ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହଲ୍ଲାଦ ନାଟକର ହିରନ୍ୟକଶ୍ୟପ ରାଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ (ଗୁରୁ) ସିମାଞ୍ଚଳ ପାତ୍ର(୯୭) ଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରିଥିବା ଜଣାପଡିଛି । ତାଙ୍କୁ ଆଗାମୀ ଦିନରେ ରାଷ୍ଟ୍ରପତି ସ୍ଵତନ୍ତ୍ର ସମାରୋହରେ ସମ୍ମାନିତ କରିବେ ବୋଲି ସ୍ଥିର କରାଯାଇଛି। ଖବର ପ୍ରଚାରିତ ହେବା ପରେ ସମଗ୍ର ଦିଗପହଣ୍ଡି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବମୋକେଇ ଗ୍ରାମର ସୁର ପାତ୍ର ଓ ବାଙ୍ଗାରି ଦେବୀଙ୍କ ପୁଅ  ସିମାଞ୍ଚଳ ମାତ୍ର ୬ ବର୍ଷ ବୟସରେ ପାଲୁରଗଡର ନୃତ୍ୟଗୁରୁ ନରସିଂହ ପ୍ରଧାନଙ୍କ ଠାରୁ ଓଡ଼ିଶୀ ନୃତ୍ୟର ପୂର୍ବାଭାସ ସଖୀ ନାଚ ଶିକ୍ଷା କରିଥିଲେ।

ବାପା ସୁର ପାତ୍ର ଜଣେ ଗରିବ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ନୃତ୍ୟ ଗୀତ ପ୍ରତି ତାଙ୍କର ରୁଚି ଥିଲା।ସେ ଗ୍ରାମର ପ୍ରହଲ୍ଲାଦ ନାଟକର ରାଜା ହିରନ୍ୟକଶ୍ୟପ ରୂପେ ଅଭିନୟ କରୁଥିଲେ । ତେଣୁ ସିମାଞ୍ଚଳ ପିଲାଟି ଦିନରୁ ପିତାଙ୍କୁ ଅନୁସରଣ କରି ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଥିବା ଦେଖି ପିତା ତାଙ୍କୁ ନାଟକର ସୂତ୍ରଧର ଗୀତ ଅଭ୍ୟାସ କରାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ନିର୍ଦ୍ଦେଶନାରେ ସେ ରଜାନାଟ ବା ପ୍ରହଲ୍ଲାଦ ନାଟକରେ ପ୍ରହଲ୍ଲାଦ ଭୂମିକାରେ ଉଚ୍ଚକୋଟୀର ଅଭିନୟ କରି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଥିଲେ। ପିତାଙ୍କ ଦେହାନ୍ତ ପରେ ସେ ପ୍ରହଲ୍ଲାଦ ନାଟକର ଗୁରୁ ତ୍ରିନାଥ ପ୍ରଧାନ ଏବଂ ଲକ୍ଷ୍ମଣ ଶତପଥିଙ୍କ ନିକଟରେ ଦୀର୍ଘ ୨୦ ବର୍ଷ ନୃତ୍ୟାଭିନୟର ବିଭିନ୍ନ ଶୈଳୀ, ରାଗ, ରସ, ଲୟ, ଠାଣି, ସଂଳାପ,ନୃତ୍ୟ ଭଙ୍ଗୀ ପ୍ରଭୃତି ଶିକ୍ଷା ଗ୍ରହଣ କରି ପରବର୍ତ୍ତୀ ସମୟରେ ହିରନ୍ୟ କଶ୍ୟପ ରଜା ଭୂମିକାରେ ଅଭିନୟ କରି ଆସୁଥିଲେ।

ତାଙ୍କୁ ସମଗ୍ର ଅଞ୍ଚଳରେ ରଜା ସିମାଞ୍ଚଳ ବୋଲି ଲୋକେ ଡାକୁଥିଲେ। ଗରିବ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ସିମାଞ୍ଚଳଙ୍କୁ ପ୍ରହଲ୍ଲାଦ ନାଟକର ରାଜା  ଭୂମିକାରେ ଉଚ୍ଚକୋଟୀର ଅଭିନୟ ଓ ଲୋକ ନାଟକର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୧୯୯୦ ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଥିଲେ । ପରେ ରାଜା ନାଟକରେ ତାଙ୍କ ପ୍ରଚଣ୍ଡ ପ୍ରତିଭା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୧୯୯୭ ରେ ଲୋକନାଟ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଗତ ଗୁରୁବାର ବ୍ରହ୍ମପୁର ସ୍ଥିତ ଉତ୍କଳ ଆଶ୍ରମର ଶତବାର୍ଷିକୀ ସମାରୋହରେ ତାଙ୍କୁ ସମ୍ମାନୀତ କରାଯାଇଥଲେ ମଧ୍ୟ ଶାରୀରିକ ଅସୁସ୍ଥତା କାରଣରୁ ସେ ଉପସ୍ଥିତ ହୋଇପାରିନଥିଲେ। ତାଙ୍କୁ ଶୁକ୍ରବାର ଦିଗପହଣ୍ଡି ଠାରେ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବରେ ସମ୍ମାନ ପତ୍ରଟି ଅତିଥିବୃନ୍ଦ ପ୍ରଦାନ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାନ ମାଈଁ-ଭଣଜାଙ୍କ ପ୍ରେମ ସମ୍ପର୍କ ଧରାପଡ଼ିବାରୁ ଡବର୍ଲ ମର୍ଡର, ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ବ୍ରହ୍ମପୁର,୨୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଜରଡ଼ା ଥାନା ଅଞ୍ଚଳରେ ୨୦୨୪ରେ ମା’ ଓ ୭ ବର୍ଷୀୟ ପୁଅଙ୍କୁ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି।…

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

କାଦୁଅରେ ଫସି ହନ୍ତସନ୍ତ ହେଲା ଦନ୍ତା: ସାଥୀ ହାତୀ ଶୁଣ୍ଢରେ ଟାଣି କଲା ଉଦ୍ଧାର

ପାଟଣା,୨୯।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ଏକ ଅଭାବନୀୟ ଏବଂ ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ବୁଧବାର ଦିନ…

ବୈତରଣୀ ନଦୀରେ ପକାଇଥିଲେ ଜାଲ, ପଡ଼ିଲା ୨୨୦ କେଜି ଓଜନର ବିଶାଳ ମାଛ

ପାଟଣା,୨୯।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କପୁଣ୍ଡି ଗ୍ରାମର ରୁଗୁଡ଼ିଭାଡ଼ି ସାହି ନିକଟ ଦେଇ ପ୍ରବାହିତ ବୈତରଣୀ ନଦୀରେ ଏକ ବଡ଼ଧରଣର…

ଜଳମଗ୍ନ ବାଂଶପାଳ BEOଙ୍କ କାର୍ଯ୍ୟାଳୟ: ଆଣ୍ଠୁଏ ପାଣିରେ ଚାଲିଛି ସରକାରୀ କାମ, ନଷ୍ଟ ହେଉଛି ପିଲାଙ୍କ ବହି

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ (BEO) କାର୍ଯ୍ୟାଳୟ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ଜଳମଗ୍ନ ଅବସ୍ଥାରେ ରହିଛି। କାର୍ଯ୍ୟାଳୟ ପରିସରରେ…

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

ସଫା ହୋଇନାହିଁ ଘୋଡ଼ାହାଡ଼ ଡ୍ୟାମ ଶାଖା କେନାଲ: ଖରିଫ ଚାଷ ପାଇଁ ମିଳୁନି ପାଣି, ଆନ୍ଦୋଳନ ପାଇଁ…

ଦିଗପହଣ୍ଡି, ,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟର ପ୍ରଶାସନିକ ଅବହେଳା କାରଣରୁ ଅଞ୍ଚଳର ଚାଷୀମାନେ ଗଭୀର ସମସ୍ୟାର ସମ୍ମୁଖୀନ…

ଅଙ୍ଗ ନଦୀ ବନ୍ୟା ପାଣି ଘେରରେ ଦିଗଶିରା ଗ୍ରାମ, ବ୍ରିଜରେ କାମ କରୁଥିବା ବେଳେ ଫସିଥିବା ୨୦ ଶ୍ରମିକ ଉଦ୍ଧାର

ଡୁଙ୍ଗୁରିପାଲି, ୨୯।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମ ବର୍ତ୍ତମାନ ଅଙ୍ଗ ନଦୀର ବନ୍ୟା ପାଣି ଘେରରେ ରହିଛି। ଉପରମୁଣ୍ଡରେ ଲଘୁଚାପ ଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri