ଡିଜିଟାଲ ପରିଚାଳିକା

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଚଳିତମାସ କ୍ଷମତାରେ ବସିବାକୁ ଯାଉଥିବାରୁ ତାଙ୍କ ପ୍ରଶାସନରେ କେଉଁମାନଙ୍କୁ ନେବେ ସେଥିଲାଗି କସରତ ଚାଲିଛି। ନିକଟରେ ବାଇଡେନ୍‌ଙ୍କ ହ୍ବାଇଟ୍‌ ହାଉସ୍‌ ଅଫିସ୍‌ ଅପ୍‌ ଡିଜିଟାଲ ଷ୍ଟ୍ରାଟେଜି ଗଢ଼ାଯାଇଛି। ଉଲ୍ଲେଖଯୋଗ୍ୟ, ଡିଜିଟାଲ କୌଶଳ ତିଆରି କରିବାରେ ଏହି ଟିମ୍‌ ମୁଖ୍ୟତଃ କାର୍ଯ୍ୟ କରିବ। ହ୍ବାଇଟ୍‌ ହାଉସ୍‌ ସହ ଆମେରିକୀୟମାନଙ୍କୁ ଅଭିନବ ଉପାୟରେ ଯୋଡ଼ିବାରେ ଏହାର ବିଶେଷଜ୍ଞମାନେ ପ୍ରମୁଖ ଭୂମିକା ନିଭାଇବେ। ଏହି ଟିମ୍‌ରେ ପ୍ଲାଟଫର୍ମ ମ୍ୟାନେଜର, ଡିଜିଟାଲ ପାର୍ଟନରଶିପ୍‌ ମ୍ୟାନେଜର, ଭିଡିଓ ଡାଇରେକ୍ଟର, ଡାଇରେକ୍ଟର ଅଫ୍‌ ପ୍ଲାଟଫର୍ମସ, କ୍ରିଏଟିଭ୍‌ ଡାଇରେକ୍ଟର, ଡିଜାଇନର, ଟ୍ରାଭେଲିଂ କଣ୍ଟେଣ୍ଟ ଡାଇରେକ୍ଟର, ଡେପୁଟି ଡାଇରେକ୍ଟର ଅଫ୍‌ ଡିଜିଟାଲ ଷ୍ଟ୍ରାଟେଜି ଏବଂ ଡାଇରେକ୍ଟର ଅଫ୍‌ ଡିଜିଟାଲ ଏନ୍‌ଗେଜ୍‌ମେଣ୍ଟ ଭଳି ପଦବୀ ରହିଛି। ତେବେ ଏଥିରେ କଶ୍ମୀର ଜନ୍ମିତ ଆୟେଶା ଶାହାଙ୍କୁ ଡିଜିଟାଲ ଷ୍ଟ୍ରାଟେଜିର ପାର୍ଟନରଶିପ୍‌ ମ୍ୟାନେଜର ଭାବେ ଅବସ୍ଥାପିତ କରାଯାଇଛି। ଫଳରେ ବାଇଡେନ୍‌ ପ୍ରଶାସନରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ବଢ଼ିଚାଲିଛି।
ଆମେରିକାର ଲୁଇସିଆନାରେ ବଢ଼ିଥିବା ଆୟେଶା ଡାଭିଡ୍‌ଶନ କଲେଜରୁ ସ୍ନାତକ ଶେଷ କରିଥିଲେ। ଏବେ ସ୍ମିଥ୍‌ସୋନିଆନ୍‌ ଇନ୍‌ଷ୍ଟିଚ୍ୟୁଶନ୍‌ରେ ଆଡ୍‌ଭାନ୍ସମେଣ୍ଟ ସ୍ପେଶିଆଲିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ବାଇଡେନ୍‌-ହାରିଶ୍‌ ନିର୍ବାଚନ ଅଭିଯାନରେ ସେ ଡିଜିଟାଲ ପାର୍ଟନରଶିପ୍‌ ମ୍ୟାନେଜର ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଥିବାରୁ ତାଙ୍କୁ ଏଭଳି ପୁରସ୍କାର ମିଳିଲା ବୋଲି କୁହାଯାଉଛି। ସେ ଜନ୍‌ ଏଫ୍‌ କେନେଡି ସେଣ୍ଟର ଫର୍‌ ପର୍ଫର୍ମିଂ ଆର୍ଟସର କର୍ପୋରେଟ୍‌ ଫଣ୍ଡ୍‌ର ଆସିଷ୍ଟାଣ୍ଟ୍‌ ମ୍ୟାନେଜର ଥିଲେ। ଜଣେ ରାଷ୍ଟ୍ରପତିଙ୍କ ସ୍ମାରକୀ କାର୍ଯ୍ୟକ୍ରମକୁ ପ୍ରସାରିତ କରିବାରେ ଆୟେଶା ଯେଉଁଭଳି ଢଙ୍ଗରେ କାର୍ଯ୍ୟ କରିଥିଲେ, ତାହା ଅତି ପ୍ରଶଂସନୀୟ ହୋଇପାରିଥିଲା। ସାମାଜିକ ପରିବର୍ତ୍ତନ ଆଣିବା ଦିଗରେ ପପ୍‌ ସଂସ୍କୃତିର ସାହାରା ନେଇଥିଲେ। ଏହିଭଳି ଅଭିନବ ପଦକ୍ଷେପ ନେବାରେ ଆୟେଶାଙ୍କ ନେତୃତ୍ୱ ବାଇଡେନ୍‌ଙ୍କୁ ଆକର୍ଷିତ କରିଥିଲା। ଦେଖାଯାଏ, ଆଧୁନିକ ଯୁଗରେ ଯୋଗାଯୋଗ ମାଧ୍ୟମକୁ ଯିଏ ଭଲ ଭାବେ ବ୍ୟବହାର କରିପାରିଲା, ତାଙ୍କର ସେତେ ଉପରକୁ ଉଠିବାର ମାର୍ଗ ପ୍ରଶସ୍ତ ହୋଇଯାଇଥାଏ। ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍‌ ଓ ଉପରାଷ୍ଟ୍ରପତି କମଲା ହାରିଶ୍‌ଙ୍କ ଦାୟିତ୍ୱ ଗ୍ରହଣ ସମୟରେ ଏକାଥରକେ ଯେଭଳି ଏକ ପରିବର୍ତ୍ତନ ଦେଖାଦେଇପାରିବ, ସେହି ଦିଗରେ ଆୟେଶା ପ୍ରୟାସ କରୁଛନ୍ତି। ସେ ତାଙ୍କ ଟିମ୍‌ ସଦସ୍ୟଙ୍କୁ ଏଥିଲାଗି ପ୍ରୋତ୍ସାହିତ କରିଚାଲିଛନ୍ତି।
କୁହାଯାଉଛି, ଯେଉଁଭଳି ଢଙ୍ଗରେ ବାଇଡେନ୍‌ ତାଙ୍କ ଡିଜିଟାଲ ଟିମ୍‌ ପ୍ରତି ପ୍ରାଧାନ୍ୟ ଦେଇଛନ୍ତି, ତାଙ୍କ ଦାୟିତ୍ୱ ଗ୍ରହଣ ପରେ ସେ ଲୋକଙ୍କ ନିକଟରେ ସହଜରେ ପହଞ୍ଚତ୍ପାରିବେ। ଫଳରେ ବାଇଡେନ୍‌ଙ୍କ ନିଜସ୍ବ ସୋସିଆଲ୍‌ ପ୍ଲାଟଫର୍ମକୁ ଅତିକ୍ରମ କରି ଡିଜିଟାଲ ଯୋଗାଯୋଗ ଶକ୍ତିଶାଳୀ ହୋଇପାରିବ ବୋଲି ଡେମୋକ୍ରାଟ୍‌ ଲିଡର ବିଶ୍ୱାସ ରଖିଛନ୍ତି। ପୁଣି ମହାମାରୀ ସମୟରେ ଡିଜିଟାଲ କମ୍ୟୁନିଟିଜ୍‌ ଆଣ୍ଡ୍‌ ଅନ୍‌ଲାଇନ୍‌ ସ୍ପେସେସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଏହାକୁ ଆହୁରି ସୁଦୃଢ଼ କରିବା ଲାଗି ଡିଜିଟାଲ୍‌ ଟିମ୍‌ ଲାଗିପଡ଼ିଛି। କୁହାଯାଉଛି, ଏହି ବ୍ୟବସ୍ଥା ଦ୍ୱାରା ସବୁ ଆମେରିକୀୟଙ୍କ ସହ ପ୍ରତ୍ୟକ୍ଷ କଥା ହେବା ସହଜ ହୋଇପାରିବ। ଏପରିକି ଯେଉଁ ଆମେରିକୀୟ ଯେଉଁଠାରେ ଥିବେ, ସଙ୍ଗେ ସଙ୍ଗେ ତାଙ୍କ ପାଖରେ ଡିଜିଟାଲ ଟିମ୍‌ ପହଞ୍ଚିବାରେ ସକ୍ଷମ ହେବ। ଏହିଭଳି ଡିଜିଟାଲ ସମ୍ପର୍କ ବଢ଼ିପାରିଲେ ବାଇଡେନ୍‌ଙ୍କ ପ୍ରଶାସନ ଅଧିକ କ୍ରିୟାଶୀଳ ହୋଇପାରିବ ବୋଲି ଆୟେଶା କହିଛନ୍ତି। ବାଇଡେନ୍‌-ହାରିଶ୍‌ ନିର୍ବାଚନ ଅଭିଯାନରୁ ଡିଜିଟାଲ ଟିମ୍‌ ଜରିଆରେ ଆମେରିକୀୟଙ୍କ ନିଟରେ ପହଞ୍ଚିବାରେ ଆୟେଶା ଯେଉଁ ସେତୁ ଗଢ଼ିଛନ୍ତି, ତାହା ଅନ୍ୟାନ୍ୟ ରାଷ୍ଟ୍ରର ରାଜନେତାଙ୍କ ସଫଳତା ପାଇଁ ଏକ ରୋଲ୍‌ ମଡେଲ୍‌ ଭାବେ ନିଶ୍ଚିତ କାର୍ଯ୍ୟ କରିବ ବୋଲି ଆଶା କରାଯାଏ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri