Posted inଜାତୀୟ

ଆନ୍ଦୋଳନ ରତ କୃଷକଙ୍କ ଗରମ ପୋଷାକ ପାଇଁ ଦିଲଜିତ ଦାନ କରିଛନ୍ତି ଏକ କୋଟି ଟଙ୍କା !

ନୂଆଦିଲ୍ଲୀ,୬ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକଙ୍କୁ ଶନିବାର ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଝ ଭେଟିଥିଲେ । ଏହାସହ ସରକାର ସେମାନଙ୍କ ଦାବି ମାନି ନିଅନ୍ତୁ ବୋଲି ମଧ୍ୟ ଅନୁରୋଧ କରିଥିଲେ । ଏବେ ଶୁଣିବାକୁ ମିଳିଛି କି ଦିଲଜିତ ଆନ୍ଦୋଳନ ରତ କୃଷକଙ୍କୁ ଥଣ୍ଡା ଦାଉରୁ ରକ୍ଷା କରିବାକୁ ସେମାନଙ୍କ ଲାଗି ଗରମ ପୋଷାକ କିଣିବାକୁ କୁଆଡେ ୧ କୋଟି ଟଙ୍କା ଦାନ କରିଛନ୍ତି । ସିନ୍ଧୁ ସୀମାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା କୃଷକଙ୍କୁ ସାମ୍ବାଧନ କରି ଦିଲଜିତ କହିଥିଲେ ଆପଣମାନେ ନୂଆ ଇତିହାସ ସୃଷ୍ଟି କରିଛନ୍ତି ଯାହା ଭବିଷ୍ୟତ ପିଢି ପାଇଁ ବର୍ଣ୍ଣିତ ହୋଇ ରହିବ । ସମଗ୍ର ଦେଶ କୃଷକଙ୍କ ସହ ଠିଆ ହୋଇଥିବା ବେଳେ ସରକାର ସେମାନଙ୍କ ଦାବି ମାନି ନିଅନ୍ତୁ ବୋଲି ଦିଲଜିତ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ କୃଷକମାନଙ୍କ ଗରମ ପୋଷାକ ପାଇଁ ଦିଲଜିତ ଯେଉଁ ୧ କୋଟି ଅର୍ଥ ଦାନ କରିଛନ୍ତି ସେ ନିଜେ ଏ ବିଷୟରେ କେଉଁଠି ଉଲ୍ଲେଖ କରି ନାହାନ୍ତି । କିନ୍ତୁ ଦିଲଜିତଙ୍କର ଜଣେ ପ୍ରଶଂସକ ତଥା ପଞ୍ଜାବୀ ସିଙ୍ଗର ସିଙ୍ଗା ତାଙ୍କର ଯାଞ୍ଚ ହୋଇଥିବା ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି, ଦିଲଜିତ ଭାଇ ଆପଣ କୃଷକଙ୍କ ଗରମ ପୋଷାକ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି ଏବଂ ଏକଥା କେହି ଜାଣି ନାହାନ୍ତି । ଆଜିକାଲି ଲୋକେ ୧୦ ଟଙ୍କା ଦାନ କଲେ ସମସ୍ତେ ଜାଣୁଛନ୍ତି । ଆପଣଙ୍କୁ ଧନ୍ୟବାଦ ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦ ନେଇ ଜିରୋ ଟୋଲେରାନ୍ସ ନୀତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର: ସ୍ବରାଷ୍ଟ୍ରମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧୩।୧୧ : ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଜିରୋ ଟୋଲେରାନ୍ସ ନୀତି ଆପଣେଇଛନ୍ତି। ଏହି ବିପଦ ବିରୋଧରେ ଲଢ଼େଇ ନେଇ ଭାରତ ସରକାର...

୩ବର୍ଷରେ ୧୦୦ରୁ ଊର୍ଦ୍ଧ୍ୱ ବ୍ରହ୍ମୋସ୍‌ ମିଶାଇଲ୍‌ ତିଆରି ଲକ୍ଷ୍ୟ

ଲକ୍ଷ୍ନୌ,୧୯।୮: ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ତଥା...

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୩୦।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୪୪,୨୩୦ଟି...

ମହାକାଶରୁ ଶତ୍ରୁ ଉପରେ କଡ଼ା ନଜର ରଖିବ ଇସ୍ରୋର ଉପଗ୍ରହ: ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା

ବେଙ୍ଗାଲୁରୁ,୪।୧୧: ଏଣିକି ଉପଗ୍ରହ ସହାୟତାରେ ଭାରତ ସୀମାରେ ଶତ୍ରୁ ଉପରେ କଡ଼ା ନଜର ରଖିବାକୁ ସକ୍ଷମ ହେବ। ନଭେମ୍ବର ୭ରେ ଇସ୍ରୋ ପକ୍ଷରୁ ଇଓଏସ୍‌-୦୧ ଉପଗ୍ରହକୁ...

କଂଗ୍ରେସ ଅଧ୍ୟକ୍ଷ ପାଇଁ କାର୍ଯ୍ୟକର୍ତ୍ତାଙ୍କ ପ୍ରଥମ ପସନ୍ଦ ରାହୁଲ ଗାନ୍ଧୀ

ଥିରୁଭାନନ୍ତପୁରମ୍‌,୧୮।୫: ନିକଟରେ କଂଗ୍ରେସ ଦଳର ଚିନ୍ତନ ଶିବିର ରାଜସ୍ଥାନରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଦଳରେ ଅନେକ ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପ ପାରିତ ହୋଇଥିଲା।...

ବିକ୍ଷୋଭ ଯଦି ଦେଶଦ୍ରୋହ, ଜେଲରେ ରହିବି

ନୂଆଦିଲ୍ଲୀ, ୨୧।୨: ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ଯଦି ଦେଶଦ୍ରୋହ ହୁଏ, ତେବେ ଜେଲରେ ରହିବା ଭଲ ବୋଲି ଜଳବାୟୁ କର୍ମୀ ଦିଶା ରବିଙ୍କ ଓକିଲ...

ୟୁପି ପଞ୍ଚାୟତ ନିର୍ବାଚନରେ ପ୍ରପୋଜରଙ୍କ ଶାଢ଼ୀ ଟାଣିଲେ

ନୂଆଦିଲ୍ଲୀ,୮।୭: ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଥିବାବେଳେ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଦୃଶ୍ୟ। ଅଖିଳେଶ ଯାଦବଙ୍କ...

ଫେବୃୟାରୀରେ ଶୀର୍ଷ ଛୁଇଁବ ଓମିକ୍ରନ୍‌: ଦୈନିକ ସଂକ୍ରମଣ ୫ ଲକ୍ଷ ଅତିକ୍ରମ କରିବ

ନୂଆଦିଲ୍ଲୀ,୯ ।୧: ଦେଶରେ ଓମିକ୍ରନ୍ ସଂକ୍ରମଣ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜଧାନୀ...

Advertisement
Archives

Model This Week