ଡିଜିଟାଲ ବ୍ୟବଧାନ

ଭାରତ ସରକାର ୧ ଜୁଲାଇ ୨୦୧୫ରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଥିଲେ। ଜନସାଧାରଣଙ୍କୁ ପ୍ରଯୁକ୍ତି ମାଧ୍ୟମରେ ସରକାରୀ ସୁବିଧା ଯୋଗାଇ ଦେଇ ସେମାନଙ୍କୁ ଡିଜିଟାଲ ସଶକ୍ତ କରିବା ଏହାର ଲକ୍ଷ୍ୟ ଥିଲା। ଏପରିକି ଗ୍ରାମାଞ୍ଚଳକୁ ଇଣ୍ଟରନେଟ୍‌ରେ ସଂଯୋଗ କରାଯାଇ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରାଯାଇପାରିବ ବୋଲି ସେତେବେଳେ କୁହାଯାଇଥିଲା। ଏହି ଯୋଜନାକୁ ୭ ବର୍ଷ ପୂରିଯାଇଥିଲେ ମଧ୍ୟ ଡିଜିଟାଲ ବିକାଶ କ୍ଷେତ୍ରରେ ଭାରତ ପଛରେ ପଡ଼ିରହିଥିବା ଅକ୍ସଫାମ୍‌ ଇଣ୍ଡିଆ ପକ୍ଷରୁ ସଦ୍ୟ ପ୍ରକାଶିତ ‘ଇଣ୍ଡିଆ ଇନିକ୍ୱାଲିଟି ରିପୋର୍ଟ ୨୦୨୨: ଡିଜିଟାଲ ଡିଭାଇଡ୍‌’ରୁ ସ୍ପଷ୍ଟ ଅନୁମେୟ। ଏଥିରେ ଦର୍ଶାଯାଇଛି ଯେ, ୨୦୨୧ ସୁଦ୍ଧା ଭାରତରେ ମାତ୍ର ୩୧ ପ୍ରତିଶତ ମହିଳାଙ୍କ ନିକଟରେ ଫୋନ୍‌ ଥିବା ବେଳେ ୬୧ ପ୍ରତିଶତ ଫୋନ୍‌ ପୁରୁଷଙ୍କ ନିକଟରେ ରହିଛି। ଡିଜିଟାଲ ଟେକ୍ନୋଲୋଜି ପୁରୁଷ, ସହରାଞ୍ଚଳ, ଉଚ୍ଚଜାତି, ସମ୍ଭ୍ରାନ୍ତ ବର୍ଗର ବ୍ୟକ୍ତି ଓ ପରିବାର ନିକଟରେ ଅଧିକ ରହିଛି। ସମାଜରେ ଜାତି, ଧର୍ମ, ଲିଙ୍ଗ, ଶ୍ରେଣୀ ତଥା ଭୌଗୋଳିକ ସ୍ଥିତିର ଅସମାନତା ଭଳି ସାମାଜିକ ବ୍ୟବଧାନ ଡିଜିଟାଲ ବିଶ୍ୱରେ ମଧ୍ୟ ଦୃଶ୍ୟମାନ ହେଉଛି।
ଆଜିର ବୈଷୟିକ ଉନ୍ନତି ଯୁଗରେ ଇଣ୍ଟରନେଟ୍‌ଭିତ୍ତିକ ସେବା ଲୋକଙ୍କ ପାଖରେ ଯେତେ ପହଞ୍ଚତ୍ପାରୁଛି, ସେମାନେ ସହଜରେ ସେବା ପାଇପାରୁଛନ୍ତି। କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି ଯେ, ଭାରତ ବୈଷୟିକ ତଥା ପ୍ରଯୁକ୍ତି କ୍ଷେତ୍ରରେ ବହୁ ଉଚ୍ଚ ସ୍ତରରେ ଯାଇ ପହଞ୍ଚତ୍ଛି। ହେଲେ ଅନ୍ତର୍ଜାତୀୟ ସ୍ତରର ଗବେଷଣା ତଥା ସର୍ଭେ ସଂସ୍ଥାଗୁଡ଼ିକ ଦେଉଥିବା ତଥ୍ୟଠାରୁ ସରକାରଙ୍କ ତଥ୍ୟରେ ଢେର ପ୍ରଭେଦ ରହୁଛି। ଡିଜିଟାଲ ଫାଙ୍କକୁ ବୁଜିବା ଲାଗି ଏକାନ୍ତ ଆବଶ୍ୟକ ଉପାଦାନ ହେଉଛି ଭିତ୍ତିଭୂମିର ଉପଲବ୍ଧତା। ଡିସେମ୍ବର ୨୦୨୧ରେ ଲୋକ ସଭାରେ ସରକାରୀ ଭାବେ କୁହାଯାଇଥିଲା ଯେ, ଦେଶର ୯୩ ପ୍ରତିଶତ ଗ୍ରାମରେ ୩ଜି କିମ୍ବା ୪ଜି ସଂଯୋଗ ହୋଇପାରିଛି। କିନ୍ତୁ ବାସ୍ତବତା ଭିନ୍ନ ଚିତ୍ର ଆଙ୍କୁଛି। କୋଭିଡ୍‌ ସମୟରେ ଛାତ୍ରୀଛାତ୍ରଙ୍କୁ ଯେଉଁଭଳି ଭାବେ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଗଲା, ସେଥିରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପ୍ରଭେଦ ସହିତ ଧନୀ ଓ ଗରିବଙ୍କ ମଧ୍ୟରେ ତାରତମ୍ୟ ସ୍ପଷ୍ଟ ଜଣାପଡ଼ୁଥିଲା। ଏହି ସତ୍ୟକୁ ଭାରତ ସରକାର ଆଜି ପର୍ଯ୍ୟନ୍ତ ଗ୍ରହଣ କରୁନାହାନ୍ତି। ୯୩ ପ୍ରତିଶତ ଗ୍ରାମକୁ ଇଣ୍ଟରନେଟ୍‌ ସହ ଯୋଡ଼ାଯାଇଥିବା ସରକାରୀ ଦାବି ବିଶ୍ୱାସଯୋଗ୍ୟ ହେଉନାହିଁ। ମହିଳାଙ୍କ ଫୋନ୍‌ ବ୍ୟବହାର ପ୍ରତିଶତ କମ୍‌ ରହିବାର ଅନ୍ୟତମ କାରଣ ହେଉଛି ଲିଙ୍ଗଗତ ଅସମାନତା। ଏଥିସହିତ କୋଭିଡ୍‌-୧୯ ପରେ ମହିଳାଙ୍କ ଆୟ କମିଯାଇଥିବା ଦେଖାଯାଇଛି। କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ଯୋଗଦାନ ଯଥେଷ୍ଟ ହ୍ରାସ ପାଇଥିବାରୁ ଆୟରେ ଏଭଳି ତାରତମ୍ୟ ଲକ୍ଷ୍ୟ କରାଯାଇଛି।
ବର୍ତ୍ତମାନ ପରିପ୍ରେକ୍ଷୀରେ ଡିଜିଟାଲ ଇଣ୍ଡିଆରେ ଦେଶର ପ୍ରତି ବର୍ଗଙ୍କ ସ୍ଥିତି କିଭଳି ରହିଛି ତାହାର ବାସ୍ତବ ତଥ୍ୟ ଉପସ୍ଥାପନ କରାଯିବା ଦରକାର। ଯେହେତୁ ପରିସଂଖ୍ୟାନ ସରକାରଙ୍କ ମିଜାଜକୁ ଲକ୍ଷ୍ୟରେ ରଖାଯାଇ ପ୍ରସ୍ତୁତ କରାଯାଉଛି, ସେହି ଅନୁଯାୟୀ ଠିକ୍‌ ତଥ୍ୟ ଆସିପାରୁ ନାହିଁ। ଉପଯୁକ୍ତ ପରିସଂଖ୍ୟାନ ଯୋଜନା ବା ନୀତି ପ୍ରଣୟନ ପାଇଁ ଉପାଦେୟ ହୋଇଥାଏ। ସହରାଞ୍ଚଳ-ଗ୍ରାମାଞ୍ଚଳ, ଧନୀ-ଦରିଦ୍ର, ଲିଙ୍ଗ ଓ ଜାତିଗତ ପ୍ରଭେଦ ଭାରତର ପ୍ରତି କ୍ଷେତ୍ରରେ ଦେଖିବାକୁ ମିଳୁଛି। ଡିଜିଟାଲ ବିଶ୍ୱରେ ତାହାର ପ୍ରଭାବ ଅତି ସ୍ପଷ୍ଟ ହୋଇଯାଉଛି। ଯଦି ନୀତିରେ ପରିବର୍ତ୍ତନ ଆଣି ସାମାଜିକ ତଫାତ୍‌ଗୁଡ଼ିକୁ ଦୂରେଇ ହେବ, ତେବେ ଡିଜିଟାଲ ସମନ୍ବୟ ପାଇଁ ଆଶା କରିବା ଯଥାର୍ଥ ହେବ।

ଉପଯୁକ୍ତ ପରିସଂଖ୍ୟାନ ଯୋଜନା ବା ନୀତି ପ୍ରଣୟନ ପାଇଁ ଉପାଦେୟ ହୋଇଥାଏ। ସହରାଞ୍ଚଳ-ଗ୍ରାମାଞ୍ଚଳ, ଧନୀ-ଦରିଦ୍ର, ଲିଙ୍ଗ ଓ ଜାତିଗତ ପ୍ରଭେଦ ଭାରତର ପ୍ରତି କ୍ଷେତ୍ରରେ ଦେଖିବାକୁ ମିଳୁଛି। ଡିଜିଟାଲ ବିଶ୍ୱରେ ତାହାର ପ୍ରଭାବ ଅତି ସ୍ପଷ୍ଟ ହୋଇଯାଉଛି। ଯଦି ନୀତିରେ ପରିବର୍ତ୍ତନ ଆଣି ସାମାଜିକ ତଫାତ୍‌ଗୁଡ଼ିକୁ ଦୂରେଇ ହେବ, ତେବେ ଡିଜିଟାଲ ସମନ୍ବୟ ପାଇଁ ଆଶା କରିବା ଯଥାର୍ଥ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri