ନେତୃତ୍ୱ ଅପେକ୍ଷାରେ

ଆମେରିକା ସହ ଆରମ୍ଭ ହୋଇଥିବା ଭାରତର ବାଣିଜି୍ୟକ ଆଲୋଚନାର ଦାୟିତ୍ୱରେ ଥିବା ରାଜେଶ ଅଗ୍ରଓ୍ବାଲ ଖୁବ୍‌ ଶୀଘ୍ର ବାଣିଜ୍ୟ ସଚିବ ହେବେ। ୧୯୯୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଅନେକ ଜଟିଳ ବୁଝାମଣା ସହ ଓତପ୍ରୋତ ଭାବେ ଜଡ଼ିତ। ବାଣିଜି୍ୟକ ବିକାଶଠାରୁ ଆରମ୍ଭକରି ରପ୍ତାନି ଓ ନୀତି ସଂସ୍କାର ଆଦିରେ ସେ ଭଲ କାମ କରିଛନ୍ତି। ଆସିଆନଠାରୁ ଆରମ୍ଭକରି ଅଷ୍ଟ୍ରେଲିଆ ଓ ଭାରତ ପ୍ରଶାନ୍ତ ମହାସାଗରୀୟ ସଙ୍ଗଠନ ଯାଏ ଭାରତ ପକ୍ଷରୁ ବୁଝାମଣାଭିତ୍ତିକ ଆଲୋଚନାରେ ସେ ସହଯୋଗ କରିଆସିଛନ୍ତି। ବୈଠକରେ ସେ ବିଶେଷ ତଥ୍ୟ ଓ ରଣନୀତିକ ଜ୍ଞାନ ଉପସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ ବିଜ୍‌ନେସ୍‌, ଅପରେଶନ ରିସର୍ଚ୍ଚ ଏବଂ ପରିସଂଖ୍ୟାନରେ ଡିଗ୍ରୀ ହାସଲ କରିଛନ୍ତି। ତେବେ ନିକଟରେ ୧୬ ସେପ୍ଟେମ୍ବରରେ ଦିଲ୍ଲୀରେ ଆମେରିକା ସହ ହୋଇଥିବା ବୈଠକ ବା ଆଲୋଚନା ଏକ ସାମାନ୍ୟ କଥା ନ ଥିଲା। ଭାରତ ରୁଷିଆରୁ ତୈଳ ଆମଦାନୀ କରୁଥିବା ଦର୍ଶାଇ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୫୦% ଟାରିଫ ଲଗାଇଥିବା ଆମେରିକା ଏବେ ଭାରତର ଡେଏରୀ ଓ କୃଷିଜାତ ବଜାରର ଅଧିକ ଉପଲବ୍ଧତା ଚାହଁୁଛି। ଆମ ପାଇଁ ଏଠାରେ ନୂଆ ନିୟମ ପ୍ରଣୟନ କରିବା ଅପେକ୍ଷା ଏହିସବୁ ଶିଳ୍ପ ଉପରେ ନିର୍ଭର କରୁଥିବା କୃଷକଙ୍କ ଜୀବିକାର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ବୁଝାମଣା ଘରୋଇ ଅସ୍ତିତ୍ୱ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଚାପକୁ ଦୃଷ୍ଟିରେ ରଖି କରାଯିବା ଦରକାର, ଟାରିଫ ବିଷୟରେ ନୁହେଁ। ବଜାର ପ୍ରବେଶ ନାମରେ ଦେଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ନ ଛାଡ଼ିବା ପାଇଁ ଅଗ୍ରଓ୍ବାଲା ଭାରତର ପ୍ରତିରକ୍ଷାତ୍ମକ ସ୍ଥିତିକୁ ବାର୍ଗେିନିଂ ଶକ୍ତିରେ ପରିବର୍ତ୍ତନ କରିବା ଦରକାର। ସେପ୍ଟେମ୍ବର ୩୦ ପରେ ଔପଚାରିକ ଭାବେ ନେତୃତ୍ୱ ନେବାକୁ ପ୍ରସ୍ତୁତ ହେଉଥିବାରୁ ଅଗ୍ରଓ୍ବାଲାଙ୍କ ପାଇଁ ଆରମ୍ଭରୁ ସ୍ଥିତି କଠିନ ରହିବ। ଭାରତ ପ୍ରତିକ୍ରିୟା ପ୍ରକାଶ କରିବା ବଦଳରେ ନୂଆ ନୀତି ନିର୍ଦ୍ଧାରଣ କରୁଛି କି ନାହିଁ ତାହା ଦେଖିବାକୁ ବିଶ୍ୱ ଅପେକ୍ଷାରେ ରହିଛି।
ସମ୍ଭାବ୍ୟ ଅଦଳବଦଳ
ନଭେମ୍ବରରେ ବିଏସ୍‌ଏଫ୍‌ ଡିଜି ଏବଂ ଚଳିତ ମାସରେ ଆଇଟିବିପି ଓ ସିଆଇଏସ୍‌ଏଫ୍‌ର ଡିଜି ଅବସର ନେବାକୁ ଯାଉଥିବାରୁ ଭାରତର କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ୍‌ଏସ୍‌)ର ସର୍ବୋଚ୍ଚ ସ୍ତରରେ ଏକ ଅଦଳବଦଳ ହେବାକୁ ଯାଉଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଏହାର ବିକଳ୍ପଗୁଡ଼ିକ ଉପରେ ବିଚାର କରୁଥିବା ଜଣାପଡ଼ିଛି। ଅବସର ନେବାକୁ ଥିବା ଆଇପିଏସ୍‌ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ହେବା ସମ୍ଭାବନା ନ ଥିବାରୁ ଏକ ନୂତନ ପିଢ଼ିର ଅଧିକାରୀମାନେ ନେତୃତ୍ୱ ନେବେ ବୋଲି ଆଶା କରାଯାଉଛି। ସମ୍ଭାବ୍ୟ ଚୟନ ମଧ୍ୟରେ, ସିଆର୍‌ପିଏଫ୍‌ରୁ ଭିତୁଲ କୁମାର ଆଇଟିବିପିର ମୁଖ୍ୟ ହେବା ମନେହେଉଛି ଏବଂ ଏନ୍‌ଏସ୍‌ଜିର ବି. ଶ୍ରୀନିବାସନ ସିଆଇଏସ୍‌ଏଫ୍‌ର ମୁଖ୍ୟ ଭାବେ ଦାୟିତ୍ୱ ନେବାକୁ ପ୍ରସ୍ତୁତ ହେଉଥିବା ଦେଖାଯାଏ। ଦୁଇ ଅଭିଜ୍ଞ ଅଧିକାରୀଙ୍କର କାର୍ଯ୍ୟଦକ୍ଷତା ଏବଂ ରଣନୀତିକ ବିଶେଷଜ୍ଞାନ ରହିଛି, ଯାହା ଏହିିସବୁ ଫୋର୍ସ ଆବଶ୍ୟକ କରେ। ବିଏସ୍‌ଏଫ୍‌ ଡିଜି ଦଲ୍‌ଜିତ ସିଂ ଚୌଧୁରୀଙ୍କ କାର୍ଯ୍ୟକାଳ ସମାୟିକ ଭାବେ ବୃଦ୍ଧି କରାଯିବା ସମ୍ଭବନା ରହିଥିବାରୁ ନିଷ୍ପତ୍ତି ଏଯାବତ୍‌ ନିଆଯାଇପାରିନାହିଁ। ଚୟନରେ ଏଜିଏମ୍‌ୟୁଟି, ୟୁପି ଏବଂ ଅନ୍ୟ କ୍ୟାଡରଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କୁ ବିଚାରକୁ ନେବା ବେଳେ କ୍ୟାଡର , ଅଭିଜ୍ଞତା ଏବଂ ଯୋଗ୍ୟତା ମଧ୍ୟରେ ସନ୍ତୁଳନ ରକ୍ଷା କରାଯିବା ଉପରେ ଏମ୍‌ଏଚ୍‌ଏ ଧ୍ୟାନଦେବା ଦରକାର। ସଶସ୍ତ୍ରବଳଗୁଡ଼ିକୁ ନେତୃତ୍ୱ ଦେବା ଅତି ଗୁରୁତ୍ୱପୂର୍ଣ୍ଣ। ସୀମା ସୁରକ୍ଷାଠାରୁ ଶିଳ୍ପ ସୁରକ୍ଷା ପର୍ଯ୍ୟନ୍ତ ସିଏପିଏଫ୍‌ଏସ୍‌ ଅଧିକ ବିପଦ ଓ ଅଧିକ ଚାପରେ କାମ କରନ୍ତି। ତେବେ ଏ କ୍ଷେତ୍ରରେ ଏହିସବୁ ସୁରକ୍ଷା ବଳ ସାମ୍ନା କରୁଥିବା ଆହ୍ବାନଗୁଡ଼ିକର ମୁକାବିଲା କରିପାରୁଛନ୍ତି କି ନାହିଁ ତାହା ଆଗାମୀ ଦିନରେ ଏମ୍‌ଏଚ୍‌ଏର ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଯିବ।
ବାବୁଙ୍କ ନେତାଗିରି
ଜନସେବା ଜାରି ରଖିବା ନାଁରେ ଅବସରପ୍ରାପ୍ତ ହୋଇଥାନ୍ତୁ କିମ୍ବା ସେବାରେ ଥାଆନ୍ତୁ, ସିଭିଲ ସର୍ଭାଣ୍ଟମାନେ ନେତାଗିରି ପାଇଁ ଧାଡ଼ି ଲଗାଉଛନ୍ତି। ବିହାର କଥା ଦେଖାଯାଉ। ଆଗକୁ ନିର୍ବାଚନ ଆସୁଥିବାରୁ ରାଜ୍ୟରେ ଅନେକ ଅଧିକାରୀଙ୍କ ଭିଆର୍‌ଏସ୍‌କୁ ସ୍ବୀକୃତି ଦେବାକୁ ପଡ଼ୁଛି। ୨୦୨୫ରେ ଅବସର ନେବାକୁ ଥିବା ବରିଷ୍ଠ ଆଇଏଏସ୍‌ ଅଧିକାରୀ ଏସ୍‌. ସିଦ୍ଧାର୍ଥ ଅଧିକ ଦିନ ଅପେକ୍ଷା ନ କରି ଭିଆର୍‌ଏସ୍‌ ଚାହିଁଲେ ଏବଂ ଏବେ ଜେଡି(ୟୁ) ଟିକେଟ ନେଉଥିବା କୁହାଯାଇଛି । ଅନ୍ୟ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ମାର୍ଗଦର୍ଶନରେ, ଆଉ ୬ ଜଣ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଜନ ସ୍ବରାଜ ପାର୍ଟିରେ ଯୋଗଦେଇଛନ୍ତି। କେବଳ ବିହାରରେ ଏଭଳି ଘଟୁଛି ତାହା ନୁହେଁ। ପୂର୍ବତନ ରାଷ୍ଟ୍ରଦୂତ ତରଣଜିତ ସିଂ ସାନ୍ଧୁ , ଅପରାଜିତା ଷଡ଼ଙ୍ଗୀ, କେ. ଆନ୍ନାମୋଲି ରାଜନୀତିକୁ ଆସିଛନ୍ତି। ଏପରିକି ଓଡ଼ିଶାର ଭି. କେ. ପାଣ୍ଡିଆନ ଆଇଏଏସ୍‌ ଅଧିକାରୀରୁ ବିଜେଡି ରଣନୀତିକାର ହୋଇଥିଲେ। ଦେଖିବାକୁ ଗଲେ ୨୦୨୪ ଲୋକ ସଭା ନିର୍ବାଚନରେ ବାବୁମାନେ ରାଜନୀତିରେ ଏକାଠିହେବା ଦେଖାଗଲା । ଏଣୁ ଆଇଏଏସ୍‌ ଭଳି ଦୃଢ଼ ଢାଞ୍ଚା ଏବେ ଏକ ସ୍ପ୍ରଙ୍ଗ୍‌ବୋର୍ଡ ଭଳି ମନେହେଉଛି। ତେବେ ସେମାନଙ୍କ ଆକର୍ଷଣକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ । ସେମାନଙ୍କର ପ୍ରଶାସନିକ ପାରଦର୍ଶିତା ,ସମ୍ମାନଜନକ ଆଚରଣ ଓ ଜ୍ଞାନ ଯୋଗୁ ପାର୍ଟିଗୁଡ଼ିକ ଏହି ପୂର୍ବ ଅଧିକାରୀମାନଙ୍କୁ ପସନ୍ଦ କରୁଛନ୍ତି। ତେବେ ଅନେକ ଅଧିକାରୀ କାର୍ଯ୍ୟରେ ଥିବାବେଳେ ସେମାନଙ୍କର ରାଜନୈତିକ କ୍ୟାରିୟର ଆରମ୍ଭକରି ସେମାନଙ୍କ ଭବିଷ୍ୟତର ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପୋସ ବୁଝାମଣା କରୁଛନ୍ତି। ଦେଖିବାକୁ ପ୍ରଶାସନର ମୂଳଦୁଆ, ନିରପେକ୍ଷତାକୁ ଗତକାଲିର ଫାଇଲ୍‌ ପରି ଫିଙ୍ଗିଦିଆଯାଏ ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri