Posted inଜାତୀୟ

କେଁ ପୂରାଇଲେ ଦିଗ୍‌ବିଜୟ

ନୂଆଦିଲ୍ଲୀ, ୨୨ା୯: କଂଗ୍ରେସର ପୁରୁଖା ନେତାମାନେ ଗାନ୍ଧୀ ପରିବାର ପ୍ରେମରେ ଅନ୍ଧ ନ ହେଲେ ଦୀପାବଳି ସୁଦ୍ଧା ଦଳକୁ ନୂଆ ଅଧ୍ୟକ୍ଷ ମିଳିବେ। କଂଗ୍ରେସର ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ନେଇ ଭାଜପା ଅନେକ ସମୟରେ ଟାର୍ଗେଟ କରୁଥିବାବେଳେ ଦୀର୍ଘ ୨ ଦଶନ୍ଧି ପରେ ଅଧ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି। ଗାନ୍ଧୀ ପରିବାରର କେହି ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆଗ୍ରହୀ ନ ଥିବା ନେଇ ହାଇକମାଣ୍ଡଙ୍କ କ୍ଲିୟରାନ୍ସ କେତେଜଣ ବରିଷ୍ଠ ନେତାଙ୍କ ମହତ୍ତ୍ୱାକାଂକ୍ଷାରେ ଡେଣା ଯୋଡ଼ିଛି। ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପରମ ଅନୁଗତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମୁଖିଆ ପଦ ପାଇଁ ଦୌଡ଼ରେ ସର୍ବାଗ୍ରେ ରହିଥିବାବେଳେ କେରଳର ଥିରୁଭାନନ୍ଥପୁରମ୍‌ ଏମ୍‌ପି ଶଶି ଥରୁର ଏଥିରେ ସାମିଲ ହୋଇଛନ୍ତି। ତେବେ ଗେହଲଟ୍‌ଙ୍କ ପାଇଁ ଥରୁର ଅଡ଼ୁଆ ନୁହନ୍ତି। ଅଡ଼ୁଆ ହେଉଛି ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ସୂତ୍ର। ଏହି ପ୍ରସଙ୍ଗ ବୁଧବାର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଉଠାଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ତତ୍‌କାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବାଧ୍ୟ କରିଥିଲା ପଦ ଛାଡ଼ିବା ପାଇଁ। ତୋଷାମଦକାରୀ ନେତାଙ୍କ ଗୋଡ଼ାଣିଆ ବୁଦ୍ଧି ଯୋଗୁ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁନର୍ବାର ଦଳର ମଙ୍ଗ ଧରିଥିଲେ। କଂଗ୍ରେସର ସାଙ୍ଗଠନିକ ସ୍ଥିତି କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବାରୁ ଜି-୨୩ ଗୋଷ୍ଠୀର ଅସନ୍ତୁଷ୍ଟ ନେତାମାନେ ନେତୃତ୍ୱ ପରିବର୍ତ୍ତନ ଦାବି କରିଥିଲେ। କୋଭିଡ୍‌ ମହାମାରୀକୁ ଆଳ କରି ହାଇକମାଣ୍ଡ ନିର୍ବାଚନ ଘୁଞ୍ଚାଇ ଚାଲିଥିଲେ। ସେହିଗୋଷ୍ଠୀର ପ୍ରମୁଖ ଚେହେରା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ ଦଳ ଛାଡ଼ିବା ପରେ ହାଇକମାଣ୍ଡଙ୍କ ମୁଣ୍ଡରେ ଚିନ୍ତା ପଶିଲା। ଆସନ୍ତା ଅକ୍ଟୋବର ୧୭ରେ ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରାଯିବ ଓ ଫଳାଫଳ ୧୯ରେ ଘୋଷଣା କରାଯିବ ବୋଲି ସ୍ଥିର କରାଯାଇଛି। ଏହି ନିର୍ବାଚନ ଲାଗି ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ। ନାମାଙ୍କନ ଆରମ୍ଭକୁ ୩ ଦିନ ବାକି ଥିବାବେଳେ ଗେହଲଟ୍‌ ନିଜ ପ୍ରତିଦ୍ୱନ୍ଦ୍ୱିତା ନେଇ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ଥରୁର ମଧ୍ୟ ଦଳର ନିର୍ବାଚନ କମିଟି ମୁଖ୍ୟ ମଧୁସୂଦନ ମିସ୍ତ୍ରୀଙ୍କୁ ଭେଟି ନାମାଙ୍କନ ସମ୍ପର୍କିତ ଔପଚାରିକତା ପଚାରି ବୁଝିଛନ୍ତି। ଗେହଲଟ୍‌ ଏତେବର୍ଷ ଧରି କଂଗ୍ରେସରେ ରହିବା ପରେ ମଙ୍ଗ ଧରିବାକୁ ଚାହିଁବା ସ୍ବାଭାବିକ। କିନ୍ତୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କୁହାଗଲେ ସେ ଏହି ଦୌଡ଼ରୁ ଓହରି ପାରନ୍ତି।

ଏବେ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ଅଧ୍ୟକ୍ଷ ପଦ ଭିତରୁ ଗୋଟିଏକୁ ବାଛିବାକୁ ପଡ଼ିବ। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ରାଜ୍ୟ ସଭା ସଦସ୍ୟ ଦିଗ୍‌ବିଜୟ ସିଂ ଏ କଥା ଉଠାଇଛନ୍ତି। ଦିଗ୍‌ବିଜୟଙ୍କ ମତରେ ଗେହଲଟ୍‌ ଗାନ୍ଧୀ ପରିବାରର ପ୍ରିୟଭାଜନ ହୋଇ ଦୌଡ଼ରେ ଆଗୁଆ ଥିବା ସତ। କିନ୍ତୁ ସେ ଅଧ୍ୟକ୍ଷ ଦାୟିତ୍ୱ ନେବା ପୂର୍ବରୁ ତାଙ୍କ ରାଇଭାଲ୍‌ ସଚିନ ପାଇଲଟ୍‌ଙ୍କୁ ବର୍ତ୍ତମାନର ଚୌକି ଛାଡ଼ିବାକୁ ପଡ଼ିବ। ଉଦୟପୁର ସିଡବ୍ଲ୍ୟୁସି ବୈଠକରେ ଏହା ଉପରେ ସହମତି ପ୍ରକାଶ ପାଇଛି। ମୁଁ ମଧ୍ୟ ଦୌଡ଼ ବାହାରେ ନାହିଁ। ମତେ କାହିଁକି ହିସାବକୁ ନିଆଯାଉନାହିଁ ବୋଲି ଡିଗି ରାଜା କହିଛନ୍ତି। ଏ ନେଇ ଗେହଲଟ୍‌ କହିଛନ୍ତି, ସେ ଗୋଟିଏ, ଦୁଇଟି, ତିନୋଟି ପଦରେ ରହିଲେ କିମ୍ବା ଆଦୌ କୌଣସି ପଦ ଅଳଙ୍କୃତ ନ କଲେ କିଛି ଫରକ୍‌ ପଡ଼େନାହିଁ। ଫାସୀବାଦୀଙ୍କ ବିରୋଧରେ ଜନଆନ୍ଦୋଳନ ପାଇଁ ରାହୁଲଙ୍କ ସହ ପଦଯାତ୍ରା କରି ଲୋକଙ୍କୁ ଏକଜୁଟ କରିବା ତାଙ୍କର ପ୍ରାଥମିକତା। ସେ କେତୋଟି ପଦରେ ରହିବେ ତାହା ସମୟ କହିବ।
ସୋନିଆଙ୍କ ରାଜନୈତିକ ପରାମର୍ଶଦାତା ଅହମ୍ମଦ ପଟେଲଙ୍କ ପରେ ଗେହଲଟ୍‌ ଅଧ୍ୟକ୍ଷାଙ୍କ ସର୍ବାଧିକ ଘନିଷ୍ଠ ହୋଇଥିବାରୁ ତାଙ୍କ ପ୍ରାର୍ଥତ୍ତ୍ୱକୁ ରାହୁଲଙ୍କ ଡମି ହିସାବରେ ଅନେକେ ବିଚାର କରୁଛନ୍ତି। ତେଣୁ ରାହୁଲ ଯଦି ପ୍ରକୃତରେ ପ୍ରତିଦ୍ୱନ୍ଦ୍ୱିତା ନ କରନ୍ତି, ସର୍ବପୁରାତନ ଦଳର ସର୍ବୋଚ୍ଚ ଆସନ ସକାଶେ ଲଢ଼େଇ ରୋଚକ ହେବା ନିଶ୍ଚିତ। ଏଆଇସିସି ମୁଖ୍ୟାଳୟରେ ମଧୁସୂଦନ ମିସ୍ତ୍ରୀଙ୍କୁ ଭେଟିବା ପରେ ଥରୁର କହିଛନ୍ତି, ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବା କଥା। ପ୍ରକାଶ ଯେ, ୨୦୧୭ରେ ଶେଷଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହୋଇଥିଲା, ଯହିଁରେ ରାହୁଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ପ୍ରକୃତ ନିର୍ବାଚନ ୨୦୦୧ରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ସୋନିଆ ଗାନ୍ଧୀ ଜିତେନ୍ଦ୍ର ପ୍ରସାଦଙ୍କୁ ୯୭% ଭୋଟ ବ୍ୟବଧାନରେ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖତାରଙ୍କ ୧୨ଶହ କୋଟି ଟଙ୍କାର ସମ୍ପତ୍ତି

ଲକ୍ଷ୍ନୌ,୨୮।୩: ମୁଖତାର ଅନସାରୀଙ୍କ ନାମ କିଏ ବା ନ ଶୁଣିଛି। ଯଦି ଆମେ ପୂର୍ବାଞ୍ଚଳ ବିଷୟରେ କଥା ହେବା, ସେଠାରେ ଥିବା ସମସ୍ତେ ନିଶ୍ଚୟ ତାଙ୍କ...

ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ପୋଲିସ ଛାଉଣି, ୧୪୪ ଧାରା ଜାରି

ବାନ୍ଦା,୨୮।୩: ଉତ୍ତର ପ୍ରଦେଶର ବାନ୍ଦା ହସ୍ପିଟାଲରେ ଶୁକ୍ରବାର ରାତିରେ ମାଫିଆରୁ ରାଜନେତା ହୋଇଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଛି। ବାନ୍ଦା ଜେଲରେ ହାର୍ଟ ଆଟାକ ପରେ...

ଇଡି ଜବତ କରୁଥିବା ସମ୍ପତ୍ତି ହୁଏ କ’ଣ, ଯାହାକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଉଥିବା କହୁଛନ୍ତି ମୋଦି?

ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଋତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏକ ବଡ଼ ଦାବି କରିଛନ୍ତି। ପଶ୍ଚିମବଙ୍ଗର କୃଷ୍ଣନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ...

ଜେଲରୁ ପ୍ରଚାର କରିବେ ଆଜମ ଖାଁ? ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ନାମ

ଲକ୍ଷ୍ନୌ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି ଏବଂ ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୟୁପିରେ ପ୍ରଥମ...

ମୁଖତାର ଅନସାରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୮।୩: ବାହୁବଳୀ ନେତା ମୁଖତାର ଅନସାରୀ ଗୁରୁତର ହୋଇପଡିଛନ୍ତି। ବାନ୍ଦା ଜେଲରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଛି। ଏହା ପରେ ତାଙ୍କୁ ବାନ୍ଦା...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri