ଦିଗପହଣ୍ଡି ଏନ୍‌ଏସି କାଉନସିଲର ପରିବର୍ଦ୍ଧିତ ଆଲୋଚନା ସଭା

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲ ସଭାର ପରିବର୍ଦ୍ଧିତ କାଉନସିଲ ସଭା ବୁଧବାର ଏନ୍‌ଏସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ପ୍ରଫୁଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର , ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସ୍ବରାଜ ପାଣିଗ୍ରାହୀ , ଉପାଧ୍ୟକ୍ଷା କେ . ପୂଜା ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟୁତ ବିଭାଗ ତରଫରୁ ସହରର ରହିଥିବା ସମସ୍ତ ୱାର୍ଡରେ ବାସ କରୁଥିବା ଘର ମାନଙ୍କରେ ଯଦି ଆଗାମୀ ଦିନରେ ଅନାବଶ୍ୟକ ଭାବେ ସ୍ମାର୍ଟ ବିଦ୍ୟୁତ ମିଟର ସଂଯୋଗ କରାଯାଏ ତେବେ ସହରରେ ଜନ ଆନ୍ଦୋଳନ କରାଯିବ ବୋଲି ନଗରପାଳ ସଭାରେ ଚେତାବନୀ ଦେଇଥିଲେ । ସେହିପରି କେନାଲ ହିଡ ମାନଙ୍କରୁ ବିଦ୍ୟୁତ ଟ୍ରାନ୍ସଫର୍ମର ଉଚ୍ଛେଦ ଦାବି , ଅନ୍ତୋଦୟ ଯୋଜନାରେ ବଞ୍ଚିତ ସହରର ବହୁ ସଂଖ୍ୟକ ଅସହାୟ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ୩୫ କେଜି ଲେଖାଏ ମାଗଣା ଚାଉଳ ପ୍ରଦାନ କରାଯିବା, ସ୍ଥାନୀୟ ବସଷ୍ଟାଣ୍ଡଠାରୁ ହନୁମାନ ବାଟିକା ପର୍ଯ୍ୟନ୍ତ ଡ୍ରେନ କାର୍ଯ୍ୟ ନିର୍ମାଣ , ଗୁଣ୍ଡିଚା ମନ୍ଦିର ଠାରୁ ଶ୍ମଶାନ ପର୍ଯ୍ୟନ୍ତ ପାଇପ ଲାଇନ ପାଇଁ ଖୋଳା ଯାଇଥିବା କଂକ୍ରିଟ କାମ ନିମ୍ନମାନର ଯୋଗୁଁ ପୁନର୍ବାର କାମକୁ କରାଯିବା ପାଇଁ ସଭାରେ ବିସ୍ତୃତ ଆଲୋଚନା ହୋଇଥିଲା । ସଭାରେ ଜଳସେଚନ ବିଭାଗ ଯନ୍ତ୍ରୀ ଇଂ. ସୁଶାନ୍ତ କୁମାର ମହାପାତ୍ର , ବସନ୍ତ କୁମାର ବେହେରା , ଯୋଗାଣ ନିରୀକ୍ଷକ ବ୍ରଜେଶ୍ବର ରାଏ , ବିଶଷେର ପଟ୍ଟନାୟକ , କାଉନସିଲର ଦୀପକ କୁମାର ମିଶ୍ର , ନୀଳମାଧବ ଗୌଡ଼ , ସୁଶାନ୍ତ ପାତ୍ର , ସୁନୀଲ ପଣ୍ଡା , କରିଶ୍ମା ନାୟକ , ମାମିନି ବେହେରା , ଜ୍ୟୋତ୍ସ୍ନା ଜେନା ଙ୍କ ସମେତ ଏନଏସି କାର୍ଯ୍ୟାଳୟର ସମସ୍ତ ଯନ୍ତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା: ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା

ଦିଗପହଣ୍ଡି, ୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଏକ…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?