Posted inଫୁରସତ

ଡିଜିଟାଲ୍‌ ଠକେଇ

ମୋବାଇଲରେ କ୍ୟାଶ୍‌ଲେସ୍‌ ଇ- ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗୁ କେଉଁଆଡ଼େ ଗଲେ ପାଖରେ ଟଙ୍କା ରଖିବା ଓ ଏହା ଚୋରି ହେବାର ଟେନ୍‌ଶନ୍‌ କମିଛି। ହେଲେ ବର୍ତ୍ତମାନ ବିଭିନ୍ନ ବେଟିଂ ଆପ୍ସ ଓ ଅନ୍ୟାନ୍ୟ ସୂତ୍ରରୁ ସାଇବର ଠକ ମଧ୍ୟ ଇଣ୍ଟରନେଟ୍‌ରେ ବେଶ୍‌ ସକ୍ରିୟ ରହୁଥିବାରୁ ସାଧାରଣ ଜନତାଙ୍କ ପାଇଁ ଅନ୍‌ଲାଇନ୍‌ ଠକେଇର ଶିକାର ହେବା ଏକ ବଡ଼ ସମସ୍ୟା ପାଲଟିଛି। ତେଣୁ ଏହି ସୁବିଧା ଆପଣେଇବା ବେଳେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସତର୍କ ହେବା ଆବଶ୍ୟକ…

ବର୍ତ୍ତମାନ ଟେକ୍ନୋଲୋଜି ଯେତେ ଯେତେ ଉନ୍ନତ ହେଉଛି, ଜନସାଧାରଣଙ୍କ ପାଇଁ ପ୍ରତ୍ୟେକ କାର୍ଯ୍ୟ ସେତେ ସରଳ ହୋଇଯାଉଛି। ହେଲେ ଏହାର ଦୁରୁପଯୋଗ କରି ଲୋକଙ୍କୁ କ୍ଷତି ପହଞ୍ଚାଉଥିବା ଲୋକେ ବି ସେହି ଅନୁସାରେ ବଢ଼ି ବଢ଼ି ଚାଲିଛନ୍ତି। ଉଦାହରଣ ସ୍ବରୂପ ଇଣ୍ଟରନେଟ୍‌କୁ ନେଇପାରିବେ। ଏହାଦ୍ୱାରା ମଣିଷସମାଜ ଅନେକ ଉପକୃତ ହେଉଥିବା ବେଳେ ଏହାକୁ ବ୍ୟବହାର କରି କେତେକ ଅସାମାଜିକ ବ୍ୟକ୍ତି ଅନେକଙ୍କୁ ଠକୁଥିବାର ବି ନଜିର ରହିଛି। ତେଣୁ ଇଣ୍ଟରନେଟ୍‌କୁ ସୁରକ୍ଷିତ ଭାବେ ବ୍ୟବହାର କରିବା ଦିଗରେ ସଭିଙ୍କୁ ସଚେତନ କରାଇବା ଲାଗି ପ୍ରତିବର୍ଷ ଜୁନ୍‌ ମାସକୁ ‘ଇଣ୍ଟରନେଟ୍‌ ସେଫ୍ଟି ମନ୍ଥ’ ଭାବେ ପାଳନ କରାଯାଉଛି।
ବଢ଼ୁଛି ସାଇବର ଠକେଇ: ବର୍ତ୍ତମାନ ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ସମ୍ବନ୍ଧିତ ଠକେଇ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସ୍‌ଏମ୍‌ଏସ୍‌ ଫିଶିଙ୍ଗ୍‌ ହେଉ ଅବା କଓ୍ବୋଇସି ଅପ୍‌ଡେଟ୍‌ କିମ୍ବା ଆଉ କେବେ ଅନ୍‌ଲାଇନ୍‌ ଲୋନ୍‌ ଦେବା ନାଁରେ ଲୋକଙ୍କୁ ଠକାଯାଉଛି। ଆର୍‌ବିଆଇ ପକ୍ଷରୁ ବାରମ୍ବାର ଏ ନେଇ ସତର୍କ କରାଯାଉଛି ଏବଂ ବିଭିନ୍ନ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରାଯାଉଛି। ତଥାପି ମଧ୍ୟ ଗତ ଏକ ବର୍ଷରେ ଅନ୍‌ଲାଇନ୍‌ ଠକେଇ ଭଳି ସାଇବର କ୍ରାଇମ୍‌ ସଂଖ୍ୟା କମିବା ବଦଳରେ ଦୁଇ ଗୁଣ ବଢ଼ିଥିବା ଇଣ୍ଟରନେଟ୍‌ କ୍ରାଇମ୍‌ କମ୍ପ୍ଲେନ୍‌ ସେଣ୍ଟର ପକ୍ଷରୁ ଜଣାପଡ଼ିଛି।
ଲୋନ୍‌ ସାଜିଛି ମାୟାଜାଲ: ଛୋଟ ଲୋନ୍‌ ବା ସ୍ବଳ୍ପ ଅର୍ଥ ଦେଉଥିବା କମ୍ପାନି ମଧ୍ୟରୁ ଅନେକେ ଠକ ଥାଆନ୍ତି। ସେମାନେ ଲୋନ୍‌ ଦେବା ପାଇଁ ପ୍ରଥମେ ତାଙ୍କ ଆପ୍‌ରେ ରେଜିଷ୍ଟ୍ରେଶନ୍‌ କରିବାକୁ କୁହନ୍ତି। ସେଥିରେ ଏକ ଲିଙ୍କ୍‌ ପଠାନ୍ତି, ଯାହାକୁ କ୍ଲିକ୍‌ କଲେ ଲୋନ୍‌ ମିଳିବ ବୋଲି କୁହନ୍ତି। ସେଥିରେ କ୍ଲିକ୍‌ କରି ପ୍ଲେ ଷ୍ଟୋର୍‌ରୁ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ କୁହନ୍ତି। ଯଦ୍ଦ୍ବାରା ଆପଣଙ୍କ ପର୍ସନାଲ୍‌ ଡାଟା ହ୍ୟାକ୍‌ ହୋଇଯିବା ସହ ସମସ୍ତ ଟଙ୍କା ଚୋରି ହୋଇଯିବାର ଆଶଙ୍କା ରହିଛି।
ସେହିପରି କେତେକ ମାଇକ୍ରୋ ଫାଇନାନ୍ସିଙ୍ଗ୍‌ ଆପ୍‌ ଆଧାରକାର୍ଡ ଏବଂ ପାନ୍‌କାର୍ଡ ଦ୍ୱାରା ଲୋନ୍‌ ଦେବାର ପ୍ରତିଶ୍ରୁତି ଦିଅନ୍ତି। ଏଭଳି ଆପ୍‌ ଡାଉନ୍‌ଲୋଡ୍‌ କଲେ ଫୋନ୍‌କୁ ଭାଇରସ୍‌ ଆସିବା ସହ ସ୍କାମର ଫୋନ୍‌ରୁ ପର୍ସନାଲ୍‌ ଡାଟା ଚୋରି କରିନିଅନ୍ତି। ତେଣୁ ଏ ଦିଗରେ ବିଶେଷ ସତର୍କ ରହିବା ଆବଶ୍ୟକ। ଏଭଳି ଆପ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ଏହାର ରିଭ୍ୟୁ, ରେଟିଂ ଆଦି ସହ ଏହାକୁ ଚଳାଉଥିବା କମ୍ପାନି ଓ ଏହା କେଉଁ ବ୍ୟାଙ୍କ୍‌ ସହ ଜଡ଼ିତ ଦେଖନ୍ତୁ। କାରଣ କୌଣସି କମ୍ପାନି ଲୋନ୍‌ଦେବା ପୂର୍ବରୁ ନିଜ ଗ୍ରାହକଙ୍କୁ ଏସବୁ ଡକ୍ୟୁମେଣ୍ଟ ମାଗି ନ ଥାଏ।
ସେହିପରି ବିନା କଓ୍ବୋଇସି, ଭେରିଫିକେଶନ୍‌ରେ ଲୋନ୍‌ ଦେବାକୁ କହୁଥିବା କମ୍ପାନି ଆଦୌ ଭରସାଯୋଗ୍ୟ ନୁହେଁ।
ଓଟିପି ମାଗୁଥିବା କମ୍ପାନି ଆପଣଙ୍କ ପାଇଁ ବିପଦଜ୍ଜନକ ହୋଇପାରେ। ଏଠାରେ ସେମାନେ ଆପଣଙ୍କ ନମ୍ବର କିମ୍ବା ଆକାଉଣ୍ଟ ଡିଟେଲ୍ସ ନେଇ ସାଇନ୍‌ ଇନ୍‌ କରିବା ପରେ ହ୍ବାଟ୍ସଆପ୍‌ କନ୍‌ଫର୍ମେଶନ୍‌ କୋଡ୍‌ ଜେନେରେଟ୍‌ କରନ୍ତି। ପରେ ଅନ୍ୟ ଡିଭାଇସ୍‌ରୁ ଆପଣଙ୍କ ହ୍ବାଟ୍ସଆପ୍‌ ଲଗ୍‌ଇନ୍‌ କରନ୍ତି। ପରେ ମାଲ୍‌ଓ୍ବେର୍‌, ଭାଇରସ୍‌ ଆଦି ମୋବାଇଲ୍‌ରେ ଥିବା ନେଇ ମେସେଜ୍‌ କରନ୍ତି ଏବଂ ଏହାକୁ ସଫା କରିବା ଲାଗି ଏକ ଲିଙ୍କ୍‌ ପଠାନ୍ତି, ଯାହାକୁ କ୍ଲିକ୍‌ କରିବା ମାତ୍ରେ ଆପଣଙ୍କ ଡାଟା ହ୍ୟାକ୍‌ ହୋଇଯିବା ସହ ବ୍ୟାଙ୍କ୍‌ ଆକାଉଣ୍ଟ ମଧ୍ୟ ଖାଲି ହୋଇଯିବ। ସେହିପରି ଲକି ଡ୍ର କୁପନ୍‌ କିମ୍ବା କ୍ୟାଶ୍‌ ପ୍ରାଇଜ୍‌ ଲୋଭ ଦେଖାଇ ମଧ୍ୟ ଅନେକ ଠକେଇ ହୋଇଥିବାର ନଜିର ରହିଛି।
ପିଲାଠୁ ବୟସ୍କ ପର୍ଯ୍ୟନ୍ତ ବର୍ତ୍ତମାନ ପ୍ରାୟ ସମସ୍ତେ ମୋବାଇଲ୍‌ ଫୋନ୍‌ର ବ୍ୟବହାର ଜାଣିଛନ୍ତି। ଏଥିରେ ଅନ୍‌ଲାଇନ୍‌ ବ୍ୟବସ୍ଥା ଯୋଗୁ ବ୍ୟାଙ୍କିଙ୍ଗ୍‌ କିମ୍ବା ଟଙ୍କା ଦେବା ନେବା ଖୁବ୍‌ ସହଜ ହୋଇପାରିଛି। ଇ-ବ୍ୟାଙ୍କିଙ୍ଗ୍‌ ବ୍ୟବହାର ବୃଦ୍ଧିକୁ ଆଖିଆଗରେ ରଖି ଅନେକ ମାଇକ୍ରୋଫାଇନାନ୍ସିଆଲ୍‌ ଆପ୍ସ ମଧ୍ୟ ବୃଦ୍ଧି ପାଉଛି। କ୍ୟାଶ୍‌ ବଦଳରେ ମୋବାଇଲରେ କ୍ୟାଶ୍‌ଲେସ୍‌ ଟ୍ରାଞ୍ଜାକ୍ସନ ହେବା ଦ୍ୱାରା ଟଙ୍କା ଚୋରି କମିଛି। ହେଲେ ବର୍ତ୍ତମାନ ବିଭିନ୍ନ ବେଟିଂ ଆପ୍ସ ଓ ଅନ୍ୟାନ୍ୟ ସୂତ୍ରରୁ ସାଇବର ଠକ ମଧ୍ୟ ଇଣ୍ଟରନେଟ୍‌ରେ ବେଶ୍‌ ସକ୍ରିୟ ରହୁଥିବାରୁ ସାଧାରଣ ଜନତାଙ୍କ ପାଇଁ ଠକେଇର ଶିକାର ହେବା ଏକ ବଡ଼ ସମସ୍ୟା ପାଲଟିଛି। ତେଣୁ ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ସୁବିଧା ଆପଣେଇବା ବେଳେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ବିଶେଷ ଭାବେ ସତର୍କ ହେବା ଆବଶ୍ୟକ।

ସେବା ବ୍ୟବହାର କରୁଥିଲେ ସର୍ବଦା ନିଜ ଫୋନ୍‌ ଏବଂ ସଫ୍ଟଓ୍ବେର ଅପ୍‌ଡେଟ୍‌ ରଖନ୍ତୁ। ୮ ଡିଜିଟ୍‌ର ଏକ ଷ୍ଟ୍ରଙ୍ଗ୍‌ ପାସ୍‌ୱାର୍ଡ ରଖନ୍ତୁ, ଯାହା ଅନ୍ୟମାନଙ୍କୁ ଜାଣିବା କିମ୍ବା ହ୍ୟାକ୍‌ କରିବା ସହଜ ହେବ ନାହିଁ। ନିଜ ପାସ୍‌ୱାର୍ଡ ଅନ୍ୟ ସହ ଶେୟାର କରନ୍ତୁ ନାହିଁ।
ପବ୍ଲିକ୍‌ କମ୍ପ୍ୟୁଟର୍‌, ସାଇବର୍‌ କାଫେରେ କିମ୍ବା ପବ୍ଲିକ୍‌ ୱାଇଫାଇରେ ମଧ୍ୟ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ କରିଥା’ନ୍ତି। ହେଲେ ଏହା ଅସୁରକ୍ଷିତ। କାରଣ ଏହାଦ୍ୱାରା ଡାଟା ହ୍ୟାକ୍‌ ହେବାର ଆଶଙ୍କା ଅଧିକ। ତେଣୁ ସର୍ବଦା ପର୍ସନାଲ କମ୍ପ୍ୟୁଟର୍‌, ଲ୍ୟାପ୍‌ଟପ୍‌ କିମ୍ବା ମୋବାଇଲ୍‌ରେ ହିଁ ନେଟ୍‌ ବ୍ୟାଙ୍କିଙ୍ଗ୍‌ କରନ୍ତୁ।
ବ୍ୟବହାର କରୁଥିଲେ ପ୍ରୋଟେକ୍ସନ୍‌ ସଫ୍ଟୱେର୍‌ ବ୍ୟବହାର କରନ୍ତୁ। ମୋବାଇଲ୍‌ରେ ନେଟ୍‌ ବ୍ୟାଙ୍କିଙ୍ଗ୍‌ କରୁଥିଲେ କୌଣସି ଆପ୍ଲିକେଶନ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ସେଥିରେ କେଉଁସବୁ ଡାଟା ଏବଂ ଡିଟେଲ୍ସ ଆବଶ୍ୟକ ହେଉଛି, ତାହାକୁ ଭଲ ଭାବେ ପଢ଼ିବା ପରେ ଇନ୍‌ଷ୍ଟଲ କରନ୍ତୁ। ନଚେତ୍‌ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ।
ଦୃଷ୍ଟିରୁ କୌଣସି ଅଜଣା ଲିଙ୍କ୍‌ରେ ଆଦୌ କ୍ଲିକ୍‌ କରନ୍ତୁ ନାହିଁ କିମ୍ବା ଏଣୁତେଣୁ ଲୋନ୍‌ ଆପ୍ଲିକେଶନ୍‌ ବ୍ୟବହାର କରନ୍ତୁ ନାହିଁ।
ଇ-ବ୍ୟାଙ୍କିଙ୍ଗ୍‌ ସାଇଟ୍‌ରେ ପେମେଣ୍ଟ କରୁଛନ୍ତି, ତାହାର ଲିଙ୍କ୍‌ ସେଫ୍‌ କି ନୁହେଁ ପ୍ରଥମେ ସୁନିଶ୍ଚିତ କରନ୍ତୁ। ୱେବ୍‌ପେଜ୍‌ httpରୁ ଆରମ୍ଭ ହୋଇଥିବା ଦରକାର। କେବଳ ଏତିକି ନୁହେଁ, ଲଗ୍‌ ଇନ୍‌ କରିବା ସମୟରେ ବ୍ରାଉଜର୍‌ ୱିଣ୍ଡୋ ଫ୍ରେମ୍‌ ଉପରେ ପେଡ୍‌ଲକ୍‌ ସିମ୍ବଲ୍‌ ଚେକ୍‌ କରିବାକୁ ଭୁଲନ୍ତୁ ନାହିଁ। ବିଶେଷକରି ଯଦି ଅନ୍‌ଲାଇନ୍‌ରେ ଅନ୍ୟ କାହା ଆକାଉଣ୍ଟକୁ ମନି ଟ୍ରାନ୍ସଫର୍‌ କରୁଛନ୍ତି, ତେବେ ସୁରକ୍ଷିତ ପେମେଣ୍ଟ ସାଇଟ୍‌ ହିଁ ବ୍ୟବହାର କରନ୍ତୁ ଏବଂ ୱେବ୍‌ସାଇଟ୍‌ର ପ୍ରାଇଭେସି ପଲିସି ଚେକ୍‌ କରିବାକୁ ଆଦୌ ଭୁଲନ୍ତୁ ନାହିଁ।
ଶପିଂ, ଟିକେଟ ବୁକିଂ, ମନି ଟ୍ରାନ୍ସଫର ଆଦି କରୁଥିଲେ ଟ୍ରଷ୍ଟେଡ୍‌ ଆପ୍‌ ହିଁ ବ୍ୟବହାର କରନ୍ତୁ। କାରଣ କେତେକ ଆପ୍‌ରେ ଏବଂ ଫେକ୍‌ ୱେବ୍‌ସାଇଟ୍‌ଗୁଡିକରୁ ଆସୁଥିବା ଇ-ମେଲ୍‌ରେ କାର୍ଡର ଡିଟେଲ୍‌ସ ମଗାଯାଉଛି। ଏଥିରେ ବିଶ୍ୱାସ କରି ସମସ୍ତ ତଥ୍ୟ ଦିଅନ୍ତୁ ନାହିଁ ନଚେତ୍‌ ଠକାମିର ଶିକାର ହୋଇପାରନ୍ତି।
ପର୍ସନାଲ୍‌ ତଥା ସମ୍ବେଦନଶୀଳ ଡାଟା ଚୋରୀ ନ ହେବା ଲାଗି ଫୋନ୍‌ରେ ଆପ୍‌ ପରମିଶନ୍‌ ସେଟିଂ ଚେକ୍‌ କରନ୍ତୁ। ଏହାଦ୍ୱାରା ଆପଣ ସାଇବର ଠକେଇର ଶିକାର ହେବେନାହିଁ।
କୌଣସି ସନ୍ଦେହଜନକ ଆପ୍‌ରେ ଫସିଯାଆନ୍ତି ଏବଂ ଏଥିରୁ ମୁକୁଳିବା ଲାଗି ଚାହୁଁଛନ୍ତି, ତେବେ ତୁରନ୍ତ ପୋଲିସକୁ ଜଣାନ୍ତୁ। ରିପୋର୍ଟ କରିବା ଲାଗି http://cybercrime.gov.in ଓ୍ବେବ୍‌ସାଇଟ୍‌ ବ୍ୟବହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?