Posted inଜାତୀୟ

ମିଳିବ ଡିଜିଟାଲ ଭୋଟର କାର୍ଡ: ମୋବାଇଲ୍‌ରେ ବି ରଖିହେବ

ନୂଆଦିଲ୍ଲୀ,୧୨।୧୨: ଏଣିକି ଭୋଟରଙ୍କୁ ଡିଜିଟାଲ ଭୋଟର କାର୍ଡ ମିଳିବ। ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ଏହି ପ୍ରସ୍ତାବ ଉପରେ ବିଚାର ବିମର୍ଷ ଜାରି ରହିଛି। ମୋବାଇଲ୍‌, ଓ୍ବେବସାଇଟ୍‌ ତଥା ଇ-ମେଲ୍‌ରେ ସାଇତି ରଖିହେବ। ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ। ତେବେ ଏହି ପ୍ରସ୍ତାବ ନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ଉଚ୍ଚ ଅଧିକାରୀ, ରାଜ୍ୟ ନିର୍ବାଚନ ଆୟୋଗ ଅଧିକାରୀ ଏବଂ ସାଧାରଣ ଲୋକେ ମତାମତ ପଠାଇବାରେ ଲାଗିଥିବା ନିର୍ବାଚନ ଆୟୋଗ ପକ୍ଷରୁସୂଚନା ଦିଆଯାଇଛି। ଏହାକୁ ପରିଚୟ ପତ୍ର ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ। ସୂଚନାଯୋଗ୍ୟ, ୧୯୯୩ରେ ପ୍ରଥମ ଥର ପାଇଁ ଫଟୋଯୁକ୍ତ ଭୋଟର କାର୍ଡର ପ୍ରଚଳନ କରାଯାଇଥିଲା। ଏବେ ଏହାର ଡିଜିଟାଲୀକରଣ ପାଇଁ ଯୋଜନା କରାଯାଉଛି। ଯାହାଦ୍ୱାରା ସହଜରେ ଭୋଟରଙ୍କୁ ଚିହ୍ନଟ କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ପାଇଁ ଭାରତର ପଦକ୍ଷେପ: ୪ ପଡ଼ୋଶୀ ଦେଶର ସୀମା ସିଲ୍‌; ରବିବାର ମଧ୍ୟରାତ୍ରରୁ ପାକିସ୍ତାନ ବାଟ ବନ୍ଦ

ନୂଆଦିଲ୍ଲୀ,୧୫।୩: ଭାରତରେ କରୋନା ସଂକ୍ରମଣ ଧୀରେଧୀରେ ବଢ଼ିବାରେ ଲାଗିଛି। ଏନେଇ ଭାରତ ସରକାର ନେପାଳ, ବାଂଲାଦେଶ, ଭୁଟାନ ଏବଂ ମ୍ୟାନ୍‌ମାର ଆଦି ୪ ଦେଶର ସୀମାପଥକୁ...

ଶୋପିଆନ୍‌ରେ ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୮।୭: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ଶନିବାର ପୁଣି ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଶୋପିଆନ୍‌ ଜିଲାର ଆମ୍‌ଶିପୋରା ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪...

ପରଲୋକରେ କଂଗ୍ରେସ ମୁଖପାତ୍ର

ନୂଆଦିଲ୍ଲୀ,୧୨।୮: କଂଗ୍ରେସକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଦିଲ୍ଲୀ ଗାଜିଆବାଦର କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କ ପରଲୋକ ଘଟିଛି। ବୁଧବାର ହୃଦଘାତରେ ତାଙ୍କର ମୃତ୍ୟୁ...

ତୃତୀୟ ଲକ୍‌ଡାଉନରେ ପୁଣିଥରେ ଶୂନ୍ୟରୁ କାମ ଆରମ୍ଭ କରିବ ଦିଲ୍ଲୀ !

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉମାତ୍ର ୪ ଦିନ ବାକି ରହିଛି। ହେଲେ ଏବେ...

ଯଦି ସରକାର ୫ ବର୍ଷ ଚାଲିପାରୁଛି, ଚାଷୀ ଆନ୍ଦୋଳନ କାହିଁକି ନୁହେଁ

ନୂଆଦିଲ୍ଲୀ,୪।୧୧: ଯଦି ସରକାର ୫ ବର୍ଷ ଚାଲିପାରୁଛି, ଆନ୍ଦୋଳନ ମଧ୍ୟ ୫ ବର୍ଷ ଧରି ଚାଲିବ। ବିବାଦୀୟ ଚାଷୀ ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ଆଉ...

‘କଂଗ୍ରେସ ସରକାରକୁ ଫେରିଲେ ଲୋକଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର’

ଚଣ୍ଡିଗଡ,୧୩।୨:ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ଜୋରସୋରରେ ଚାଲିଛି। ଶାସକ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଲୋକଙ୍କ ଲୋଭନୀୟ ପ୍ରତିଶ୍ରୁତି ଦେବାରେ ବ୍ୟସ୍ତ...

କରୋନା ପ୍ରଭାବ: ନିଜେ ଟାଇପ୍‌ କରୁଛନ୍ତି ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୨୧।୭: ମହାମାରୀ କରୋନା ସଂକ୍ରମଣକୁ ନେଇ ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବା ବେଳେ ଏହାର ପ୍ରଭାବ ସବୁ କାର୍ଯ୍ୟରେ ପଡ଼ିଥିବା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ବିଚାରପତି...

ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ: ମାର୍ଚ୍ଚ ୩ରେ ନେଇଥିଲେ ପ୍ରଥମ ଟିକା

ଥିରୁବନନ୍ତପୁରମ୍‌, ୮।୪: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ...

Advertisement
Archives

Model This Week