Posted inଫୁରସତ

ଡିଜିଟାଲ ରେପ୍‌: ବିପଦରେ ନାବାଳିକା

ନୂଆଦିଲ୍ଲୀ: ନୋଏଡା ସୁରଜପୁର ଜିଲା ସଲାରପୁର ଗ୍ରାମର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ଡିଜିଟାଲ ରେପ୍‌ ଅଭିଯୋଗରେ ସେସନ୍ସ କୋର୍ଟ ମଙ୍ଗଳବାର ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ପୋସ୍କୋ ଆକ୍ଟ ଅନ୍ତର୍ଗତ ଆଇପିସି ଧାରା ୩୭୫ ଅଧୀନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନୋଏଡା ସେକ୍ଟର ୩୯ ପୋଲିସ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ଆକବର ଅଲ୍ଲୀଙ୍କ ଘର ପଶ୍ଚିମବଙ୍ଗରେ। ୨୦୧୯ରେ ନୋଏଡା ସଲାରପୁରରେ ରହୁଥିବା ତାଙ୍କ ଝିଅ ଘରକୁ ସେ ବୁଲିବା ପାଇଁ ଆସିଥିଲେ। ପାଖଘରେ ରହୁଥିବା ସାଢ଼େ ତିନି ବର୍ଷର ଝିଅଙ୍କୁ ଚକୋଲେଟ ଦେବାର ପ୍ରଲୋଭନ ଦେଖାଇ ଆକବର ଅଲ୍ଲୀ ତାଙ୍କୁ ଡିଜିଟାଲ ରେପ୍‌ କରିଥିବା ପୋଲିସ କହିଛି। ପୀଡ଼ିତା ନାବାଳିକା ଜଣକ ଘରକୁ ଆସି କାନ୍ଦି କାନ୍ଦି ତାଙ୍କ ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପୀଡ଼ିତାଙ୍କ ପରିବାର ଏ ନେଇ ଥାନାରେ ଅଭିଯୋଗ କଲା ପରେ ପୋଲିସ ତୁରନ୍ତ ଆକବରଙ୍କୁ ଗିରଫ କରିନେଇଥିଲା। ଜାମିନ ପାଇଁ ସେ ହାଇକୋର୍ଟରେ ଆବେଦନ କରିଥିଲେ ହେଁ କୋର୍ଟ ଆବେଦନ ପତ୍ରକୁ ଖାରଜ କରିଦେଇଥିଲେ। ଆଜୀବନ କାରାଦଣ୍ଡ ସାଙ୍ଗକୁ ଆକବରଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବା ଲାଗି କୋର୍ଟ ଶୁଣାଣିରେ କହିଛନ୍ତି।
ଡିଜିଟାଲ ରେପ୍‌ କ’ଣ?
ପ୍ରତ୍ୟେକ ଦିନ ବଳାତ୍କାର ସମ୍ବନ୍ଧୀୟ ଘଟଣା ସବୁ ଖବରକାଗଜ ଓ ନ୍ୟୁଜ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି। ଏହି ବଳାତ୍କାର ମାମଲାରେ ଏବେ ଡିଜିଟାଲ ରେପ୍‌ ଯୋଡ଼ିହୋଇଛି। ଅନେକଙ୍କ ମନରେ ଏହି ରେପ୍‌ ସମ୍ବନ୍ଧୀୟ ଭୁଲ ଧାରଣା ରହିଛି। ଏଥିରେ ବ୍ୟବହୃତ୍‌ ହୋଇଥିବା ଡିଜିଟାଲ ଶବ୍ଦର ଅର୍ଥ ଇଣ୍ଟରନେଟ୍‌ କିମ୍ବା ଭର୍ଚୁଆଲ ମୋଡ୍‌ ନୁହେଁ। ଇଂଲିଶ ଶବ୍ଦ କୋଷରେ ଡିଜିଟାଲର ଅର୍ଥ ଆଙ୍ଗୁଠି। ସରଳ ଭାବେ କହିବାକୁ ଗଲେ ଅଙ୍ଗୁଳକୁ ବ୍ୟବହାର କରି କରାଯାଉଥିବା ବଳାତ୍କାର ହେଉଛି ଡିଜିଟାଲ ରେପ୍‌। ୨୦୧୨ ଡିସେମ୍ବର ପର୍ଯ୍ୟନ୍ତ ଡିଜିଟାଲ ରେପ୍‌କୁ ବଳାତ୍କାର ଅନ୍ତର୍ଭୁକ୍ତ କରାଯାଇ ନ ଥିଲା। ଏହାକୁ ଶାରୀରିକ ନିର୍ଯାତନା ଭାବେ ଧରାଯାଉଥିଲା।
ଅଧିକାଂଶ ବୟସ୍କ ବ୍ୟକ୍ତିଙ୍କ ବିରୋଧରେ ଡିଜିଟାଲ ରେପ୍‌ ଅନ୍ତର୍ଗତ ମାମଲା ରୁଜୁ ହୋଇଛି ।
ନିକଟରେ ନୋଏଡାର ୫୦ ବର୍ଷୀୟ ମନୋଜ ଲାଲାଙ୍କୁ ଡିଜିଟାଲ ରେପ୍‌ ଅଭିଯୋଗରେ ଗିରଫ କରାଯାଇଥିବାବେଳେ ନୋଏଡାର ଆଉ ଜଣେ ବ୍ୟକ୍ତି ନିଜ ୫ ବର୍ଷର ଝିଅକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ୨୦୨୧ରେ ୮୦ ବର୍ଷ ବୟସର ଜଣେ ପେଣ୍ଟର ତାଙ୍କ ଘରେ ରହୁଥିବା ଜଣେ ନାବାଳିକାଙ୍କୁ ଦୀର୍ଘ ୭ ବର୍ଷ ଧରି ଡିଜିଟାଲ ରେପ୍‌ କରିଥିବା ଅଭିଯୋଗ ହୋଇଥିଲା। ଡିଜିଟାଲ ରେପ୍‌ ସମ୍ବନ୍ଧୀୟ ଅଧିକାଂଶ ମାମଲା ବୟସ୍କ ଲୋକଙ୍କ ବିରୋଧରେ ଆସୁଛି। ଦେଶରେ ଏ ଭଳି ଅନେକ ଘଟଣା ଘଟୁଥିବାବେଳେ ଅଳ୍ପ ସଂଖ୍ୟକ ମାମଲା ହିଁ ଲୋକଲୋଚନକୁ ଆସୁଛି। ସାମାଜିକ ଅପବାଦ ଡରରେ ଡିଜିଟାଲ ରେପ୍‌ର ଶିକାର ହୋଇଥିବା ପୀଡ଼ିତା ଓ ସେମାନଙ୍କ ପରିବାର ଏ ନେଇ କୌଣସି ଅଭିଯୋଗ କରୁ ନ ଥିବା ମାମଲାର ଶୁଣାଣି ବେଳେ ସୁରଜପୁର ସେସନ୍ସ କୋର୍ଟ ଜଜ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri