ଡିଜିଟାଲ ବ୍ୟବଧାନ

ଭାରତ ସରକାର ୧ ଜୁଲାଇ ୨୦୧୫ରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଥିଲେ। ଜନସାଧାରଣଙ୍କୁ ପ୍ରଯୁକ୍ତି ମାଧ୍ୟମରେ ସରକାରୀ ସୁବିଧା ଯୋଗାଇ ଦେଇ ସେମାନଙ୍କୁ ଡିଜିଟାଲ ସଶକ୍ତ କରିବା ଏହାର ଲକ୍ଷ୍ୟ ଥିଲା। ଏପରିକି ଗ୍ରାମାଞ୍ଚଳକୁ ଇଣ୍ଟରନେଟ୍‌ରେ ସଂଯୋଗ କରାଯାଇ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରାଯାଇପାରିବ ବୋଲି ସେତେବେଳେ କୁହାଯାଇଥିଲା। ଏହି ଯୋଜନାକୁ ୭ ବର୍ଷ ପୂରିଯାଇଥିଲେ ମଧ୍ୟ ଡିଜିଟାଲ ବିକାଶ କ୍ଷେତ୍ରରେ ଭାରତ ପଛରେ ପଡ଼ିରହିଥିବା ଅକ୍ସଫାମ୍‌ ଇଣ୍ଡିଆ ପକ୍ଷରୁ ସଦ୍ୟ ପ୍ରକାଶିତ ‘ଇଣ୍ଡିଆ ଇନିକ୍ୱାଲିଟି ରିପୋର୍ଟ ୨୦୨୨: ଡିଜିଟାଲ ଡିଭାଇଡ୍‌’ରୁ ସ୍ପଷ୍ଟ ଅନୁମେୟ। ଏଥିରେ ଦର୍ଶାଯାଇଛି ଯେ, ୨୦୨୧ ସୁଦ୍ଧା ଭାରତରେ ମାତ୍ର ୩୧ ପ୍ରତିଶତ ମହିଳାଙ୍କ ନିକଟରେ ଫୋନ୍‌ ଥିବା ବେଳେ ୬୧ ପ୍ରତିଶତ ଫୋନ୍‌ ପୁରୁଷଙ୍କ ନିକଟରେ ରହିଛି। ଡିଜିଟାଲ ଟେକ୍ନୋଲୋଜି ପୁରୁଷ, ସହରାଞ୍ଚଳ, ଉଚ୍ଚଜାତି, ସମ୍ଭ୍ରାନ୍ତ ବର୍ଗର ବ୍ୟକ୍ତି ଓ ପରିବାର ନିକଟରେ ଅଧିକ ରହିଛି। ସମାଜରେ ଜାତି, ଧର୍ମ, ଲିଙ୍ଗ, ଶ୍ରେଣୀ ତଥା ଭୌଗୋଳିକ ସ୍ଥିତିର ଅସମାନତା ଭଳି ସାମାଜିକ ବ୍ୟବଧାନ ଡିଜିଟାଲ ବିଶ୍ୱରେ ମଧ୍ୟ ଦୃଶ୍ୟମାନ ହେଉଛି।
ଆଜିର ବୈଷୟିକ ଉନ୍ନତି ଯୁଗରେ ଇଣ୍ଟରନେଟ୍‌ଭିତ୍ତିକ ସେବା ଲୋକଙ୍କ ପାଖରେ ଯେତେ ପହଞ୍ଚତ୍ପାରୁଛି, ସେମାନେ ସହଜରେ ସେବା ପାଇପାରୁଛନ୍ତି। କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି ଯେ, ଭାରତ ବୈଷୟିକ ତଥା ପ୍ରଯୁକ୍ତି କ୍ଷେତ୍ରରେ ବହୁ ଉଚ୍ଚ ସ୍ତରରେ ଯାଇ ପହଞ୍ଚତ୍ଛି। ହେଲେ ଅନ୍ତର୍ଜାତୀୟ ସ୍ତରର ଗବେଷଣା ତଥା ସର୍ଭେ ସଂସ୍ଥାଗୁଡ଼ିକ ଦେଉଥିବା ତଥ୍ୟଠାରୁ ସରକାରଙ୍କ ତଥ୍ୟରେ ଢେର ପ୍ରଭେଦ ରହୁଛି। ଡିଜିଟାଲ ଫାଙ୍କକୁ ବୁଜିବା ଲାଗି ଏକାନ୍ତ ଆବଶ୍ୟକ ଉପାଦାନ ହେଉଛି ଭିତ୍ତିଭୂମିର ଉପଲବ୍ଧତା। ଡିସେମ୍ବର ୨୦୨୧ରେ ଲୋକ ସଭାରେ ସରକାରୀ ଭାବେ କୁହାଯାଇଥିଲା ଯେ, ଦେଶର ୯୩ ପ୍ରତିଶତ ଗ୍ରାମରେ ୩ଜି କିମ୍ବା ୪ଜି ସଂଯୋଗ ହୋଇପାରିଛି। କିନ୍ତୁ ବାସ୍ତବତା ଭିନ୍ନ ଚିତ୍ର ଆଙ୍କୁଛି। କୋଭିଡ୍‌ ସମୟରେ ଛାତ୍ରୀଛାତ୍ରଙ୍କୁ ଯେଉଁଭଳି ଭାବେ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଗଲା, ସେଥିରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପ୍ରଭେଦ ସହିତ ଧନୀ ଓ ଗରିବଙ୍କ ମଧ୍ୟରେ ତାରତମ୍ୟ ସ୍ପଷ୍ଟ ଜଣାପଡ଼ୁଥିଲା। ଏହି ସତ୍ୟକୁ ଭାରତ ସରକାର ଆଜି ପର୍ଯ୍ୟନ୍ତ ଗ୍ରହଣ କରୁନାହାନ୍ତି। ୯୩ ପ୍ରତିଶତ ଗ୍ରାମକୁ ଇଣ୍ଟରନେଟ୍‌ ସହ ଯୋଡ଼ାଯାଇଥିବା ସରକାରୀ ଦାବି ବିଶ୍ୱାସଯୋଗ୍ୟ ହେଉନାହିଁ। ମହିଳାଙ୍କ ଫୋନ୍‌ ବ୍ୟବହାର ପ୍ରତିଶତ କମ୍‌ ରହିବାର ଅନ୍ୟତମ କାରଣ ହେଉଛି ଲିଙ୍ଗଗତ ଅସମାନତା। ଏଥିସହିତ କୋଭିଡ୍‌-୧୯ ପରେ ମହିଳାଙ୍କ ଆୟ କମିଯାଇଥିବା ଦେଖାଯାଇଛି। କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ଯୋଗଦାନ ଯଥେଷ୍ଟ ହ୍ରାସ ପାଇଥିବାରୁ ଆୟରେ ଏଭଳି ତାରତମ୍ୟ ଲକ୍ଷ୍ୟ କରାଯାଇଛି।
ବର୍ତ୍ତମାନ ପରିପ୍ରେକ୍ଷୀରେ ଡିଜିଟାଲ ଇଣ୍ଡିଆରେ ଦେଶର ପ୍ରତି ବର୍ଗଙ୍କ ସ୍ଥିତି କିଭଳି ରହିଛି ତାହାର ବାସ୍ତବ ତଥ୍ୟ ଉପସ୍ଥାପନ କରାଯିବା ଦରକାର। ଯେହେତୁ ପରିସଂଖ୍ୟାନ ସରକାରଙ୍କ ମିଜାଜକୁ ଲକ୍ଷ୍ୟରେ ରଖାଯାଇ ପ୍ରସ୍ତୁତ କରାଯାଉଛି, ସେହି ଅନୁଯାୟୀ ଠିକ୍‌ ତଥ୍ୟ ଆସିପାରୁ ନାହିଁ। ଉପଯୁକ୍ତ ପରିସଂଖ୍ୟାନ ଯୋଜନା ବା ନୀତି ପ୍ରଣୟନ ପାଇଁ ଉପାଦେୟ ହୋଇଥାଏ। ସହରାଞ୍ଚଳ-ଗ୍ରାମାଞ୍ଚଳ, ଧନୀ-ଦରିଦ୍ର, ଲିଙ୍ଗ ଓ ଜାତିଗତ ପ୍ରଭେଦ ଭାରତର ପ୍ରତି କ୍ଷେତ୍ରରେ ଦେଖିବାକୁ ମିଳୁଛି। ଡିଜିଟାଲ ବିଶ୍ୱରେ ତାହାର ପ୍ରଭାବ ଅତି ସ୍ପଷ୍ଟ ହୋଇଯାଉଛି। ଯଦି ନୀତିରେ ପରିବର୍ତ୍ତନ ଆଣି ସାମାଜିକ ତଫାତ୍‌ଗୁଡ଼ିକୁ ଦୂରେଇ ହେବ, ତେବେ ଡିଜିଟାଲ ସମନ୍ବୟ ପାଇଁ ଆଶା କରିବା ଯଥାର୍ଥ ହେବ।

ଉପଯୁକ୍ତ ପରିସଂଖ୍ୟାନ ଯୋଜନା ବା ନୀତି ପ୍ରଣୟନ ପାଇଁ ଉପାଦେୟ ହୋଇଥାଏ। ସହରାଞ୍ଚଳ-ଗ୍ରାମାଞ୍ଚଳ, ଧନୀ-ଦରିଦ୍ର, ଲିଙ୍ଗ ଓ ଜାତିଗତ ପ୍ରଭେଦ ଭାରତର ପ୍ରତି କ୍ଷେତ୍ରରେ ଦେଖିବାକୁ ମିଳୁଛି। ଡିଜିଟାଲ ବିଶ୍ୱରେ ତାହାର ପ୍ରଭାବ ଅତି ସ୍ପଷ୍ଟ ହୋଇଯାଉଛି। ଯଦି ନୀତିରେ ପରିବର୍ତ୍ତନ ଆଣି ସାମାଜିକ ତଫାତ୍‌ଗୁଡ଼ିକୁ ଦୂରେଇ ହେବ, ତେବେ ଡିଜିଟାଲ ସମନ୍ବୟ ପାଇଁ ଆଶା କରିବା ଯଥାର୍ଥ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri