଯେବେ ଜୀବାଶ୍ମ ସମ୍ପର୍କରେ ଚର୍ଚ୍ଚା ହେବାକୁ ଲାଗିଲା, ସେବେ ଏଠାରେ ଡାଇନୋସରର ଏକ ପାର୍କ ନିର୍ମାଣ କରିବା ନିମନ୍ତେ ନିଷ୍ପତ୍ତି ନିଆଗଲା; ଯାହାର ଫଳସ୍ବରୂପ ପରେ ଆଧୁନିକ ଜ୍ଞାନକୌଶଳ ଜରିଆରେ ପ୍ରାୟ ୫୨ ହେକ୍ଟର ଜମି ଉପରେ ଏହି ଲୋକପ୍ରିୟ ପାର୍କଟି ଗଢ଼ି ଉଠିଲା।
କ’ଣ ରହିଛି ଏହି ପାର୍କରେ
ଏହି ପାର୍କରେ ପର୍ଯ୍ୟଟକ ବିଭିନ୍ନ ପ୍ରଜାତିର ଡାଇନୋସରମାନଙ୍କ ଅସ୍ଥି କଙ୍କାଳ ଓ ଜୀବାଶ୍ମ ଦେଖିବାକୁ ପାଇପାରିବେ। ତା’ ସହିତ ଉକ୍ତ ପାର୍କ ନିକଟରେ ଅବସ୍ଥିତ ମ୍ୟୁଜିୟମ୍‌ରୁ ବି ଡାଇନୋସରମାନଙ୍କ ଉତ୍ପତ୍ତି ଓ ବିକାଶ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିପାରିବେ। କେବଳ ସେତିକି ନୁହେଁ, ଏହି ମ୍ୟୁଜିୟମ୍‌ରେ ବିଭିନ୍ନ ପ୍ରଜାତିର ଡାଇନୋସରଙ୍କର ପ୍ରାୟ ୪୦ଟି ପ୍ରତିକୃତିକୁ ମଧ୍ୟ ସ୍ଥାନ ଦିଆଯାଇଛି, ଯାହାକୁ ଦେଖି ପର୍ଯ୍ୟଟକମାନେ ଜାଣିପାରିବେ ଯେ କେଉଁ ଡାଇନୋସରର ଆକାର କିପରି, ଉଚ୍ଚତା କେତେ, ବେକର ଲମ୍ବା କେତେ ଓ ସେମାନଙ୍କର ଖାଦ୍ୟାଭ୍ୟାସ କ’ଣ। କାରଣ ଏହି ପ୍ରତିକୃତିଗୁଡ଼ିକୁ ଡାଇନୋସରଙ୍କ ସମ୍ପର୍କରେ ବହୁ ଅଧ୍ୟୟନ ଓ ପରୀକ୍ଷାନିରୀକ୍ଷା କରିବା ପରେ ହିଁ ସେମାନଙ୍କୁ ଅବିକଳ ରୂପ ଦେବା ପାଇଁ ପ୍ରୟାସ କରି ଗଢ଼ାଯାଇଛି। ତା’ଛଡ଼ା ସବୁଠାରୁ ମୁଖ୍ୟକଥା ହେଉଛି, ପର୍ଯ୍ୟଟକଙ୍କୁ ବୁଲିବାରେ ତଥା ସେମାନଙ୍କୁ ତଥ୍ୟ ବୁଝାଇବା ପାଇଁ ବି ଏଠାରେ ଅନେକ ଗାଇଡ୍‌ ଅଛନ୍ତି।

କେବେ ଓ କେମିତି ଯିବେ
ଏଠାକୁ ବୁଲିଯିବାକୁ ହେଲେ ପର୍ଯ୍ୟଟକଙ୍କୁ ପ୍ରଥମେ ଗୁଜରାଟର ଅହମ୍ମଦାବାଦରେ ପହଞ୍ଚତ୍ବାକୁ ପଡ଼ିବ। ତା’ପରେ ସେଠାରୁ ଏହି ପାର୍କ ନିକଟକୁ ଯିବା ପାଇଁ ଲୋକାଲ୍‌ ବସ୍‌ ତଥା ଟ୍ୟାକ୍ସିର ସୁବିଧା ରହିଛି। ଏଠାକୁ ବୁଲିଯିବା ପାଇଁ ଅକ୍ଟୋବରରୁ ଫେବୃୟାରୀ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବା ନିମନ୍ତେ ଅନୁକୂଳ ରହିଥାଏ। ସୂଚନାନୁଯାୟୀ, ପ୍ରତି ସୋମବାର ପାର୍କ ବନ୍ଦ ରୁହେ। ତେଣୁ ସୋମବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ପର୍ଯ୍ୟଟକ ଏଠାକୁ ଯାଇ କିଛି ନିଆରା ଅନୁଭୂତି ସାଉଁଟିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଦୃଶ୍ୟ ଘର; ଏହାକୁ ଦେଖି ପାରନ୍ତି ନାହିଁ ଲୋକେ…

ଘର ଅନେକଙ୍କ ପାଇଁ ରହିବା ଲାଗି ନିରାପଦ ସ୍ଥଳଟିଏ ହୋଇପାରେ। ହେଲେ କିଛି ଲୋକଙ୍କ ପାଇଁ ଏହା ଷ୍ଟାଟସ୍‌ର ପ୍ରତୀକ ବି ହୋଇଥାଏ। ଆଉ କେହି...

ଆମେରିକାରେ ଭିନ୍ନ ବିବାହ: ଦମ୍ପତି ପରସ୍ପରକୁ ଡିଜିଟାଲରେ ପିନ୍ଧାଇଲେ ରିଙ୍ଗ୍‌

ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି। ଏଠାରେ ଏକ ଦମ୍ପତି ରେବେକୋ ରୋଜ ଏବଂ ପିଟର କାଚେରଗିନସ୍କି ଆମେରିକାର କ୍ରିପ୍ଟୋ କରେନ୍ସି...

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ମହାମାରୀ ଆମ ପାଇଁ ଚ୍ୟାଲେଞ୍ଜ

ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା କରୋନା ମହାମାରୀ ସାରା ବିଶ୍ୱକୁ ତ୍ରସ୍ତ କରିଦେଇଛି। ଆରମ୍ଭରୁ ବରିଷ୍ଠ ନାଗରିକମାନେ କରୋନାରେ ଅଧିକ ଆକ୍ରାନ୍ତ ହୋଇଥିଲେ। ଏହା ସେମାନଙ୍କ...

କ୍ଷତାକ୍ତ ଯବାନଙ୍କ ସେବା ହିଁ ଦେଶସେବା

ସିକନ୍ଦରାବାଦ: ଶତ୍ରୁଙ୍କ କବଳରୁ ଦେଶକୁ ରକ୍ଷା କରିବାପାଇଁ କେବଳ ବନ୍ଧୁକ ଚଳାଇବା ନୁହେଁ, ଯୁଦ୍ଧକ୍ଷେତ୍ରରେ ଶତ୍ରୁଙ୍କ ଗୁଳିରେ ଆହତ ଯବାନଙ୍କ ସେବା ସୁଶ୍ରୂଷା କରିବା ମଧ୍ୟ...

ବନ୍ଧା ହୋଇ ମଧ୍ୟ କ୍ରିକେଟ୍‌ ଖେଳୁଛି ହାତୀ: ନାଦି ଦେଉଛି ଛକା, ଚାରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବେରୁଟ୍‌ ବିସ୍ଫୋରଣରେ ପ୍ରାଣ ହରାଇଥିବା କୁନିକୁନି ପିଲାଙ୍କ ସ୍ମୃତିରେ କଣ୍ଢେଇ ତିଆରି କଲେ ଏହି ବୃଦ୍ଧା, ଫଟୋ ଭାଇରାଲ

ବେରୁଟ୍‌,୨୯ା୧୧: ଲେବାନନର ରାଜଧାନୀ ବେରୁଟ ପାଇଁ ଗତ ଅଗଷ୍ଟ ୪ ସବୁଠୁ ଦୁଃଖଦାୟକ ଥିଲା। କାରଣ ଏହି ଦିନ ସେଠାରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଥିଲା।...

ବିଲେଇ ନା ବ୍ୟାଙ୍କ କ୍ୟାସିଅର! ଏମିତି ଟଙ୍କା ଗଣୁଛି ଯେ ଭିଡିଓ ଦେଖିଲେ…

ଆଜିର ଅତ୍ୟାଧୁନିକ ଯୁଗରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ। ଏଥିପାଇଁ ତ କିଛି ବି ଅଜବ ଘଟଣା କେଇଁ ମୂହୁର୍ତ୍ତରେ ଭାଇରାଲ ହୋଇଯାଏ। ସେଥିରୁ...

ପ୍ରଥମ ଦରମା ଟଙ୍କାରେ ମନଭରି ଖାଇଥିଲି: ପାର୍ଥସାରଥି ରାଉତ

କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଶାଳିଅଞ୍ଚ ଗାଁରେ ମୋ ଜନ୍ମ। ଜଗମୋହନ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ସାଲେପୁର କଲେଜରେ ଯୁକ୍ତ...

Advertisement
Archives

Model This Week