ଭୋପାଳ,୧୬।୪: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟୁଇଟ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି। ଏବେ ସେ ତାଙ୍କ ଦିଲ୍ଲୀ ବାସଭବନରେ ରହିଛନ୍ତି। ସେ ଟୁଇଟ୍ ଯୋଗେ ଲେଖିଛନ୍ତି, ମୋର କୋଭିଡ ରିପୋର୍ଟ ପଜିଟିଭ୍ ଆସିଛି। ମୁଁ ଏବେ ମୋର ଦିଲ୍ଲୀ ବାସଭବନରେ କ୍ୱାରାଣ୍ଟାଇନରେ ଅଛ। ନିକଟରେ ମୋ ସହିତ ଯୋଗାଯୋଗ ଆସିଥିବା ବ୍ୟକ୍ତି ନିଜକୁ ଅଲଗା ରଖନ୍ତୁ ଏବଂ ସେମାନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସତର୍କତା ଅବଲମ୍ବନ କରନ୍ତୂ ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲାଙ୍କୁ ମଧ୍ୟ କରୋନା ହୋଇଛି। ସେ ନିଜେ ଟୁଇଟ୍ କରି ଏହା ବିଷୟରେ ସୂଚନା ଦେଇଛନ୍ତି।
मेरी कोविड जाँच रिपोर्ट पॉज़िटिव आयी है। फ़िलहाल अपने दिल्ली निवास पर क्वारंटीन में हूँ। कृपया इस दौरान मेरे संपर्क में आए सभी लोग खुद को आइसोलेशन में रखकर अपनी सेहत से संबंधित सभी सतर्कता बरतें।
— Office Of Digvijaya Singh (@OfficeOfDVS) April 16, 2021

