ନେତୃତ୍ୱ ଅପେକ୍ଷାରେ

ଆମେରିକା ସହ ଆରମ୍ଭ ହୋଇଥିବା ଭାରତର ବାଣିଜି୍ୟକ ଆଲୋଚନାର ଦାୟିତ୍ୱରେ ଥିବା ରାଜେଶ ଅଗ୍ରଓ୍ବାଲ ଖୁବ୍‌ ଶୀଘ୍ର ବାଣିଜ୍ୟ ସଚିବ ହେବେ। ୧୯୯୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଅନେକ ଜଟିଳ ବୁଝାମଣା ସହ ଓତପ୍ରୋତ ଭାବେ ଜଡ଼ିତ। ବାଣିଜି୍ୟକ ବିକାଶଠାରୁ ଆରମ୍ଭକରି ରପ୍ତାନି ଓ ନୀତି ସଂସ୍କାର ଆଦିରେ ସେ ଭଲ କାମ କରିଛନ୍ତି। ଆସିଆନଠାରୁ ଆରମ୍ଭକରି ଅଷ୍ଟ୍ରେଲିଆ ଓ ଭାରତ ପ୍ରଶାନ୍ତ ମହାସାଗରୀୟ ସଙ୍ଗଠନ ଯାଏ ଭାରତ ପକ୍ଷରୁ ବୁଝାମଣାଭିତ୍ତିକ ଆଲୋଚନାରେ ସେ ସହଯୋଗ କରିଆସିଛନ୍ତି। ବୈଠକରେ ସେ ବିଶେଷ ତଥ୍ୟ ଓ ରଣନୀତିକ ଜ୍ଞାନ ଉପସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ ବିଜ୍‌ନେସ୍‌, ଅପରେଶନ ରିସର୍ଚ୍ଚ ଏବଂ ପରିସଂଖ୍ୟାନରେ ଡିଗ୍ରୀ ହାସଲ କରିଛନ୍ତି। ତେବେ ନିକଟରେ ୧୬ ସେପ୍ଟେମ୍ବରରେ ଦିଲ୍ଲୀରେ ଆମେରିକା ସହ ହୋଇଥିବା ବୈଠକ ବା ଆଲୋଚନା ଏକ ସାମାନ୍ୟ କଥା ନ ଥିଲା। ଭାରତ ରୁଷିଆରୁ ତୈଳ ଆମଦାନୀ କରୁଥିବା ଦର୍ଶାଇ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୫୦% ଟାରିଫ ଲଗାଇଥିବା ଆମେରିକା ଏବେ ଭାରତର ଡେଏରୀ ଓ କୃଷିଜାତ ବଜାରର ଅଧିକ ଉପଲବ୍ଧତା ଚାହଁୁଛି। ଆମ ପାଇଁ ଏଠାରେ ନୂଆ ନିୟମ ପ୍ରଣୟନ କରିବା ଅପେକ୍ଷା ଏହିସବୁ ଶିଳ୍ପ ଉପରେ ନିର୍ଭର କରୁଥିବା କୃଷକଙ୍କ ଜୀବିକାର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ବୁଝାମଣା ଘରୋଇ ଅସ୍ତିତ୍ୱ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଚାପକୁ ଦୃଷ୍ଟିରେ ରଖି କରାଯିବା ଦରକାର, ଟାରିଫ ବିଷୟରେ ନୁହେଁ। ବଜାର ପ୍ରବେଶ ନାମରେ ଦେଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ନ ଛାଡ଼ିବା ପାଇଁ ଅଗ୍ରଓ୍ବାଲା ଭାରତର ପ୍ରତିରକ୍ଷାତ୍ମକ ସ୍ଥିତିକୁ ବାର୍ଗେିନିଂ ଶକ୍ତିରେ ପରିବର୍ତ୍ତନ କରିବା ଦରକାର। ସେପ୍ଟେମ୍ବର ୩୦ ପରେ ଔପଚାରିକ ଭାବେ ନେତୃତ୍ୱ ନେବାକୁ ପ୍ରସ୍ତୁତ ହେଉଥିବାରୁ ଅଗ୍ରଓ୍ବାଲାଙ୍କ ପାଇଁ ଆରମ୍ଭରୁ ସ୍ଥିତି କଠିନ ରହିବ। ଭାରତ ପ୍ରତିକ୍ରିୟା ପ୍ରକାଶ କରିବା ବଦଳରେ ନୂଆ ନୀତି ନିର୍ଦ୍ଧାରଣ କରୁଛି କି ନାହିଁ ତାହା ଦେଖିବାକୁ ବିଶ୍ୱ ଅପେକ୍ଷାରେ ରହିଛି।
ସମ୍ଭାବ୍ୟ ଅଦଳବଦଳ
ନଭେମ୍ବରରେ ବିଏସ୍‌ଏଫ୍‌ ଡିଜି ଏବଂ ଚଳିତ ମାସରେ ଆଇଟିବିପି ଓ ସିଆଇଏସ୍‌ଏଫ୍‌ର ଡିଜି ଅବସର ନେବାକୁ ଯାଉଥିବାରୁ ଭାରତର କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ୍‌ଏସ୍‌)ର ସର୍ବୋଚ୍ଚ ସ୍ତରରେ ଏକ ଅଦଳବଦଳ ହେବାକୁ ଯାଉଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଏହାର ବିକଳ୍ପଗୁଡ଼ିକ ଉପରେ ବିଚାର କରୁଥିବା ଜଣାପଡ଼ିଛି। ଅବସର ନେବାକୁ ଥିବା ଆଇପିଏସ୍‌ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ହେବା ସମ୍ଭାବନା ନ ଥିବାରୁ ଏକ ନୂତନ ପିଢ଼ିର ଅଧିକାରୀମାନେ ନେତୃତ୍ୱ ନେବେ ବୋଲି ଆଶା କରାଯାଉଛି। ସମ୍ଭାବ୍ୟ ଚୟନ ମଧ୍ୟରେ, ସିଆର୍‌ପିଏଫ୍‌ରୁ ଭିତୁଲ କୁମାର ଆଇଟିବିପିର ମୁଖ୍ୟ ହେବା ମନେହେଉଛି ଏବଂ ଏନ୍‌ଏସ୍‌ଜିର ବି. ଶ୍ରୀନିବାସନ ସିଆଇଏସ୍‌ଏଫ୍‌ର ମୁଖ୍ୟ ଭାବେ ଦାୟିତ୍ୱ ନେବାକୁ ପ୍ରସ୍ତୁତ ହେଉଥିବା ଦେଖାଯାଏ। ଦୁଇ ଅଭିଜ୍ଞ ଅଧିକାରୀଙ୍କର କାର୍ଯ୍ୟଦକ୍ଷତା ଏବଂ ରଣନୀତିକ ବିଶେଷଜ୍ଞାନ ରହିଛି, ଯାହା ଏହିିସବୁ ଫୋର୍ସ ଆବଶ୍ୟକ କରେ। ବିଏସ୍‌ଏଫ୍‌ ଡିଜି ଦଲ୍‌ଜିତ ସିଂ ଚୌଧୁରୀଙ୍କ କାର୍ଯ୍ୟକାଳ ସମାୟିକ ଭାବେ ବୃଦ୍ଧି କରାଯିବା ସମ୍ଭବନା ରହିଥିବାରୁ ନିଷ୍ପତ୍ତି ଏଯାବତ୍‌ ନିଆଯାଇପାରିନାହିଁ। ଚୟନରେ ଏଜିଏମ୍‌ୟୁଟି, ୟୁପି ଏବଂ ଅନ୍ୟ କ୍ୟାଡରଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କୁ ବିଚାରକୁ ନେବା ବେଳେ କ୍ୟାଡର , ଅଭିଜ୍ଞତା ଏବଂ ଯୋଗ୍ୟତା ମଧ୍ୟରେ ସନ୍ତୁଳନ ରକ୍ଷା କରାଯିବା ଉପରେ ଏମ୍‌ଏଚ୍‌ଏ ଧ୍ୟାନଦେବା ଦରକାର। ସଶସ୍ତ୍ରବଳଗୁଡ଼ିକୁ ନେତୃତ୍ୱ ଦେବା ଅତି ଗୁରୁତ୍ୱପୂର୍ଣ୍ଣ। ସୀମା ସୁରକ୍ଷାଠାରୁ ଶିଳ୍ପ ସୁରକ୍ଷା ପର୍ଯ୍ୟନ୍ତ ସିଏପିଏଫ୍‌ଏସ୍‌ ଅଧିକ ବିପଦ ଓ ଅଧିକ ଚାପରେ କାମ କରନ୍ତି। ତେବେ ଏ କ୍ଷେତ୍ରରେ ଏହିସବୁ ସୁରକ୍ଷା ବଳ ସାମ୍ନା କରୁଥିବା ଆହ୍ବାନଗୁଡ଼ିକର ମୁକାବିଲା କରିପାରୁଛନ୍ତି କି ନାହିଁ ତାହା ଆଗାମୀ ଦିନରେ ଏମ୍‌ଏଚ୍‌ଏର ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଯିବ।
ବାବୁଙ୍କ ନେତାଗିରି
ଜନସେବା ଜାରି ରଖିବା ନାଁରେ ଅବସରପ୍ରାପ୍ତ ହୋଇଥାନ୍ତୁ କିମ୍ବା ସେବାରେ ଥାଆନ୍ତୁ, ସିଭିଲ ସର୍ଭାଣ୍ଟମାନେ ନେତାଗିରି ପାଇଁ ଧାଡ଼ି ଲଗାଉଛନ୍ତି। ବିହାର କଥା ଦେଖାଯାଉ। ଆଗକୁ ନିର୍ବାଚନ ଆସୁଥିବାରୁ ରାଜ୍ୟରେ ଅନେକ ଅଧିକାରୀଙ୍କ ଭିଆର୍‌ଏସ୍‌କୁ ସ୍ବୀକୃତି ଦେବାକୁ ପଡ଼ୁଛି। ୨୦୨୫ରେ ଅବସର ନେବାକୁ ଥିବା ବରିଷ୍ଠ ଆଇଏଏସ୍‌ ଅଧିକାରୀ ଏସ୍‌. ସିଦ୍ଧାର୍ଥ ଅଧିକ ଦିନ ଅପେକ୍ଷା ନ କରି ଭିଆର୍‌ଏସ୍‌ ଚାହିଁଲେ ଏବଂ ଏବେ ଜେଡି(ୟୁ) ଟିକେଟ ନେଉଥିବା କୁହାଯାଇଛି । ଅନ୍ୟ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ମାର୍ଗଦର୍ଶନରେ, ଆଉ ୬ ଜଣ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଜନ ସ୍ବରାଜ ପାର୍ଟିରେ ଯୋଗଦେଇଛନ୍ତି। କେବଳ ବିହାରରେ ଏଭଳି ଘଟୁଛି ତାହା ନୁହେଁ। ପୂର୍ବତନ ରାଷ୍ଟ୍ରଦୂତ ତରଣଜିତ ସିଂ ସାନ୍ଧୁ , ଅପରାଜିତା ଷଡ଼ଙ୍ଗୀ, କେ. ଆନ୍ନାମୋଲି ରାଜନୀତିକୁ ଆସିଛନ୍ତି। ଏପରିକି ଓଡ଼ିଶାର ଭି. କେ. ପାଣ୍ଡିଆନ ଆଇଏଏସ୍‌ ଅଧିକାରୀରୁ ବିଜେଡି ରଣନୀତିକାର ହୋଇଥିଲେ। ଦେଖିବାକୁ ଗଲେ ୨୦୨୪ ଲୋକ ସଭା ନିର୍ବାଚନରେ ବାବୁମାନେ ରାଜନୀତିରେ ଏକାଠିହେବା ଦେଖାଗଲା । ଏଣୁ ଆଇଏଏସ୍‌ ଭଳି ଦୃଢ଼ ଢାଞ୍ଚା ଏବେ ଏକ ସ୍ପ୍ରଙ୍ଗ୍‌ବୋର୍ଡ ଭଳି ମନେହେଉଛି। ତେବେ ସେମାନଙ୍କ ଆକର୍ଷଣକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ । ସେମାନଙ୍କର ପ୍ରଶାସନିକ ପାରଦର୍ଶିତା ,ସମ୍ମାନଜନକ ଆଚରଣ ଓ ଜ୍ଞାନ ଯୋଗୁ ପାର୍ଟିଗୁଡ଼ିକ ଏହି ପୂର୍ବ ଅଧିକାରୀମାନଙ୍କୁ ପସନ୍ଦ କରୁଛନ୍ତି। ତେବେ ଅନେକ ଅଧିକାରୀ କାର୍ଯ୍ୟରେ ଥିବାବେଳେ ସେମାନଙ୍କର ରାଜନୈତିକ କ୍ୟାରିୟର ଆରମ୍ଭକରି ସେମାନଙ୍କ ଭବିଷ୍ୟତର ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପୋସ ବୁଝାମଣା କରୁଛନ୍ତି। ଦେଖିବାକୁ ପ୍ରଶାସନର ମୂଳଦୁଆ, ନିରପେକ୍ଷତାକୁ ଗତକାଲିର ଫାଇଲ୍‌ ପରି ଫିଙ୍ଗିଦିଆଯାଏ ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri